Posts tagged GST

ନବରାତ୍ରିରୁ ନୂଆ GST

ନବରାତ୍ରୀରୁ ଲାଗୁ ହୋଇଛି ନୂଆ GST। ଏଥର ସାମଗ୍ରୀ ଶସ୍ତା ହେବ, ଲୋକଙ୍କ ସଞ୍ଚୟ ବଢିବ। ସେପ୍ଟେମ୍ବର 3 ତାରିଖରେ  GSTକୁ ନେଇ ସରକାର କରିଥିବା ଘୋଷଣା ଲାଗୁ ହୋଇଛି । ଏଥର କେବଳ ତିନିଟି ସ୍ଲାବରେ ଜିଏସଟି ରହିଛି। ପୂର୍ବରୁ ଥିବା 12% ଏବଂ  28% GST ସ୍ଲାବ ହଟିଛି। 5% ଓ 18%, 40% ସ୍ଲାବରେ ମିଳୁଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ। ତମାଖୁ ଏବଂ ବିଳାସପୂର୍ଣ୍ଣ ସାମଗ୍ରୀ ପାଇଁ 40% ଜିଏସଟି ଲାଗୁ ହୋଇଛି। ଆଗରୁ  ଲାଇଫ୍ ଇନ୍ସୁରାନ୍ସ ଏବଂ ହେଲଥ ଇନ୍ସୁରାନ୍ସରେ GST  ଦେବାକୁ ପଡ଼ୁଥିଲା ବେଳେ ଏଥିରୁ GST ଛାଡ଼ କରାଯାଇଛି। 33 ପ୍ରକାରର ମେଡିସିନରେ ଦେଉଥିବା GSTରୁ ମୁକ୍ତି ପାଇଛନ୍ତି ରୋଗୀ ।

ସରକାରଙ୍କ ଏ ନିଷ୍ପତ୍ତିରେ ଚାଷୀ ବିଶେଷ ଭାବେ ଉପକୃତ ହେବେ। ଚାଷୀମାନେ ପୂର୍ବରୁ ପାଖାପାଖି 13% ଜିଏସଟି ଦେଉଥିଲା ବେଳେ ଏଥର କେବଳ 5% ଜିଏସଟି ଦେବେ। ଚାଷୀଙ୍କ କାମରେ ଲାଗୁଥିବା ଟ୍ରାକ୍ଟର,ଟ୍ରାକ୍ଟର ଟାୟାର ଏବଂ ବିଭିନ୍ନ ପାର୍ଟସ୍, ଜୈବ-କୀଟନାଶକ,ଚାଷ ଅମଳରେ ବ୍ୟବହୃତ ଉପକରଣ ପାଇଁ ମାତ୍ର 5 %  ଟ୍ୟାକ୍ସ ଦେବାକୁ ପଡ଼ିବ ।
                     ସେହିଭଳି ଚିକିତ୍ସା କ୍ଷେତ୍ରରେ ମହଙ୍ଗା ମାଡ଼ରୁ ଲୋକଙ୍କୁ ମୁକ୍ତି ମିଳିଛି। ସ୍ୱାସ୍ଥ୍ୟ ସାମଗ୍ରୀ ଥର୍ମୋ‌ମିଟର, ମେଡିକାଲ୍‌ ଅକ୍ସିଜେନ୍, ଗ୍ଲୁକୋମିଟର ଆଦି ପାଇଁ ଆଜିଠାରୁ  5% ଟ୍ୟାକ୍ସ । ମଧ୍ୟବିତ୍ତଙ୍କ ସଉକ ପୂରଣ କରିବା ଏଥର ଅଧିକ ସହଜ ହୋଇଛି। ଟିଭି, AC, ମନିଟର ଓ ପ୍ରୋଜେକ୍ଟର, ୱାସିଂ ମେସିନ ଶସ୍ତା ହୋଇଛି । ଆଗରୁ  28 %  ଟ୍ୟାକ୍ସ ଦେବାକୁ ପଡ଼ୁଥିଲା ବେଳେ ଏଥର 10% ଟ୍ୟାକ୍ସ ଆହୁରି କମିଛି । ଏସବୁ ଜିନିଷ ପାଇଁ ମାତ୍ର 18% ଟ୍ୟାକ୍ସ ଦେବାକୁ ପଡ଼ିବ । ସାମ୍ପୁ, ଟୁଥବ୍ରସ୍, ଟୁଥପେଷ୍ଟ, ସାଇକେଲ, ରୋଷେଇ ସାମଗ୍ରୀ, ଚକୋଲେଟ୍, କଫି, ନୁଡଲ୍ସ, ଘିଅ, ଆଜିଠୁ ଶସ୍ତାରେ ମିଳିବ ।
                  ଶିକ୍ଷାକୁ ଗୁରୁତ୍ତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ସାମଗ୍ରୀ କ୍ଷେତ୍ରରେ ରେଟ୍ କମିଛି। ମ୍ୟାପ୍, ଚାର୍ଟ, ଗ୍ଲୋବ, ପେନସିଲ୍, ଖାତା ବହି, ରବରରେ ଜିରୋ ଜିଏସଟି। ଏସବୁ ସାମଗ୍ରୀ ଉପରେ ଆଉ ଜିଏସଟି ଦେବାକୁ ପଡ଼ିବ ନାହିଁ। ଯାହାଫଳରେ ଛାତ୍ରଛାତ୍ରୀ ଉପକୃତ ହେବେ। ତେବେ ସବୁ କ୍ଷେତ୍ରରେ ଶସ୍ତା ହୋଇଥିଲା ବେଳେ ହାନିକାରକ ଓ ଅତି ବିଳାସପୂର୍ଣ୍ଣ ସାମଗ୍ରୀ କ୍ଷାତ୍ରରେ ଦର କମିନାହିଁ। ପାନ ମସଲା, ସିଗାରେଟ୍, ଗୁଟଖା, ତମାଖୁ ଦ୍ରବ୍ୟ, ଜର୍ଦା, କୋଲଡ୍ରିଙ୍କସରେ ୪୦% ଟ୍ୟାକ୍ସ ଲାଗିଛି ।

କମିଛି GST:ସେପ୍ଟମ୍ବର ୨୨ରୁ ନିତି ଦିନିଆ ସାମଗ୍ରୀ ଶସ୍ତା

  • ସେପ୍ଟମ୍ବର 22 ତାରିଖରୁ ଶସ୍ତା ହେବ ନିତି ଦିନିଆ ସାମଗ୍ରୀ
  • ଟ୍ୟାକ୍ସ ଫ୍ରି ହେବ 33 ପ୍ରକାର ମେଡିସିନ୍
  • କମିବ କ୍ଷୀର, ଦହି ଏବଂ ପନିରର ଦାମ୍
  • ଲାଇଫ୍ ଇନସ୍ୟୁରାନ୍ସ ଏବଂ ହେଲଥ୍ ଇନସ୍ୟୁରାନ୍ସରେ Zero ଟ୍ୟାକ୍ସ
  • ପ୍ରଧାନମନ୍ତ୍ରୀଙ୍କର ସ୍ୱାଧିନତା ଦିବସର ପ୍ରତିଶ୍ରୁତି ହେଲା ପାଳନ। ଗୁଡସ୍ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ ଦରରେ ଆସିଲା ବିରାଟ ପରିବର୍ତ୍ତନ। ଭାରତୀୟଙ୍କୁ
  • ମିଳିଲା ଦୀପାବଳୀ ଉପହାର। ଏଣିକି ଦେଶରେ ରହିବ ଦୁଇ ଥାକିଆ GST ସ୍ଲାବ୍ହଟିଗଲା 12% ଏବଂ 28% GST ଦର। ଏବେ କେବଳ 5% ଏବଂ 18% ସ୍ଲାବ୍ ରହିବ ।
  • ଶିକ୍ଷା ସାମଗ୍ରୀକୁ ସଂପୂର୍ଣ୍ଣ ଟ୍ୟାକ୍ସ ଫ୍ରି କରାଯାଇଛି। ପୂର୍ବରୁ ଏହି ଜିନିଷ ଗୁଡ଼ିକ 12 ପ୍ରତିଶତ ଏବଂ 5 ପ୍ରତିଶତ ସ୍ଲାବ୍‌ରେ ଥିଲା।
  • ସେହିଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ଟ୍ୟାକ୍ସ କମିବ । ସାମ୍ପୁ, ଟୁଥ୍‌ପେଷ୍ଟ, ସାବୁନ, ଟୁଥ୍ ବ୍ରସ୍‌ ଓ ସେଭିଂ କ୍ରିମ୍‌, ବାସନ କୁସନ, ନାପ୍‌କିନ୍ ଓ ଡାଇପର୍‌, ସିଲାଇ ମେସିନ୍ କିଣଇଲେ ଏଣିକି 5 ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ।
  • ପୂର୍ବରୁ ଏହି ଜିନିଷ ଗୁଡ଼ିକ କିଣିବା ପାଇଁ ଆମକୁ 12 କିମ୍ବା 18 ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡୁଥିଲା।
    ଅନ୍ୟପକ୍ଷରେ ହାନିକାରକ ସାମଗ୍ରୀ ଯେମିତିକି ପ‌ାନ ମସଲା, ସିଗାରେଟ୍ ସେବନ କରୁଥିବା ବ୍ୟକ୍ତିଙ୍କ ଜୀବନଶୈଳୀ ଆହୁରି ମହଙ୍ଗା ହୋଇଯିବ। ସେହିଭଳି ଦାମୀ ଗାଡ଼ି ଚଢ଼ିବା ଏବଂ ପ୍ଲେନରେ ବୁଲିବା ଭାରି ମହଙ୍ଗା ହୋଇଯିବ। କାରଣ ଏଭଳି ବ୍ୟକ୍ତିମାନଙ୍କ ଠାରୁ ସରକାର  40 ପ୍ରତିଶତ ଟ୍ୟାକ୍ସ ନେବେ।
  • କିନ୍ତୁ ଚାଷୀ ଭାଇମାନେ ନିର୍ଭରଶୀଳ ଥିବା ଟ୍ରାକ୍ଟର, ଟ୍ରାକ୍ଟର ଟାୟାର ଏବଂ ବିଭିନ୍ନ ପାର୍ଟସ୍, ଜୈବ-କୀଟନାଶକ, ଚାଷ ଅମଳରେ ବ୍ୟବହୃତ ଉପକରଣ ଗୁଡ଼ିକୁ 5 ପ୍ରତିଶତ ସ୍ଲାବ୍‌ରେ ସାମିଲ କରାଯାଇଛି।
  • ସ୍ୱାସ୍ଥ୍ୟ ସାମଗ୍ରୀ ଥର୍ମୋ‌ମିଟର, ମେଡିକାଲ୍‌ ଅକ୍ସିଜେନ୍, ଗ୍ଲୁକୋମିଟର ଚଷମାକୁ 5 ପ୍ରତିଶତ ସ୍ଲାବ୍‌ରେ ସାମିଲ କରାଯାଇଛି।
  • ସେପଟେ ମଧ୍ୟବିତ୍ତ ପରିବାର ବହୁତ ଖୁସି ଟିଭି, AC, ମନିଟର ଓ ପ୍ରୋଜେକ୍ଟର, ଡିସ୍‌ ୱାସିଂ ମେସିନକୁ 28 ପ୍ରତିଶତ ସ୍ଲାବ୍‌ରୁ ବାହାର କରି 18 ପ୍ରତିଶତ ସ୍ଲାବ୍‌ରେ ଯୋଡ଼ାଯାଇଛି। ଜିଏସ୍‌ଟି ସ୍ଲାବ୍ କମ୍ ହେବାରୁ ରାଜ୍ୟଗୁଡ଼ିକ ସହିବାକୁ ଥିବା କ୍ଷତି ଭରଣା ପାଇଁ ତମାଖୁ ଦ୍ରବ୍ୟ ଉପରେ ପୂର୍ବଭଳି 28 ପ୍ରତିଶତ ଜିଏସ୍‌ଟି ଓ ସେସ୍‌ ବଳବତ୍ତର ରହିବ।

ମାସକୁ ୧୦୦୦ କୋଟି GST ହରାଇବ ଓଡ଼ିଶା

GST (Goods and Services Tax) କୁ ନେଇ ଓଡ଼ିଶା ବଡ଼ ଧରଣର କ୍ଷତି ସହିବାକୁ ଯାଉଛି । ସେପ୍ଟେମ୍ବର 3 ଓ 4 ରେ GST ପରିଷଦ ବୈଠକ ହେବ । ଯେଉଁଥିରେ ଚାରିଥାକିଆ GST ସ୍ଲାବକୁ 2 ଥାକିଆ କରିବାକୁ ଯୋଜନା ହେବ । GST ସ୍ଲାବରେ ହ୍ରାସ ଘଟିଲେ ରାଜ୍ୟକୁ କ୍ଷତି ସହିବାକୁ ପଡ଼ିବ। ରାଜ୍ୟର ରାଜସ୍ୱ ହାନୀ ହେଲେ ସେ ସବୁକିଏ ଭରଣା କରିବ ଏ ପର୍ଯ୍ୟନ୍ତ ସେ ନେଇ କୌଣସି ସ୍ପଷ୍ଟୀକରଣ ଆସିନାହିଁ । ଏସବୁର କ୍ଷତିପୂରଣ କିଏ ଭରଣା କରିବ ତାହା ଏବେ ବଡ଼ ପ୍ରସଙ୍ଗ । GST ସ୍ଲାବ୍ ହ୍ରାସ ହେଲେ  GST କ୍ଷେତ୍ରରେ 20 % ଲସ୍ ହେବ। ସେ ଆଧାରରେ ଦେଖିଲେ ଡ଼ିଶାରେ ମାସକୁ 5000 କୋଟି GST ସଂଗ୍ରହ ହେଉଛି । ସ୍ଲାବ୍ କମିଲେ ମାସକୁ 1000 କୋଟିର ରାଜସ୍ୱ ଡ଼ିଶାକୁ ହରାଇବାକୁ ପଡ଼ିବ।

8 ଟି ଅଣ NDA ଶାସିତ ରାଜ୍ୟ ହିମାଚଳପ୍ରଦେଶ, ଝାଡ଼ଖଣ୍ଡ, ତାମିଲନାଡୁ, ତେଲେଙ୍ଗାନା, କଣ୍ଣାଟକ, କେରଳ, ପଞ୍ଜାବ, ପଶ୍ଚିମବଙ୍ଗର ଫାଇନାନ୍ସ ମିନିଷ୍ଟର କ୍ଷତିପୂରଣ ଭରଣା ନେଇ GST ପରିଷଦକୁ ପ୍ରଶ୍ନ କରିବାର ଯୋଜନା ରହିଛି । ମାତ୍ର ଏନେଇ ଓଡ଼ିଶାର ଆଭିମୁଖ୍ୟ କଣ ରହିବ ତାହା ସ୍ପଷ୍ଟ ହୋଇନି । ଅଗଷ୍ଟ 29ରେ ଭୁବନେଶ୍ୱରରେ ଆୟୋଜିତ ବିକଶିତ ଓଡ଼ିଶା 2026 ସମ୍ମୀଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବକ୍ତବ୍ୟରୁ ଆଭିମୁଖ୍ୟ ସମ୍ପର୍କରେ କୌଣସି ସ୍ପଷ୍ଟୋକ୍ତି ମିଳିନାହିଁ । GST କମିଲେ କଣ ଲାଭ ମିଳିବ ସେ ନେଇ ଆଲୋଚନା କରିଥିଲା ବେଳେ ରାଜସ୍ୱ କ୍ଷତିପୂରଣ ବାବଦରେ କିଛି ବି କହିନାହାନ୍ତି ।

ରିପୋର୍ଟ ଅନୁଯାୟୀ 2017-18 ରେ ଓଡ଼ିଶାକୁ 2348 କୋଟି, 2018-19 ରେ 4241 କୋଟି, 2019-20 ରେ 5332 କୋଟି, 2020-21 ରେ 4243 କୋଟି ଟଙ୍କାର GST କ୍ଷତିପୂରଣ ମିଳିଛି2017 ମସିହାରୁ ଏ ପର୍ଯ୍ୟନ୍ତ ଓଡ଼ିଶା ପ୍ରାୟ 16,165 କୋଟି ଟଙ୍କା GST କ୍ଷତିପୂରଣ ପାଇଥିଲା ବେଳେ 2023 ଓ 2024 ରେ କୌଣସି GST କ୍ଷତିପୂରଣ ମିଳିନାହିଁ । 2025-26 ଆର୍ଥିକ ବର୍ଷରେ ଏହି କ୍ଷତିପୂରଣ ବାବଦ ସରକାର 3000 କୋଟି ପାଇବା କଥା । ତେବେ GST କ୍ଷେତ୍ରରେ 3000 କୋଟି ବକେୟା ଥିଲା ବେଳେ ମାସକୁ 1000 କୋଟିର ଲସ୍ ଅର୍ଥନୀତିକୁ ପ୍ରଭାବିତ କରିବ।

UPI ଟ୍ରାଞ୍ଜାକ୍ସନକୁ ନେଇ ମିଛ ଖବର,କଟିବନି GST

  • UPI ଟ୍ରାଞ୍ଜାକ୍ସନ କଲେ କଟିବନି GST।
  • 2000 ଟଙ୍କାରୁ ଊର୍ଦ୍ଧ୍ୱ UPI ଟ୍ରାଞ୍ଜାକ୍ସନ ଉପରେ କୌଣସି ଟିକସ ଲାଗିବନି ।
  • UPI ନେଣଦେଣରେ ଜିଏସ୍‌ଟି (GST) ଲାଗିବା ଖବର ସମ୍ପୂର୍ଣ୍ଣ ମିଛ ଓ ବିଭ୍ରାନ୍ତିକର ବୋଲି ଦର୍ଶାଇଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ।
  • ସରକାରଙ୍କର ଏଭଳି କୌଣସି ପ୍ରସ୍ତାବ ନଥିବା ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
  • UPIର ମାଗଣା ସେବା ସମାପ୍ତ ହେବ ଏବଂ ୨୦୦୦ ଟଙ୍କାରୁ ଅଧିକUPI କାରବାର ଉପରେ ସରକାର ଜିଏସଟି ଲଗାଇବା ନେଇ ଚର୍ଚ୍ଚା ହେଉଥିଲା ।
  • ଏ ଚର୍ଚ୍ଚାର କୌଣସି ଆଧାର ନଥିବା ଏବଂ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଅର୍ଥମନ୍ତ୍ରାଳୟ ସୂଚନା ଦେଇଛି ।
  • ଏପରିକି ସରକାରଙ୍କ ନିକଟରେ ଏଭଳି କୌଣସି ପ୍ରସ୍ତାବ ମଧ୍ୟ ନଥିବା ସ୍ପଷ୍ଟୀକରଣ ରଖିଛି ଅର୍ଥ ବିଭାଗ ।
  • ଆଗରୁ କେବଳ କିଛି କ୍ଷେତ୍ରରେ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍ ବା ଏମଡିଆର ଉପରେ ଜିଏସଟି ଲାଗୁ ହେଉଥିଲା । ତେବେ ୨୦୨୦ ଜାନୁଆରୀରୁ ଏହି ମର୍ଚ୍ଚାଣ୍ଟ କାରବାର ଉପରେ ଏମଡିଆର ବ୍ୟବସ୍ଥାକୁ ହଟାଇ ନେଇଥିଲା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଶୁଳ୍କ ବୋର୍ଡ ବା CBDT ।
  • ଏ ସମ୍ପର୍କରେ ୨୦୧୯ ଡିସେମ୍ବର ୩୦ ଗେଜେ୍ଟ ନୋଟିଫିକେସନ୍ ଜରିଆରେ ସୂଚନା ଦିଆଯାଇଥିଲା । ତେବେ ବର୍ତ୍ତମାନ ପରିସ୍ଥିତିରେ ସରକାର UPI କାରବାରକୁ ପ୍ରୋତ୍ସାହିତ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିବା ଅର୍ଥମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ୨୦ ହଜାର କୋଟି ଟ୍ରାଞ୍ଜାକ୍ସନ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରହିଛି ।
  • ବର୍ତ୍ତମାନ ଭାରତରେ ଟଙ୍କା ନେଣଦେଣର ମୁଖ୍ୟ ମାଧ୍ୟମ ସାଜିଛି UPI । ଛୋଟ ପରିବା ଦୋକାନୀଠୁ ଆରମ୍ଭ କରି ବଡ଼ ବଡ଼ ହୋଟେଲ ପର୍ଯ୍ୟନ୍ତ ସମସ୍ତେUPI ବ୍ୟବହାର କରୁଛନ୍ତି ।
  • ଘର ଭଡ଼ାଠାରୁ ଆରମ୍ଭ କରି ବିଦ୍ୟୁତ ବିଲ୍ ପୈଠ ପାଇଁ ସାଧାରଣ ଲୋକେ ୟୁପିଆଇ ବ୍ୟବହାର କରୁଛନ୍ତି । ଏପରି ସ୍ଥଳେ UPIରେ ୨୦୦୦ରୁ ଅଧିକ ଟଙ୍କା ନେଣଦେଣ ଉପରେ GST ଲାଗିବା ଖବର ପ୍ରଚାରିତ ପରେ ସାଧାରଣରେ ଚିନ୍ତା ପ୍ରକାଶ ପାଇଥିଲା ।