Posts tagged Amit Shah

ସାବାଡ ହେବେ ସାଇବର ଠକ

ସାବାଡ଼ ହେବେ ସାଇବର ଅପରାଧୀ। ସାଇବର କ୍ରାଇମ୍ ଦିନକୁ ଦିନ ବଢୁଥିଲା ବେଳେ ଏଥିରେ ରୋକ୍ ଲଗେଇବାକୁ ନୂଆ ବ୍ୟବସ୍ଥା ଆଣିଛନ୍ତି କେନ୍ଦ୍ର ସରକାର। ସାଇବର କ୍ରାଇମ୍ ଉପରେ ତ୍ୱରିତ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ e-Zero FIR ଭଳି ନୂଆ ବ୍ୟବସ୍ଥା ପ୍ରଚଳନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଆସୁଥିବା Indian Cyber Crime Coordination Centre (I4C) ଯେକୌଣସି ଅପରାଧୀଙ୍କୁ ଦ୍ରୁତଗତିରେ ଧରିବା ପାଇଁ ସକ୍ଷମ ହେବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କହିବା ଅନୁଯାୟୀ  ଯେଉଁ ଇ-ଜିରୋ FIRର ପ୍ରଚଳନ କରାଯାଇଛି ଏହା ସାଇବର ଠକେଇରେ ରୋକ୍ ଲଗେଇବାରେ ସମର୍ଥ ହେବ।10 ଲକ୍ଷ ଟଙ୍କାରୁ ଅଧିକ ଠକେଇ ମୂଲ୍ୟର ସାଇବର ଆର୍ଥିକ ଅପରାଧ ଅଭିଯୋଗକୁ ସ୍ୱୟଂଚାଳିତ ଭାବରେ FIR ରେ ପରିଣତ କରିଥାଏ। ଯାହା 1930 ହେଲ୍ପଲାଇନ୍ ନମ୍ବର କିମ୍ବା National Cybercrime Reporting Portal (NCRP) ରେ ପଞ୍ଜିକୃତ ହୋଇ ପରବର୍ତ୍ତୀ ପ୍ରକ୍ରିୟାରେ ସହାୟକ ହେବ।

ସାଇବର ଅପରାଧୀଙ୍କ ଉପରେ ତଦନ୍ତକୁ ଦ୍ରୁତ ଗତିରେ କଡ଼ାକଡ଼ି କରିବା ପାଇଁ ଏହି ନୂତନ ବ୍ୟବସ୍ଥାକୁ ସମଗ୍ର ଦେଶରେ ବିସ୍ତାର କରାଯିବ। ମୋଦି ସରକାର ଏକ ‘ସାଇବର-ସୁରକ୍ଷିତ ଭାରତ’ ନିର୍ମାଣ ପାଇଁ ସାଇବର ସୁରକ୍ଷା ଗ୍ରୀଡକୁ ସୁଦୃଢ଼ ​​କରୁଛନ୍ତିଏଥି ସହିତ ଇଲେକ୍ଟ୍ରୋନିକ୍ ଭାବରେ FIR ର ଜାରି କରିବାର ପ୍ରକ୍ରିୟା ଶୀଘ୍ର ସମଗ୍ର ଦେଶରେ ଲାଗୁ କରାଯିବ। ଏହି ପଦକ୍ଷେପ ପୀଡିତଙ୍କ ଦ୍ୱାରା ହରାଇଥିବା ଅର୍ଥର ସହଜ ପୁନରୁଦ୍ଧାର ଏବଂ ସାଇବର ଅପରାଧୀଙ୍କ ବିରୁଦ୍ଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନକୁ ସହଜ କରିବ। NCRP ଏବଂ 1930 ହେଲ୍ପଲାଇନ୍ ସାଇବର ଆର୍ଥିକ ଅପରାଧ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ସହଜ ରିପୋର୍ଟିଂ ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନରେ ସହାୟକ ହେବ।

ଶାହଙ୍କ ଚେତାବନୀ:ନଇଁବନି ଭାରତ

ପହଲଗାମ୍ ଆତଙ୍କୀ ଆକ୍ରମଣକୁ ନେଇ ରକ୍ତଚାଉଳ ଚୋବାଉଛି ସାରା ଭାରତ । ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ନିଜର କଠୋର ଆଭିମୁଖ୍ୟର ପରିଚୟ ଦେଇଛନ୍ତି ଅମିତ ଶାହ। ଆତଙ୍କବାଦୀଙ୍କ ଆଗରେ ଭାରତ ନଇଁବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଗୃହମନ୍ତ୍ରୀ। “ଆକ୍ରମଣକାରୀଙ୍କୁ କୌଣସି ପରିସ୍ଥିତିରେ ବି ଛଡ଼ାଯିବନି । ଭାରତ ସବୁ ପରିସ୍ଥିତିକୁ ସାମ୍ନା କରିବ,କିନ୍ତୁ ଆତଙ୍କବାଦୀଙ୍କ ଆଗରେ ହାର ମାନିବ ନାହିଁ ।”

ଆହତଙ୍କ ପରିବାରକୁ ଭେଟି ଶାହ ଆଲୋଚନା କରିଛନ୍ତି । ଶାହଙ୍କ ସହ ଉପ ରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଉପସ୍ଥିତ ଥିଲେ। ଜମ୍ମୁକାଶ୍ମୀରରେ ସ୍ଥିତି ବୁଝିବା ପରେ ଅପରାହ୍ଣରେ ଦିଲ୍ଲୀ ଫେରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କ୍ୟାବିନେଟ୍ ସୁରକ୍ଷା ପରିଷଦ ବୈଠକରେ ଯୋଗଦେବେ।  ଏଥିସହ ଜମ୍ମୁ ପହଲଗାମ ଆତଙ୍କୀ ଆକ୍ରମଣରେ ୨୮ଜଣଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ଼ରେ କେନ୍ଦ୍ର ସରକାର।  ଦୁଇ ଦୁନିଆ ସାଉଦି ଆରବ ଗସ୍ତର ଅଧାରୁ ଭାରତ ଫେରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତ ଫେରିବା ପରେ ତୁରନ୍ତ ବିମାନ ବନ୍ଦରରେ ବୈଠକ କରିଛନ୍ତି ।
ସ୍ଥିତି ସମ୍ପର୍କର ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର, ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ ଓ ଏନ୍‌ଏସ୍‌ଏ ଅଜିତ ଡୋଭାଲ । ଆଗକୁ ସରକାର କିଛି କଠୋର ପଦକ୍ଷେପ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି। ଜମ୍ମୁ ପହଲଗାମରେ ଆତଙ୍କୀ ହମଲା ପରେ ସୀମାରେ ହାଇଆଲର୍ଟ ଜାରୀ ହୋଇଛି  । ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ଚାଲିଥିବା ବେଳେ ସେନାର ଯବାନ ମାନେ ପଇଁତରା ମାରୁଛନ୍ତି । ଆତଙ୍କୀଙ୍କୁ ଖୋଜି ସଫା କରିବାକୁ ସନ୍ଦିଗ୍ଧ ଅଂଚଳରେ ଜୋରଦାର ସର୍ଚ୍ଚ ଅପରେସନ ଚାଲିଛି। ଆତଙ୍କୀଙ୍କ ସ୍କେଚ୍ ଜରୀ ହୋଇ ସାରିଛି। ହେଲିକପ୍ଟର ଓ ଡ୍ରୋନ୍ ମାଧ୍ୟମରେ ଆତଙ୍କବାଦୀଙ୍କ ତଲାସି ଅଭିଯାନ ଜାରି ରହିଛି । ଗୃହମନ୍ତ୍ରୀ ଅମିତ ଶାହା ଶ୍ରୀନଗରରେ ଏଲଜି ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ ବିଭିନ୍ନ ସୁରକ୍ଷା ଏଜେନ୍ସିର ମୁଖ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।