Posts tagged AI

AI ନେବ ୨ କୋଟି ଚାକିରି

ଚାକିରୀ ପ୍ରତି ବିପଦ । ୨ କୋଟି ଚାକିରୀ ନେଇପାରେ AI । AI ଯୋଗୁଁ ୨ କୋଟି ଚାକିରି ଅସ୍ଥିରତା ଦେଇ ଗତି କରୁଛି। AIର ବହୁଳ ବ୍ୟବହାର ଦ୍ୱାରା ସହଜରେ କାମ ହେଇ ଯାଉଥିବାରୁ ୨ କୋଟି ଲୋକଙ୍କ ଛଟେଇର ସମ୍ଭାବନା ଦେଖାଦେଇଛି । ଯଦି ଏ ଆକଳନ ସତ ହୁଏ ତେବେ ଇଣ୍ଡିଆର ମିଡିଲ କ୍ଲାସ୍ ଫ୍ୟାମିଲିଙ୍କୁ ବହୁତ ଅସୁବିଧା ସାମ୍ନା କରିବାକୁ ପଡ଼ିପାରେ। ଚାକିରି ହରାଇବା ପରେ ସେମାନଙ୍କର ମାନସିକ ସନ୍ତୁଳନ ସାଙ୍ଗକୁ ପରିବାର ଚଳେଇବାରେ ସମସ୍ୟା ସୃଷ୍ଟି ହୋଇପାରେ । ମଧ୍ୟବିତ୍ତଙ୍କ ପାଇଁ ବଡ଼ ସଂକଟ ମାଡିଆସୁଛି । ନୀତି ନିର୍ମାତା ମାନେ ତୁରନ୍ତ ପଦକ୍ଷେପ ନ ନେଲେ ଚାକିରୀ କ୍ଷେତ୍ରରେ ବିରାଟ ସମସ୍ୟା ସୃଷ୍ଟି ହୋଇପାରେ।

କମ୍ପାନିଗୁଡ଼ିକର କାରବାରରେ ଏଆଇର ମାତ୍ରାଧିକ ଇନଭଲପମେଣ୍ଟ ପାଇଁ ଚାକିରୀ ବିପଦରେ। ନିଯୁକ୍ତି ବଜାରରେ ଅନିଶ୍ଚିତତା ଧିରେଧିରେ ବଢୁଛି। ଆଇଟି, ବ୍ୟାଙ୍କିଙ୍ଗ୍ ଏବଂ ମିଡିଆ ଫିଲ୍ଡରେ ଗିଗ୍ ଜବ୍ ନେଇଯାଇପାରେ। ଭାରତକୁ ଏହାର ସମ୍ପୂର୍ଣ ପ୍ରଭାବ ସହିବା ପାଇଁ ଦୁଇରୁ ତିନି ବର୍ଷ ଲାଗିବ। ଏ ସମୟରେ ନିଯୁକ୍ତିର ଏକ ବଡ଼ ଅଂଶ ଉଭାନ ହୋଇଯାଇପାରେ।ସେତେବେଳେ ଭାରତ ଏକ ବଡ଼ ଗିଗ୍ ଅର୍ଥନୀତି ପାଲଟିବ। ଯୋଉ ସେକ୍ଟର କମ୍ ଖର୍ଚ୍ଚରେ ଦକ୍ଷତା ବଢ଼ାଇବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇକୁ ଆପଣାଉଛନ୍ତି। ସେ ସେକ୍ଟରରେ ଛଟେଇର ସମ୍ଭାବନା ବେଶୀ। ଆଡଭାଟାଇଜ୍ ପାଇଁ ଡିଜାଇନ ବି ଏଆଇ ଦ୍ୱାରା ହେିଯାଥିବାରୁ ଡିଜାଇନର ମାନଙ୍କର ଚାକିରୀ ଯିବାକୁ ବସିଲାଣି । ସେହିଭଳି ବିଭିନ୍ନ ପ୍ରକାରର କାମ ଏଆଇ ଦ୍ୱାରା ସହଜରେ ହେଇଯାଉଥିବାରୁ ପାଖାପାଖି ୨ କୋଟି ଲୋକ  ଚାକିରୀ ହରେଇପାରନ୍ତି।

ନୂଆପଡ଼ାରେ AI ପ୍ରଚାର

ନୂଆପଡ଼ା ପଲିଟିକ୍ସରେ AI, କେଉଁଠି ସମ୍ପର୍କ  ଭାଙ୍ଗୁଛି ତ ପୁଣି କେଉଁଠି ଖେଳ ବିଗାଡ଼ୁଛି । ଅଡ଼ୁଆ ହେଉଛି ଏଆଇ ଫଟୋ ଏବଂ  ଡିପ୍ ଫେକ୍ ଭିଡିଓ।ବର୍ତ୍ତମାନ ସବୁ କ୍ଷେତ୍ରରେ ଦିନକୁ ଦିନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ବଢୁଥିଲାବେଳେ ସେଥିରୁ ବାଦ୍ ପଡ଼ିନି ନୂଆପଡ଼ା ବାଇ ଇଲେକ୍ସନ୍ ନିଜ ଦଳର ଭୋଟ୍ ବଢେଇବାକୁ ଏଆଇର ବ୍ୟବହାର ସାଙ୍ଗକୁ ଅପୋଜିସନ୍ ପାର୍ଟିର ଭୋଟ୍ କମାଇବାକୁ ମଧ୍ୟ ଏଆଇର ବ୍ୟବହାର କରାଯାଉଛି ।ଭୋଟ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର ଏଆଇ ଜେନେରେଟେଡ୍ ଫଟୋ, ଭିଡ଼ିଓ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ପ୍ରାର୍ଥୀମାନେ ଜିତିବା ପାଇଁ ନୂଆ ନୂଆ ସମୀକରଣ ତିଆରି କରୁଥିବା ବେଳେ ଏଆଇ ଜେନେରେଟେଡ ଗୋଟିଏ ଫଟୋ କିମ୍ବା ଭିଡିଓ ସବୁ ଖେଳ ବିଗାଡ଼ି ଦେଉଛି।

ନୂଆପଡ଼ା ଜିଲ୍ଲାର ବିଭିନ୍ନ ସୋସିଆଲ ମିଡ଼ିଆ ଗ୍ରୁପରେ ଭାଇରାଲ ହେଉଛି ଏଆଇ ଜେନେରେଟେଡ ଫଟୋ ଭିଡିଓଏକ ଭିଡିଓରେ ତ ଏମିତି ଦେଖାଯାଉଛି ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଓ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଏଥିରେ ସମସ୍ତେ ଚାମ୍ପିଅନ ହେବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ନବୀନ ପଟ୍ଟନାୟକ ବିଜୟୀ ହେଉଛନ୍ତି । ବିଜେଡିର ସମର୍ଥକ ଏହି ପ୍ରକାରର ଭିଡିଓ ପୋଷ୍ଟ କରି ଅପୋଜିସନଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ସେହିପରି ବସନ୍ତ ପଣ୍ଡା, ଅଭିନଦନ ଏବଂ ଜୟ ଢୋଲକିଆଙ୍କୁ ନେଇ ଏକାଧିକ ଏଆଇ ଫଟୋ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଜୟ ଢୋଲକିଆ ଗୀତ ଗାଉଥିଲା ବେଳେ ଅଭିନନ୍ଦନ ତାଙ୍କ ମୁଣ୍ଡ ପୋଛିଦବା ଓ ରାଲିରେ ପାଣିବୋତଳ ଧରି ଜୟଙ୍କ ପଛରେ ବୁଲୁଥିବାର ଡିପ୍ ଫେକ୍ ଭିଡିଓ ଭାଇରାଲ ହେଉଛି ।
କିଛି ଫଟୋ ଏମିତି ଅଛି ଯେଉଠି ବିଜେପି ପ୍ରାର୍ଥୀ ଜୟ ଛିଡ଼ା ହୋଇ ହାତଯୋଡ଼ି ଜୁହାର କରୁଛନ୍ତି । ଜୟଙ୍କ ପାର୍ଶ୍ଵରେ ବିଜେପି ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅଭିନନ୍ଦନ ପଣ୍ଡା କାନ୍ଦୁଛନ୍ତି। ପଣ୍ଡା ବାପା-ପୁଅଙ୍କୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ ବୋଲି ଲେଖା ହୋଇଛି । ଅନ୍ୟ ଏକ ଫଟୋରେ ଜୟ ବିଜେପି ଟିକେଟ୍ ଧରି ହସୁଥିଲା ବେଳେ ପଣ୍ଡା ବାପପୁଅ ଶିଶୁପାଳ ବୋଲି ଲେଖାଯାଇଛି ।

କେବଳ ଏତିକି ନୁହେଁ ନବୀନଙ୍କ ସହ ରାଜୁ ଢୋଲକିଆଙ୍କ ସମର୍ଥନ ଦର୍ଶାଇ ଭିଡ଼ିଓ ଜାରି ହୋଇଛି ।ଆଉ କିଛି ଏମିତି ଫଟ ପୋଷ୍ଟ ହୋଉଛି ଯୋଉଥିରେ ଜୟ ଢୋଲକିଆ ଟିକେଟ ପାଇଁ ବିକ୍ରି ହୋଇଯାଇଥିବାର ବାର୍ତ୍ତା ଆସୁଛି ।ଏସବୁ ଫଟ ଏବଂ ଭିଡିଓ ଦେଖିବାକୁ ମଜା ଲାଗୁଥିଲେ ବି ରାଜନୀତିର ଘିଅରେ ନିଆଁ ଢାଳୁଛି। ବସନ୍ତ ପଣ୍ଡା ଏବଂ ଅଭିନନଦନ ପଣ୍ଡା ଜୟ ଢୋଲକିଆଙ୍କ ପାଇଁ ପ୍ରଚାର ଜାରି ରଖିଥିଲା ବେଳେ ଡିଫ ଫେକ୍ ଭିଡ଼ିଓ ଏବଂ ଏଆଇ ଫଟ ଭିନ୍ନ ବାର୍ତ୍ତା  ଦେଉଛି । ଯାହା ପଣ୍ଡା ଫ୍ୟାମିଲି ସପୋର୍ଟରଙ୍କୁ କଷ୍ଟ ଦେଉଛି । ନୂଆପଡ଼ା ଉପନିର୍ବାଚନରେ ଏଆଇ ଜେନେରେଟେଡ ଫଟୋ ଓ ଭିଡ଼ିଓରେ ବ୍ରେକ୍ ନ ଲାଗିଲେ  ଏହା ନିର୍ବାଚନକୁ ପ୍ରଭାବିତ କରିପାରେ ।

କମିବ Googleର ଚାହିଦା !

ଅଲୋଡ଼ା ହୋଇଯିବ ଗୁଗଲ୍ ବ୍ରାଉଜର । ଟେକ୍ନୋଲୋଜି ଦୁନିଆରେ ପଛରେ ପଡ଼ିଯିବ ଗୁଗଲ୍। ଗୁଗଲର ଜାଗା ନେବ ଏଆଇ ଆଟଲାସ ।ଆଟଲାସ୍‌ ବଦଳାଇବ ବ୍ରାଉଜିଂର ପରିଭାଷା ।ଗୁଗଲ୍ ସର୍ଚ୍ଚ ଇଞ୍ଜିନ ମଡେଲ ପାଇଁ ବଡ଼ ଆହ୍ୱାନ ଆଣିଛି ଏଆଇ ଆଟଲାସ । ଧିରେଧିରେ ଅଲୋଡ଼ା ହେଉଛି ଗୁଗଲ୍ । ଇଣ୍ଟରନେଟ୍ ଜଗତର ସର୍ବବୃହତ୍ ବ୍ରାଉଜର ଗୁଗଲ୍ ବଡ଼ ଲସ ସହିବାକୁ ଯାଉଛି । ଚାଟ୍‌ଜିପିଟି ଆଣିଥିବା ଆମେରିକୀୟ ସଂସ୍ଥା ଓପନ୍‌ଏଆଇ ନିଜର ବ୍ରାଉଜର ଆଟ୍‌ଲାସ୍‌ଉନ୍ମୋଚନ କରିଛି। ଗୋଟିଏ । ଦିନରେ 14 ଲକ୍ଷ କୋଟି ଟଙ୍କା ଲସ୍ କରିଛଇ ଗୁଗଲ୍।

ଓପନ୍‌ଏଆଇର ସିଇଓ ସାମ୍ ଅଲ୍ଡମ୍ୟାନ ଚାଟ୍‌ଜିପିଟି ଆଟ୍‌ଲାସ୍‌କୁ ଉନ୍ମୋଚନ କରିଛନ୍ତି | ଗୁଗଲ୍ କ୍ରୋମ୍ ଭଳି ଆଡ଼ଭାନ୍ସ ଟେକ୍ନୋଲୋଜିରେ ତିଆରି ହୋଇଛି ଆଟଲାସ । ପ୍ରତିଟି ୱେବ୍‌ପେଜ୍‌ରେ ଚାଟଜିପିଟିକୁ ଲିଙ୍କ କରାଯାଇଛି । ଗୋଟାଏ ଟ୍ୟାବରେ ହିଁ ସମସ୍ତ ପ୍ରଶ୍ନର ଉତ୍ତର ଦେବ ଆଟଲାସ । ଏଜେଣ୍ଟ ମୋଡରେ ଟିକେଟ ବୁକିଂ, ଡକ୍ୟୁମେଣ୍ଟ ଏଡିଟର ସୁବିଧା ମଧ୍ୟ ରହିଛି । ଗୁଗଲର ଜାଗା ଆଟଲାସ ନେଉଥିବାରୁ ବଡ଼ ଧରଣର ଲସ ସହିବାକୁ ପଡ଼ିବ ।
ସର୍ଚ୍ଚ ବେଳେ ଆସୁଥିବା ଆଡ଼ଭାଟାଇଜମେଣ୍ଟରୁ ଗୁଗଲ୍ ଇନକମ୍ କରେ । ଓପନ ଏଆଇର ଆଟଲାସ ବ୍ରାଉଜର ଏବେ ଗୁଗଲ୍ କୁ ଏ କ୍ଷେତ୍ରରେ କଡା ଟକ୍କର ଦେବ । ଓପନଏଆଇ ନିକଟରେ ପୂର୍ବରୁ ୮୦୦ ନିୟୁତ ସାପ୍ତାହିକ ଡାଟ୍ ଜିପିଟି ୟୁଜର ରହିଛନ୍ତି । ଏହି ୟୁଜରମାନେ ସହଜରେ ଆଟ୍‌ଲାସକୁ ଗ୍ରହଣ କରିବେ । ଗୁଗଲ୍ ନିକଟରେ ଏହାର କ୍ରୋମ ବ୍ରାଉଜରକୁ ଜେମିନିଏଆଇ ସହ ଯୋଡ଼ିଛି। ଏଆଇ ପଡିଆରା ଲଢ଼େଇରେ ଗୁଗଲ ସର୍ଜ ଇଞ୍ଜିନ ବିଜନେସ ଇନକମ୍ କମିବ ।

ଚାଟଜିପିଟି ଆଟଲାସ ଏବଂ ଗୁଗଲ କ୍ରୋମ ମଧ୍ୟରେ ଏହି ଲଢ଼େଇ ଟେକ୍ଡ଼ୋଲୋଜି  ଦୁନିଆରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ଓପଏଅଇ ଏଆଇ ଜରିଆରେ ବ୍ରାଜଙ୍ଗିକୁ ଅଧିକ ସିମ୍ପଲ ଓ ସ୍ପିଡ୍ କରିବାକୁ ଯାଉଥିବା ବେଳେ ଗୁଗଲ୍ ନିଜ ଦବ୍‌ଦବା ଜାରି ରଖିବା ଲାଗି ଯଥା ସମ୍ଭବ ଉଦ୍ୟମ କରୁଛି। ତଥାପି ଏଆଇର ବଡ଼ଭାନ୍ସ ଟେକ୍ଡ଼ୋଲୋଜି ଯୋଗୁଁ ହୁଏତ ଗୁଗୁଲର ଲୋକପ୍ରିୟତା କମିପାରେ  । 1998 ରୁ ଆରମ୍ଭ ହୋଇଥିବା ଗୁଗୁଲ 27 ବର୍ଷ ପରେ ଫେସ୍ କରୁଥିବା ଏ ପ୍ରୋବ୍ଲେମର ସଲ୍ୟୁସନ୍ ଏତେ ସହଜ ହୋଇନପାରେ ।