ଓଡ଼ିଶାରେ ଖେଳକୁ ନେଇ ବଜେଟ ବଢୁଛି , କ୍ରୀଡ଼ାର ବିକାା ପାଇଁ ଅନେକ ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି। ମାତ୍ର ଖେଳାଳି ବଢୁ ନାହାନ୍ତି। ଓଡ଼ିଶାରୁ ଆଖିଦୃଶିଆ ଇଣ୍ଟରନ୍ୟାସନାଲ ପ୍ଲେୟର୍ସ ବାହାରୁ ନାହାନ୍ତି । ଆଶା ତୁଳନାରେ ଅନ୍ତର୍ଜାତୀୟ ଖେଳାଳୀଙ୍କ ସଂଖ୍ୟା କମ୍ ରହୁଛି। ହାତ ଗଣତି କିଛି ଖେଳାଳିଙ୍କୁ ବାଦ ଦେଲେ ଓଡ଼ିଶାରୁ ଅନ୍ତର୍ଜାତୀୟ ପ୍ରତିଭା ବାହାରୁ ନାହାଁନ୍ତି। ହକିରେ ଓଡିଶାର କ୍ରୀଡ଼ା ସୀମିତ ରହିଯାଉଛି। ଫୁଟବଲ, ବାସ୍କେଟବଲ, ବ୍ୟାଡମିଣ୍ଟନ, କ୍ରିକେଟ ଭଳି ଅନେକ କ୍ରୀଡ଼ାରେ ଓଡିଶା ବହୁ ପଛରେ ରହିଯାଇଛି। ଗୋଟାଏ ପଟେ ଓଡିଶା ଅଲିମ୍ପିକ୍ସ ଆୟୋଜନର ସ୍ୱପ୍ନ ଦେଖୁଥିଲା ବେଳେ ଅନ୍ୟପଟେ ଖେଳାଳୀଙ୍କ ସଂଖ୍ୟା ନିରାଶଜନକ ସ୍ଥିତିରେ ରହିଛି।

BJD ସରକାରଠାରୁ ଆରମ୍ଭ କରି BJP ସରକାର, କାହା ଅମଳରେ ବି ସ୍ଥିତି ସୁଧୁରିନି । ଭିତ୍ତିଭୂମି ବିକାଶ ନେଇ ସରକାର ଅନେକ କଥା କହିଥିଲେ ବି ଅନ୍ତର୍ଜାତୀୟ ଖେଳାଳି ବାହାରି ପାରୁନାହାନ୍ତି । ହାତ ଗଣତି କିଛି ଖେଳାଳିଙ୍କୁ ବାଦ ଦେଲେ ଏବେ ଜାତୀୟ ସ୍ତରରେ ଓଡ଼ିଶା ଖେଳାଳି କମ। ହକିକୁ ଛାଡ଼ିଦେଲେ ଅନ୍ୟ ଖେଳରେ ରାଜ୍ୟ ବହୁ ପଛରେ ପଡ଼ିଛି। କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ବଜେଟ ବଢ଼ିଛି। ଚଳିତ ବର୍ଷ ୧୨୧୦ କୋଟିରୁ ୧୩୧୫ କୋଟିରେ ବଜେଟ ପହଞ୍ଚିଛି ।
୨୦୧୬ରେ ରିଓ ଅଲିମ୍ପିକ୍ସରେ ସର୍ବାଧିକ ୬ ଓଡ଼ିଆ ଖେଳାଳି ଭାଗ ନେଇଥିଲେ। ଆଥଲେଟିକ୍ସରେ ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ ଏବଂ ମହିଳା ହକିରେ ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ, ସୁନୀତା ଲାକ୍ରା, ଲିଲିମା ମିଞ୍ଜ ବେଶ ନାଁ କମାଇଛନ୍ତି। ୨୦୨୧ ଟୋକିଓ ଅଲିମ୍ପିକ୍ସ ଖେଳାଳିଙ୍କ ସଂଖ୍ୟା ୫କୁ ଖସି ଆସିଥିଲା। ଆଉ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ସାମିଲ ହୋଇଥିଲେ ମାତ୍ର ୨ ଓଡ଼ିଆ। ହକିରେ ଅମିତ ରୋହିଦାସ ଏବଂ ଜାଭଲୀନରେ କିଶୋର ଜେନା ଭାଗ ନେଇଥିଲେ । ଯାହାର ସଂଖ୍ୟା ଓ ସଫଳତା ଅତି ନଗଣ୍ୟ

ଅନ୍ୟପଟରେ ଦେଖିବାକୁ ଗଲେ ଓଡିଶା କ୍ରୀଡ଼ା ବଜେଟର ଏକ ତୃତୀୟାଂଶ ହେଉଛି ହରିୟାଣା କ୍ରୀଡା ବଜେଟ। କିନ୍ତୁ ହରିୟାଣା କ୍ରୀଡ଼ାବିତ ବିଭିନ୍ନ ଖେଳରେ ଦେଶରେ ପ୍ରଭାବ ବିସ୍ତାର କରିଛନ୍ତି। ମାତ୍ର ଓଡ଼ିଶାରେ ହାଇ ବଜେଟ ପରେ ବିସ୍ଥିତି ସୁଧୁରନ ।ତେଣୁ କେବଳ ବଜେଟ ନୁହେଁ ତୃଣମୂଳ ସ୍ତରରୁ ପ୍ରତିଭା ବିକାଶ ଆବଶ୍ୟକତା ରହିଛି ବୋଲି କ୍ରୀଡ଼ା ବିଶେଷଜ୍ଞ ମତ ରଖିଛନ୍ତି । ଭବିଷ୍ୟତରେ କେବଳ ବଜେଟ ବଢେଇ ନଦେଇ ଖେଳାଳି ସୃଷ୍ଟି ଦିଗରେ ସରକାର ଧ୍ୟାନ ଦିଅନ୍ତୁ।