Plain Crash ନେଉଛି ନେତାଙ୍କ ଜୀବନ

ଏୟାର-କ୍ରାସ୍ ଫୁଲ୍ ଷ୍ଟପ୍ ପକାଇଛି ୫ଜଣ ମୁଖ୍ୟମନ୍ତ୍ରୀଙ୍କର ପଲିଟିକାଲ୍ କ୍ୟାରିୟରରେ। ଲୋକସଭାର ସିଟିଂ ବାଚସ୍ପତିଙ୍କ କାର୍ଯ୍ୟକାଳକୁ ପୂରଣ ହେବାକୁ ଦେଲାନି ବିମାନ ଦୁର୍ଘଟଣା। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୁଅଙ୍କ ଜୀବନ ନେଇଛି ବିମାନ ପ୍ଲେନରେ ଏଣ୍ଡ ହୋଇଛି ଅନେକ ନେତାଙ୍କ ପଲିଟିକାଲ୍ କ୍ୟାରିୟର। ନିକଟରେ ଅହମଦବାଦଠାରେ ଏୟାର ଇଣ୍ଡିଆର ଇଣ୍ଟର ନ୍ୟାସନାଲ୍ ଫ୍ଲାଇଟ ଦୁର୍ଘଟଣା ଅତ୍ୟନ୍ତ ହୃହୟ ବିଦାରକ। ୨୦୨୫ ଜୁନ୍ ୧୨ରେ ଅହମଦାବାଦର ଏୟାର କ୍ରାସରେ ଆରପାରିକୁ ଯାତ୍ରା କରିଛନ୍ତି ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ। ୨୦୧୬ ରୁ ୨୦୨୧ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ ବିଜୟ ରୂପାନୀ। ମେୟରରୁ ଚିଫ୍ ମିନିଷ୍ଟର ହୋଇଥିବା ରୂପାନୀଙ୍କର ପଲିଟିକାଲ୍ ଲାଇଫରେ ପୂଣ୍ଣଛେଦ ପଡ଼ିଛି। କେବଳ ବିଜୟ ରୂପାନୀ ନୁହନ୍ତି, ଭାରତର ଅନେକ ରାଜନେତା ଏୟାର୍ କ୍ରାସରେ ପ୍ରାଣ ହରେଇଛନ୍ତି କିଛି ଦୁର୍ଘଟଣାକୁ ଷଡ଼ଯନ୍ତ୍ର ବୋଲି କୁହାଯାଉଥିଲା ବେଳେ ଆଉ କିଛି ଥିଲା ଅପ୍ରତ୍ୟାଶିତ

ତେବେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଫାଷ୍ଟ ଇଣ୍ଡିଆନ୍ ପଲିଟିସିଆନ୍ ହେଉଛନ୍ତି ବଲବନ୍ତରାୟ ମେହେଟ୍ଟା। ୧୯୬୫ରେ ଇଣ୍ଡୋ-ପାକ୍ ଯୁଦ୍ଧ ସମୟରେ ଗୁଜୁରାଟର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ବଳବନ୍ତରାୟ ମେହଟ୍ଟାଙ୍କର ବିମାନରେ ଦେହାନ୍ତ ହୋଇଥିଲା। ତାଙ୍କର ବିମାନକୁ ପାକିସ୍ତାନ ବାୟୁସେନାର ଜେଟ୍ ଖସାଇ ଦେଇଥିଲା। ଭାରତ-ପାକିସ୍ତାନ ବର୍ଡରରେ ଆୟୋଜିତ ଏକ ପୋଗ୍ରାମକୁ ଗଲାବେଳେ ଅଧାରେ ଅଟକି ଥିଲେ ବଳବନ୍ତରାୟ। ସେଇଠୁ ହିଁ ଆରମ୍ଭ ହେଲା ବିମାନରେ ନେତାଙ୍କ ଶେଷ ନିଶ୍ୱାସର ଯାତ୍ରା।ଏହା ପରେ ଥିଲା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁର୍ନମ ସିଂହଙ୍କର ପାଳି। ୧୯୭୩ ମେ ୩୧ ତାରିଖରେ ଦିଲ୍ଲୀରେ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରେଇଲେ ଗୁର୍ନମ ସିଂହଙ୍କର
ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଆନ୍ଧ୍ର ପ୍ରଦେଶର ସିଟିଂ ଚିଫ୍ ମିନିଷ୍ଟର ୱାଇ.ଏସ୍.ରାଜଶେଖର ରେଡ୍ଡି ପାଗ ଖରାପ ଯୋଗୁ YSRଙ୍କ ସ୍ୱତନ୍ତ୍ର ବିମାନ, ୨୦୦୯ ସେପ୍ଟେମ୍ବର ୨ରେ ଜଙ୍ଗଲରେ ଖସି ପଡିଥିଲା। ଫଳରେ ଆନ୍ଧ୍ରର ସିଟିଂ ଚିଫ୍ ମିନିଷ୍ଟରଙ୍କ ଦେହାନ୍ତ ହୋଇଥିଲା।

ସେହିଭଳି ୨୦୧୧ ଏପ୍ରିଲ ୩୦ରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରେଇଥିଲେ ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦୋରଜୀ ଖାଣ୍ଡୁ । ଚୀନ୍ ସୀମାରେ ଖାଣ୍ଡୁଙ୍କ ସହ ଯାଇଥିଲା ୫ ସହଯାତ୍ରୀଙ୍କ ଜୀବନ।ଏୟାର କ୍ରାସରେ ପ୍ରାଣ ହରେଇଥିବା ନେତାଙ୍କ ଭିତରେ ରହିଛନ୍ତି ଲୋକସଭାର ପୂର୍ବତନ ବାଚସ୍ପତି ତଥା ବାଲଯୋଗୀ ୨୦୦୨ ମାର୍ଚ୍ଚ ୩’ରେ ଏକ ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ମଝି ଆକାଶରେ ଯାଇଥିଲା ଜୀବନ।
କିନ୍ତୁ ଏସବୁ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ପୁଅ ସଞ୍ଜୟଙ୍କର ଅକାଳ ବିୟୋଗ ହୋଇଥିଲା୧୯୮୦ ମସିହା ଜୁନ୍ ୩ର ସକାଳ ୮ଟା ୧୦ ସମୟରେ ସଫଦରଜଙ୍ଗ ଏୟାରପୋର୍ଟ ନିକଟରେ ସଞ୍ଜୟ ଗାନ୍ଧିଙ୍କ ପ୍ଲେନ୍ କ୍ରାସ୍ ହେବା ଫଳରେ ତାଙ୍କର ଦେହାନ୍ତ ହୋଇଥିଲା। ଦିଲ୍ଲୀ ଫ୍ଲାଇଂ କ୍ଲବର ଏକ ବିମାନରେ ଏରିଏଲ୍ ଷ୍ଟଣ୍ଟ ଦେଉଥିବା ବେଳେ ପ୍ରାଣ ହରେଇଥିଲେ ସଞ୍ଜୟ। ଅନ୍ୟପଟେ ସଞ୍ଜୟ ଗାନ୍ଧିଙ୍କ ବଡ଼ଭାଇ ରାଜୀବଙ୍କ ସାଙ୍ଗ ମାଧବରାଓ ସିନ୍ଧିଆ ମଧ୍ୟ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ୨୦୦୧ସେପ୍ଟେମ୍ବର ୩୦ରେ କାନପୁରକୁ ଏକ ରାଲିକୁ ଯାଉଥିଲା ବେଳେ ଅଧାରେ ଅଟକିଥିଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସିନ୍ଧିଆଙ୍କ ଯାତ୍ରା। ଉତ୍ତର ପ୍ରଦେଶ ମୈନପୁରି ଜିଲ୍ଲା ଭୋଗାଓଁରେ ଏକ ଚାଟାର୍ଟ ଫ୍ଲାଇଟ୍ ଦୁର୍ଘଟଣାରେ ସିନ୍ଧିଆଙ୍କର ମୃତ୍ୟୁ ହୋଇଥିଲା।

Visited 3 times, 1 visit(s) today
Share this post

Leave A Comment

Your email address will not be published. Required fields are marked *