ସୁପରଫାଷ୍ଟ ଇଣ୍ଟରନେଟ୍ ଚାହୁଁଛନ୍ତି କି? ସମସ୍ୟା ଦୂର କରିବ ସାଟେଲାଇଟ

ଭାରତର ସର୍ବବୃହତ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଏଲନ ମସ୍କଙ୍କ ସ୍ପେସ୍ ଏକ୍ସ ସହିତ  ପାର୍ଟନରସିପ କରିଛି । ଖୁବ ଶୀଘ୍ର ଗ୍ରାହକ ଷ୍ଟାର-ଲିଙ୍କ ସେବା ଉପଭୋଗ କରିବାର ସୁଯୋଗ ପାଇବେ । ପୂର୍ବରୁ ରିଲାଏନ୍ସ ଜିଓର ପ୍ରତିଦ୍ୱନ୍ଦ୍ୱୀ ଭାରତୀ ଏୟାରଟେଲ ମଧ୍ୟ ଷ୍ଟାର-ଲିଙ୍କ ସହିତ ଚୁକ୍ତିନାମା ସ୍ୱାକ୍ଷର କରିସାରିଛି । ଷ୍ଟାର-ଲିଙ୍କ ହେଉଛି ଏକ ଉପଗ୍ରହ ଆଧାରିତ ଇଣ୍ଟରନେଟ୍ ସର୍ଭିସ ପ୍ରୋଭାଇଡର, ଯାହା ଦୀର୍ଘ ଦିନ ଧରି ଭାରତରେ ଏହାର ସେବା ଆରମ୍ଭ କରିବାକୁ ଚେଷ୍ଟା କରୁଥିଲା। ଏ ପର୍ଯ୍ୟନ୍ତ ଷ୍ଟାର-ଲିଙ୍କକୁ ଭାରତୀୟ କର୍ତ୍ତୃପକ୍ଷଙ୍କ ଅନୁମୋଦନ ମିଳିନାହିଁ, ଅନୁମୋଦନ ମିଳିବା ମାତ୍ରେ ସେବା ଭାରତରେ ଆରମ୍ଭ ହେବ।

ଖୁଚୁରା ଷ୍ଟୋର ଏବଂ ଅନଲାଇନ ପ୍ଲାଟଫର୍ମ ମାଧ୍ୟମରେ ଷ୍ଟାର-ଲିଙ୍କ ଡିଭାଇସ ଗୁଡ଼ିକ ଉପଲବ୍ଧ କରାଯିବ ବୋଲି ଜିଓ ପକ୍ଷରୁ କୁହାଯାଇଛି। ଏହା ବ୍ୟତୀତ ଜିଓ ଗ୍ରାହକ ମାନଙ୍କୁ ସଂସ୍ଥାପନ ଏବଂ ବୈଷୟିକ ସହାୟତା ମଧ୍ୟ ଯୋଗାଇବ, ଯାହା ଦ୍ୱାରା ସାଟେଲାଇଟ୍ ଇଣ୍ଟରନେଟ୍ ସୁଗମ ଭାବରେ ବ୍ୟବହାର କରା ଯାଇପାରିବ।ଷ୍ଟାର-ଲିଙ୍କ୍ ହେଉଛି ଏକ ଉପଗ୍ରହ ଆଧାରିତ ହାଇ ସ୍ପିଡ୍ ଇଣ୍ଟରନେଟ୍ ସେବା, ଯାହା ଏଲନ୍ ମସ୍କର କମ୍ପାନୀ ସ୍ପେସ୍ ଏକ୍ସ ଦ୍ୱାରା ବିକଶିତ ହୋଇଛି । ଏଥିପାଇଁ ମୋବାଇଲ୍ ଟାୱାର ସ୍ଥାପନ କରିବାର  କୌଣସି ଆବଶ୍ୟକତା ନାହିଁ । ଷ୍ଟାର-ଲିଙ୍କ୍ ସାରା ବିଶ୍ୱରେ ହାଇ ସ୍ପିଡ୍ ଇଣ୍ଟରନେଟ୍ ଯୋଗାଇବାକୁ ଚାହୁଁଛି, ବିଶେଷକରି ଯେଉଁଠାରେ ତାରଯୁକ୍ତ ବ୍ରଡବ୍ୟାଣ୍ଡ ସୁବିଧା ଉଲବ୍ଧ ନାହିଁ।

ରିଲାଏନ୍ସ ଜିଓ ଗ୍ରୁପ୍ ସିଇଓ ମାଥ୍ୟୁ ଓମେନ୍ କହିଛନ୍ତି, ପ୍ରତ୍ୟେକ ଭାରତୀୟଙ୍କୁ ସୁଲଭ ଏବଂ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ଉପଲବ୍ଧ କରାଇବା ଜିଓର ପ୍ରାଥମିକତା ଅଟେ। ଭାରତକୁ ଷ୍ଟାର-ଲିଙ୍କ୍ ଆଣିବା ପାଇଁ ସ୍ପେସ୍ ଏକ୍ସ ସହିତ ଆମର ସହଯୋଗ ଆମର ପ୍ରତିବଦ୍ଧତାକୁ ମଜଭୁତ କରେ ଏବଂ ଏହା ସମସ୍ତଙ୍କ ପାଇଁ ନିରବଚ୍ଛିନ୍ନ ବ୍ରଡବ୍ୟାଣ୍ଡ ସଂଯୋଗ ଦିଗରେ ଏକ ବଡ ପଦକ୍ଷେପ । ଜିଓର ବ୍ରଡବ୍ୟାଣ୍ଡ ଇକୋସିଷ୍ଟମରେ ଷ୍ଟାର-ଲିଙ୍କ୍ ସହ ମିଶି ନିଜ ନେଟୱର୍କକୁ ବିସ୍ତାର କରିବା ପାଇଁ ଚାହୁଁଛି ।ଷ୍ଟାର-ଲିଙ୍କ୍ ସେବା ବ୍ୟବହାର କରିବାକୁ ଏକ ଛୋଟ ଡିସ ଇନଷ୍ଟଲ୍ କରିବାକୁ ପଡିବ, ଯାହାକୁ ଷ୍ଟାର-ଲିଙ୍କ୍ ଟର୍ମିନାଲ୍ ମଧ୍ୟ କୁହାଯାଏ। ଗ୍ରାହକଙ୍କୁ ଏହି ଡିସକୁ ଘରେ ସେଟ୍ କରିବାକୁ ପଡ଼ିବ। ଏହି ଡିସ୍ ଆକାଶରେ ଉପସ୍ଥିତ ଉପଗ୍ରହରୁ ସିଗନାଲ୍ ଗ୍ରହଣ କରେ ଏବଂ ପଠାଏ। ଏହା ପରେ ଏହି ଡିସ୍ ୱାଇଫାଇ ରାଉଟର୍ ସହିତ ସଂଯୁକ୍ତ ହୋଇଥାଏ, ଯାହା ଘର ଭିତରେ ଲଗା ଯାଇଥାଏ ।

ଷ୍ଟାର-ଲିଙ୍କ୍ କାର୍ଯ୍ୟଶୈଳୀରୁ ସ୍ପଷ୍ଟ ଏହା ଭାରତରେ ଇଣ୍ଟରନେଟ୍ ସଂଯୋଗକୁ ଉନ୍ନତ କରିପାରିବ। ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳର ଲୋକାମାନେ ଏହାର ବିଶେଷ ଲାଭ ଉଠାଇ ପାରିବେ। ଭାରତରେ ଏ ପର୍ଯ୍ୟନ୍ତ ଅନେକ ଗାଁ ଏବଂ ପାହାଡ଼ିଆ ଅଞ୍ଚଳ ଅଛି, ଯେଉଁଠାରେ ଫାଇବର୍ ଇଣ୍ଟରନେଟ୍ ପହଞ୍ଚି ପାରିନାହିଁ । ଏପରି ସ୍ଥିତିରେ ସେମାନେ ଷ୍ଟାର-ଲିଙ୍କ୍ ଦ୍ୱାରା ଉପକୃତ ହୋଇପାରିବେ। ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ବିଦ୍ୟାଳୟ ଏବଂ ଡାକ୍ତରଖାନା ଏଥିରୁ ବହୁତ ଲାଭବାନ ହେବ।

ସୁପ୍ରିମକୋର୍ଟର ବିଚାରପତିଙ୍କ ସମ୍ପତ୍ତି ବିବରଣୀ, ସମସ୍ତେ ଜାଣିବେ

  • ସୁପ୍ରିମକୋର୍ଟର ସମସ୍ତ ୩୩ ଜଣ କାର୍ଯ୍ୟରତ ବିଚାରପତି ସର୍ବୋଚ୍ଚ କୋର୍ଟର ୱେବସାଇଟରେ ପ୍ରକାଶ କରି ଜନସାଧାରଣଙ୍କ ନିକଟରେ ସେମାନଙ୍କର ସମ୍ପତ୍ତି ପ୍ରକାଶ କରିବାକୁ ରାଜି ହୋଇଛନ୍ତି
  • ଏପ୍ରିଲ ପହିଲାରେ ଅନୁଷ୍ଠିତ ଏକ ପୂର୍ଣ୍ଣ କୋର୍ଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଏ ସଂକ୍ରାନ୍ତରେ ଏକ ସଂକଳ୍ପ ଗୃହୀତ ହୋଇଥିଲା ଏବଂ ଏହା ଭବିଷ୍ୟତ ବିଚାରପତି ମାନଙ୍କ ପାଇଁ ମଧ୍ୟ ଲାଗୁ ହେବ।
  • ନ୍ୟାୟପାଳିକାର କାର୍ଯ୍ୟଧାରାର ଅସ୍ପଷ୍ଟତାକୁ ନେଇ ସାମ୍ପ୍ରତିକ ବିବାଦକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବିଶେଷ କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଦିଲ୍ଲୀ ବାସଭବନରେ ବିପୁଳ ପରିମାଣର ନଗଦ ଟଙ୍କା ଜବତ ହୋଇଥିବା ଅଭିଯୋଗ ପରେ ବିଚାରପତିଙ୍କ ସାଧୁତାକୁ ନେଇ ପ୍ରଶ୍ନ ଉଠିଥିଲା

ୱେବସାଇଟରେ ସମ୍ପତ୍ତିର ପ୍ରକାଶନ ପୂର୍ବରୁ ବାଧ୍ୟତା ମୂଳକ ନଥିଲା
୨୦୦୯ରେ ହିଁ ସୁପ୍ରିମକୋର୍ଟର ଏକ ପୂର୍ଣ୍ଣ ନ୍ୟାୟଳୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ-ଯାହା ଜନସାଧାରଣ ଏବଂ କୋର୍ଟ ଭିତରୁ ପ୍ରବଳ ଚାପ ପରେ ଆସିଥିଲା। ସେହି ବର୍ଷ ଅଗଷ୍ଟ ୨୬ ତାରିଖରେ ଦେଶର ସର୍ବୋଚ୍ଚ କୋର୍ଟର ୱେବସାଇଟରେ ବିଚାରପତି ମାନଙ୍କ ସମ୍ପତ୍ତିର ବିବରଣୀ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଥିଲେ।

  • ତଥାପି, ଏହି ସଂକଳ୍ପ ନିଜେ ୧୨ ବର୍ଷ ପୂର୍ବେ ୧୯୯୭ ରେ ନିଆଯାଇଥିବା ଅନ୍ୟ ଏକ ପୂର୍ଣ୍ଣ ନ୍ୟାଯଳୟର ସଂକଳ୍ପ ଅନୁଯାୟୀ ଥିଲା, ଯାହା ଅନୁଯାୟୀ, ସୁପ୍ରିମକୋର୍ଟର ବିଚାରପତି ମାନଙ୍କୁ ଭାରତର ପ୍ରଧାନ ବିଚାରପତିଙ୍କୁ ସେମାନଙ୍କ ନିକଟରେ ସମ୍ପତ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇ ଥିଲା।
  • ୧୯୯୭ର ସଂକଳ୍ପ ଅନୁଯାୟୀ ପ୍ରଧାନ ବିଚାରପତିଙ୍କ ନିକଟରେ ସମ୍ପତ୍ତି ପ୍ରକାଶ କରିବା ବାଧ୍ୟତା ମୂଳକ ଥିବାବେଳେ,୨୦୦୯ର ସଂକଳ୍ପ ସତ୍ତ୍ୱେ କୋର୍ଟ ୱେବସାଇଟରେ ସମ୍ପତ୍ତି ପ୍ରକାଶନ ଏପର୍ଯ୍ୟନ୍ତ ସ୍ୱେଚ୍ଛାକୃତ ଥିଲା।