BJDରେ ଶୀତଳ ଯୁଦ୍ଧ, ବଦଲା ନେଉଛନ୍ତି ବବି

ୱାକଫ୍ ସଂଶୋଧନ ବିଲକୁ ନେଇ ବିଜୁ ଜନତା ଦଳରେ ଦେଖା ଦେଇଥିବା ବିବାଦ, ଏବେ ଭିନ୍ନ ମୋଡ଼ ନେଲାଣି

  • ସୁଯୋଗ ଅପେକ୍ଷାରେ ଥିବା ବବି ଦାସ, ଭୈରବ ପାଣ୍ଡିଆନଙ୍କୁ କାଉଣ୍ଟର ଆଟାକ୍ କରୁଥିବାର ସୂଚନା ମିଳୁଛି
  • 2024 ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ଲଢାଇ ବବିଙ୍କ ପଲିଟିକାଲ୍ କ୍ୟାରିୟର ଖତମ୍ କରିବାର ଯୋଜନା ପାଣ୍ଡିଆନ କରିଥିଲେ ବୋଲି ବବି ଦାସଙ୍କ କ୍ୟାମ୍ପ୍ ନିର୍ବାଚନ ଫଳାଫଳ ପରେ ଜାଣି ସାରିଥିଲେ
  • କିନ୍ତୁ ଅପେକ୍ଷା କରିଥିଲେ ସୁଯୋଗକୁ.
    ୱାକଫ୍ ସଂଶୋଧନ ବିଲରେ BJD ରାଜ୍ୟସଭା ସାଂସଦଙ୍କ ଭୋଟିଂ ଦେବାର ଶୈଳୀ, ବବିଙ୍କ ପାଇଁ ଆଣିଲା ସୁବର୍ଣ୍ଣ ସୁଯୋଗ
  • ପାଣ୍ଡିଆନଙ୍କ ଇଙ୍ଗିତରେ BJDର 5 ସାଂସଦ ବିଲ୍ ସପକ୍ଷରେ ଭୋଟ ଦେଇଥିଲେ।କିନ୍ତୁ ମୁନ୍ନା ଖାଁଙ୍କ ପରି ସାଂସଦ, ବିଲ୍ ବିରୁଦ୍ଧରେ ଭୋଟ୍ ଦେଇଥିଲା ବେଳେ ଦେବାଶିଷ ସାମନ୍ତରାୟ ଭୋଟ ଦାନରୁ ନିବୃତ ରହିଲେ
    ଏହି ଗୋଳିଆ ପରିସ୍ଥିତି, ବବି ଦାସଙ୍କ ପାଇଁ ଆଣିଛି ସୁବର୍ଣ୍ଣ ସୁଯୋଗ..
    ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଫ୍ରଣ୍ଟରେ ରଖି ପାଣ୍ଡିଆନଙ୍କୁ କରାଗଲା ଟାର୍ଗେଟ,
  • ଭୈରବ ମଧ୍ୟ ସଙ୍ଗେ ସଙ୍ଗେ ନିଜ 4 ସାଂସଦ ସମର୍ଥକଙ୍କୁ ଆଗକୁ ଆଣିଲେ,
  • ରାଜ୍ୟସଭା ସାଂସଦ ଶୁଭାଷିଷ ଖୁଣ୍ଟିଆ, ସୁଲତା ଦେଓ, ମାନସ ମଙ୍ଗରାଜ ଏବଂ ନିରଞ୍ଜନ ବିଶି ମିଳିମିଶି ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କଲେ

ପାଣ୍ଡିଆନଙ୍କ ଏହି ଓପନ୍ ଚ୍ୟାଲେଞ୍ଜକୁ କାଉଣ୍ଟର କରିବାକୁ ବବି ଦାସ ପୁଣି ଖେଳିଲେ ଆଉ ଏକ ମାଷ୍ଟର ଷ୍ଟ୍ରୋକ୍,

  • ବିଜୁ ଜନତା ଦଳର ପୁରୁଖା ନେତାଙ୍କ ପୁଅମାନେ ଆଗେଇ ଆସିଲେ, ଦେବାଶିଷଙ୍କ ସମର୍ଥନରେ,
  • ପ୍ରଭାତ ତ୍ରିପାଠୀ, ଦାମୋଦର ରାଉତ, ନଳିନୀ ମହାନ୍ତି, ପ୍ରଦୀପ ମହାରଥୀ, କଳ୍ପତରୁ ଦାସ, କାଳିନ୍ଦି ବେହେରାବିଜୟଶ୍ରୀ ରାଉତରାୟଙ୍କ ପରି ଭେଟେରାନଙ୍କ ପୁଅମାନେ ଦେବାଶିଷ ସାମନ୍ତରାୟଙ୍କୁ ସପୋର୍ଟ କଲେ,
  • ପାଣ୍ଡିଆନ୍ ଯେପରି ନବୀନ ନିବାସରେ ଲୁଚି ରହିଛନ୍ତି ବବି ଦାସ ମଧ୍ୟ ଦେବାଶିଷ ସାମନ୍ତରାୟଙ୍କ ଆଢୁଆଳରେ ବସି ଗୋଟି ଚଳାଉଛନ୍ତି।

ଶୁଣିବାକୁ ମିଳୁଛି, ପାଣ୍ଡିଆନଙ୍କୁ ହଟାଇବା ପାଇଁ BJDର ପ୍ରତିଷ୍ଠାତା ସଭ୍ୟ ବିଜୟ ମହାପାତ୍ରଙ୍କ ଶରଣରେ ପଶିଛନ୍ତି ବବି ଦାସBJDକୁ ବଞ୍ଚାଇବା ପାଇଁ ବିଜୟ ମହାପାତ୍ର ଦାୟିତ୍ୱ ନିଅନ୍ତୁ ବୋଲି ବବି ଦାସଙ୍କ କ୍ୟାମ୍ପ୍ ଉଦ୍ୟମ ଚଳାଇଛନ୍ତି

  • ବିଜୟ ମହାପାତ୍ର ଯଦିଓ ନିଜର ଭୂମିକାକୁ ନେଇ କଛି କ୍ଲିୟର୍ କରୁନାହାନ୍ତି, କିନ୍ତୁ ବିଜୟଙ୍କର ବ୍ଲୁ-ଆଏଡ୍ ବୟ ପ୍ରଭାତ ତ୍ରିପାଠୀ, ପାଣ୍ଡିଆନଙ୍କୁ ଭିଲେନ୍ ବୋଲି ସମ୍ବୋଧନ କରୁଛନ୍ତି ।
  • ବବି ଦାସ ଜାଣିଛନ୍ତି BJD ବଞ୍ଚାଇବା ପାଇଁ ପ୍ରୟାସ ଜରିଆରେ ବିଜୟ ମହାପାତ୍ରଙ୍କୁ ଦଳକୁ ଆଣିଲେ ପାଣ୍ଡିଆନ ନିଶ୍ଚିତ ବିଦା ହେବେ

ତେବେ  ବବିଙ୍କ ଏ ରଣନୀତି ସଫଳ ହେବ କି ନାହିଁ ତାହା ଆଉ ଖୁବ୍ କମ ଦିନରେ ସ୍ପଷ୍ଟ ହେବକିନ୍ତୁ ପାଣ୍ଡିଆନଙ୍କ ପାଇଁ BJD ହରିଲା, ଏହି ବାର୍ତ୍ତା ଦଳୀୟ କର୍ମୀଙ୍କ ପାଖକୁ ଆଗରୁ ଯାଇଥିଲା। ଏବେ ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ଧାରଣା ଜନ୍ମଲାଣି ଯେ ଦିଲ୍ଲୀ BJP ନିକଟରେ BJDକୁ ସମର୍ପି ଦେଇଛନ୍ତି ଭୈରବ ପାଣ୍ଡିଆନ !

ଅଣଓଡ଼ିଆ ପାଣ୍ଡିଆନଙ୍କ ସପକ୍ଷରେ ବିଜେଡିର ୪ ରାଜ୍ୟସଭା ସାଂସଦ

ପାଣ୍ଡିଆନଙ୍କ ଅଭେଦ୍ୟ ଦୁର୍ଗ ନବୀନ ନିବାସରେ ‘ପାଣ୍ଡିଆନ୍ ଗୋ ବ୍ୟାକ୍’ ନାରାର ଘଣ୍ଟା ନ ପୁରୁଣୁ ଅଣଓଡ଼ିଆ ଭୈରବ ପାଣ୍ଡିଆନଙ୍କ ସମର୍ଥନରେ ବାହାରି ଆସିଛନ୍ତି ରାଜ୍ୟସଭା ସାଂସଦ

  • ଲାଗୁଛି ଯେମିତି ଗରିଲା ଯୁଦ୍ଧରେ ନିପୁଣ ଏହି ସାଂସଦ
  • କେବଳ ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ ଦେଉନାହାନ୍ତି ବରଂ,ୱାକଫ୍ ବିଲରେ ବିପର୍ଯ୍ୟୟ ପାଇଁ ନିଜର ସହଯୋଗୀ ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କରିଛନ୍ତି
  • ଭୈରବ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେଇ ମଧ୍ୟ ସୁରକ୍ଷିତ ଭାବେ ନବୀନ ନିବାସରୁ ପଲିଟିକ୍ସ କରୁଛନ୍ତି
  • କିନ୍ତୁ ୱାକଫ୍ ବିଲରେ ବିଜେଡି ରାଜ୍ୟସଭା ସାଂସଦମାନଙ୍କର କାର୍ଯ୍ୟକଳାପ ସବୁ ବିଗାଡ଼ି ଦେଲା
    ନିଜ ପାଇଁ ଅଭେଦ୍ୟ ଦୁର୍ଗର ଭାବୁଥିବା ନବୀନ ନିବାସରେ ପାଣ୍ଡିଆନ ଏବେ ଅସୁରକ୍ଷିତ।
  • ସାଂସଦ ମୁନ୍ନା ଖାଁଙ୍କ ସମର୍ଥକ ମାନେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି
  • ପାଣ୍ଡିଆନ ଗୋ ବ୍ୟାକ୍ ନାରା ଦେଇଛନ୍ତି
    ଉଚ୍ଚ ଅଭିଳାଶି ପାଣ୍ଡିଆନ ଅଣଓଡ଼ିଆ ବିଚଳିତ ହେଲା ଭଳି ଲାଗୁ ନାହାନ୍ତି ।
    ନିଜକୁ ବିଜେଡିର ନମ୍ବର 2 ଭାବେ ଦେଖେଇବା ପାଇଁ
    ଜଣ ସାଂସଦଙ୍କୁ କାମରେ ଲଗାଇ ଦେଇଛନ୍ତି
  • କଂଗ୍ରେସରୁ ଆସି ରାଜ୍ୟସଭା ସାଂସଦ ହୋଇଥିବା ମାନସ ମଙ୍ଗରାଜ,ଏବେ ପାଣ୍ଡିଆନଙ୍କ ସପକ୍ଷରେ ସୋସିଆଲ ମିଡିଆରେ ଓକିଲାତି କରୁଛନ୍ତି
  • ସେହିଭଳି ବିଜେଡି ସହ ସମ୍ପର୍କ ନଥାଇ ମଧ୍ୟ ନିରଞ୍ଜନ ବିଶି ପାଣ୍ଡିଆନଙ୍କ ଦୟାରୁ ରାଜ୍ୟସଭା ସାଂସଦ ହୋଇଥିବାରୁ ଋଣ ଶୁଝାଉଛନ୍ତି
  • ରାଜ୍ୟସଭା ନିର୍ବାଚନରେ ବିଜେଡିର ଭୂମିକା ପାଇଁ ପାଣ୍ଡିଆନ ଦାୟୀ ନୁହନ୍ତି ବୋଲି ମାନସମଙ୍ଗରାଜ,ନିରଞ୍ଜନ ବିଶି ଓକିଲାତି କରୁଛନ୍ତି
  • ଏପରିକି ନିଜ ଦଳର ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ମଧ୍ୟ ପାଣ୍ଡିଆନଙ୍କ ପାଇଁ ଟାର୍ଗେଟ କରିଛନ୍ତି।

ସେହିଭଳି ଶୁଭାଶିଷ ଓରଫ୍ ଲକି ଖୁଣ୍ଟିଆ( ସାର୍) ସମ୍ବୋଧନ କରି ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି
ସେହିଭଳି ସୁଲତା ଦେଓ ମଧ୍ୟ ଦେବାଶିଷଙ୍କୁ  ୱାକଫ୍ ବିଲ ଭୋଟିଂରୁ ନିଜକୁ ଦୁରେଇ ରଖିଥିବାରୁ ଟାର୍ଗେଟ୍ କରିଛନ୍ତି ।

ଭିଲେନ ଚୁପ୍ ସୈତାନଙ୍କ କବଳରେ BJD

ୱାକଫ୍ ସଂଶୋଧନ ବିଲକୁ ରାଜ୍ୟସଭାରେ ସମର୍ଥନ ଓ ବିରୋଧକୁ ନେଇ BJDରେ ଘମାସନ

  • ବିଲ୍ ସପକ୍ଷରେ ସାଂସଦ ସସ୍ମିତ ପାତ୍ର କାହିଁକି ଭୋଟ ଦେଲେ?, ସେ ପ୍ରସଙ୍ଗରେ ସାଂସଦ ମାନଙ୍କ ଅପେକ୍ଷା କାଠଗଡ଼ାକୁ ଟାଣି ହୋଇ ଆସିଛନ୍ତି BJD ସଭାପତି ନବୀନ ପଟ୍ଟନାୟକ ।
  • ଖ୍ରୀଷ୍ଟିଆନ ସଂପ୍ରଦାୟର ସସ୍ମିତ ପାତ୍ର, ୱାକଫ୍ ସଂଶୋଧନ ବିଲ୍ ସପକ୍ଷରେ ଭୋଟ ଦେଇଥିବା ବେଳେ ମୁସଲମାନ ସଂପ୍ରଦାୟର ମୁନ୍ନା ଖାଁ, ୱାକଫ୍ ବିଲ୍ ବିରୁଦ୍ଧରେ ଭୋଟ ଦେଲେ।

ସସ୍ମିତ ପାତ୍ର କାହିଁକି ବିଲକୁ ସମର୍ଥନ କଲେ ଏବଂ କାହା ନିର୍ଦ୍ଦେଶରେ ଭୋଟ ଦେଲେ ବୋଲି BJDର ବରିଷ୍ଠ ନେତାମାନେ ନବୀନ ପଟ୍ଟନାୟକଙ୍କ ଠାରୁ ଜାଣିବାକୁ ଚାହିଁଥିଲେ?

ପ୍ରଭାତ ତ୍ରିପାଠୀଙ୍କ ବୟାନ୍, ପାଣ୍ଡିଆନ ଭିଲେନ୍
-ସୌମ୍ୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା,ନବୀନ ଚୁପ୍ ସୈତାନ୍
-ୱାକଫ୍ ବିଲକୁ ନେଇ ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା ପରେ ବଢୁଛି ଅଡ଼ୁଆ
-ଗଣେଶ୍ୱର ବେହେରା, ପ୍ରତାପ ଜେନା, ପ୍ରଫୁଲ୍ଲ ସାମଲଙ୍କ ପରେ ଅସନ୍ତୋଷ ଝାଡ଼ିଲେ ପ୍ରଭାତ ତ୍ରିପାଠୀ
ସସ୍ମିତ ପାତ୍ରଙ୍କର ଏତେ ସାହସ ନାହିଁ,ପାଣ୍ଡିଆନ ହିଁ ଖଳନାୟକ
ପାଣ୍ଡିଆନଙ୍କ ପାଇଁ ନିର୍ବାଚନ ଫଳ ଭୋଗିଲୁ
କିଛି ତୋଷାମଦକାରୀ ପାଣ୍ଡିଆନଙ୍କୁ ଶ୍ରେୟ ଦେଇ ନବୀନଙ୍କୁ କମ କରୁଛନ୍ତି
#ଦଳ_ବୁଡ଼ିବାରେ_ପାଣ୍ଡିଆନ_ମୁଖ୍ୟକାରଣ

ନବୀନଙ୍କୁ ଚୁପ୍ ସୈତାନ୍ କହି ଟାର୍ଗେଟ କରିଛନ୍ତି ସୌମ୍ୟ
-“ନବୀନବାବୁ ବେଶୀ କଥା କହନ୍ତି ନାହିଁ। ତେବେ ଯେତେବେଳେ ତାଙ୍କୁ ରାଜନୈତିକ ସହକର୍ମୀମାନେ ଧୋକା ଦିଅନ୍ତି, ସେ କ୍ଷୁବ୍ଧ ହୋଇ ଯେଉଁ ଭାଷା ବ୍ୟବହାର କରନ୍ତି ତା’ ହେଲା “ବେଇମାନ୍”।
-‘Waqf Bills’ ପ୍ରସଙ୍ଗରେ, ବିଜେପିକୁ ସମର୍ଥନ ଦେବା ନ ଦେବା ନେଇ ତାଙ୍କ ଦଳର ନେତାମାନଙ୍କର ଆଚରଣ ଓ ଉଚ୍ଚାରଣରୁ ଆମେ କ’ଣ ବୁଝିବା ? ନବୀନବାବୁଙ୍କୁ ଆମେ କେଉଁ ଭାଷାରେ ବର୍ଣ୍ଣନା କରିବା ?
-ମୋତେ ଲାଗେ, “ଚୁପ୍ ସୈତାନ୍” ଛଡ଼ା ଆଉ ଭଲ ଶବ୍ଦ ମିଳିବ ନାହିଁ।“

ନବୀନଙ୍କୁ ଦିଲ୍ଲୀ ନେଇ BJP ସହ କିଏ କରିଛି ଡିଲ୍ ?

ଓ୍ୱାକଫ୍ ସଂଶୋଧନ ବିଲକୁ ନେଇ ରାଜ୍ୟସଭାରେ BJDର ଭୂମିକା ନେଇ କଂଗ୍ରେସର ଆକ୍ଷେପ।
କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ଅଭିଯୋଗ

  • “BJP-BJD ମଧ୍ୟରେ ହୋଇଛି ଡିଲ୍‌,
  • ଦିଲ୍ଲୀରେ ନବୀନଙ୍କୁ ନେଇ ଡିଲ୍‌ କରିଛନ୍ତି ମାନସପୁତ୍ର,
  • BJP ନିକଟରେ ନବୀନଙ୍କୁ ବିକିଛନ୍ତି ମାନସପୁତ୍ର,
  • ଉଭୟେ BJPକୁ ଚାଲିଯିବେ, ବଳି ପଡିବେ ଅନ୍ୟ BJD ନେତା,
  • ମାନସପୁତ୍ରଙ୍କୁ ବଞ୍ଚାଇବାକୁ ଯାଇ ଡିଲ୍ ହୋଇଥିବା କହିଲେ ଭକ୍ତ ଦାସ ।

ତେବେ BJD ସଭାପତି ନବୀନ ପଟ୍ଟନାୟକ ଅବିବାହିତ ।
ନବୀନଙ୍କ ମାନସପୁତ୍ର ଭାବେ ଭୈରବ ପାଣ୍ଡିଆନଙ୍କୁ ଇଙ୍ଗିତ କରିଥାଇ ପାରନ୍ତି ଭକ୍ତ ଦାସ
!

  • ୱାକଫ ବିଲକୁ ନେଇ BJDର 7 ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ସମନ୍ୱୟ ନଥିଲା,
  • ଓ୍ୱାକଫ୍ ବିଲ୍ ସଂପର୍କରେ BJD ପକ୍ଷରୁ ହୁଇପ୍ ଜାରି ହୋଇନଥିଲା,
  • ବିବେକ ଅନୁସାରେ ଭୋଟ୍ ଦେବାକୁ ସାଂସଦ ମାନଙ୍କୁ ସ୍ୱାଧିନତା ଦିଆ ଯାଇଥିଲା,
  • ସାଂସଦ ମୁନା ଖାଁ ଓ୍ୱାକଫ୍ ବିଲକୁ ବିରୋଧ କରୁଥିଲେ,
  • କିନ୍ତୁ ସସ୍ମିତ ପାତ୍ର ବିଲ୍ ସପକ୍ଷରେ ଭୋଟ ଦେଇଛନ୍ତି,
  • ଅନ୍ୟପକ୍ଷରେ ସାଂସଦ ଦେବାଶିଷ ସାମନ୍ତରାୟ ଭୋଟ୍ ଦେଲେ ନାହିଁ,
  • BJDର ଅନ୍ୟ 4 ଜଣ ସାଂସଦଙ୍କ ଭୂମିକା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଅନ୍ୟପକ୍ଷରେ 5 ସେପ୍ଟମ୍ବର 2024ରେ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତି ମାନଙ୍କୁ ଶଙ୍ଖ ଭବନରେ ଭେଟି ଓ୍ୱାକଫ୍ ସଂଶୋଧନ ବିଲକୁ BJD ବିରୋଧ କରିବ ବୋଲି ନବୀନ ପଟ୍ଟନାୟକ କହିଥିଲେ।
କିନ୍ତୁ ଖଣିଜ ପରିବହନ ଦୁର୍ନୀତିକୁ ନେଇ କେନ୍ଦୁଝର BJD ନେତା ରାଜା ଚକ୍ର ଗିରଫ ହେବା ପରେ ବିଧାନସଭା ବଜେଟ୍ ଅଧିବେଶନରେ ଅନୁପସ୍ଥିତ ରହି ନବୀନ ପଟ୍ଟନାୟକ ସଙ୍ଗେ ସଙ୍ଗେ ଦିଲ୍ଲୀ ଯାଇଥିଲେ । ଭୈରବ ପାଣ୍ଡିଆନ ମଧ୍ୟ ନବୀନଙ୍କ ସହ ଲଗାତର 2 ଥର ଦିଲ୍ଲୀ ଧାଇଁଥିଲେ।
ଯଦି ଭକ୍ତ ଦାସଙ୍କ BJP-BJDର ଡିଲ୍‌ ଅଭିଯୋଗରେ ସତ୍ୟତା ଅଛି, ତାହେଲେ ପାଣ୍ଡିଆନାଙ୍କ ପାଇଁ ନବୀନ ପଟ୍ଟନାୟକ, ଓ୍ୱାକଫ ବିଲ୍ ସଂପର୍କରେ ଜାଣିଶୁଣି ଗୋଳିଆ ପରିସ୍ଥିତି ସୃଷ୍ଟି କରିନାହାଁନ୍ତି ତ ?

ମାଠିଆ ପାଣି ପିଅନ୍ତୁ,ହାର୍ଟକୁ ସୁସ୍ଥ ରଖନ୍ତୁ

ପ୍ରବଳ ଗରମ ଗୁଳୁଗୁଳି ସମୟରେ ମୁନ୍ଦିଏ ଥଣ୍ଡା ପାଣି ପିଇଦେଲେ ଅମୃତ ପିଇଲା ଭଳି ଲାଗେ। ଆମେ ଦେଶ ଭାରତରେ କାହିଁ କେଉଁ କାଳରୁ ଗରମ ଆସିବା ମାତ୍ରେ ମାଠିଆରେ ପାଣି ବ୍ୟବହାର କରାଯାଏ । ଯୁଆଡ଼େ ଦେଖିବେ ମାଟି ହାଣ୍ଡି କିମ୍ବା ମାଠିଆରେ ଜଳଛତ୍ର ଦିଆଯାଉଥିବ । ଏହା ଯେତେ ଶସ୍ତା ଓ ସାଧାରଣ ନଜର ଆସେ, ସେତିକି ଗୁଣରେ ଭରପୁର। ଏପରିସ୍ଥଳେ ଯଦି ଆପଣ ଗରମ ଦିନରେ ପାଣିକୁ ଥଣ୍ଡା କରିବା ପାଇଁ ଫ୍ରିଜର ବ୍ୟବହାର କରୁଛନ୍ତି, ତେବେ ସେପରି ନକରି ତୁରନ୍ତ ବଜାରରୁ ମାଠିଆ କିଣିବାର ସମୟ ଆସିଯାଇଛି ।

ମାଠିଆ ପାଣି ଶରୀର ପାଇଁ ଖୁବ ହିତକର। ଅର୍ଥାତ ଗରମ ଦିନରେ ଥଣ୍ଡା ପାଣି ପିଇ ଆପଣ ନିଜ ସ୍ୱାସ୍ଥ୍ୟକୁ ସୁଧାରି ପାରିବେ । ରିସର୍ଚ୍ଚ ଗେଟ.ନେଟରେ ପ୍ରକାଶିତ ଏକ ତଥ୍ୟ ଅନୁସାରେ ମାଠିଆ ପାଣି ପିଇଲେ ଅନେକ ଲାଭ ମିଳିଥାଏ ।ଗରମ ଦିନରେ ହଜମରେ କୌଣସି ପ୍ରକାର ଅସୁବିଧା ଅନୁଭବ କରୁଥିଲେ ମାଟି ପାତ୍ରରେ ଥିବା ପାଣି ପିଇଲେ ଆପଣଙ୍କୁ ଲାଭ ନିଶ୍ଚୟ ମିଳିବ । ମାଟିରେ ଥିବା ଆଲକାଲାଇନ, ମିନେରାଲ୍ସ ପାଇଁ ଏପରି ହୋଇଥାଏ ।ବାରମ୍ବାର ରୋଗରେ ପଡ଼ୁଥିବା କାରଣରୁ ପ୍ରତିରୋଧକ ଶକ୍ତି କମିଯାଏ । ପ୍ରତିରୋଧକ ଶକ୍ତି ପାଇଁ ମଧ୍ୟ ମାଠିଆ ପାଣି ଖୁବ ଭଲ । ମାଟିରେ ଥିବା ପୋଷକ ତତ୍ତ୍ୱ ପାଣିରେ ଟକ୍ସିନ କମ କରିବା ସହ ଇମ୍ୟୁନିଟିକୁ ବୁଷ୍ଟ କରିବାରେ ମଧ୍ୟ ସହାୟକ ହୋଇଥାଏ ।

ଗୁଳୁଗୁଳି ସମୟରେ ଲୁରୁ ବଞ୍ଚିବା ପାଇଁ ମାଠିଆ ପାଣି ପିଇବା ଆବଶ୍ୟକ । ମାଟିରେ ଥିବା ପୋଷକ ତତ୍ୱ ଶରୀରକୁ ଜଳୀୟଅଂଶ ଯୋଗାଇବାରେ ସାହାଯ୍ୟ କରିଥାଏ ।ଫ୍ରିଜ ପାଣି ପିଇଲେ ଥଣ୍ଡା ହେବା ସହ ଗଳାରେ ପୀଡ଼ା ହେବାର ଅନେକ ଆଶଙ୍କା ଥାଏ । ଏଥିରୁ ରକ୍ଷା ପାଇବା ପାଇଁ ମାଠିଆ ପାଣି ପିଇବା କଥା । ମାଟିରେ ଥିବା ଆଲକାଲାଇନ ପାଣିର ପିଏଚ ଲେବଲକୁ ମେଣ୍ଟେନ ରଖିପାରେ,ଯଦ୍ୱାରା ସ୍କିନ ହାଇଡ୍ରେଟ ହୋଇଥାଏ ।ସକାଳୁ ଉଠି ମାଠିଆ ପାଣି ପିଇବା ଦ୍ୱାରା ଦୃଷ୍ଟିଶକ୍ତି ପ୍ରଖର ହେବା ସହ ହାର୍ଟ ସୁସ୍ଥ ରହିଥାଏ। ପେଟଜନିତ ସମସ୍ୟା ଏବଂ ବିଶେଷ ଭାବରେ ଗ୍ୟାଷ୍ଟ୍ରିକ ରୋଗୀଙ୍କ ପାଇଁ ଏହି ପାଣି ବେଶ୍ ଉପକାରୀ।  ନିୟମିତ ମାଠିଆ ପାଣି ପିଇବା ଦ୍ୱାରା ଅଜୀର୍ଣ୍ଣ ସମସ୍ୟା ଅନେକାଂଶରେ ଦୂର ହୋଇଥାଏ। ଏହା ମଧ୍ୟ କ୍ଳାନ୍ତିରୁ ଉପଶମ ପ୍ରଦାନ କରେ।