BJDର ଲୋକସେବା ଭବନ ଘେରାଉ, ବବି-ଡ଼ାନୀଙ୍କୁ ପୋଲିସର ଗୁଳିମାଡ଼

ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଆକ୍ସନ ମୋଡରେ ବିଜେଡ଼ି। ନ୍ୟାୟ ଦାବିରେ ଲୋକସେବା ଭବନ ଘେରାଉ କରୁଥିବା ବେଳେ ବିଜେଡ଼ି କର୍ମୀଙ୍କ ଉପରେ ପାଣିମାଡ଼ ସହ ନେତାଙ୍କୁ ଗୁଳିମାଡ଼ କରିଛି ପୋଲିସ। ଅନେକ ବରିଷ୍ଠ ନେତାଙ୍କୁ ପୋଲିସ ଉଠାଇନେବା ସହ ବିଜେଡି ନେତାଙ୍କୁ ରବର ବୁଲେଟ ଫାୟାରିଂ କରିଛି । ପୋଲିସର ଲୁହବୁହା ଗ୍ୟାସ ମାଡ଼ରେ ଅନେକ ବରିଷ୍ଠ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଥିଲା ବେଳେ ବିଜେଡିର ପୂର୍ବତନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) , ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ (ଡାନୀ) ଗୁଳିମାଡ଼ରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ପ୍ରଣବ ପ୍ରକାଶ ଦାସ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଉତ୍କଳ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ଛାତିରେ ରବର ବୁଲେଟ ବାଜିଛି ।

ପୋଲିସ ଟାର୍ଗେଟରେ ବିଜେଡି ନେତା
ବିଜେଡ଼ି ନେତାଙ୍କୁ ଟାର୍ଗେଟ କରି ପୋଲିସ ରବର ବୁଲେଟ ଫାୟାରିଂ କରିଥିବା ଅଭିଯୋଗ ହେଉଛି । ବାଲେଶ୍ୱରରେ ଏ ଫ୍ ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ମାମଲାରେ ନ୍ୟାୟ ଦାବୀ ନେଇ ବିଜେଡି ଲୋକସେବା ଭବନ ଘେରାଉ କରିଥିଲା ବେଳେ ପୋଲିସ ବର୍ବରତାର ସୀମା ଟପିଛି । ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ ଆଦିଙ୍କୁ ଉଠାଇ ନେଇଥିଲା ବେଳେ ଅନେକଙ୍କୁ ଗୁଳି ମାଡ଼ ବି କରିଛି। ବିରୋଧୀ ଦଳ ପ୍ରତି ସରକାରଙ୍କ ଆଭିମୁଖ୍ୟକୁ ବିଜେଡି ତରଫରୁ ଘୋର ବିରୋଧ କରାଯାଉଛି।

           ସମ୍ବଲପୁର ବିଶ୍ୱବିଦ୍ୟାଳୟର ନିଷ୍ପତ୍ତି ସ୍ୱଭାବ କବି ଗଙ୍ଗାଧରଙ୍କ ପ୍ରତି ସମ୍ମାନ ନା ଅପମାନ ?  

କବି ଗଙ୍ଗାଧର ମେହେର ଓଡ଼ିଆ ଜାତିର ଗର୍ବ ଓ ଗୌରବ ତଥା ଆମ ସଂସ୍କୃତି ର ଆଧାର ଓ ପ୍ରତୀକପ୍ରାତଃ ସ୍ମରଣୀୟ ବିଭୂତି, ତାଙ୍କର ବିସ୍ମୟକର ମୌଳିକ ପ୍ରତିଭା ତଥା କୃତି ଏବଂ କିର୍ତ୍ତିରେ ସମଗ୍ର ବିଶ୍ଵକୁ ଉଦଭାସିତ କରିଥିବା ବେଳେ ସମ୍ବଳପୁର ବିଶ୍ଵବିଦ୍ୟାଳୟ ତାଙ୍କୁ ଏକ ଆଦର୍ଶ ରୂପେ ଗ୍ରହଣ କରିଅଛି। ଏହି ଅମର କାବ୍ୟ ଶିଳ୍ପୀ, ପ୍ରକୃତି ପୂଜକ ଗଙ୍ଗାଧରଙ୍କ ସମ୍ମାନରେ ତାଙ୍କର ପୂଜ୍ୟ ପୂଜା, ଜୀବନୀ, ଆଦର୍ଶ, ତଥା ତାଙ୍କରି ସାରସ୍ଵତ ସମ୍ଭାରର ପ୍ରସାର ସକାଶେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଦ୍ଵାରା ୧୯୮୯ ମସିହାରେ “ଗଙ୍ଗାଧର ଜାତୀୟ ସମ୍ମାନ–କବିତା” (Gangadhar National Award for Poetry) ପ୍ରତିଷ୍ଠା କରାଯାଅଛି।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ତତ୍କାଳୀନ ପ୍ରଶାସକ ଶ୍ରୀଯୁକ୍ତ ରାଜେନ୍ଦ୍ର କିଶୋର ପଣ୍ଡା ଏହି ସମ୍ମାନର ପରିକଳ୍ପନା କରିବା ସଙ୍ଗେ ସଙ୍ଗେ ତାକୁ ପୂର୍ଣ୍ଣାଙ୍ଗ ରୂପ ଦେଇଥିଲେଏହି ସମ୍ମାନ ପାଇଁ ଓଡ଼ିଶା ତଥା ଓଡ଼ିଶା ବାହାରର ସାହିତ୍ୟିକ ଓ କବିଙ୍କ ବିଚାର ବିମର୍ଶରେ ଏକ ଆଇନ ପ୍ରଣୟନ ସହ ଅନୁମୋଦିତ କରିଥିଲେଏହି ଆଇନ “Conferment of Award Rules” ନାମରେ ନାମିତ। ଉକ୍ତ ନିୟମ ଅନୁସାରେ ସମ୍ମାନର ନାମ ‘ଗଙ୍ଗାଧର ଜାତୀୟ ସମ୍ମାନ’ କବିତା ରଖାଯାଇଥିଲା। ନିୟମ ଅନୁସାରେ ଏହି ସମ୍ମାନର ଚୟନ ନିମନ୍ତେ ଏକ “ବିଚାରକ ପରିଷଦ” ରହିଛିଭାରତ ବର୍ଷର ବିଭିନ୍ନ ଭାଷାରେ କେନ୍ଦ୍ରୀୟ ସାହିତ୍ୟ ଏକାଡେମି ଦ୍ଵାରା ପୁରସ୍କୃତ କବି ସମୁହ ଏହି ପରିଷଦର ସଭ୍ୟ ରହିଅଛନ୍ତି। ନିୟମାବଳୀ ଅନୁସାରେ ଏହାର ଚୟନ କେବଳ କବିତା ପାଇଁ ଉଦ୍ଧିଷ୍ଟ । Rule for 4.1 ଅନୁସାରେ “The Object of the Gangadhar National Award for poetry is to give recognition to an Indian poet for distinguished creative excellence and attainment in Indian Poetry”
                                ମାତ୍ର ଅତ୍ୟନ୍ତ କ୍ଷୋଭର ବିଷୟ ଯେ ଗତ ତା ୨୫.୦୬.୨୦୨୫ରିଖ ସମ୍ବଲପୁର ବିଶ୍ଵବିଦ୍ୟାଳୟ ସିଣ୍ଡିକେଟ୍ ସଭା ଦ୍ୱାରା ଉକ୍ତ ଜାତୀୟ କବିତା ସମ୍ମାନକୁ ନ୍ୟୁନ କରାଯାଇ ମୂଳ କବିତା ସମ୍ମାନ”ଙ୍କୁ ରଦ୍ଧ କରାଯାଇ “ଗଙ୍ଗାଧର ମେହେର ସାହିତ୍ୟ ସମ୍ମାନ” କରାଯାଇଛି । ଏହା ଫଳରେ ଭବିଷ୍ୟତରେ କାବ୍ୟ, କବିତା, ସହିତ ପ୍ରବନ୍ଧ, ଗଳ୍ପ, ଉପନ୍ୟାସ, ଶିଶୁସାହିତ୍ୟ, ରମ୍ୟ ରଚନା, ଅନୁବାଦ ପାଇଁ ଉକ୍ତ ପୁରସ୍କାର ପ୍ରଦାନ କରାଯାଇ ପାରିବ । ଏଣୁ ଏହି ନିୟମାବଳୀ ଗୁଡ଼ିକ କୋହଳ କରିବା ପାଇଁ ଏକ କମିଟି ଗଠନ କରାଯାଇଛି ।

ପ୍ରକାଶ ଥାଉ କି, ମୂଳ ନୀୟମାବଳୀ ଅନୁସାରେ ଭାରତୀୟ କାବ୍ୟଧାରାର ବିଭିନ୍ନ ଭାଷାର ବିଶିଷ୍ଟ କବି ମାନେ (ପ୍ରାୟ ତିରିଶରୁ ଉର୍ଦ୍ଧ୍ୱ ଗଙ୍ଗାଧର ଜାତୀୟ ସମ୍ମାନକବିତାରେ ସମ୍ମାନିତ ହୋଇ ଆସିଛନ୍ତି ଯାହା ବିଶ୍ୱବିଦ୍ୟାଳୟକୁ ଜାତୀୟ ସ୍ତରରେ ଗୌରବ ଆଣିଛିକିନ୍ତୁ ଆଜି କେଉଁ ପରିସ୍ଥିତିରେ ଉକ୍ତ ନିୟମାବଳୀକୁ ବଦଳାଇବାର ପ୍ରୟୋଜନ ଅଛି, ତାହା କେବଳ ବିଶ୍ୱବିଦ୍ୟାଳୟ ଅଧିକାରୀ ହିଁ ଜାଣିଛନ୍ତିଏତଦ୍ ଦ୍ୱରା ଅମୃତର କବି, ମଧୁମୟ ଚେତନାର କବି ଗଙ୍ଗାଧର ସମ୍ମାନ ପ୍ରତି ଏହା ଅପମାନ ତଥା ଏକ ପ୍ରଚଣ୍ଡ ଧକ୍କାଏହି ପରିବର୍ତ୍ତିତ ବ୍ୟବସ୍ଥା ଅଞ୍ଚଳର ବୁଦ୍ଧିଜୀବୀ, ସାହିତ୍ୟିକ ତଥା ଚିନ୍ତାଶୀଳ ବ୍ୟକ୍ତିମାନଙ୍କୁ ଗଭୀର ଭାବରେ ମର୍ମାହତ କରିଛି । ତେଣୁ ମୂଳ ଚୟନ ନିୟମ ବ୍ୟବସ୍ଥାର ପୁନଃ ସ୍ଥାପନ ନହେଲେ ଏହି ଅସନ୍ତୋଷର ବହ୍ନି ସମାଜର ସମସ୍ତ ବର୍ଗଙ୍କ ନିକଟରେ ପହଞ୍ଚି, ବିରାଟ ଆକାର ଧାରଣ କରିବ ଏଥରେ ସନ୍ଦେହ ନାହିଁ ।

             

ନ୍ୟାୟ ପାଇଁ ନିଆଁରେ ଜଳିଗଲେ କଲେଜ ଛାତ୍ରୀ

ନ୍ୟାୟ ପାଇଁ ଲଢିଲଢି ନିଆଁରେ ଜଳିଗଲେ ସୌମ୍ୟାଶ୍ରୀ ବିଶି । ବାଲେଶ୍ୱର ଏଫ୍ ଏମ୍ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ନ୍ୟାୟ ଦାବି କରି ହାରିଗଲା ପରେ ନିଜ ଦେହରେ ନିଆଁ ଲଗେଇ ଆତ୍ମାହୁତିର ଉଦ୍ୟମ କରିଥିଲେ । ଭୁବନେଶ୍ୱର ଏମ୍ସରେ ମରଣ ସହ ସଙ୍ଘର୍ଷ କରି ଶେଷରେ ହାରିଯାଇଛନ୍ତି । 14 ତାରିଖ ରାତି 11 ଟା 46ରେ ଏମ୍ସ କର୍ତ୍ତୃପକ୍ଷ ତାଙ୍କୁ ମୃତ ଘୋଷଣା କରିଛନ୍ତି। ସୌମ୍ୟାଶ୍ରୀଙ୍କ ଗାଁ ଭୋଗରାଇ ପଳାସିଆରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସୌମ୍ୟଶ୍ରୀଙ୍କ ମୃତ୍ୟୁକୁ ନେଇ ଥମୁନି ରାଜନୀତି।ମୁଖ୍ୟମନ୍ତ୍ରୀ 20 ଲକ୍ଷର ଟଙ୍କାର ସହାୟତା ଘୋଷଣା କରିଛନ୍ତି । ରାଜ୍ୟ ଡେଇଁ ଦେଶରେ ରି ଏ ଦୁର୍ଘଟଣାକୁ ନେଇ ଚର୍ଚ୍ଚା।ରାହୁଲ ଗାନ୍ଧି ମଧ୍ୟ ଏକ୍ସ ମାଧ୍ୟମରେ ଏ ଘଟଣାକୁ ନିନ୍ଦା କରିବା ସହ ବିଜେପି ଗଭମେଣ୍ଟକୁ ଟାର୍ଗେଟ କରିଛନ୍ତି । ଏହା ଆତ୍ମହତ୍ୟା ନୁହେଁ ସଂଗଠିତ ହତ୍ୟା ବୋଲି ମତ ରଖିଛନ୍ତି ରାହୁଲ।

ପୂର୍ବରୁ ନବୀନ ପଟ୍ଟନାୟକ ମଧ୍ୟ ଏ ଘଟଣାରେ ବିଜେପିକୁ ନିନ୍ଦା କରିବା ସହ ରାଜ୍ୟପାଳଙ୍କ ହସ୍ତକ୍ଷେପ ମଧ୍ୟ ଲୋଡ଼ିଥିଲେ। ରାଜ୍ୟପାଳ ମଧ୍ୟ ଏ ଘଟଣାରେ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଅନ୍ୟପଟେ ଚାପରେ  ଅଭିଯୁକ୍ତ ଅଧ୍ୟାପକ ଏବଂ ଅଧ୍ୟକ୍ଷଙ୍କୁ ଆରେଷ୍ଟ କରି ଉପଯୁକ୍ତ ପଦକ୍ଷେପ ନିଆଯାଇଛି ବୋଲି ଡିଣ୍ଡିମ୍ବ ପିଟୁଛି ବିଜେପି। କେସର ସରକାରଙ୍କ ସ୍ଟେପକୁ ଟାର୍ଗେଟ କରି 17 ରେ ବନ୍ଦ ଡାକରା ଦେଇଛି କଂଗ୍ରେସ।

ବିଜୁ ଜନତା ଦଳ ମଧ୍ୟ ନ୍ୟାୟ ଦାବିରେ ଏମ୍ସ ଆଗରେ ବିକ୍ଷୋଭ କରିଛି । ଆତ୍ମାହୁତି ଉଦ୍ୟମ ପରେ ସମସ୍ତେ ନ୍ୟାୟଦାବି କରିଥିଲେ ବି ଅଭିଯୁକ୍ତ ସମୀର ସାହୁ ଓ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ଗିରଫ କରି ଅପରାଧୀଙ୍କ ପ୍ରତି ଜିରୋ ଟଲରାନ୍ସ ନୀତି ଆପଣେଇଥିବା ଆତ୍ମପ୍ରଚାର କରୁଛି ବିଜେପି । ତାରି ଭିତରେ ବାଜି ହାରିଯାଇଛି ଛାତ୍ରୀର ଜୀବନ । ଏପରିକି 14 ତାରିଖରେ ରାଷ୍ଟ୍ରପତିଙ୍କ ଏମ୍ସ କାର୍ଯ୍ୟକ୍ରମ ଥିବାରୁ ଜାଣିଶୁଣି ମୃତ ସୌମ୍ୟଶ୍ରୀଙ୍କ ଦେହାନ୍ତ ଖବର ଲୁଚାଯାଉଥିବା ଅଭିଯୋଗ ବି ହେଉଛି । ପଛଗେଟରେ ବିଳମ୍ବିତ ରାତିରେ ମୃତଦେହ ନେବାର ଭାଇରାଲ ଭିଡ଼ିଓ ବିରୋଧୀଙ୍କ ପ୍ରତି ସରକାରଙ୍କ ଅହେତୁକ ଭୟ ବୟାନ କରୁଛି ।ତେବେ ପ୍ରଶ୍ନ ଉଠୁଛି ସୌମ୍ୟଶ୍ରୀଙ୍କ ମୃତ୍ୟୁ ପରେ ଟ୍ୱିଟ କରି ସମବେଦନା ଦେଉଥିବା ନେତା ସେତେବେଳେ ଥିଲେ କୋଉଠି?ଏକ୍ସରେ ସମବେଦନା ଦେଉଥିବା ନେତା କାହିଁକି ସେତେବେଳେ ପୋଷ୍ଟକୁ ଗୁରୁତ୍ୱ ଦେଲେନି। ଜୁଲାଇ 1 ରୁ ସୌମ୍ୟଶ୍ରୀ ମୁଖ୍ୟମନ୍ତ୍ରୀ,ଉଚ୍ଚଶିକ୍ଷାମନ୍ତ୍ରୀ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନକୁ ଟ୍ୱିଟ କରିଥିଲେ ବି କାହିଁକି କେହି ବି ଧ୍ୟାନ ଦେଇ ନଥିଲେ । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ସୌମ୍ୟାଶ୍ରୀ ଭେଟିକି କି ଲାଭ ପାଇଲେ?କୋଉ ନ୍ୟାୟ ଦେଲେ ସାଂସଦ ।

ଏବିଭିପିର ଛାତ୍ରୀଙ୍କୁ ସୁରକ୍ଷା ଦେବାପାଇଁ ବିଜେପି ସରକାରକୁ ଆଉ କେତେ ପାୱାରର ଆବଶ୍ୟକତା ରହିଛି?ନିଜ ଷ୍ଟୁଡେଣ୍ଟ ୱିଙ୍ଗକୁ ସୁରକ୍ଷା ଦେଇପାରିନଥିବା ବିଜେପି ଏବେ କୋଉ ଜିରୋ ଟଲରାନ୍ସର ଡିଣ୍ଡିମ୍ବ ପିଟୁଛି ।ମୁଖ୍ୟମନ୍ତ୍ରୀଙ୍କ ଉପଯୁକ୍ତ ପଦକ୍ଷେପର ଘୋଷଣା, ଉଚ୍ଚଶିକ୍ଷାମନ୍ତ୍ରୀଙ୍କ କଠୋର ପଦକ୍ଷେପର ମିଡିଆ ବାଇଟ, ବିରୋଧୀଙ୍କ ଗର୍ଜନ , ସୋସିଆଲ ମିଡ଼ିଆରେ ନ୍ୟାୟ ଦାବୀର ଚକିରେ ଶେଷରେ ହାରିଯାଇଥିବା ଜୀବନର ମୂଲ୍ୟ କଣ 20 ଲକ୍ଷ ଟଙ୍କା । ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା
 ପୂର୍ବରୁଅନେକ ଅପରାଧି ଖସିଯିବା ପରି ନିର୍ଦ୍ଦୋଷ ହେଇ ଯିବେନି ତ ଅପରାଧୀ?
ଏ ମାନଙ୍କୁ କି ଦଣ୍ଡ ଦେବେ ସରକାର?
ନା ରାଜନୀତିର ରୁଟି ସେକା ସରିଯିବା ପରେ ନୀରବ ହୋଇଯିବେ ସମସ୍ତେ
କେବଳ ବାଲେଶ୍ୱର କାହିଁକି କୋଣ ଅନୁକୋଣରେ ଘଟୁଥିବା ଏଭଳି ଘଟଣା ପାଇଁ କି କଡ଼ା ପଦକ୍ଷେପ ନେବେ ସରକାର

 

ମରଣ ସହ ସଙ୍ଘର୍ଷ, ଛାତ୍ରୀଙ୍କୁ ନ୍ୟାୟ ଦେଇ ପାରିବେ ତ ସରକାର?

  • ଫକୀରମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲାକୁ ନେଇ ହୁଲସ୍ତୁଲ ରାଜଧାନୀ
  • ସରକାରଙ୍କୁ ଘେରିଲେଣି ବିରୋଧୀ
  • ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲାଣି କଂଗ୍ରେସ
  • ସୁରଜ ସୁର୍ଯ୍ୟବଂଶୀ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଇସ୍ତଫା ଦାବୀରେ ପିସିସି ସଭାପତି ଭକ୍ତ ଚରଣ ଦାସ
  • ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
  • ଜାତୀୟ ମହିଳା କମିସନ ବି ଏ ମାମଲାରେ ହସ୍ତକ୍ଷେପ କରିଛନ୍ତି
  • ବିଜେଡି କଂଗ୍ରେସ ଓ ବିଜେପି ଏ ଘଟଣାକୁ ନେଇ ରାଜନୀତିର ଗୋଟି ଚାଳନାରେ ବ୍ୟସ୍ତ
  • ବିରୋଧୀ ତଦନ୍ତ ଦାବି କରୁଥିଲା ବେଳେ ପିଡିତାଙ୍କୁ ଭେଟି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ
  • ଏପଟେ କଠୋର ନିଷ୍ପତ୍ତି ନେବାରେ କିଛି ଦ୍ୱିଧା ନାହିଁ ବୋଲି କହିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୁରଜ ସୁର୍ଯ୍ୟବଂଶୀ
  • ତେବେ ବୟାନବାଜିର ଉର୍ଦ୍ଦ୍ୱରେ ଏବେ ବାଜି ଲାଗିଛି ଜୀବନ
  • ମରଣ ସହ ସଙ୍ଘର୍ଷ କରୁଛନ୍ତି ବାଲେଶ୍ୱରର ଫକୀରମୋହନ କଲେଜର ଛାତ୍ରୀ

ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଆତ୍ମହତ୍ୟା ଉଦ୍ୟମ କରୁଥିବା ଛାତ୍ରୀ ଜଣକ ଏବିଭିପିର ମେମ୍ବର। ପ୍ରତ୍ୟକ୍ଷ ଭାବରେ ନ ହେଲେ ମଧ୍ୟ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଯେ ବିଜେପିର ଷ୍ଟୁଡେଣ୍ଟ ୱିଙ୍ଗ ଏ କଥା କାହାକୁ ବି ଅଛପା ନାହିଁ। ତେବେ ରାଜ୍ୟରେ ବିଜେପିର ଶାସନ ଚାଲୁଥିବା ବେଳେ କାହିଁକି ମିଳି ପାରିଲାନି ଏବିଭିପି ସଦସ୍ୟାଙ୍କୁ ନ୍ୟାୟ? ନିଜ ଛାତ୍ର ସଙ୍ଗଠନର ସଦସ୍ୟଙ୍କୁ ସୁରକ୍ଷା ଦେବାକୁ ଆଉ କେତେ ପାୱାର ଦରକାର କରୁଛି ବିଜେପି ?
ସୋସିଆଲ ମିଡିଆରେ ଆକ୍ଟିଭ ବିଜେପି ସରକାରରେ କେତେ ଆକ୍ଟିଭ ନେତା ଓ ପ୍ରଶାସନ। ଘଟଣା ଘଟିବାର 12 ଦିନ ପୂର୍ବରୁ ଛାତ୍ରୀ ଜଣଙ୍କ ଖୋଦ୍ ଉଚ୍ଚ ଶିକ୍ଷା ମନ୍ତ୍ରୀ,ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ  ବିଧାୟକ ଓ ପ୍ରଶାସନକୁ ଟ୍ୱିଟ କରିଥିଲା ବେଳେ କାହିଁକି ନିଆଯାଇନଥିଲା କୌଣସି ପଦକ୍ଷେପ। ତେବେ କଣ ଆମକୁ ଭାବିନେବାକୁ ପଡ଼ିବ କି ସମ୍ପୃକ୍ତ ଅଧିକାରୀଙ୍କ ସୋସିଆଲ ମିଡ଼ିଆ ବି ଆଉ କାହା ହାତରେ। କୌଣସି ପୋଷ୍ଟ ବିଷୟରେ କିଛି ବି ଜାଣନ୍ତିନି ନେତା ମନ୍ତ୍ରୀ। ତେବେ କାହିଁକି ଏ ସୋସିଆଲ ମିଡିଆର ପ୍ରହସନ, ଡିଜିଟାଲ ଇଣ୍ଡିଆର ବାସ୍ତବତାକୁ ନେଇ କେତେ ସିରିୟସ ବିଜେପି ନେତା।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ପ୍ରାୟ ୬ ମାସ ତଳେ ଛାତ୍ରୀଙ୍କ ସହ ଖରାପ ସମ୍ପର୍କ ରଖିବାକୁ ଚାହିଁଥିଲେ ଆସିଷ୍ଟାଣ୍ଟ ପ୍ରଫେସର ସମୀର ସାହୁ  ରାଜି ନହେବାରୁ ମାନସିକ ନିର୍ଯାତନା ବି ଦେଉଥିଲେ । ସମସ୍ତଙ୍କ ସାମ୍ନାରେ ଅପମାନିତ କରିବା ସହିତ ବ୍ୟାକ୍ ଲଗାଇବାକୁ ବି କହିଥିଲେ । ଜୁଲାଇ ୧ ତାରିଖରେ କଲେଜ ଆଭ୍ୟନ୍ତରୀଣ କମିଟିରେ  ଛାତ୍ରୀ ଅଭିଯୋଗ କରିବା ସହ ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବେ ବୋଲି କହିଲା ପରେ ବି  ଧ୍ୟାନ ଦେଇ ନଥିଲେ କଲେଜ କର୍ତ୍ତୃପକ୍ଷ । ଓଲଟା ଶନିବାର ଅଧ୍ୟକ୍ଷ ଡାକି ଛାତ୍ରୀଙ୍କୁ କହିଥିଲେ ଭୁଲ ତମର। ଏଥିରେ ହତାଶ ହୋଇ ଛାତ୍ରୀ କ୍ୟାମ୍ପସ ପରିସରରେ ନିଜକୁ ଜାଳି ଦେଇଥିଲେ । ଏମସରେ ଏବେ ସେ ଚିକିତ୍ସିତ ହେଉଛନ୍ତି । ଶରୀରର 95 ପ୍ରତିଶତ ପୋଡ଼ି ଯାଇଥିଲା ବେଳେ ସ୍ଥିତି  ଗୁରୁତର ଅଛି
ତେବେ ପ୍ରଶ୍ନ ଉଠୁଛି
ଲିଖିତ ଅଭିଯୋଗ ସତ୍ତ୍ୱେ  କାହିଁକି ନିଆଗଲାନି ପଦକ୍ଷେପ?
ଧାରଣା ସତ୍ତ୍ୱେ କାହିଁକି ଶୁଣିଲେନି କଲେଜ କର୍ତ୍ତୃପକ୍ଷ?
-ଟ୍ୱିଟ କରିବା ସତ୍ତ୍ୱେ କାହିଁକି ସ୍ଟେପ୍ ନେଲେନି ମୁଖ୍ୟମନ୍ତ୍ରୀ କି ଶିକ୍ଷାମନ୍ତ୍ରୀ?
ASOଙ୍କୁ  ସେ ସମୟର ରାଜ୍ୟପାଳଙ୍କ ପୁଅ ମାଡ଼ ମରା  ଘଟଣାରେ ନୀରବ ରହିଲା ପରି ଫ୍ଲପ୍ ହେବନି ତ ବିଜେପିର ନ୍ୟାୟପ୍ରଦାନର ଅସଲ ଚେହେରା?
24 ବର୍ଷର ଶାସନ ସମୟର ବିଭିନ୍ନ ଅଘଟଣକୁ ଟାର୍ଗେଟ କରି ଖସିବାକୁ ଚାହୁଁ ନାହାନ୍ତି ତ ବିଜେପି ସରକାର ?

MP ନୁହେଁ, ରାଜ୍ୟପାଳ ହେବାକୁ ଜୁଏଲଙ୍କ ଇଚ୍ଛା

ଆଉ ନିର୍ବାଚନ ଲଢିବେନି ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇଯିବେ ଆଦିବାସୀ କଲ୍ୟାଣ ମନ୍ତ୍ରୀ। ଦୀର୍ଘ ବର୍ଷ ଧରି ଓଡ଼ିଶା ରାଜନୀତିରେ ପ୍ରଭାବ ବିସ୍ତାର କରିବା ସହ ଅଟଳ ବିହାରୀ ବାଜପେୟୀ ଏବଂ ନରେନ୍ଦ୍ର ମୋଦୀଙ୍କ ସରକାରରେ ମନ୍ତ୍ରୀପଦ ହାତେଇଥିବା ଜୁଏଲ ଆଉ ନିର୍ବାଚନ ଲଢିବାକୁ ଚାହୁଁନାହାନ୍ତି । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ରୋଜଗାର ମେଳା ଅବସରରେ ଗଣମାଧ୍ୟମକୁ ସେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ନୂଆ ନେତାଙ୍କୁ ନିଜ ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ଦେଇ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ଚାହୁଁଛନ୍ତି ଜୁଏଲ। ଯୁବପିଢିଙ୍କୁ ବାଟ ଛାଡ଼ିବାକୁ ଜୁଏଲ ପ୍ରସ୍ତୁତ ଥିବା କହିଛନ୍ତି ।

ସାଂସଦ ନୁହେଁ,ରାଜ୍ୟପାଳ ହେବେ
ଭାରତୀୟ ଜନତା ପାର୍ଟିର ପ୍ରଭାବଶାଳୀ ନେତା ହେଉଛନ୍ତି ଜୁଏଲ ଓରାମ। ବିଧାୟକ, ସାଂସଦ,ଷ୍ଟେଟ ପାର୍ଟି ପ୍ରେସିଡେଣ୍ଟ ହେବା ସହିତ BJP ST Morcha ମୋର୍ଚ୍ଚାର ଜାତୀୟ ସ୍ତରରେ ମଧ୍ୟ ସେ ଉପ ସଭାପତି ହୋଇଛନ୍ତି ।1989ରେ ବିଜେପିରେ ଯୋଗ ଦେଇଥିବା ଜୁଏଲ ଓରାମ ବଣାଇରୁ ବିଧାୟକ ଭାବେ ନିର୍ବାଚିତ ହେବା ସହିତ 1998,1999,2004,2014,2019,2024ରେ ସୁନ୍ଦରଗଡ଼ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭାବରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ମଧ୍ୟ ରହିଛି। ମାତ୍ର ସେ ପ୍ରତ୍ୟକ୍ଷ ନିର୍ବାଚନରୁ ଦୂରେଇ ଯାଇ ରାଜ୍ୟପାଳ ହବାକୁ ତାଙ୍କର ଇଚ୍ଛା ବୋଲି ପ୍ରକାଶ କରିଛନ୍ତି ।

ଓଡ଼ିଶା ବିଜେପିରେ ହ୍ୟାଟ୍ରିକ୍,ଜାତୀୟ ସ୍ତରରେ ପ୍ରମୁଖ ପ୍ରଭାବ
ଓଡ଼ିଶା ବିଜେପିରେ ସଭାପତି ଭାବରେ ହ୍ୟାଟ୍ରିକ ମାରିଥିବା ନେତାଙ୍କ ଭିତରେ ରହିଛି ଜୁଏଲ ଓରାମ ଏବଂ ମନମୋହନ ସାମଲଙ୍କ ନାଁ। ମନମୋହନ ସାମଲ 4 ଥର ପାଇଁ ମଙ୍ଗ ସମ୍ଭାଳିଥିଲା ବେଳେ ଜୁଏଲ ଓରାମ ତିନିଥର ବିଜେପିର ମଙ୍ଗ ଧରିଛନ୍ତି। ଜାତୀୟ ସ୍ତରରେ ମଧ୍ୟ ପାର୍ଟିର ଦାୟିତ୍ୱ ନେଇଛନ୍ତି ଜୁଏଲ। 1997-1999, 2004-2006 ଏବଂ 2009-2013 ଯାଏଁ ସେ ଓଡ଼ିଶା ବିଜେପିର ସଭାପତି ହୋଇଛନ୍ତି। ଦୀର୍ଘ 8 ବର୍ଷ ଧରି ଓଡ଼ିଶା ବିଜେପି ତାଙ୍କ ନେତୃତ୍ୱରେ ଚାଲିଥିଲା। 2006 ରୁ 2009 ଯାଏଁ ଜାତୀୟ ସ୍ତରରେ ଉପସଭାପତି ମଧ୍ୟ ହୋଇଛନ୍ତି । ଟ୍ରାଇବାଲ ମ୍ୟାପ୍ ଜରିଆରେ ଆଦିବାସୀମାନଙ୍କର ସ୍ଥିତି ଅନୁଧ୍ୟାନ ଦିଗରେ ତାଙ୍କର ପରାମର୍ଶ ମଧ୍ୟ ତାଙ୍କର ଦୂରଦୃଷ୍ଟି ପ୍ରମାଣ କରିଛି । ତେବେ ସୁନ୍ଦରଗଡ଼ରେ ପ୍ରମୁଖ ପ୍ରଭାବ ରଖିଥିବା ଜୁଏଲ ଓରାମ ଲୋକସଭା ବିଧାନସଭା ଛାଡ଼ି ରାଜ୍ୟପାଳ ହେବାକୁ ଇଛା ରଖିଥିଲା ବେଳେ ଯଦି ତାଙ୍କର ଏ ଇଚ୍ଛା ପୂରଣ ହୁଏ ତେବେ ସୁନ୍ଦରଗଡ଼ରେ କିଏ ହେବେ ବିଜେପିର ଚେହେରା ?