ଦେଢଘଣ୍ଟା ଅପେକ୍ଷା କଲେ ପାକ୍ ମନ୍ତ୍ରୀ, ଟ୍ରଫି ନେଲେନାହିଁ ଭାରତୀୟ କ୍ରିକେଟର

ଦୁବାଇରେ ଭାରତୀୟ କ୍ରିକେଟ ଟିମ୍‌ର ଅପରେସନ ଏସିଆ କପ୍‌ସଫଳ ହୋଇଛିପାକିସ୍ତାନକୁ ୫ ରନରେ ହରାଇ ନବମ ଥର ପାଇଁ ଏସିଆ କପ୍ ହାତେଇଛି ଭାରତ ମାତ୍ର ବିଜୟ ପରେ ପାକିସ୍ତାନୀଙ୍କ ହାତରୁ ଟ୍ରଫି ନେବାକୁ ସିଧା ସିଧା ଅସ୍ୱୀକାର କରିଛନ୍ତି। ଏସିଆ କପ୍ ଫାଇନାଲ ପରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ହାଇଡ୍ରାମା  ଦେଖିବାକୁ ମିଳିଛିଏସିସି ଅଧ୍ୟକ୍ଷ ମୋହସିନ୍ ନକଭିଙ୍କ ହାତରୁ ଟ୍ରଫି ନେବାକୁ ଭାରତୀୟ ଖେଳାଳି ରାଜି ହୋଇ ନଥିଲେ ।ଯାହାକୁ ନେଇ ମ୍ୟାଚ୍ ପରବର୍ତ୍ତୀ ଦେଢ଼ଘଣ୍ଟା ପର୍ଯ୍ୟନ୍ତ ପୋଡିୟମ୍ ଉପରେ ପାକିସ୍ତାନ ଗୃହମନ୍ତ୍ରୀଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା

ଟ୍ରଫି ପ୍ରଦାନ ଉତ୍ସବ ଦେଢ଼ଘଣ୍ଟାରୁ ଅଧିକ ବିଳମ୍ବରେ ଆରମ୍ଭ ହୋଇଥିଲା । ଟିମ୍ ଇଣ୍ଡିଆର ଖେଳାଳିମାନେ ପୋଡିୟମ୍ ନିକଟରେ ବସିଥିଲେ ମଧ୍ୟ ଟ୍ରଫି ନେବାକୁ ଯାଇନଥିଲେ। ଯେଉଁଥି ପାଇଁ ଏସୀୟ କ୍ରିକେଟ୍ ପରିଷଦ ତଥା ପାକିସ୍ତାନ କ୍ରିକେଟ ବୋର୍ଡ  ଅଧ୍ୟକ୍ଷ ମୋହସିନ୍ ନକଭି, ବହୁତ ସମୟ ପାଇଁ ପୋଡିୟମରେ ଠିଆ ହୋଇଥିଲେ । ଟିମ୍ ଇଣ୍ଡିଆ ପାକିସ୍ତାନ ଗୃହମନ୍ତ୍ରୀଙ୍କ ଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲେଦେଶକୁ ପରମାଣୁ ବୋମା ଆଟାକର ଧମକ ଦେଇଥିବା ନକଭିଙ୍କୁ କଡ଼୍ଡ଼ା ଜବାବ ଦେଇଛଇ ଟିମ୍ ଇଣ୍ଡିଆ । ପାକିସ୍ତାନ ଟିମ୍ ସହ ହାତ ନମିଳେଇବା ପରେ ପାକ୍ ଲିଡରଙ୍କ ହାତରୁ ଟ୍ରଫି ନନେଇ ନିଆରା ରେକର୍ଡ କରିଛନ୍ତି ଇଣ୍ଡିଆ ଟିମ୍ । ଏ ଘଟଣା ଏବେ ଦେଶ ସାରା ଚର୍ଚ୍ଚା ହେବା ସହ ପାକିସ୍ତାନ ବିରୁଦ୍ଧରେ କଡ଼ା ଆଭିମୁଖ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି । ବଲିଉଡ଼ରେ ଅନେକ ସମୟରେ ଖେଳାଳୀମାନେ ପାକିସ୍ତାନୀଙ୍କ ସପକ୍ଷରେ ମତ ରଖୁଥିଲା ବେଳେ ପାକିସ୍ତାନ ପ୍ରତି ଖେଳାଳୀଙ୍କର ଏ ମନୋଭାବରୁ ଅଭିନେତା/ଅଭିନେତ୍ରୀ ଦେଶପ୍ରେମ ଶିଖନ୍ତୁ ବୋଲି କଟାକ୍ଷ କରାଯାଉଛି ।

ମଧ୍ୟସ୍ଥତା ଆଇନ 2023 : ବିବାଦ ସମାଧାନର ମହୌଷଧି !      

ଦୁଇ ପକ୍ଷଙ୍କ ମଧ୍ୟରେ ଉପୁଜୁଥିବା ବିବାଦର ସମାଧାନ, ମଧ୍ୟସ୍ଥତା ମାଧ୍ୟମରେ କରାଯିବାର ଆବଶ୍ୟକତା ଅଛି କି ? ବିବାଦ ସମାଧାନରେ ଆଇନଜୀବୀଙ୍କ କେଉଁ ଭୂମିକା ରହିବା ଉଚିତ ? ଭାରତର ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ ସଞ୍ଜିବ ସାନ୍ୟାଲ କହିଲେଣି ଯେ ଶହେରୁ ଅନେଶତଟି ମଧ୍ୟସ୍ଥତା ପ୍ରକ୍ରିୟା ସଫଳ ହେଉନାହିଁ ଏଥିପାଇଁ ସେ ନ୍ୟାୟିକ ପ୍ରକ୍ରିୟାକୁ ସମୀକ୍ଷା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଏ ସମୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା 15 ସେପ୍ଟେମ୍ବର 2023ରେ ପ୍ରଣିତ ମେଡିଏସନ୍ ବା ମଧ୍ୟସ୍ଥତା ଆଇନର ସଫଳତା ସମ୍ପର୍କରେ ବିଚାର କରାଯିବାର ଆବଶ୍ୟକତା ରହିଛି।
ମଧ୍ୟସ୍ଥତା ସ୍ୱେଚ୍ଛାକୃତ, ବାଧ୍ୟତା ମୂଳକ ନୁହେଁ (କେତେକ କମର୍ସିଆଲ ମାମଲା ବ୍ୟତୀତ)
ସିଙ୍ଗାପୁର କନଭେନସନ୍-2019ରେ ଭାରତ ପ୍ରଥମ ରାଷ୍ଟ୍ର ଭାବରେ ସ୍ୱାକ୍ଷର କଲା ପରେ ମେଡିଏସନ୍ ବା ମଧ୍ୟସ୍ଥତା ଆଇନକୁ ନେଇ ଅନେକ ଆଶା କରାଯାଉଥିଲା। ଏହି ଆଇନରେ ମଧ୍ୟସ୍ଥତାକୁ ସମ୍ପୂର୍ଣ୍ଣ ଭାବେ ସ୍ୱେଚ୍ଛାକୃତ ବୋଲି ବିବେଚନା କରାଯାଇଛି । ଅର୍ଥାତ୍ କୌଣସି ବ୍ୟକ୍ତି ମଧ୍ୟସ୍ଥତାକୁ ବାଧ୍ୟତା ମୂଳକ ଭାବେ ଗ୍ରହଣ କରିବାର ଆବଶ୍ୟକତା ନାହିଁ । ପୂର୍ବରୁ ଦେୱାନୀ ଓ କମର୍ସିଆଲ ବିବାଦ ପାଇଁ, ନିର୍ଦ୍ଧିଷ୍ଟ ମୂଲ୍ୟର ବିବାଦ ନିମନ୍ତେ ମଧ୍ୟସ୍ଥତା ବାଧ୍ୟତା ମୂଳକ ଥିଲା। ଯାହାର ଫଳସ୍ୱରୂପ, ଯେଉଁ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ଅର୍ଥାତ୍ କମ୍ ସମୟ ମଧ୍ୟରେ କମର୍ସିଆଲ ବିବାଦ ଗୁଡ଼ିକର ସମାଧାନ ପାଇଁ କମର୍ସିଆଲ କୋର୍ଟ ଆଇନ ପ୍ରଣୟନ କରାଯାଇଥିଲା, ସେଗୁଡ଼ିକର ସମାଧାନ ପାଇଁ ମଧ୍ୟସ୍ଥତାକୁ ବାଧ୍ୟତା ମୂଳକ କରିବା ଫଳରେ ଦୀର୍ଘ ବର୍ଷ ଧରି କମର୍ସିଆଲ ବିବାଦ ଗୁଡ଼ିକ ମଧ୍ୟ ସଠିକ୍ ସମୟରେ ସମାଧାନ ହୋଇ ପାରୁନାହିଁ ।

ସମୟ ସୀମା : ମୂଳ 120 ଦିନ + ଅତିରିକ୍ତ 60 ଦିନ (ସମ୍ମତି ଅନୁସାରେ)
ସଠିକ୍ ସମୟରେ ମଧ୍ୟସ୍ଥତାକୁ ଶେଷ କରିବା ଲାଗି ନୂଆ ଆଇନରେ 120 ଦିନର ସମୟ ସୀମା ଧାର୍ଯ୍ୟ କରାଯାଇଛି କିନ୍ତୁ ଉଭୟ ପକ୍ଷର ସମ୍ମତି କ୍ରମେ ଏହି ସମୟ ସୀମା ମଧ୍ୟ ଆଉ 60 ଦିନ ବୃଦ୍ଧି କରା ଯାଇପାରେ କେଉଁ ମାମଲା ଗୁଡ଼ିକ ମଧ୍ୟସ୍ଥତାର ଅନ୍ତର୍ଭୁକ୍ତ ନୁହେଁ ସେଥିପାଇଁ ଏହି ଆଇନରେ ଗୋଟିଏ ତାଲିକା ପ୍ରସ୍ତୁତ କରାଯାଇଛି।
ଅପରାଧିକ, ଟ୍ୟାକ୍ସ, ପରିବେଶ, ଜମି ଅଧିଗ୍ରହଣ ମାମଲାକୁ ବାଦ
ଅପରାଧ ମୂଳକ ବିବାଦ କିମ୍ବା କୌଣସି ସରକାରୀ କିମ୍ବା ଆଇନତଃ ଅଧିକୃତ କର୍ତ୍ତୃପକ୍ଷଙ୍କ ନିକଟରେ ଥିବା ବିବାଦ କିମ୍ବା କୌଣସି ବିବାଦ ଯେଉଁଥିରେ ତୃତୀୟ ପକ୍ଷର ଅଧିକାରର ଉଲ୍ଲଙ୍ଘନ ହେବ, ସେଗୁଡ଼ିକୁ ଏହି ମଧ୍ୟସ୍ଥତା ଆଇନର ପରିଧିରୁ ବାଦ୍ ଦିଆଯାଇଛି। ପରିବେଶ ସମ୍ପର୍କୀୟ ମାମଲା, ଟିକସ ସମ୍ପର୍କୀୟ ମାମଲା, ଇଲେକ୍ଟ୍ରିସିଟି ସମ୍ପର୍କୀୟ ଓ ଜମି ଅଧିଗ୍ରହଣ ସମ୍ପର୍କୀୟ ମାମଲା ଗୁଡ଼ିକୁ ମଧ୍ୟସ୍ଥତା ଅଯୋଗ୍ୟ ବିବାଦ ବୋଲି ଏହି ଆଇନରେ ଉଳ୍ଲେଖ କରାଯାଇଛି।
ଲୋକ ଅଦାଲତରେ ଲାଗୁ ନୁହେଁ
ଏହି ଆଇନ ଲୋକ ଅଦାଲତ କିମ୍ବା ଚିରସ୍ଥାୟୀ ଲୋକ ଅଦାଲତରେ କୌଣସି ବିଚାର କ୍ଷେତ୍ରରେ ଲାଗୁ ହେବନାହିଁ କିନ୍ତୁ ଏହି ନୂଆ ଆଇନକୁ ଅଧିକ ବିଶ୍ୱସନୀୟ କରିବା ପାଇଁ ସରକାରୀ ବିବାଦ ଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ପାଇଁ ସଂସଦୀୟ କମିଟି ଦେଇଥିବା ପ୍ରସ୍ତାବକୁ ଏହି ଆଇନରେ ଆଂଶିକ ଭାବରେ ଗ୍ରହଣ କରାଯାଇଛି
ଏହି ଆଇନ କେବଳ ସରକାରଙ୍କ ବାଣିଜ୍ୟିକ ବିବାଦ ଗୁଡ଼ିକର ସମାଧାନ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ କୋର୍ଟ କିମ୍ବା ଟ୍ରିବ୍ୟୁନାଲ୍ ଚାହିଁଲେ କୌଣସି ମାମଲାକୁ ମଧ୍ୟ ମକଦ୍ଦମାର ଶୁଣାଣୀର ଯେ କୌଣସି ସମୟରେ ଏହାକୁ ମଧ୍ୟସ୍ଥତା ଆଇନ 2023କୁ ବ୍ୟବହାର କରି ମଧ୍ୟସ୍ଥତା ପାଇଁ ପଠାଇ ପାରିବେ ସେ କ୍ଷେତ୍ରରେ କୋର୍ଟ ଗୁଡ଼ିକ ମଧ୍ୟ ଅନ୍ତରୀଣ ଆଦେଶ ନେଇ କୌଣସି ପକ୍ଷରୁ ଏହି ମଧ୍ୟସ୍ଥତାକୁ ମାନି ନେବା ପାଇଁ ବାଧ୍ୟ କରିପାରିବେ ନାହିଁ। ଏହି ଆଇନ୍ ଅନୁଯାୟୀ ଭାରତରେ ଗୋଟାଏ ମଧ୍ୟସ୍ଥତା ପରିଷଦ ଓ ରାଜ୍ୟସ୍ତରରେ ମଧ୍ୟ ମଧ୍ୟସ୍ଥତା ପରିଷଦ ଗଠନର ପରିକଳ୍ପନାକୁ ସ୍ଥାନ ଦିଆଯାଇଛି ।

ବିଦେଶୀ ମଧ୍ୟସ୍ଥିଙ୍କ ପାଇଁ ନିର୍ଦ୍ଧିଷ୍ଟ ଶିକ୍ଷାଗତ ଯୋଗ୍ୟତା
ମଧ୍ୟସ୍ଥତା ଆଇନ, 2023 ଅନୁଯାୟୀ, ଜଣେ ଭାରତୀୟ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରିପାରିବେ, କିନ୍ତୁ ବିଦେଶୀ ମଧ୍ୟସ୍ଥିଙ୍କ ପାଇଁ ନିର୍ଦ୍ଧିଷ୍ଟ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ଏହି ଆଇନ ଅନୁଯାୟୀ ମଧ୍ୟସ୍ଥତା ସେବା ପ୍ରଦାନ କରୁଥିବା ଏକ ମେଡିଏସନ୍ ସର୍ଭିସ ପ୍ରୋଭାଇଡର ଥାଏ ଯେଉଁଠାରେ ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ସହଯୋଗ କରିଥାନ୍ତି। ମଧ୍ୟସ୍ଥତା ସ୍ୱେଚ୍ଛାମୂଳକ ହେବା ଦରକାର ଓ ତାହା ଲିଖିତ ଆକାରରେ ହେବ ମଧ୍ୟସ୍ଥିଙ୍କୁ ମଧ୍ୟ ବିବାଦ ସହ ନିଜ ସ୍ୱାର୍ଥ ନଥିବା ବିଷୟରେ ଲିଖିତ ଘୋଷଣା ଦେବାକୁ ପଡିବ।
180 ଦିନ ମଧ୍ୟରେ ଅପିଲ/ଚ୍ୟାଲେଞ୍ଜ
ମଧ୍ୟସ୍ଥତାର ଫଳାଫଳ ଏକ ଚୁକ୍ତିନାମା ଭାବରେ ବିଚାର ହେବ ଓ ଏହାକୁ କୋର୍ଟର ଡିଗ୍ରୀ ବା ଜଜମେଣ୍ଟ ଭାବରେ ମାନ୍ୟତା ମିଳିପାରିବ। ଏହି ଚୁକ୍ତିନାମା କେବଳ ଠକେଇ, ଦୁର୍ନୀତି ବା ଅଯୋଗ୍ୟତା ଆଧାରରେ 180 ଦିନ ମଧ୍ୟରେ ଚ୍ୟାଲେଞ୍ଜ କରିହେବ।
ଆଇନ କାର୍ଯ୍ୟକାରିତା ନିରୀକ୍ଷଣ ସଂସ୍ଥା ଆବଶ୍ୟକତା
ଏହି ଆଇନ ଗୋଷ୍ଠୀଗତ ବିବାଦ (ଅଞ୍ଚଳ, ପରିବାର ବିବାଦ) ପାଇଁ ମଧ୍ୟ ସମ୍ମାନିତ ବ୍ୟକ୍ତି ବା ନିରପେକ୍ଷ ମଧ୍ୟସ୍ଥି ଦ୍ୱାରା ସମାଧାନର ଅବଧାନ ରଖେ। 15 ସେପ୍ଟେମ୍ବର 2023ରେ ଗେଜେଟରେ ପ୍ରକାଶିତ ହେଲେ ମଧ୍ୟ, ଏହାର କାର୍ଯ୍ୟକାରିତା ଉପରେ ସରକାର ଯଥେଷ୍ଟ ଧ୍ୟାନ ଦେଉନାହାନ୍ତି। ଫଳରେ, ଏହାର ସୁଫଳ ସାଧାରଣ ଲୋକଙ୍କ ପାଖରେ ପହଞ୍ଚୁନାହିଁ। ଅନ୍ୟ ଦେଶ ଗୁଡିକ ଯେପରି ଆଇନର କାର୍ଯ୍ୟକାରିତା ଉପରେ ନିରୀକ୍ଷଣ କରୁଥାନ୍ତି, ଭାରତରେ ମଧ୍ୟ ସେଭଳି ସଂସ୍ଥାର ଆବଶ୍ୟକ।
ଏ ଲେଖାଟି -ବିଭୁପ୍ରସାଦ ତ୍ରିପାଠୀ
(ବରିଷ୍ଠ ଆଇନଜୀବୀ, ଓଡ଼ିଶା ହାଇକୋର୍ଟ)

ହସ୍ପିଟାଲରେ ଥିଲେ ଢୋଲକିଆ, ସାହାଯ୍ୟ କଲେନି ବବି !

ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଓ ତାଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ରାସ୍ତାରେ ପୂର୍ବତନ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି

  • 1997 ମସିହା ଏପ୍ରିଲ 17ରେ ଯେତେବେଳେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିଲା, ସେ ସମୟରେ ଦିଲ୍ଲୀର ଏସକର୍ଟ ହସ୍ପିଟାଲ୍ ବିଲ୍ ଦେବାକୁ ପଛଘୁଞ୍ଚା ଦେଇଥିଲେ ବିଜୁ ବାବୁଙ୍କ ଦୁଇ ପୁଅ ପ୍ରେମ ଓ ନବୀନ
  • ଏସକର୍ଟ ହସ୍ପିଟାଲ୍ ଅଧିକାରୀ, ଚିକିତ୍ସା ବିଲ୍ ମାଗିବା ବେଳେ, ଦୁଇ ଭାଇ ହାତ ଠାରି ଦେଇଥିଲେ ତତ୍କାଳୀନ ଜନତା ଦଳ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟଙ୍କ ଆଡ଼କୁ କାରଣ ଶେଷ ସମୟରେ ବିଜୁ ବାବୁ ରହୁଥିଲେ, ଦିଲ୍ଲୀପ ରାୟଙ୍କ ପାଖରେଦିଲ୍ଲୀପ ରାୟ ହିଁ ପୈଠ କରିଥିଲେ ଏସକର୍ଟ ହସ୍ପିଟାଲ ବିଲ୍

ନବୀନଙ୍କ ରାସ୍ତାରେ ବବି
ଏହି ଘଟଣାର କିଛି ଅଂଶ ମିଶୁଛି, ନୂଆପଡାର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ କ୍ଷେତ୍ରରେହେଲେ ଏଠି ସ୍କ୍ରିପ୍ଟ ଟିକେ ଅଲଗାବିଜୁ ଜନତା ଦଳର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆ, ଚେନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ପୁଅ ଜୟଙ୍କ ବ୍ୟାଙ୍କ କାରବାରକୁ ନେଇ ଅସୁବିଧା ଥିଲା ବୋଲି ଶୁଣିବାକୁ ମିଳୁଛି ।

  • ସେଥିପାଇଁ ଜୟ କୁଆଡେ ବବି ଦାସଙ୍କୁ 15ରୁ 20 ଲକ୍ଷ ଟଙ୍କା ଧାର ମାଗିଥିଲେ ବ୍ୟାଙ୍କ ଟ୍ରାଞ୍ଜାକସନ୍ ସ୍ୱାଭାବିକ ହେବା ମାତ୍ରେ ଟଙ୍କା ଫେରାଇ ଦେଇଥାନ୍ତେସେହି ପ୍ରସ୍ତାବରେ ବବି ରାଜି ହୋଇଥିଲେ ବି ଚର୍ଚ୍ଚା ହେଉଛି ।
  • ’ଣ ହେଲା କେଜାଣି, ଆଉ ଜୟଙ୍କ ଫୋନ ଉଠାଇଲେ ନାହିଁ ବବି ଦାସ
  • ଅନ୍ୟ ଆଡୁ ଟଙ୍କା ଯୋଗାଡ଼ କରି ହସ୍ପିଟାଲ୍ ବିଲ୍ ପୈଠ କରିଥିଲେ ଜୟକିନ୍ତୁ ବାପାଙ୍କୁ ବଞ୍ଚାଇ ପାରିଲେ ନାହିଁ
       ବବି ଦାସଙ୍କ ଏହି ଦୋମୁହାଁ ଗୁଣ ଯୋଗୁଁ ଆଜି ଢୋଲକିଆ ପରିବାର, ବିଜେଡି ଉପରେ ଖପ୍ପା ଥିବା ଶୁଣୁବାକୁ ମିଳୁଛି ସେପଟେ ବବି ଦାସଙ୍କୁ ଅଘୋଷିତ ଭାବେ ନୂଆପଡା ଦାୟିତ୍ୱ ଦେଇଛନ୍ତି ବିଜେଡିର ଛାୟା ସୁପ୍ରିମୋ ଭୈରବ ପାଣ୍ଡିଆନ ଯାହାକୁ ବିରୋଧ କରୁଛନ୍ତି ଢୋଲକିଆ ପରିବାରଯଦି ବବି ଦାସ ନୂଆପଡା ଉପନିର୍ବାଚନ ଦାୟିତ୍ୱ ନେବେ, ଜୟ BJP ଯିବେ, ନ ହେଲେ BJP ପ୍ରାର୍ଥୀଙ୍କୁ ସମର୍ଥନ ଦେବେ ବୋଲି ନୂଆପଡାରେ ଚର୍ଚ୍ଚା ହେଲାଣି

ହେଲିକପ୍ଟର ଭଡ଼ା କରିଥିଲେ
ତେବେ ବବି ଦାସଙ୍କ ଠାରୁ ଧାର ନେଇ ଟଙ୍କା ଫେରାଇ ଦେଇଥାନ୍ତେ ଜୟ, ଏ କଥାରେ ଦ୍ୱିମତ ନାହିଁକାରଣ ଢୋଲକିଆ ପରିବାର ଏକ ସମ୍ଭ୍ରାନ୍ତ ଇତାହାସ ରଖନ୍ତି ବ୍ୟବସାୟୀ ପରିବା, ଆର୍ଥିକ ଦୃଷ୍ଟିରୁ ଖୁବ ସ୍ୱଚ୍ଛଳ ।  2014 ରେ ନିର୍ବାଚନ ହାରିବା ସତ୍ୱେ, ତତ୍କାଳୀନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କୁ ନିଜ ସ୍କୁଲ କାର୍ଯ୍ୟକ୍ରମରେ ହେଲିକପ୍ଟର ଭଡ଼ା କରି ନୂଆପଡ଼ା ନେଇଥିଲେ ରାଜେନ୍ଦ୍ର ଢୋଲକିଆକିନ୍ତୁ ବବି ଦାସ ନିଜ ଦଳର ବରିଷ୍ଠ ବିଧାୟକଙ୍କ ପରିବାରର ଅନୁରୋଧ ରଖିଲେନି ଯେଉଁଠି ଆଜି ବି ବବିଙ୍କୁ ଅନେକ ବିଜେଡି ନେତା Closest to ପାଣ୍ଡିଆନ ମାନନ୍ତି
ଜୟ ନ ଲଢ଼ିବେ ପଛେ, ବବି ଦାସଙ୍କୁ ପାନେ ଚଖାଇ, ବିଜୁ ଜନତା ଦଳର ଅସ୍ତିତ୍ୱ ଦୋହଲାଇବାକୁ ବିଦ୍ରୋହୀ ହେବେ, ସେ କଥା ଏଡାଇ ହେବ ନାହିଁ !…
ଏହି ଷ୍ଟୋରୀକୁ ଲେଖିଛନ୍ତି-ଦେବେନ୍ଦ୍ର କୁମାର ନାୟକ

ନବରାତ୍ରିରୁ ନୂଆ GST

ନବରାତ୍ରୀରୁ ଲାଗୁ ହୋଇଛି ନୂଆ GST। ଏଥର ସାମଗ୍ରୀ ଶସ୍ତା ହେବ, ଲୋକଙ୍କ ସଞ୍ଚୟ ବଢିବ। ସେପ୍ଟେମ୍ବର 3 ତାରିଖରେ  GSTକୁ ନେଇ ସରକାର କରିଥିବା ଘୋଷଣା ଲାଗୁ ହୋଇଛି । ଏଥର କେବଳ ତିନିଟି ସ୍ଲାବରେ ଜିଏସଟି ରହିଛି। ପୂର୍ବରୁ ଥିବା 12% ଏବଂ  28% GST ସ୍ଲାବ ହଟିଛି। 5% ଓ 18%, 40% ସ୍ଲାବରେ ମିଳୁଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ। ତମାଖୁ ଏବଂ ବିଳାସପୂର୍ଣ୍ଣ ସାମଗ୍ରୀ ପାଇଁ 40% ଜିଏସଟି ଲାଗୁ ହୋଇଛି। ଆଗରୁ  ଲାଇଫ୍ ଇନ୍ସୁରାନ୍ସ ଏବଂ ହେଲଥ ଇନ୍ସୁରାନ୍ସରେ GST  ଦେବାକୁ ପଡ଼ୁଥିଲା ବେଳେ ଏଥିରୁ GST ଛାଡ଼ କରାଯାଇଛି। 33 ପ୍ରକାରର ମେଡିସିନରେ ଦେଉଥିବା GSTରୁ ମୁକ୍ତି ପାଇଛନ୍ତି ରୋଗୀ ।

ସରକାରଙ୍କ ଏ ନିଷ୍ପତ୍ତିରେ ଚାଷୀ ବିଶେଷ ଭାବେ ଉପକୃତ ହେବେ। ଚାଷୀମାନେ ପୂର୍ବରୁ ପାଖାପାଖି 13% ଜିଏସଟି ଦେଉଥିଲା ବେଳେ ଏଥର କେବଳ 5% ଜିଏସଟି ଦେବେ। ଚାଷୀଙ୍କ କାମରେ ଲାଗୁଥିବା ଟ୍ରାକ୍ଟର,ଟ୍ରାକ୍ଟର ଟାୟାର ଏବଂ ବିଭିନ୍ନ ପାର୍ଟସ୍, ଜୈବ-କୀଟନାଶକ,ଚାଷ ଅମଳରେ ବ୍ୟବହୃତ ଉପକରଣ ପାଇଁ ମାତ୍ର 5 %  ଟ୍ୟାକ୍ସ ଦେବାକୁ ପଡ଼ିବ ।
                     ସେହିଭଳି ଚିକିତ୍ସା କ୍ଷେତ୍ରରେ ମହଙ୍ଗା ମାଡ଼ରୁ ଲୋକଙ୍କୁ ମୁକ୍ତି ମିଳିଛି। ସ୍ୱାସ୍ଥ୍ୟ ସାମଗ୍ରୀ ଥର୍ମୋ‌ମିଟର, ମେଡିକାଲ୍‌ ଅକ୍ସିଜେନ୍, ଗ୍ଲୁକୋମିଟର ଆଦି ପାଇଁ ଆଜିଠାରୁ  5% ଟ୍ୟାକ୍ସ । ମଧ୍ୟବିତ୍ତଙ୍କ ସଉକ ପୂରଣ କରିବା ଏଥର ଅଧିକ ସହଜ ହୋଇଛି। ଟିଭି, AC, ମନିଟର ଓ ପ୍ରୋଜେକ୍ଟର, ୱାସିଂ ମେସିନ ଶସ୍ତା ହୋଇଛି । ଆଗରୁ  28 %  ଟ୍ୟାକ୍ସ ଦେବାକୁ ପଡ଼ୁଥିଲା ବେଳେ ଏଥର 10% ଟ୍ୟାକ୍ସ ଆହୁରି କମିଛି । ଏସବୁ ଜିନିଷ ପାଇଁ ମାତ୍ର 18% ଟ୍ୟାକ୍ସ ଦେବାକୁ ପଡ଼ିବ । ସାମ୍ପୁ, ଟୁଥବ୍ରସ୍, ଟୁଥପେଷ୍ଟ, ସାଇକେଲ, ରୋଷେଇ ସାମଗ୍ରୀ, ଚକୋଲେଟ୍, କଫି, ନୁଡଲ୍ସ, ଘିଅ, ଆଜିଠୁ ଶସ୍ତାରେ ମିଳିବ ।
                  ଶିକ୍ଷାକୁ ଗୁରୁତ୍ତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ସାମଗ୍ରୀ କ୍ଷେତ୍ରରେ ରେଟ୍ କମିଛି। ମ୍ୟାପ୍, ଚାର୍ଟ, ଗ୍ଲୋବ, ପେନସିଲ୍, ଖାତା ବହି, ରବରରେ ଜିରୋ ଜିଏସଟି। ଏସବୁ ସାମଗ୍ରୀ ଉପରେ ଆଉ ଜିଏସଟି ଦେବାକୁ ପଡ଼ିବ ନାହିଁ। ଯାହାଫଳରେ ଛାତ୍ରଛାତ୍ରୀ ଉପକୃତ ହେବେ। ତେବେ ସବୁ କ୍ଷେତ୍ରରେ ଶସ୍ତା ହୋଇଥିଲା ବେଳେ ହାନିକାରକ ଓ ଅତି ବିଳାସପୂର୍ଣ୍ଣ ସାମଗ୍ରୀ କ୍ଷାତ୍ରରେ ଦର କମିନାହିଁ। ପାନ ମସଲା, ସିଗାରେଟ୍, ଗୁଟଖା, ତମାଖୁ ଦ୍ରବ୍ୟ, ଜର୍ଦା, କୋଲଡ୍ରିଙ୍କସରେ ୪୦% ଟ୍ୟାକ୍ସ ଲାଗିଛି ।

ସମୟ ନଥାଇ କଂଗ୍ରେସର ଅନାସ୍ଥା ପ୍ରସ୍ତାବ

  • BJD ପାଇଁ ଭକ୍ତ ଦାସଙ୍କ ଷଡ଼ଯନ୍ତ୍ର
  • କେବଳ ସରକାର ନୁହେଁ, ବରଂ ବିରୋଧି ଦଳକୁ ହରଡ଼ଘଣାରେ ପକାଇବାକୁ ଚାହୁଁଛି କଂଗ୍ରେସ
  • ସମର୍ଥନ ଆଳରେ ବିଜୁ ଜନତା ଦଳ ପ୍ରତି, ସମାଲୋଚନାକୁ ନିମନ୍ତ୍ରଣ
  • BJDକୁ ଅଡୁଆରେ ପକାଇବାକୁ ଭକ୍ତଙ୍କ ଫର୍ମୁଲା ଅନାସ୍ଥା
  • ଅନାସ୍ଥା ପାଇଁ ସମୟ ନଥିଲା ବେଳେ କେବଳ ପଲିଟିକାଲ ଡ୍ରାମା କରୁଛି କଂଗ୍ରେସ
  • ମୌସୁମୀ ଅଧିବେଶନର ପ୍ରଥମ ଦିନ ପରି ଦ୍ୱିତୀୟ ଦିନ ବି ଚାଲି ପାରିଲାନି ବିଧାନସଭା

ଫେବୃଆରୀ 18 ରେ ସରକାର ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଆଣିଛି କଂଗ୍ରେସ । କଂଗ୍ରେସର 14 ବିଧାୟକ ସହ CPM ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ମିଶାଇ 15 ଜଣଙ୍କ ସମର୍ଥନ ରହିଛି । କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ, ତାରା ବାହିନୀପତି ବିଜେଡିର ଉପମୁଖ୍ୟ ସଚେତକ ପ୍ରତାପ ଦେବଙ୍କୁ ସାକ୍ଷାତ କରି ସମର୍ଥନ ମଧ୍ୟ ମାଗିଥିଲେ। ମାତ୍ର କଂଗ୍ରେସର ଏ ଫନ୍ଦିରେ ପଡ଼ି ନଥିଲା ବିଜେଡି ।
ତେବେ ଏ ଅନାସ୍ଥା ପ୍ରସ୍ତାବ ଆଜିର ନୁହେଁ । ବହୁ ପୂର୍ବରୁ ଏ ନେଇ ଗ୍ରୀନ୍ ସିଗନାଲ୍ ଦେଇ ସାରିଛନ୍ତି କଂଗ୍ରେସ ପ୍ରଦେଶ କମିଟି ଅଧ୍ୟକ୍ଷ ଭକ୍ତ ଦାସ। ଏମିତି କି ବିଜେଡି ପରି ସଂଖ୍ୟା ଗରିଷ୍ଠତା ଥିଲେ ବିଧାନସଭା ଚଲେଇ ଦିଅନ୍ତେ ନାହିଁ ବୋଲି ଖୋଲା ଧମକ ବି ଦେଇଥିଲେ । ଯାହାର ରେଜଲ୍ଟ ଏ ଅନାସ୍ଥା।

ମାତ୍ର ଏ ଅନାସ୍ଥା କଂଗ୍ରେସକୁ ଲୋକହସା କରାଇଛିସରକାରୀ ଦଳରେ ସ୍ୱାଧିନ ବିଧାୟକଙ୍କୁ ମିଶାଇ 81 ସଦସ୍ୟ ଥିଲା ବେଳେ ମାତ୍ର 15 ସଦସ୍ୟଙ୍କୁ ନେଇ କଂଗ୍ରେସର ଏ ପ୍ରହସନ କେବଳ ସମୟ ବର୍ବାଦର ବାର୍ତ୍ତା ଦେଉଛି । ମାତ୍ର 7 ଦିନର ସଂକ୍ଷିପ୍ତ ଅଧିବେଶନରେ ସଂଖ୍ୟାଗରିଷ୍ଠତା ଥିବା ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି କଣ ପ୍ରମାଣ କରିବାକୁ ଚାହୁଁଛି କଂଗ୍ରେସ ? ରବିବାରକୁ ଛାଡ଼ି ବାକିଥିବା  6 ଦିନର କାର୍ଯ୍ୟଦିବସରୁ ଦୁଇ ଦିନ ମୁଲତବିରେ ଗଲାଣି। ଆଉ 4 ଦିନରେ କେଉଁ ନିଷ୍ପତ୍ତି  ଅପେକ୍ଷାରେ ଅଛି କଂଗ୍ରେସ। ଆଲୋଚନା ହେବାର ସମ୍ଭାବନା କ୍ଷୀଣ ଥିଲାବେଳେ କାହିଁକି ଏ ଅନାସ୍ଥା ଗେମ୍ ଖେଳୁଛି । କଣ କେବଳ ଭକ୍ତଦାସ ନିର୍ଦ୍ଦେଶ ଦେଲେ ବୋଲି?
          ଅନ୍ୟ ପାର୍ଶ୍ୱରେ ଦେଖିବାକୁ ଗଲେ ଯଦିଓ କଂଗ୍ରେସ ବିଜେଡିର ସମର୍ଥନ ମାଗୁଛି କିନ୍ତୁ ଯେଉଁ ପ୍ରସ୍ତାବରେ ଆଲୋଚନାର ସମ୍ଭାବନା ନାହିଁ ତାକୁ କାହିଁକି ସମର୍ଥନ କରିବ ବିଜେଡି ? ଯାହାର ପସିବିଲିଟି କମ୍ ତାକୁ ନେଇ କି ପଲିଟିକ୍ସ? ଏମିତି କରି ବିଜୁ ଜନତା ଦଳକୁ ଲୋକଙ୍କ ଆଖିରେ ନୀଚ୍ଚା କରୁନି ତ କଂଗ୍ରେସ? ବିଜେଡି ବିରୋଧି ଦଳର ଭୂମିକା ଠିକରେ କରୁନାହିଁ ବୋଲି ପ୍ରମାଣ କରିବାକୁ ଏ କଂଗ୍ରେସର ଚାଲାକି ନୁହେଁ ତ?

ତେବେ କଥା ହେଉଛି କଂଗ୍ରେସର ଏ ନୋଟିସ ପ୍ରସ୍ତାବ ଆକାରରେ ବିଧାନସଭା  ଗୃହରେ ଆସିପାରିବ କି? ଯଦି ଆସିବ, କେବେ? ଅନାସ୍ଥା ପ୍ରସ୍ତାବ ପାଇଁ ସମୟ କାହିଁ ? ଯଦିବା ବାଚସ୍ପତି କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରନ୍ତି ତେବେ ସେ ପ୍ରକ୍ରିୟା ପାଇଁ 15 ଜଣ ସଭ୍ୟଙ୍କୁ ଉପସ୍ଥିତ ରହି ସମ୍ମତି ଦେବାକୁ ପଡ଼ିବ । ପ୍ରସ୍ତାବ ଗ୍ରହଣ ହେଲା ପରେ ଯାଇ ପରବର୍ତ୍ତୀ ପ୍ରକ୍ରିୟା ଚାଲୁ ରହିବ । ଆଉ ଏମିତିରେ ଗୋଟାଏ ଦିନରେ ଏସବୁ କାମ ,ସମ୍ଭବ ନୁହେଁ । କଂଗ୍ରେସ ମଧ୍ୟ ବାଚସ୍ପତିଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ ବାଧ୍ୟ କରିପାରିବ ନାହିଁ । ହାତରେ ଆଉ ମାତ୍ର 4 ଦିନର ସମୟ, ବାକି ଥିବା 5 ଦିନରେ ମଝିରେ ରବିବାର ପଡ଼ୁଥିବାରୁ କଂଗ୍ରେସର କାମ ହେବା ଏତେ ସହଜ ନୁହେଁ  । ଏଥିପାଇଁ ସର୍ଚନିମ୍ନ ୧୦ ଦିନ ସମୟ ଆବଶ୍ୟକ।
                          ପ୍ରସ୍ତାବ ଗୃହରେ ଉପସ୍ଥାପିତ ହେବାପରେ ୧୦ ଦିନ ବାଦ୍ ଆଲୋଚନା ହେବ ଏଥିପାଇଁ ସମୟ ନାହିଁ । ତେବେ ପ୍ରଶ୍ନ ଉଠୁଛି ଏସବୁ କଣ କଂଗ୍ରେସ ନେତାଙ୍କୁ ଅଜଣା? କଂଗ୍ରେସ ଶୀତ ଅଧିବେଶନ ପର୍ଯ୍ୟନ୍ତ ଅପେକ୍ଷା କଲାନାହିଁ କାହିଁକି ? କଂଗ୍ରେସର ଏ ତରବରିଆ ନୀତି ଅପରିପକ୍ୱତାକୁ ଦର୍ଶାଉଛି । ଅନ୍ୟପଟରେ ଏସବୁ ଦେଖି ବିଜେପି ନେତା ବାବୁ ସିଂହ କହିଲେଣି ଜଗତେ କେବଳ ଜନେ ହସିବେ ବାଣ ମାରି ଜୟ ନାରାୟଣ ମିଶ୍ର କହୁଛନ୍ତି ଆମେ ତ ଗୋଲ୍ଡ ପାଇଛୁ, ସିଲଭର ମେଡାଲ ପାଇଁ ବିରୋଧିଙ୍କ ଏ ପ୍ରତିଯୋଗୀତା । ସତରେ ଏ ରାଜନୀତିର ଦୌଡ଼ରେ ଅନାସ୍ଥାକୁ ନେଇ କିଏ କେଉଁ ଆୱାର୍ଡ ପାଇବ ତାହା ସମୟ କହିବ ।