ସୁନିଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଲେ ଗିଲ୍

ୟୁଥ୍ କ୍ରିକେଟର ଶୁବମନ୍ ଗିଲଙ୍କ ବଡ଼ ସଫଳତା । ଆଇସିସି ଟେଷ୍ଟ ରାକିଂରେ ଟପ୍ ଟେନରେ ସ୍ଥାନ ପାଇଛନ୍ତି ଶୁବମନ୍ ଗିଲ। ଟେଷ୍ଟ ରାକିଂରେ ହାଇ ଜମ୍ପ ମାରିବା ସହିତ  ୨୧ ନମ୍ବର ସ୍ଥାନରୁ ଉପରକୁ ଉଠିଛନ୍ତି। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦମଦାର ପାରିରୁ ଏହି ସଫଳତା ମିଳିଛି।
ଦ୍ୱିତୀୟ ଟେଷ୍ଟର ପ୍ରଥମ ଇଂନିସରେ ଦ୍ୱିଶତକ ଓ ଦ୍ୱିତୀୟ ଇଂନିସରେ ଶତକ ମାରିଥିଲେ ଭାରତୀୟ କ୍ରିକେଟ ଟିମର ଟେଷ୍ଟ ଅଧିନାୟକ ଗିଲ୍। ଏହି ଇନିଂସ ବଳରେ ସେ ୧୫ ଜଣ ଖେଳାଳିଙ୍କୁ ପଛରେ ପକାଇଛନ୍ତି। ତେବେ ଇଂଲଣ୍ଡ ପ୍ରତିଭାବାନ ହ୍ୟାରୀ ବ୍ରୁକ ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ଟେଷ୍ଟ କ୍ରିକେଟରେ ଜୋ ରୁଟଙ୍କୁ ହଟାଇ ହ୍ୟାରି ବ୍ରୁକ୍ ଏକ ନମ୍ବର ସ୍ଥାନକୁ ଯାଇଛନ୍ତି । ରୁଟ୍ ଗୋଟିଏ ସ୍ଥାନ ତଳକୁ ଖସି ଦ୍ୱିତୀୟ ସ୍ଥାନକୁ ଆସିଛନ୍ତି । ଅନ୍ୟ ପକ୍ଷରେ ଭାରତର ନବ ନିଯୁକ୍ତ ଟେଷ୍ଟ ଅଧିନାୟକ ଗିଲ ସୁନିଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। 

ଇଂଲଣ୍ଡର ଏହି ଖେଳାଳି ପ୍ରଥମ ଟେଷ୍ଟର ପ୍ରଥମ ଇଂନିସରେ ୯୯ ଓ ଦ୍ୱିତୀୟ ଇଂନିସରେ ଶତକ ମାରିଥିଲେ। ଯାହା ତାଙ୍କୁ ଆଇସିସି ଟେଷ୍ଟ ରାକିଂର ଏକ ନମ୍ବର ସ୍ଥାନରେ ପହଞ୍ଚାଇଛି। ଦୁଇଟି ଟେଷ୍ଟରେ ଜୋ ରୁଟ୍ ଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। କେନ ଓ୍ବିଲିୟମସନ ତୃତୀୟ ସ୍ଥାନରେ ଥିବା ବେଳେ ୟଶସ୍ୱୀ ଜଶଓ୍ୱାଲ ଚତୁର୍ଥ ଏବଂ ଷ୍ଟିଭ ସ୍ମିଥ୍ ପଞ୍ଚମ ସ୍ଥାନରେ ରହିଛନ୍ତି। ଟେମ୍ବା ବାଭୁମା ୭ମ ସ୍ଥାନରେ ରହିଛନ୍ତି। ରିଷଭ ପନ୍ତ ତଳକୁ ଖସି ଅଷ୍ଟମ ସ୍ଥାନକୁ ଚାଲି ଆସିଛନ୍ତି । ନବମ ସ୍ଥାନରେ କାମିନ୍ଦୁ ମେଣ୍ଡିସ୍ ଓ ୧୦ମ ସ୍ଥାନରେ ଅଛନ୍ତି ଜେମି ସ୍ମିଥ।

Visited 14 times, 1 visit(s) today
Share this post

Leave A Comment

Your email address will not be published. Required fields are marked *