ପାକିସ୍ତାନର ସ୍ୱାଧିନତା ସଂଗ୍ରାମୀ-ଆତଙ୍କବାଦୀ

ପାକିସ୍ତାନ ପାଇଁ ଆତଙ୍କବାଦୀ ହିଁ ସ୍ୱାଧିନତା ସଂଗ୍ରାମୀ । ଏଭଳି ଅମାନବୀୟ ବୟାନ ଦେଇଛନ୍ତି ଖୋଦ୍ ପାକିସ୍ତାନ ଉପ ପ୍ରଧାନମନ୍ତ୍ରୀ ଇସାକ ଦାର । ଜମ୍ମୁ କାଶ୍ମିରର ପହଲଗାମରେ ଘଟିଥିବା ଅମାନବୀୟ ଘଟଣାରେ ବିଶ୍ୱବ୍ୟାପୀ ଆତଙ୍କବାଦୀଙ୍କୁ ନିନ୍ଦା କରାଯାଉଥିଲା ବେଳେ ସେମାନଙ୍କୁ ସ୍ୱାଧୀନତା ସଂଗ୍ରାମୀ କହି ନିଜ ନୀଚ୍ଚ ମାନସିକତାର ପରିଚୟ ଦେଇଛି ପାକିସ୍ତାନ । ପଛପଟୁ ଛୁରି ମାରିବାରେ ଅଭ୍ୟସ୍ତ ପାକିସ୍ତାନର ଏଭଳି ଅମାନୁଷିକ କାମ ସାଙ୍ଗକୁ ଅମାନବୀୟ ବୟାନକୁ ସବୁ ମହଲରୁ ନିନ୍ଦା କରାଯାଉଛି। ଆତଙ୍କବାଦକୁ ସବୁବେଳେ ସମର୍ଥନ ଦେଇ ଆସୁଥିବା ପାକିସ୍ତାନର ଆତଙ୍କବାଦ ପ୍ରେମ ଏଥର ଭାରି ପଡ଼ିବ । ଗୋଟାଏ ପଟେ ପ୍ରଧାନମନ୍ତ୍ରୀ ଆତଙ୍କବାଦୀଙ୍କ ଭୂଖଣ୍ଡ ଧ୍ୱଂସ କରିଦିଆଯିବ ବୋଲି କଡ଼ା ଚେତାବନୀ ଦେଇଥିଲା ବେଳେ ଆଉ ଗୋଟାଏ ପଟେ ଗୃହମନ୍ତ୍ରୀ ଅମିତ ଶାହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ  କହିଲେଣି ପାକିସ୍ତାନୀଙ୍କୁ ତୁରନ୍ତ ତଡ଼ । ଏହି ଆକ୍ରମଣ ପରେ ଭାରତ ସରକାର ପଡ଼ୋଶି ଦେଶ ପାକିସ୍ତାନ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଏବଂ ସିନ୍ଧୁ ଜଳ ଚୁକ୍ତିନାମା ବନ୍ଦ କରିବା ଭଳି ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି।

ତେବେ ଇସାକ ଦାରଙ୍କ ଏହି ବୟାନର ଉଚିତ ଜବାବ ଦେଇଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ଦାନିଶ କାନେରିଆ। ପୂର୍ବତନ ପାକିସ୍ତାନୀ ହିନ୍ଦୁ କ୍ରିକେଟର ଦାନିଶ କାନେରିଆ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ X ରେ ଏକ ପୋଷ୍ଟ ସେୟାର କରି ପାକିସ୍ତାନୀ ଉପ-ପ୍ରଧାନମନ୍ତ୍ରୀଙ୍କ ବୟାନ ବିରୋଧରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ୨୨ ଏପ୍ରିଲ ମଙ୍ଗଳବାର ଦିନ ଜମ୍ମୁ-କାଶ୍ମୀରର ପହଲଗାମରରେ ଏହି ଆତଙ୍କବାଦୀ ଆକ୍ରମଣ ଘଟିଥିଲା, ଯେଉଁଥିରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହା ପରଠାରୁ କେବଳ ଦେଶ ନୁହେଁ ବରଂ ବିଶ୍ୱର ପ୍ରତ୍ୟେକ କୋଣରୁ ଅନେକ ପ୍ରକାରର ପ୍ରତିକ୍ରିୟା ଆସୁଛି। ସେହି ସମୟରେ, ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀଙ୍କ ଏଭଳି ଅମାନବୀୟ ବୟାନକୁ କଡ଼ା ଭାଷାରେ ନିନ୍ଦା କରାଯାଉଛି ।

Visited 11 times, 1 visit(s) today
Share this post

Leave A Comment

Your email address will not be published. Required fields are marked *