ମାଓ ଦମନକୁ ଗୁରୁତ୍ତ୍ୱ ଦେଉଛନ୍ତି ସରକାର। ମାଓବାଦୀଙ୍କ ମୂଳୋତ୍ପାଟନ ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। 2026 ସୁଦ୍ଧା ଭାରତ ଆତଙ୍କବାଦ ମୁକ୍ତ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପହେଲଗାମ ଆକ୍ରମଣର ପାଲଟା ଆକ୍ରମଣ କରି ପାକିସ୍ତାନକୁ ଉଚିତ ଜବାବ ଦେଇଥିବା ଭାରତ ଏବେ ମାଓବାଦୀଙ୍କ ଦମନରେ ମଧ୍ୟ ସଫଳତା ହାସଲ କରିଛି। ବିଭିନ୍ନ ରାଜ୍ୟରୁ, ବିଭିନ୍ନ ଅପରେସନ୍ ମାଧ୍ୟମରେ ମାଓବାଦୀଙ୍କୁ ଦମନ କରିବା କ୍ଷେତ୍ରରେ ଭାରତ ଢେର୍ ସଫଳତା ହାସଲ କରିଛି । ଅପରେସନ୍ ବ୍ଲାକ୍ ଫରେଷ୍ଟ ମାଧ୍ୟମରେ ମାଓ ନିପାତର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି।

ଏନକାଉଣ୍ଟରରେ 30 ମାଓବାଦୀ ସଫା
ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ମାଓବାଦୀଙ୍କୁ ଦମନ କରିବା ପାଇଁ ବଡ଼ ଧରଣର ଏନ୍କାଉଣ୍ଟର ହୋଇଛି। ମାଓ ମୁକାବିଲା ସହିତ ମାଓବାଦୀଙ୍କ ମୂଳ ନିପାତ ପାଇଁ ହୋଇଛି ବଡ଼ ଧରଣର ଅପରେସନ୍। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିୟମ ହୋଇଛି । ଏହି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ବାସବରାଜର ମୃତ୍ୟୁ ହୋଇଛି । ବାସବରରାଜ ହେଉଛି ମାଓବାଦୀ ସେଣ୍ଟ୍ରାଲ କମିଟିର ମୁଖ୍ୟ ତା ନିର୍ଦ୍ଦେଶରେ ମାଓବାଦୀ ବିଭିନ୍ନ ହିଂସାମୂଳକ କାର୍ଯ୍ୟରେ ନିୟୋଜିତ ଥିଲେ। ବାସବରାଜଙ୍କୁ ଧରାଇଦେବାକୁ ଦେଢ କୋଟି ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। 30 ମାଓବାଦୀଙ୍କ ସହିତ ମାଓବାଦୀ ସେଣ୍ଟ୍ରାଲ କମିଟିର ମୁଖ୍ୟ ବାସବରାଜର ଏନକାଉଣ୍ଟର ମାଓବାଦୀଙ୍କ ମୂଳୋତ୍ପାଟନରେ ଏକ ବଡ଼ ଧରଣର ସଫଳତା ।