ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚରେ ଇଣ୍ଡିଆ ୱିନ୍ କରିଛି। 2026-T20 ବିଶ୍ୱକପର ଏହି ସେମିଫାଇନାଲ ମ୍ୟାଚ ଉଭୟ ଇନିଂସରେ 499ରନ ସଂଗ୍ରହ କରିଥିଲା। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୨୫୩ ରନ୍ ହାତେଇଥିଲେ। ଏହାର ଜବାବରେ ଇଂଲଣ୍ଡ ଦଳ 246 ରନ୍ କରିବାକୁ ସକ୍ଷମ ହୋଇଥିଲା ଏବଂ ମ୍ୟାଚକୁ ୭ ରନ୍ରେ ହାରିଯାଇଥିଲା। 4 ବର୍ଷ ପରେ ଇଣ୍ଡିଆ ଟିମ୍ ଇଂଲଣ୍ଡଠୁ ପ୍ରତିଶୋଧ ନେଇଛି । ନିଜ ମାଟିରେ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲା କରିଛି। ପୂର୍ବରୁ 2022ରେ,ଏହି T20 ବିଶ୍ୱକପ ସେମିଫାଇନାଲରେ ଇଣ୍ଡିଆ- ଇଂଲଣ୍ଡ ପରସ୍ପର ସହିତ ମୁହାଁମୁହିଁ ହୋଇଥିଲେ, ଏଥିରେ ଇଂଲଣ୍ଡ ଜିତିଥିଲା ଓ ଇଣ୍ଡିଆ ହାରିଯାଥିଲା । 4 ବର୍ଷ ପରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ସେମି ଫାଇନାଲରେ ହରାଇ ପରାଜୟର ପ୍ରତିଶୋଧ ନେଇଛି।

ୱାଙ୍ଖେଡେ ଷ୍ଟାଡିୟମର ଦମଦାର ମ୍ୟାଚରେ ପ୍ରଦର୍ଶନ ଅତି ରୋମାଞ୍ଚକର ଥିଲା। ମ୍ୟାଚ ସମୟରେ ଉଭୟ ଦଳର ବୋଲର ଖୁବ୍ ଭଲ ପ୍ରଦର୍ଶନ କରିଛନ୍ତି। ୱାଙ୍ଖେଡେ ପିଚ୍ରେ ଅନ୍ୟ ବୋଲରମାନେ ୧୨ରୁ ଅଧିକ ଇକୋନୋମି ରେଟରେ ରନ ଦେଉଥିଲେ,ବୁମରା ମାତ୍ର ୮.୨ ଇକୋନୋମି ରେଟ ସହିତ ଇଂଲଣ୍ଡକୁ ଚକମା ଦେଇଛନ୍ତି। ତାଙ୍କର ଶେଷ ୧୨ ବଲ୍ରେ ମାତ୍ର ୧୪ ରନ ହାତେଇଛନ୍ତି ବିପକ୍ଷ ଖେଳାଳି। ଏହି ମ୍ୟାଚ ସମୟରେ, ବୁମରା ଆଉ ଏକ ବଡ଼ ମାଇଲଖୁଣ୍ଟ ହାସଲ କରିଥିଲେ ସେ ଅନ୍ତର୍ଜାତୀୟ କ୍ରିକେଟ୍ରେ ୫୦୦ ଉଇକେଟ ମଧ୍ୟ ପୂରଣ କରିଛନ୍ତି। ୨୫୪ ରନର ଲକ୍ଷ୍ୟ ପିଛା କରି ଇଂଲଣ୍ଡ ୧୭ତମ ଓଭର ସୁଦ୍ଧା ୫ ଉଇକେଟ ହରାଇ ୨୦୯ ରନ କରିଥିଲା। ସେଠାରୁ ଇଂଲଣ୍ଡକୁ ଜିତିବା ପାଇଁ ୧୮ ବଲ୍ରେ ୪୫ ରନ ଆବଶ୍ୟକ ଥିଲା।। କିନ୍ତୁ ବୁମରା ଟିମ ଇଣ୍ଡିଆର ଇନିଂସର ୧୮ତମ ଓଭର ବୋଲିଂ କରୁଥିଲେ।ଏହି ଓଭର ମ୍ୟାଚ୍ ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହେଲା।ସେ ଏହି ଓଭରରେ କେବଳ ୬ ରନ ଦେଇଥିଲେ, ଯାହା ମ୍ୟାଚର ମୋଡ଼ ବଦଳାଇ ଦେଇଥିଲା।ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୨୫୩ ରନ୍ ହାତେଇଥିଲା ବେଳେ ୨୪୬ ରନ୍ ହାତେଇ ଇଂଲଣ୍ଡ ଫାଇନାଲରୁ ବାଦ୍ ପଡ଼ିଛି।



