Category Sports

IPLରୁ ହଟିଲେ ପୁରୁଣା ଚମ୍ପିଅନ୍

ଏଥର IPLକୁ ମିଳିବ ନୂଆ ଚମ୍ପିଅନ। ରିପିଟ ହେବନି ପୁରୁଣା ଟିମ୍ । ଅନେକ ଥର ଟ୍ରଫି ହାତେଇଥିବା ଟିମ୍ ଏଥର ବାଦ୍ ପଡ଼ିଛନ୍ତି। ଚେନ୍ନାଇ ସୁପର କିଙ୍ଗସ୍, ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ ରାଇଡର୍ସ୍ ଆଦି ଫାଇନାଲରେ ନାହାନ୍ତି । ପ୍ରଥମ ଦୁଇ ସ୍ଥାନରେ ରହିଥିବା ଦଳ ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫାଇନାଲ୍ ଖେଳିବେ । ଜୁନ୍ 1ର ମୁକାବିଲାରେ ମୁମ୍ବାଇ ପ୍ରଥମ ବ୍ୟାଟିଂ କରି ୨୦୪ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ପଞ୍ଜାବ କିଙ୍ଗ୍ସର ଅଧିନାୟକ ଶ୍ରେୟସ ଆୟରଙ୍କ ବିସ୍ଫୋରକ ପାଳି ବଳରେ ଗୋଟିଏ ଓଭର ପୁର୍ବରୁ ବିଜୟ ହାସଲ କରି ନେଇଥିଲା ଦଳ । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ଷଷ୍ଠଥରର ବିଜୟ ଲକ୍ଷ ହାସଲ ହୋଇ ନ ପାରି ଏଥିରେ ବ୍ରେକ୍ ଲାଗିଛି ।


ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଜୁନ୍ 3 ର ଫାଇନାଲ ମ୍ୟାଚ୍ ପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି । ଚମ୍ପିଅନ୍ସ ଟ୍ରଫି ହାତେଇବାକୁ ଅନେକ ଟିମ୍ ଆଶା ରଖିଥିଲା ବେଳେ କେବଳ ଦୁଇଟି ଟିମ୍ ହିଁ ଏ କ୍ଷେତ୍ରରେ ଫାଇନାଲକୁ ଯାଇଛନ୍ତି ।ତେବେ ଫାଇନାଲ୍ ପୂର୍ବର ମ୍ୟାଚ୍ ରୋମାଞ୍ଚକର ଥିଲାବେଳେ    କିଏ ବାଜିମାତ୍ କରୁଛି ତାହା ଦେଖିବା ବାକି ।

ଯୁବରାଜଙ୍କ ପାଇଁ ସକ୍ସେସ୍ ଶୁଭମନ୍ ଗିଲ୍!

ଇଣ୍ଡିଆ ଟେଷ୍ଟ ଟିମର କ୍ୟାପ୍ଟେନ୍ ଭାବେ ନିଯୁକ୍ତ ହୋଇଛନ୍ତି ଶୁଭମନ ଗିଲ୍। ରୋହିତ୍ ଶର୍ମାଙ୍କ ପରେ ଶୁଭମନଙ୍କୁ ମିଳିଛି ଗୁରୁଦାୟିତ୍ୱ। ଟେଷ୍ଟ ଟିମର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ କିଏ ରିପ୍ଲେସ୍ କରିପାରିବେ ସେ ନେଇ ଯୋଗ୍ୟତା ଓ ଦକ୍ଷତାର କଥା ଉଠିଥିଲା ବେଳେ ଉଭୟରେ ନିଜର ଶ୍ରେଷ୍ଠତ୍ୱ ପ୍ରମାଣ କରି ଶୁଭମନ୍ ଗିଲ୍ କ୍ୟାପ୍ଟେନସିପ୍ ହାତେଇଛନ୍ତି। ତେବେ ଶୁଭମନଙ୍କ ଏ ସଫଳତା ପଛରେ ଯୁବରାଜ ସିଂଙ୍କ ହାତ ଅଛି ବୋଲି ମନ୍ତବ୍ୟ ଦେଇଛନ୍ତି ଯୁବରାଜଙ୍କ ବାପା ଯୋଗରାଜ ସିଂହ। ଯୁବରାଜଙ୍କ ମେଣ୍ଟରସିପ ଓ ଶୁବମନଙ୍କ ପିତାଙ୍କ କଠିନ ପରିଶ୍ରମ ତାଙ୍କୁ ସଫଳତମ କ୍ରିକେଟର ଭାବେ ଗଢି ତୋଳିଥିବା କହିଛନ୍ତି ୟୋଗରାଜ।

ଯୁବରାଜଙ୍କ ପାଇଁ ସଫଳ ଗିଲ୍

ଶୁଭମନ୍ ଗିଲଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି କହିଥିବା ବେଳେ ଏହାର ସମସ୍ତ ଶ୍ରେୟ ଯୁବରାଜ ସିଂଙ୍କୁ ଯିବ ବୋଲି କହିଛନ୍ତି ୟୋଗରାଜ ସିଂ। ସବୁବେଳେ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା କ୍ରିକେଟର ୟୋଗରାଜ ସିଂ ଭାରତୀୟ ଟେଷ୍ଟ ଦଳର ନବନିଯୁକ୍ତ ଅଧିନାୟକ ଶୁବମନ ଗିଲଙ୍କୁ ନେଇ ବୟାନ ଦେଇଛନ୍ତି। ସେ କହିଛନ୍ତି ‘‘ଶୁଭମନ ଭାରତୀୟ ଦଳର ଅଧିନାୟକ ହୋଇଛନ୍ତି। ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ଅଧିନାୟକ ମଧ୍ୟ ରହିବେ। ତେବେ ଜଣେ ସଫଳ କ୍ରିକେଟର ହେବାକୁ ଯେଉଁ ଦିଗଦର୍ଶନ ଆବଶ୍ୟକ ତାହା ଯୁବରାଜଙ୍କ ଠାରୁ ପାଇଥିବା କାରଣରୁ ଗିଲ ଏତେ ବାଟ ଆସି ପାରିଛନ୍ତି।ଯୁବରାଜ ଜଣେ ଅତ୍ୟନ୍ତ ବୁଦ୍ଧିମାନ କ୍ରିକେଟର। ସେ ଗିଲଙ୍କୁ ନିଜ ଅଧୀନରେ ନେବା କାରଣରୁ ହିଁ ସେ ଜଣେ ଭଲ ଖେଳାଳି ଓ ଅଧିନାୟକ ଭାବେ ନିଜକୁ ପ୍ରମାଣିତ କରି ପାରିଛନ୍ତି। ଗିଲ ସମସ୍ତ ଫର୍ମାଟରେ ନିଜର ଦକ୍ଷତା ଓ ଟେକନିକ ବଳରେ ସମସ୍ତଙ୍କୁ ପ୍ରଭାବିତ କରି ପାରିଛନ୍ତି।‘‘ ୨୫ ବର୍ଷୀୟ ଗିଲ ଟେଷ୍ଟ ଟିମର ଅଧିନାୟକ ଭାବେ ନୂତନ ଯାତ୍ରା ଆରମ୍ଭ କରିବାକୁ ଯାଉଥିବା ବେଳେ ସେ ସଫଳ ହେବା ନେଇ ୟୋଗରାଜ ଆଶା କରିଛନ୍ତି। ୨୦୨୪ରେ ଜିମ୍ବାୱେ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଗିଲ ଭାରତର କ୍ୟାପଟେନ ରହିଥିଲେ ଶୁଭମନ୍ ଗିଲ୍। ୨୦୨୦-୨୧ରେ ଡେବ୍ୟୁ କରିଥିବା ଶୁବମନ ଏ ପର୍ଯ୍ୟନ୍ତ ୩୨ଟି ଟେଷ୍ଟରୁ ୧୮୯୩ ରନ୍ କରିଛନ୍ତି। ଏଥିରେ ୫ ସେଞ୍ଚୁରୀ ସହ ୭ଟି ହାଫ୍ ସେଞ୍ଚୁରୀ ରହିଛି। କ୍ୟାପ୍ଟେନ୍ ରେସରେ ଥିବା ସମସ୍ତଙ୍କୁ ପଛରେ ପକାଇ ଶୁଭମନ୍ ଏ ସଫଳତା ହାସଲ କରିଛନ୍ତି। ତେବେ ଶୁଭମନଙ୍କ ଏ ସଫଳତା ପଛରେ ଯୁବରାଜଙ୍‌କ ପ୍ରମୁଖ ଭୂମିକା ଥିବା ୟୋଗରାଜଙ୍କ ଷ୍ଟେଟମେଣ୍ଟକୁ ନେଇ ଏବେ କ୍ରିକେଟ ମହଲରେ ଚର୍ଚ୍ଚା।

 

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ IPL ଫାଇନାଲ

ଅପରେସନ୍ ସିନ୍ଦୂରକୁ ନେଇ ସମ୍ଭାବ୍ୟ ଯୁଦ୍ଧ ଆଶଙ୍କା ହଟିଲା ପରେ ପୁଣି ଆରମ୍ଭ ହୋଇ ଯାଇଛି ସ୍ଥଗିତ ହୋଇଥିବା IPL । ଚଳିତ ଥର IPL ଫାଇନାଲ ମ୍ୟାଚ୍ ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ହେବ। ତୃତୀୟ ଥର ପାଇଁ ଅହମଦାବାଦ IPL ଫାଇନାଲ ଆୟୋଜନ କରିବାକୁ ଯାଉଛି। ୨୦୨୨ ଓ ୨୦୨୩ ଆଇପିଏଲର ଫାଇନାଲ ମ୍ୟାଚ୍ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିଲା। ଭାରତ-ପାକିସ୍ତାନ ବିବାଦ ଯୋଗୁ IPL ପ୍ରାୟ ୧୦ ଦିନ ବନ୍ଦ ରହିଥିଲା। ଶନିବାର ଠାରୁ ବଳକା ମ୍ୟାଚ୍‌ଗୁଡ଼ିକ ଘୋଷଣା ହୋଇଥିବା ଭେନ୍ୟୁରେ ଖେଳା ଯାଉଛି।

 ପ୍ଲେ ଅଫ ଓ ଫାଇନାଲ କେଉଁଠି ଖେଳାଯିବ, ସେକଥା ଘୋଷଣା ହୋଇନଥିଲା। BCCI ଜୁନ ୩ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ ଫାଇନାଲ ନରେନ୍ଦ୍ର ମୋଦି ଷ୍ଟାଡିୟମ ଖେଳାଯିବ ବୋଲି ଘୋଷଣା କରିଛି।ପ୍ରକୃତରେ ୨୦୨୫ ଆଇପିଏଲର ଫାଇନାଲ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବାର ଥିଲା। କିନ୍ତୁ କୋଲାକତାରେ ଜୁନ ମାସ ବେଳକୁ ବର୍ଷାର ଆଶଙ୍କା ରହିଛି। ତେଣୁ BCCI ଫାଇନାଲ ଭେନ୍ୟୁକୁ ବଦଳାଇ ଦେଇଛି।

ନୀରଜ ଚୋପ୍ରାଙ୍କୁ ବଡ଼ ସମ୍ମାନ; ମିଳିଲା Lieutenant Colonel ଗିଫ୍ଟ

ଜାଭେଲିନ୍ ଷ୍ଟାର ନୀରଜ ଚୋପ୍ରାଙ୍କୁ ବଡ଼ ଗିଫ୍ଟ । ପଦ୍ମଶ୍ରୀ ନୀରଜଙ୍କୁ ସେନା ପକ୍ଷରୁ ମିଳିଛି ବଡ଼ ସମ୍ମାନ। ଜାଭେଲିନ୍ ଥ୍ରୋରେ ଦୁଇ ଥର ଅଲିମ୍ପିକ୍ ମେଡାଲିଷ୍ଟ୍ ନୀରଜ ଚୋପ୍ରାଙ୍କୁ ଇଣ୍ଡିଆନ ଆର୍ମୀ ଟେରିଟୋରିଆଲ୍ ଆର୍ମିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଅନରାରୀ ରାଙ୍କ୍ ପ୍ରଦାନ କରିଛି । ଏନେଇ ଗେଜେଟ୍ ଅଫ୍ ଇଣ୍ଡିଆରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି।

୨୦୧୬ରେ ଭାରତୀୟ ସ୍ଥଳସେନାରେ Junior commissioned officer ଭାବେ ନାଏବ ସୁବେଦାର୍ ରାଙ୍କରେ ଯୋଗ ଦେଇଥିଲେ ନୀରଜ ଚୋପ୍ରା। ୨୦୨୧ରେ ସେ ସୁବେଦାର୍ ଭାବେ ପଦୋନ୍ନତି ପାଇଥିଲେ। ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତିବା ପରେ, ୨୦୨୨ରେ ପଦ୍ମଶ୍ରୀ ସହ ତାଙ୍କୁ ସେନାରେ ସର୍ବୋଚ୍ଚ ଶାନ୍ତିକାଳୀନ ପୁରସ୍କାର ପରମ ବିଶିଷ୍ଟ ସେବା ମେଡାଲ୍ ମିଳିଥିଲା।୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ଜିତିବା ପରେ ସେ ସୁବେଦାରରୁ ସୁବେଦାର୍ ମେଜର ଭାବେ ପଦୋନ୍ନତି ପାଇଥିଲେ। ଦୋହା ଡାଇମଣ୍ଡ ଲିଗ୍ ଆରମ୍ଭ କରିବା ପୂର୍ବରୁ,ତାଙ୍କୁ ଟେରିଟୋରିଆଲ୍ ଆର୍ମିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଅନରାରୀ ରାଙ୍କ୍ ପ୍ରଦାନ କରାଯାଇଛି। ନୀରଜଙ୍କ ପାଇଁ ଏ ସଫଳତାର ନୂଆ ସୋପାନ ଉତ୍ସାହ ଆଣିଦେଇଛି ।

ମେ’୧୬ରୁ IPL

ପୁଣି ଆରମ୍ଭ ହେବାକୁ ଯାଉଛି ବନ୍ଦ ପଡ଼ିଥିବା IPL । ପାକିସ୍ତାନ ସହ ଯୁଦ୍ଧ କାରଣରୁ ମେ ୯ ତାରିଖରୁ IPL ମ୍ୟାଚ୍ ବନ୍ଦ କରାଯାଇଥିଲା । ଦେଶରେ ଯୁଦ୍ଧ ସ୍ଥିତି ଲାଗି ରହିଥିବା ବେଳେ କ୍ରିକେଟ୍ ମ୍ୟାଚ କରିବାକୁ ଠିକ୍ ଭାବିନଥିଲା BCCI । ଆଇପିଏଲ ୨୦୨୫ ର ବାକିଥିବା ମ୍ୟାଚ ଚଳିତ ମାସ ୧୬ ତାରିଖରୁ ଆରମ୍ଭରୁ ହୋଇପାରେ। ଏହାସହ ଚଳିତମାସ ୩୦ ତାରଖରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇପାରେ ବୋଲି BCCI ସୂଚନା ଦେଇଛି।

IPL ୨୦୨୫ରେ ମୋଟ ୭୪ ଟି ମ୍ୟାଚ ଖେଳାଯିବାର ଥିଲା । ମେ୮ ତାରିଖ ପର୍ଯ୍ୟନ୍ତ ୫୮ ଟି ମ୍ୟାଚ୍ ଖେଳାଯାଇଛି। ୧୬ ଟି ମ୍ୟାଚ୍ ବାକି ରହିଛି। ୧୨ଟି ଲିଗ୍ ଓ ୪ ଟି ପ୍ଲେ ଅଫ୍ ମ୍ୟାଚ୍ ବାକି ରହିଛି। ଚେନ୍ନାଇ, ମୁମ୍ବାଇ, କୋଲକାତା ଓ ରାଜସ୍ଥାନର ଦୁଇଟି ଲେଖାଏଁ ଲିଗ୍ ମ୍ୟାଚ୍ ବାକି ରହିଛି। ବାକି ଟିମର ୩ ଟି ଲେଖାଏଁ ଲିଗ୍ ମ୍ୟାଚ ବାକି ରହିଛି। ଧର୍ମଶାଳାରେ ଦିଲ୍ଲୀ ଓ ପଞ୍ଜାବ ମ୍ୟାଚ୍‌ ଅଧାରୁ ବନ୍ଦ କରାଯିବା ସହିତ ଆଇପିଏଲକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବାତିଲ କରିଦିଆଯାଇଛି। IPL ଇତିହାସରେ ପ୍ରଥମ ଥର ପାଇଁ ଏମିତି ସ୍ଥିତି ଦେଖିବାକୁ ମିଳିଛି । ଭାରତ ଏବଂ ପାକିସ୍ତାନ ଉଭୟ ଅସ୍ତ୍ରବିରତି ପାଇଁ ରାଜି ହେବା ପରେ ଅଧାରୁ ବନ୍ଦ ହୋଇଥିବା ଟୁର୍ଣ୍ଣାମେଣ୍ଟ ପୁଣି ଥରେ ଖେଳାଯିବା ନେଇ ଚର୍ଚ୍ଚା ଜୋର ଧରିଛି ।