Category Politics

ହଜିଗଲା ଓଡ଼ିଆ ଅସ୍ମିତା, ଢେଙ୍କାନାଳ IAS/IPSଙ୍କୁ ଅଣଦେଖା

ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ସର୍ବାଧିକ ଚର୍ଚ୍ଚିତ IAS ଅଫିସର ପ୍ୟାରୀମୋହନ ମହାପାତ୍ର । 1963 ମସିହାରେ ସିଭିଲ୍ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ଚାକିରୀରୁ ଅବସର ନେବା ପରେ 2000ରୁ 2012 ମସିହା ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ସରକାରରେ ଦ୍ୱିତୀୟ କ୍ଷମତା କେନ୍ଦ୍ର ଥିଲେ ପ୍ୟାରୀବାବୁ । କିନ୍ତୁ, ମୋହନ ମାଝୀଙ୍କ ସରକାରରେ ଢେଙ୍କାନାଳ ଜିଲ୍ଲାର ଅଫିସର ମାନଙ୍କୁ ଅବହେଳା କରାଯାଉଛି।

ଚିଫ୍ ସେକ୍ରେଟାରୀ ହୋଇପାରିଲେନି ସତ୍ୟବ୍ରତ ସାହୁ
ବିଜେପି ସରକାରରେ ଅଣଓଡ଼ିଆ  ଅଫିସର ଏବଂ କର୍ପୋରେଟ୍ ଲବି ଭିତରେ ଓଡ଼ିଆ ଅସ୍ମିତା ନିଜର  ଅସ୍ତିତ୍ୱ ହରାଇ ସାରିଲାଣି ।  ମୋହନ ମାଝୀ ସରକାରଙ୍କ ଅଣଓଡ଼ିଆ ପ୍ରୀତିରେ ଢେଙ୍କାନାଳ ଜିଲ୍ଲାର ସ୍ୱାଭିମାନକୁ ଜଳାଞ୍ଜଳି ଦିଆଯାଉଛି । 1991 ବ୍ୟାଚର ଆଇଏସ୍ ଅଫିସର ସତ୍ୟବ୍ରତ ସାହୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ହୋଇ ପାରି ଥାଆନ୍ତେ । କିନ୍ତୁ ତାଙ୍କୁ ବୋର୍ଡ ଅଫ୍ ରେଭେନ୍ୟୁକୁ ଠେଲି ଦିଆଗଲା । ଆଉ ସେହି ବ୍ୟାଚର ଅଣଓଡ଼ିଆ IAS ଅଫିସର ଅନୁ ଗର୍ଗଙ୍କୁ ମୁଖ୍ୟ ଶାସନ ସଚିବ କରି ଦିଆଗଲା । ଢେଙ୍କାନାଳ ଟାଉନର ହାଟରୋଡର ମୂଳନିବାସୀ ସତ୍ୟବ୍ରତ ସାହୁ କଣ ଚିଫ୍ ସେକ୍ରେଟାରୀ ହେବାକୁ ଅଯୋଗ୍ୟ ଥିଲେ?
OERCରୁ ପ୍ରଦୀପ ଜେନାଙ୍କ ଇସ୍ତଫା!
ଢେଙ୍କାନାଳ ଜିଲ୍ଲା ଭୁବନର ପ୍ରଦୀପ ଜେନାଙ୍କ କ୍ଷେତ୍ରରେ ବି ସମାନ ଅବସ୍ଥା ।
OERCର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିବା ପୂର୍ବତନ ଚିଫ୍ ସେକ୍ରେଟାରୀ ପ୍ରଦୀପ ଜେନା 25 ମେ’ରେ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଲେ । କିନ୍ତୁ ବାସ୍ତବ କଥା ହେଉଛି ଅଣଓଡ଼ିଆ ଶକ୍ତି ସଚିବ, ଶକ୍ତିମନ୍ତ୍ରୀ ଏବଂ ଟାଟା ପାୱାରର ଲବିରେ ଅଣନିଶ୍ୱାସୀ ହୋଇ ପଡ଼ିଥିଲେ ପ୍ରଦୀପ ଜେନା । ବିଦ୍ୟୁତ୍ ଦର ବୃଦ୍ଧିକୁ ବିରୋଧ ଏବଂ ଲୋକମାନଙ୍କ ଘରେ ଅଯଥାରେ ସ୍ମାର୍ଟ ମିଟର ବସାଇବାକୁ ପସନ୍ଦ କରୁ ନଥିଲେ । ଫଳରେ ସମ୍ପୂର୍ଣ୍ଣ ସୁସ୍ଥ ଥାଇ ମଧ୍ୟ ନିଜର ସ୍ୱାଭିମାନକୁ ବଞ୍ଚାଇବା ପାଇଁ ମନ୍ତ୍ରୀ ଅଫିସର ଏବଂ କର୍ପୋରେଟ୍ ଲବିକୁ ଗୁଡବାଏ କହିଲେ। ଆଉ ଏହି ଅଣଓଡ଼ିଆ ରାଜର ପରବର୍ତ୍ତୀ ଟାର୍ଗେଟରେ ଢେଙ୍କାନାଳ ଟାଉନର ଭାଗିରଥୀବିହାରର ମୂଳନିବାସୀ ସୁଧାଂଶୁ ଷଡ଼ଙ୍ଗୀ

DGP ହେବେ ତ ସୁଧାଂଶୁ ଷଡ଼ଙ୍ଗୀ?

1990 ବ୍ୟାଚର ଆଇପିଏସ ଅଫିସର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପୂର୍ବରୁ DGP କରାଯାଇ ପାରି ଥାଆନ୍ତା । କିନ୍ତୁ  ସୁଧାଂଶୁ ଷଡ଼ଙ୍ଗୀଙ୍କ ବଦଳରେ ତାଙ୍କରି ବ୍ୟାଚର ୱାଇ.ବି ଖୁରାନୀଆଙ୍କୁ ଡିଜିପି କରାଗଲା । ଏବେ ଖୁରାନୀଆଙ୍କ ପରେ ସୁଧାଂଶୁ ଷଡ଼ଙ୍ଗୀ ସବୁଠୁ ସିନିୟର ମୋଷ୍ଟ IPS ଅଫିସର । ଅଗଷ୍ଟ ମାସରେ  ଖରାନୀଆଙ୍କର ରିଟାୟାରମେଣ୍ଟ ପରେ ସୁଧାଂଶୁ ଷଡ଼ଙ୍ଗୀ DGP ହେବା କଥା । କିନ୍ତୁ ସୁଧାଂଶୁ ଷଡ଼ଙ୍ଗୀଙ୍କୁ DGP କରାଇ ଦେବାକୁ ଚାହୁଁ ନାହାନ୍ତି ଭିଆରଏସ ନେଇଥିବା ଜଣେ ଅଣଡ଼ିଆ ପାୱାରଫୁଲ IAS ଅଫିସର । ଏବେ ଦିଲ୍ଲୀ ରାଜନୀତିରେ ଖୁବ୍ ପାୱାରଫୁଲ ଥିବା ସେହି IAS ଅଫିସର ସୁଧାଂଶୁ ଷଡ଼ଙ୍ଗଙ୍କ ସ୍ଥାନରେ ଅଣ ଓଡ଼ିଆ IPS ଅଫିସର ବିନୟତୋଷ ମିଶ୍ର କିମ୍ବା ଆର. ପି କୋଚ୍ଚେଙ୍କୁ DGP କରିବା ପାଇଁ ପୂରା ଦମରେ ଲାଗିଛନ୍ତି । ତାହେଲେ  ବିଜେପି ସରକାର ଯେମିତି ପ୍ରଥମେ ଡ଼ିଆ ଅସ୍ମିତାକୁ ବନ୍ଧା ପକାଇଲେ ଏବେ କଣ ଢେଙ୍କାନାଳର ସ୍ୱାଭିମାନକୁ ଦଳି ଚକଟି ଦେବେ? ଓଡ଼ିଆ ଅସ୍ମିତା କ’ଣ ଢେଙ୍କାନାଳ ବିରୋଧୀ? 
ଏ ଷ୍ଟୋରୀ ଲେଖିଛନ୍ତି- ବିଜୟ କେତନ ବରାଳ 

ଧାନର MSP ବଢ଼ିଲା : ଓଡ଼ିଶା ସରକାରଙ୍କ ୬୮୫ କୋଟି ବଞ୍ଚିବ

ଧାନ କ୍ୱିଣ୍ଟାଲ ପିଛା 800 ଟଙ୍କାର ବୋନସ୍ ଦେବାର ପ୍ରତିଶ୍ରୁତିରେ ଖିଲାଫ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ MSP ଯେତିକି ବଢୁଛି ରାଜ୍ୟ ସରକାରଙ୍କ ବୋନସ୍ ସେତିକି କମୁଛି । ଧାନ କ୍ୱିଣ୍ଟାଲ ପିଛା ଚାଷୀମାନଙ୍କୁ 800 ଟଙ୍କାର ବୋନସ୍ ପ୍ରଦାନ କରିବାକୁ କଥା ଦେଇ କଥା ରଖି ପାରୁ ନାହାନ୍ତି ସରକାର ।
2024 ମେ’ 5ରେ ବିଜେପି ପକ୍ଷରୁ 60 ପେଜର ମୋଦୀଙ୍କ ଗ୍ୟାରେଣ୍ଟି-2024 ଘୋଷଣାପତ୍ର ପ୍ରକାଶ ପାଇଥିଲା । ସେହି ଘୋଷଣା ପତ୍ରର 21ଟି ସଂକଳ୍ପ ମଧ୍ୟରେ ଦ୍ୱିତୀୟରେ ଥିଲା-ଧାନ
ଆମେ ସମୃଦ୍ଧ କୃଷକ ନୀତି ଆରମ୍ଭ କରିବୁ, ଏହି ନୀତି ଜରିଆରେ..

  • ଧାନ କ୍ୱିଣ୍ଟାଲ ପିଛା କ୍ରୟ ମୂଲ୍ୟ 3100 ଟଙ୍କା ଧାର୍ଯ୍ୟ କରିବୁ
  • ମାନେ 2024 ମସିହାରେ ଧାନ କ୍ୱିଣ୍ଟାଲର ସର୍ବନିମ୍ନ ସହାୟକ(MSP) ଦର ଥିଲା-2300
  • ଓଡ଼ିଶାରେ ଯଦି ବିଜେପି ସରକାର ଆସିବ, ତାହେଲେ ଧାନ କ୍ୱିଣ୍ଟାଲ ପିଛା ଚାଷୀମାନଙ୍କୁ ରାଜ୍ୟ ସରକାର 800 ଟଙ୍କାର ବୋନସ୍ ପ୍ରଦାନ କରିବେ
  • 12 ଜୁନ 2024ରେ ଶପଥ ନେଇ କ୍ୟାବିନେଟର ପ୍ରଥମ ବୈଠକରେ ଧାନ କ୍ୱିଣ୍ଟାଲ ପିଛା 3100 ଟଙ୍କା ପ୍ରଦାନକୁ ମଞ୍ଜୁର ଦେଲେ ମୋହନ ସରକାର
  • 8 ଡିସେମ୍ବର 2024 ମସହିହାରେ ବରଗଡ଼ ଜିଲ୍ଲାର ସୋହେଲା ଠାରେ ଚାଷୀମାନଙ୍କୁ 800 ଟଙ୍କାର ବୋନସ୍ ପ୍ରଦାନ କଲେ
    କିନ୍ତୁ ଏହା ପରବର୍ତ୍ତି ବର୍ଷ ମାନେ 2025 ଖରିଫ ଧାନ କିଣା ହେଲା ବେଳକୁ ମୋହନ ସରକାର ଧାନ କ୍ୱିଣ୍ଟାଲ ପିଛା 800 ଟଙ୍କା ପରିବର୍ତ୍ତେ 731 ଟଙ୍କା ଦେଲେ
  • ଆସନ୍ତା ଖରିଫ ଧାନ ଯେତେବେଳେ 2026 ଡିସେମ୍ବର ମାସରେ କିଣାଯିବ, ସେତେବେଳ 800 ଟଙ୍କାର ବୋନସ୍ ବଦଳରେ ସରକାର 659 ଟଙ୍କା ଦେବେ ।
  • ଧାନ କ୍ୱିଣ୍ଟାଲ ପିଛା କ୍ରୟ ମୂଲ୍ୟ 3100 ଟଙ୍କା ଦେବେ, 800 ଟଙ୍କାର ବୋନସ୍ ପ୍ରଦାନ ତାହା ସ୍ଥାୟୀ ରହିବ ନାହିଁ
  • ଅର୍ଥାତ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାନର ଧାର୍ଯ୍ୟ MSP ଯେତେ ବଢ଼ିବ, ଓଡ଼ିଶାର ସରକାରଙ୍କ ବୋନସ୍ ରାଶି ସେତିକି କମିବ

ବର୍ଷ                 MSP      ବୋନସ୍         କ୍ୱିଣ୍ଟାଲ୍ ଦର

୨୦୨୪       ୨୩୦୦        ୮୦୦        ୩୧୦୦

୨୦୨୫       ୨୩୬୯        ୭୩୧        ୩୧୦୦

୨୦୨୬      ୨୪୪୧         ୬୫୯        ୩୧୦୦

  • ମେ 13 ତାରିଖରେ କେନ୍ଦ୍ର କ୍ୟାବନେଟ୍ ନିଷ୍ପତ୍ତି ନେଇଛି ଯେ ଧାନର MSP କ୍ୱିଣ୍ଟାଲ ପିଛା 72 ଟଙ୍କା ବୃଦ୍ଧି ପାଇଛି
  • ଫଳରେ 2026 ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ଦର 2441 ଟଙ୍କା ହେବ
  • କିନ୍ତୁ ଓଡ଼ିଶା ସରକାର 2441 ଟଙ୍କା ସହ 800 ଟଙ୍କା ଦେବେ ନାହିଁ
  • ନିଜର ପ୍ରତିଶ୍ରୁତିକୁ ଭୁଲି 800 ଟଙ୍କା ବଦଳରେ 659 ଟଙ୍କା ପ୍ରଦାନ କରିବେ

                  କଥା ଦେଇ କଥା ରଖିଲେନି ମୋହନ ସରକାର

ବର୍ଷ                                           ବୋନସ୍                            

୨୦୨୪                                     ୮୦୦                          

୨୦୨୫                                      ୭୩୧                          

୨୦୨୬                                      ୬୫୯ 

 କଥା ଦେଇ କଥା ରଖୁନଥିବା ମୋହନ ସରକାର ଆସନ୍ତା ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା 72 ଟଙ୍କା କମ୍ ଦେବେ । କାରଣ କେନ୍ଦ୍ର କ୍ୟାବନେଟ୍ ନିଷ୍ପତ୍ତି ନେଇଛି ଯେ ଧାନର MSP କ୍ୱିଣ୍ଟାଲ ପିଛା 72 ଟଙ୍କା ବୃଦ୍ଧି ହେବ । ଓଡ଼ିଶା ସରକାର ବର୍ଷକୁ ପ୍ରାୟ 95 ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣୁଛନ୍ତି । ଯଦି ଧାନ କ୍ୱିଣ୍ଟାଲ ପିଛା 72 ଟଙ୍କା କମ୍ ବୋନସ୍ ଦେବେ, ତେବେ 95 ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣାରେ ଓଡ଼ିଶା ସରକାରଙ୍କ ବୋନସ୍ ପ୍ରଦାନ ରାଶି 684 କୋଟି ଟଙ୍କା ହ୍ରାସ ପାଇବ । ମୋହନ ମାଝୀଙ୍କ 685 କୋଟି ଟଙ୍କା ଆର୍ଥିକ ବୋଝକୁ କମାଇ ଦେଲେ ମୋଦୀ ସରକାର ।
ଏ ଷ୍ଟୋରୀ ଲେଖିଛନ୍ତି- ବିଜୟ କେତନ ବରାଳ

ବୁମେରାଂ ମନ୍ଦିର ରାଜନୀତି : ଶାସକ ଦଳଙ୍କୁ ଝଟକା !

ଭାରତୀୟ ରାଜନୀତିରେ ମନ୍ଦିରକୁ କେନ୍ଦ୍ର କରି ଭୋଟ୍ ରାଜନୀତି କରିବା କିଛି ନୂଆ କଥା ନୁହେଁ । କିନ୍ତୁ ସବୁବେଳେ ଏହା ପଲିଟିକାଲ ପ୍ରଫିଟ ଦେଇ ନଥାଏ । ଧର୍ମକୁ ଆଧାର କରି ରାଜନୀତି କରି କିଏ ସଫଳ ହୋଇଛି ତ ପୁଣି କିଏ ବିଫଳ । ଗତ 2 ବର୍ଷର ନିର୍ବାଚନ ଫଳାଫଳକୁ ଅନୁଧ୍ୟାନ କଲେ ଏ କଥା ସ୍ପଷ୍ଟ ହୁଏ ଯେ ମନ୍ଦିର ରାଜନୀତି ଶାସକ ଦଳ ପାଇଁ ବୁମେରାଂ ହେଉଛି। ଦୀର୍ଘଦିନରେ ଶାସନରେ ଥିବା ଶାସକଦଳ ମନ୍ଦିର ରାଜନୀତି କରି ଚିତପଟାଙ୍ଗ ହୋଇଛନ୍ତି । ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ମମତା ବାନାର୍ଜୀଙ୍କ ପର୍ଯ୍ୟନ୍ତ ଦୀର୍ଘ ବର୍ଷର ଶାସନ କ୍ଷମତାରୁ ବିଚ୍ୟୁତ ହୋଇଛନ୍ତି। ଓଡ଼ିଶାରେ ନବୀନ ପଟ୍ଟନାୟକ ପରାଜିତ ହେବା ସହ ଦିଦିଙ୍କୁ ମଧ୍ୟ କ୍ଷମତଚ୍ୟୁତ ହେବାକୁ ପଡ଼ିଛି।

ଯୋଗୀଙ୍କୁ କାଳ ହେଲା ରାମମନ୍ଦିର ରାଜନୀତି
2024 ଜାନୁଆରି 22ରେ ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେଲା । ତିନି ମାସ ପରେ  ଏପ୍ରିଲରେ ଲୋକସଭା ନିର୍ବାଚନ ହେଲା । ବିଜେପି ଓ ଏନଡିଏ ସାଂସଦଙ୍କ ସଂଖ୍ୟା 36କୁ କମିଗଲା । 2019ରେ ବିଜେପି ସାଂସଦ ସଂଖ୍ୟା 62 ଥିଲାବେଳେ 2024 ରେ ଏହା ବଢିବା ପରିବର୍ତ୍ତେ ଅଧାରେ ରହିଗଲା ।  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ  କଥାଟି ହେଉଛି ଫୈଜାବାଦ ଲୋକସଭା ଆସନ, ଯାହା ଅଧୀନରେ ଅଯୋଧ୍ୟା ରାମମନ୍ଦିର ରହିଛି ସେଠାରେ ମଧ୍ୟ ବିଜେପି ପ୍ରାର୍ଥୀ ଲଲୁ ସିଂହ ପରାଜିତ ହୋଇଛନ୍ତି । ଦେଶରେ ୪୦୦ରୁ ଅଧିକ ଆସନ ପାଇବାକୁ ଆଶା ରଖି ଅବ୍ କୀ ବାର୍ ୪୦୦ ପାର୍ ସ୍ଲୋଗାନ ଦେଉଥିବା ଦଳର ଆସନ ସଂଖ୍ୟା ୨୪୦ରେ ସୀମିତ ରହିଯାଇଥିଲା

ବିଜେପି ରାମମନ୍ଦିରକୁ ନେଇ ରାଜନୀତି କଲା ପରେ ରେସରେ ଯୋଡ଼ି ହେଲେ ନବୀନ ପଟ୍ଟନାୟକ ଓ ମମତା ବାନାର୍ଜୀ । ଓଡ଼ିଶାରେ ଜଗନ୍ନାଥଙ୍କୁ କେନ୍ଦ୍ର କରି ରାଜନୈତିକ ଗୋଟି ଚଲାଗଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ସହ ଗାଁ ଗାଁରେ ଅର୍ପଣ ରଥ ନାଁ ରେ ରାଜନୀତି ଚାଲିଲା । ମହାପ୍ରଭୁଙ୍କୁ ଘରଘର ବୁଲାଇଲା ବିଜେଡି।  ମାତ୍ର ୨୦୨୪ ନିର୍ବାଚନରେ ବିଜେଡି ପରାଜୟର ସମ୍ମୁଖୀନ ହୋଇଥିଲା। ନିରବଚ୍ଛିନ ଭାବେ ଓଡ଼ିଶାର ଶାସନ ଗାଦୀରେ ବସିଥିବା ନବୀନପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଆସନରୁ ହଟିଲେ। ଏପରିକି ନିଜେ କଣ୍ଟାବାଞ୍ଜି ଆସନରୁ ପରାଜୟର ସ୍ୱାଦ ଚାଖିଲେ। ବିଧାନସଭାରେ 51 ଆସନରେ ସୀମିତ ରହିଥିବା ବିଜେଡି ଲୋକସଭାରେ ଖାତା ଖୋଲି ପାରିଲା ନାହିଁମମତା ବାନାର୍ଜୀଙ୍କର ମଧ୍ୟ ସମାନ ଅବସ୍ଥା। ତାଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ଦୀଘାରେ ଜଗନ୍ନାଥ ମନ୍ଦିର ଉଦ୍‌ଘାଟନ କରି ଧାର୍ମିକ ଭାବନାକୁ ଆକର୍ଷିତ କରିବାର ଚେଷ୍ଟା କରିଥିଲା। ‘‘ଜଗନ୍ନାଥ ଧାମ” ଭାବେ ଦୀଘାକୁ ଘୋଷଣା କରାଯିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ପଣ୍ଡିତମାନେ ପୁରୀ ଛଡ଼ା ଅନ୍ୟ କୌଣସି ସ୍ଥାନକୁ ଏହି ପଦବୀ ଦିଆଯିବାକୁ ବିରୋଧ କରିଥିଲେ। ଚଳିତ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଭାରି ଝଟକା ଖାଇଛି। ୧୫ ବର୍ଷର ଶାସନ ପରେ ଦଳ କ୍ଷମତାରୁ ବଞ୍ଚିତ ହୋଇଛି।ଦୀଘା ଅଞ୍ଚଳ ଅଧୀନରେ ପଡ଼ୁଥିବା ରାମନଗର ଆସନରେ ମଧ୍ୟ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ପରାଜିତ ହୋଇଛନ୍ତି। TMC ପ୍ରାର୍ଥୀ ଅଖିଲ ଗିରିଙ୍କୁ ପରାସ୍ତ କରିଛନ୍ତି BJP ପ୍ରାର୍ଥୀ ଚନ୍ଦ୍ର ଶେଖର ମଣ୍ଡଳ। ଧର୍ମୀୟ ଭାବନାକୁ ଭୋଟ୍ ରାଜନୀତିରେ ବ୍ୟବହାର କରିବା ସବୁବେଳେ ସଫଳ ହୁଏ ନାହିଁ, ବରଂ ବେଳେବେଳେ ଏହା ଶାସକ ଦଳ ପାଇଁ ବିପରୀତ ପରିଣାମ ବି ଆଣିଥାଏ। 

 

ଯୋଗଜନ୍ମା ଜାନକୀ ବଲ୍ଲଭ, ଓଡ଼ିଶାର ସର୍ବଶ୍ରେଷ୍ଠ ନେତା

ଯୋଗଜନ୍ମା ଜାନକୀ ବଲ୍ଲଭ ପଟ୍ଟନାୟକ,ସବୁ କ୍ଷେତ୍ରରେ ଅଲ ରାଉଣ୍ଡର। ଭାରତ ଛାଡ଼ ଆନ୍ଦୋଳନରୁ ସ୍ୱାଧୀନ ଭାରତର କେନ୍ଦ୍ରମନ୍ତ୍ରୀ, ୟୁନିୟନ୍ ଜ୍ୟାକ୍ ପତାକା ଆନ୍ଦୋଳନରେ କଲେଜରୁ ବହିଷ୍କୃତ ହେବାଠାରୁ ଶହଶହ କଲେଜ ପ୍ରତିଷ୍ଠାର ରେକର୍ଡ । ସାହିତ୍ୟ ଏବଂ ସାମ୍ବାଦିକତାରେ ରୁଚି ରଖିଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ଅର୍ଥାତ୍ ଜେବି 1967 କରିଥିଲେ ରାଜନୈତିକ ଭାଗ୍ୟ ପରୀକ୍ଷା। ଧର୍ମଶାଳା ଆସନରୁ ସ୍ୱାଧୀନ ଭାବେ ବିଧାୟକ ଲଢିଥିଲେ । ୧୯୭୧ରେ କଟକ ଲୋକସଭା ଆସନରୁ ଜିତି ପାର୍ଲିଆମେଣ୍ଟରେ ପାଦ ଥାପିଲେ । ଇନ୍ଦିରାଗାନ୍ଧିଙ୍କ ଶାସନରେ ୧୯୭୩ରୁ ୭୫  ପ୍ରତିରକ୍ଷା ଉପମନ୍ତ୍ରୀ, ୧୯୭୭ରେ ରାଷ୍ଟ୍ରମନ୍ତ୍ରୀ  ହେବା to ବହୁ ଗୁରୁତ୍ତ୍ୱପୂଣ୍ଣ ବିଭାଗରେ ମନ୍ତ୍ରୀ ହୋଇଛନ୍ତି।

ଓଡ଼ିଶା ରାଜନୀତିରେ ଅନିଶ୍ଚିନ୍ତତା ଏବଂ ଅସ୍ଥିରତାର ସରକାର ପ୍ରଥାରେ ଟାଣିଥିଲେ ପୁର୍ଣ୍ଣଛେଦ। ୧୯୮୦ରୁ ୯୦ ଦୁଇ ପାଳି ଏବଂ ୧୯୯୫ରୁ ୯୯ ଯାଏଁ ନିରବଚ୍ଛିନ ମୁଖ୍ୟମନ୍ତ୍ରୀ ହୋଇ ଗଢିଥିଲେ ସ୍ଥିର ସରକାର। ନବୀନ ପଟ୍ଟନାୟକ  ଯଦିଓ ସର୍ବାଧିକ ସମୟର ମୁଖ୍ୟମନ୍ତ୍ରୀ ଜେବିଙ୍କ କଣ୍ଟ୍ରୋଲ କିନ୍ତୁ ୩୧୪ ବ୍ଲକରେ ଥିଲା।୧୦୦୦ ଦିନରେ ୧୦୦୦ ଶିଳ୍ପର ଆହ୍ୱାନ ଦେଇଥିଲେ ଜେ.ବି ଲୁଲୁ ମହାପାତ୍ରଙ୍କ ପରି ଛାତ୍ରନେତା ସୃଷ୍ଟିରେ ସେ ଥିଲେ ସଫଳ ବିନ୍ଧାଣୀ। ଦାଦନର ବିରୋଧି ଜେବି କେନ୍ଦୁଝରରେ ସ୍ପଞ୍ଜ ଆଇରନ୍ ଫ୍ୟାକ୍ଟ୍ରି,ବାଲେଶ୍ୱରରେ ଟାୟାର ଶିଳ୍ପ ଏବଂ ଭଦ୍ରକରେ ଚାର୍ଜକ୍ରୋମ,ନାଲକୋ ପ୍ରତିଷ୍ଠା ସହ  ନୁଆହାଟରେ ଶ୍ରୀ ଜଗନ୍ନାଥ ସୁତାକଳର ସ୍ଥାପନ କରି ଶିଳ୍ପ,କଳିଙ୍ଗ ଷ୍ଟୁଡିଓ ପ୍ରତିଷ୍ଠା କରିଥିଲେ । କ୍ରୀଡ଼ାର ବିକାଶ ପାଇଁ ଛାତ୍ରାବାସ, ଜବାହର ଲାଲ୍ ଇନହଡୋର ଷ୍ଟାଡ଼ିୟମ୍, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଆଦି ତାଙ୍କର ପରିକଳ୍ପନା । ହୋଟେଲକୁ ଶିଳ୍ପର ମାନ୍ୟତା ବି ତାଙ୍କରି ପ୍ରୟାସ।

ଓଡିଶାର ଚର୍ଚ୍ଚିତ ବ୍ୟକ୍ତିଙ୍କ ଗହଣରେ ଶ୍ରେଷ୍ଠରେ ସେ ରହି ଆସିଛନ୍ତି। ସେ ଏକାଧାରରେ ମୁଖ୍ୟମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ ଏବଂ ବିରୋଧିଦଳ ନେତା ହୋଇଛନ୍ତି ଯାହା ଓଡିଶାର କୌଣସି ନେତାଙ୍କ ପାଖରେ ନାହିଁ । ବିଜୁପଟ୍ଟନାୟକ ଯଦିଓ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ କିନ୍ତୁ ରାଜ୍ୟପାଳ ହୋଇନାହାନ୍ତି। ସେହିପରି ହରେକୃଷ୍ଣ ମହତାବ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ହୋଇଥିଲେ ସୁଦ୍ଧା ବିରୋଧିଦଳ ନେତା ହୋଇ ପାରନାହାନ୍ତି। ନବୀନ ପଟ୍ଟନାୟକ ଯଦିଓ ମୁଖ୍ୟମନ୍ତ୍ରୀ ଓ ବିରୋଧୀଦଳ ନେତା କିନ୍ତୁ ରାଜ୍ୟପାଳ ହୋଇ ପାରି ନାହାନ୍ତି । ୨୦୧୫ ଅପ୍ରେଲ ୨୧ ରେ ତାଙ୍କର ଦେହାନ୍ତ ଏକ ଯୁଗର ଅବସାନ ।

ମହିଳା ସଂରକ୍ଷଣ ବିଲ୍ କାହିଁକି ହେଲା ଫେଲ୍? ବିରୋଧୀଙ୍କ ପାଇଁ ହେବ କି ବୁମେରାଙ୍ଗ ?

  • ଗାନ୍ଧୀ ପରିବାରରୁ ମହିଳା ମାନେ ନେତୃତ୍ୱ ନେବେ, ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ, ପ୍ରିୟଙ୍କା ଗାନ୍ଧୀ ସାଂସଦ ହେବେ, ରାଜ୍ୟସଭାରେ ବସି ସୋନିଆ ଗାନ୍ଧୀ ପରୋକ୍ଷରେ ଗୋଟି ଚାଳନା କରିବେ
  • ଲାଲୁ ଯାଦବଙ୍କର ସ୍ତ୍ରୀ ରାବିଡ଼ି ଦେବୀ ସିଏମ୍ ସିଟରେ ବସିବେ କିନ୍ତୁ ଯେତେବେଳେ ସାଧାରଣ ମହିଳାଙ୍କ ପାଇଁ ସିଟ୍ ରିଜର୍ଭର କଥା ଉଠିବ ସେତେବେଳେ ଆଭିମୁଖ୍ୟ ବଦଳିଯିବ
  • ମହିଳା ସଂରକ୍ଷଣ ବିଲକୁ ବିରୋଧ କରି ମହିଳାଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିବେ । ଇଏ ହେଉଛି ନେତାଙ୍କ ଅସଲ ଚେହେରା
  • ଦେଶର ପ୍ରତେକ ପଲିଟିକାଲ୍ ପାର୍ଟି ପ୍ରଚାରକୁ ଆସିଲେ ବଡ଼ବଡ଼ କଥା କୁହନ୍ତି
  • ମହିଳା ଭୋଟ୍ ହାତେଇବାକୁ ଦୁନିଆ ପ୍ରକାରର ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ଯେତେବେଳେ ସେସବୁକୁ କରିକି ଦେଖାଇବାର ସମୟ ଆସେ ସେତେବେଳେ ମୁହଁ ମୋଡନ୍ତି ।  

ମହିଳାଙ୍କୁ ନେଇ ନିଜର ପଲିଟିକାଲ୍ ଇଣ୍ଟେସସନ୍ ଯେ କେତେ ତଳକୁ ଯାଇପାରେ ତାହା ଲୋକସଭାରେ ପ୍ରମାଣିତ ହେଇଛି ।

  • ଓମେନ୍ ରିଜରଭେସନ୍ ବିଲ୍ ବିପକ୍ଷରେ ,ଭୋଟ୍ ଦେଇଥିବା 230 ଲିଡରଙ୍କ ଆଭିମୁଖ୍ୟ ଏବେ ଚର୍ଚ୍ଚାରେ
  • ଲୋକସଭାରେ ଏପ୍ରିଲ 17ରେ ମହିଳା ସଂରକ୍ଷଣ ବିଲକୁ ନେଇ ହେଇଥିବା ଭୋଟରେ NDAପଛରେ ପଡ଼ିଯାଇଛି
  • ବିଲ୍ ପାସ୍ ହେବା ପାଇଁ 326 ଭୋଟ୍ ଦରକାର ଥିଲା ବେଳେ ବିଲ୍ ସପକ୍ଷରେ 298 ଭୋଟ୍ ମିଳିଛି । ବିଲ୍ ବିପକ୍ଷରେ 230 ଜଣ ସଦସ୍ୟ ଭୋଟ୍ ଦେଇଥିଲେ
  • ସରକାରଙ୍କୁ ଦୁଇ ତୃତୀୟାଂଶ ଭୋଟ୍ ମିଳି ପାରିନଥିଲା। ଯାହା ଫଳରେ ବିଲ୍ଟି ଲୋକସଭାରେ ପାସ୍ ହୋଇପାରିନାହିଁ
  • ଯଦି ଏ ବିଲ୍ ଟି ପାସ୍ ହୋଇଥାଆନ୍ତା 2029 ବେଳକୁ ଲୋକସଭା ସିଟ୍ ସଂଖ୍ୟା 543ରୁ 850କୁ ବୃଦ୍ଧି ହେବା ସହିତ ମହିଳାଙ୍କ ପ୍ରତିୁନିଧିତ୍ୱ ବଢି ଥାଆନ୍ତା
  • 33 % ମହିଳା, ମାନେ 281 ଜଣ ମହିଳା ସାଂସଦ ଲୋକସଭାରେ ପ୍ରତିନିଧିତ୍ୱ କରିଥାଆନ୍ତେ
  • ମାତ୍ର ଏଭଳି ଏକ ବିଲକୁ ବିରୋଧ କରି ବର୍ତ୍ତମାନ ଇଣ୍ଡି ମେଣ୍ଟ ପଲିଟିକାଲ ଲସ୍ କଲା ବୋଲି କୁହାଯାଇପାରେ
  • ଲୋକସଭାରେ ଏମାନେ ବିଲକୁ ବିରୋଧ କଲେନି ଯେ ବର୍ତ୍ତମାନ ଦେଶବ୍ୟାପୀ ସେମାନଙ୍କୁ ମହିଳା ବିରୋଧରୀ ସାର୍ଟିଫିକେଟ ମିଳିଗଲା ।

ବର୍ତ୍ତମାନ ଯଦି ଆମେ ଦେଖିବା ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟା ରହିଛି 74ଜଣ  ଯାହାକି ମୋଟ୍ ସଦସ୍ୟ ସଂଖ୍ୟାର 13.6 % ମାନେ 15 % ରୁ ବି କମ୍ । ସେମିତି ରାଜ୍ୟସଭାରେ ମହିଳା ପ୍ରତିନିଧି ଅଛନ୍ତି ମାତ୍ର 12%

  • ଗୋଟାଏ ପଟେ ଆମେ ନାରୀ ସଶକ୍ତିକରଣର ନାରା ଦେଉଥିଲା ବେଳେ ଇଏ ହେଉଛି ଅସଲ ଚିତ୍ର
  • ବଡ଼ ଆଶ୍ଚର୍ଯ୍ୟ, ଆଭିମୁଖ୍ୟ ଗୋଟାଏ ପଟେ ଏମାନେ ବିଭିନ୍ନ ସମୟରେ ନାରୀଙ୍କୁ ନେଇ ସରକାରଙ୍କୁ ଟାର୍ଗେଟ କରୁଛନ୍ତି କିନ୍ତୁ ଯେତେବେଳେ ସେମାନଙ୍କୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦେବା କଥା ଆସୁଛି ସେତେବେଳେ ସୁଯୋଗକୁ ହାତ ଛଡ଼ା କରୁଛନ୍ତି
  • କାଳେ ଏ ଶ୍ରେୟ ସରକାର ନେଇଯିବେ
  • ଅଖିଳେଶ ଯାଦବ ମୁସଲିମ୍ ମହିଳାଙ୍କ ସଂରକ୍ଷଣକୁ ନେଇ ଚିନ୍ତିତ ମାତ୍ର ବିଲକୁ ବିରୋଧ
    ତେବେ ଏ ଘଟଣା କେବଳ ଏବେ ନୁହେଁ । ବହୁବାର ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇ ସାରିଛି
  • ୧୯୯୬ରେ ଏଚ୍.ଡି. ଦେବେଗୌଡ଼ାଙ୍କର ସରକାରରେ ଥିଲାବେଳେ ପ୍ରଥମ ଥର ପାଇଁ ୮୧ତମ ସମ୍ବିଧାନ ସଂଶୋଧନ ବିଲ୍ ଭାବେ ଏହାକୁ ଲୋକସଭାରେ ଉପସ୍ଥାପନ କରାଯାଇଥିଲା
  • କିନ୍ତୁ ଗୃହରେ ପ୍ରବଳ ହଟ୍ଟଗୋଳ ଏବଂ ସମର୍ଥନ ଅଭାବରୁ ଏହା ପାସ୍ ହୋଇପାରିଲାନି ।

 ଦ୍ୱିତୀୟ ପ୍ରୟାସ (୧୯୯୮)
ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ NDA ସରକାର ମହିଳା ସଂରକ୍ଷଣ ବିଲ୍ ପୁଣି ଆଣିଥିଲେ
କିନ୍ତୁ ବିରୋଧୀ ଦଳର ହଟ୍ଟଗୋଳ ଏବଂ ଲୋକସଭା ଭଙ୍ଗ ହେବା କାରଣରୁ ଏହି ବିଲ୍‌ଟି କାଟ୍ ଖାଇଥିଲା।

  • ତୃତୀୟ ପ୍ରୟାସ (୧୯୯୯ – ୨୦୦୩)
    ୧୯୯୯, ୨୦୦୨ ଏବଂ ୨୦୦୩ରେ ବାରମ୍ବାର ବିଲ୍‌କୁ ଆଣିବାକୁ ଚେଷ୍ଟା କରିଥିଲେ । ମାତ୍ର ସେତେବେଳେ କିଛି ଆଞ୍ଚଳିକ ଦଳ “କୋଟା ଭିତରେ କୋଟା” (OBC ଏବଂ ସଂଖ୍ୟାଲଘୁ ମହିଳାଙ୍କ ପାଇଁ ଅଲଗା ସଂରକ୍ଷଣ) ଦାବି କରିବାରୁ ଏହା ଆଗକୁ ବଢ଼ିପାରିନଥିଲା ।
  • ଚତୁର୍ଥ ପ୍ରୟାସ (୨୦୦୮ – ୨୦୧୦)
    PM ମନମୋହନ ସିଂ (UPA ସରକାର) ।
  • ଘଟଣା: ୨୦୦୮ରେ ଏହି ବିଲ୍ ରାଜ୍ୟସଭାରେ ଉପସ୍ଥାପନ ହୋଇଥିଲା ଏବଂ ୨୦୧୦ ମାର୍ଚ୍ଚ ୯ରେ ରାଜ୍ୟସଭାରେ ପାସ୍ ହୋଇଯାଇଥିଲା
  • କିନ୍ତୁ ଲୋକସଭାରେ ମେଣ୍ଟ ସହଯୋଗୀଙ୍କର ବିରୋଧ ଯୋଗୁଁ ଏହା ଉପସ୍ଥାପନ ହୋଇପାରିଲାନି ଏବଂ ୨୦୧୪ରେ ଲୋକସଭାର କାର୍ଯ୍ୟକାଳ ଶେଷ ହେବା ସହ ବିଲ୍‌ଟି ରଦ୍ଦ ହୋଇଯାଇଥିଲା।

୨୦୨୩ ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନରେ ନାରୀ ଶକ୍ତି ବନ୍ଦନ ଅଧିନିୟମ‘ (୧୨୮ତମ ସଂଶୋଧନ ବିଲ୍) ଆଣିଥିଲେ, ଯାହା ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବିପୁଳ ସଂଖ୍ୟାରେ ଗୃହୀତ ହୋଇଥିଲା । ମାତ୍ର କାର୍ଯ୍ୟକାରୀ ହୋଇପାରିଲା ନାହିଁ
ତେବେ ଇଏ ହେଉଛି ଆମ ନେତାଙ୍କ ଅସଲ ଆଭିମୁଖ୍ୟ। ଉଭୟ ବିରୋଧୀ କୁହନ୍ତୁ ବା ସରକାର ସମସ୍ତେ ପଲିଟିକାଲ ଫାଇଦା ନେବାରେ ବ୍ୟସ୍ତ ।
ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ନିର୍ବାଚନ ଥିବାବେଳେ ସରକାର ବି କାହିଁକି ଏ ବିଲ୍ ଆଣିବାକୁ ଚିନ୍ତା କଲେ?

  • ବିରୋଧର ଆଶଙ୍କା ଅଛି ଜାଣିକି ଡିଲିମିଟେସନକୁ ଯୋଡ଼ିବାର କଣ ଆବଶ୍ୟକତା ଥିଲା?
  • ସରକାରଙ୍କୁ ବି ଭଲରେ ଜଣା କି ଆବଶ୍ୟକୀୟ ସଂଖ୍ୟା ନଥିବା ହେତୁ ଏ ବିଲ୍ ପାସ୍ ହୋଇପାରିବ ନାହିଁ
  • ବିଲ୍ ପାସ୍ ହେଲେ BJPର ଶ୍ରେୟ ଆଉ ଯଦି ନହୁଏ ତେବେ West Bengal ଏବଂ Tamilnadu ନିର୍ବାଚନରେ ସରକାରଙ୍କ ପାଇଁ ଇଏ ଏକ ମୁଦ୍ଧା ହେବ କି ଇଣ୍ଡି ମେଣ୍ଟ ମହିଳା ବିରୋଧୀ
  • ମୋଦୀଙ୍କ ଚାଲରେ ଫସିଗଲେ ବିରୋଧୀ। ଏବେ ପଲିଟିକାଲ ପ୍ରୋପାଗଣ୍ଡାରୁ କାହାକୁ ବି ମୁକ୍ତି ମିଳିପାରିବ ନାହିଁ ।

 ପଶ୍ଚିମବଙ୍ଗର ପଲିଟିକାଲ ଇମେଜ୍
ଅତି କମରେ ୩୩ ପ୍ରତିଶତ ଟିକେଟ୍ ମହିଳା ପ୍ରାର୍ଥୀଙ୍କୁ ମିଳିନାହିଁ
TMC: ୨୭.୨% (୫୨ଜଣ ମହିଳା ପ୍ରାର୍ଥୀ ମୋଟ୍ ୨୯୧ ପ୍ରାର୍ଥୀରୁ)
CPM ଓ ବାମ ମୋର୍ଚ୍ଚା: ୧୩.୪୩% (୩୪ ମହିଳା ପ୍ରାର୍ଥୀ ମୋଟ୍ ୨୫୩ ପ୍ରାର୍ଥୀରୁ)
INC: ୧୧.୯% (୩୫ ମହିଳା ପ୍ରାର୍ଥୀ ମୋଟ୍ ୨୯୪ ପ୍ରାର୍ଥୀରୁ)
BJP: ୧୧.୩% (୩୩ ମହିଳା ପ୍ରାର୍ଥୀ ମୋଟ୍ ୨୯୪ ପ୍ରାର୍ଥୀରୁ)