Category News

BJDକୁ ବୁଡ଼ାଇବେ ୫ ନେତା!

  • ବରିଷ୍ଠ ନେତା ବିଜୁ ଜନତା ଦଳର ଦୋଳାୟମାନ ସ୍ଥିତିକୁ ନେଇ ଜଣଙ୍କ ପରେ ଜଣେ ଟାର୍ଗେଟ୍ କରି ଆସୁଥିଲା ବେଳେ ଏଥିରୁ ବାଦ୍ ପଡ଼ୁନାହାନ୍ତି ଯୁବନେତା ।
  • ପୂର୍ବରୁ ବିଧାୟକ ଅରବିନ୍ଦ ମହାପାତ୍ର,ପୂର୍ବତନ ବିଧାୟକ ସମ୍ବିତ୍ ରାଉତରାୟ ମୁହଁ ଖୋଲିସାରିଥିଲା ବେଳେ ଏବେ ସାମ୍ନାକୁ ଆସିଛନ୍ତି ଭୁବନେଶ୍ୱର କର୍ପୋରେଟର,ଅମରେଶ ଜେନା ଓରଫ୍ ବାଇଁଆ ।
  • ବାଇଁଆଙ୍କ କହିବା କଥା,ଦଳ କାଳେ ଏବେ ଷଡ଼ଯନ୍ତ୍ରକାରୀଙ୍କ କବଳରେ ।
  • ଯେଉଁମାନେ ପ୍ୟାରୀମୋହନ ମହାପାତ୍ରଙ୍କ କ୍ଲୋଜ୍ ଥିଲେ ସେମାନେ ଏବେ ନବୀନ ପଟ୍ଟନାୟକଙ୍କ କ୍ଲୋଜ୍ ।
  • ଯେମିତି ସେମାନେ ପ୍ୟାରୀଙ୍କୁ ବୁଡ଼ାଇଛନ୍ତି ନବୀନଙ୍କୁ ବି ବୁଡ଼ାଇଦେବେ ।
  • ଯଦିଓ ବାଇଁଆ ନାଁ ନେଇ ନାହାନ୍ତି,ତଥାପି 5 ନେତାଙ୍କ ପାଇଁ ବିଜେଡି ବଦନାମ୍ ହେଉଥିବା କହିଛନ୍ତି ।
  • ଯଦିଓ ବାକି 4 ନେତାଙ୍କୁ ଚିହ୍ନଟ କରିବାରେ ଅନୁମାନଗତ ତ୍ରୁଟିର ସମ୍ଭାବନା ଅଛି, ସଞ୍ଜୟ ଦାସ ବର୍ମାଙ୍କ ନାଁ କନଫର୍ମ । ବାଇଁଆଙ୍କ ସମର୍ଥକ ସଞ୍ଜୟ ଦାସ ବର୍ମାଙ୍କୁ ଘେରିଲା ପରେ ଏ କଥା ସ୍ପଷ୍ଟ ହୋଇ ସାରିଛି ।

ଏରିଆରେ ହାରିଥିବା ନେତାଙ୍କ କବଳରେ ଭୁବନେଶ୍ୱର ରାଜନୀତି
ଅମରେଶ ଜେନା ବିଜୁ ଜନତା ଦଳର କିଛି ବରିଷ୍ଠ ନେତାଙ୍କ ବିରୁଦ୍ଧରେ ବିଷୋଦ୍ଗାର କରିଛନ୍ତି ।

ଅମରେଶଙ୍କ କହିବା କଥା-

  • ’ପ୍ୟାରୀମୋହନ ମହାପାତ୍ରଙ୍କର ଯିଏ କ୍ଲୋଜ୍ ଥିଲେ ସିଏ ନବୀନ ପଟ୍ଟନାୟକଙ୍କ କ୍ଲୋଜ୍,
  • ସେମାନେ ପ୍ୟାରୀଙ୍କୁ ବୁନେଇଥିଲେ ନବୀନବାବୁଙ୍କୁ ବି ବୁଡେଇଦେବେ,
  • ଯୋଉ ବରିଷ୍ଠ ନେତା ମେଳି କରିଥିଲେ, ତାଙ୍କ ନିର୍ଦ୍ଦେଶରେ କାମ ହେଉଛି
  • ଏରିଆରେ ହାରିକି କିଛି ନେତା ଜିଲ୍ଲା ସାରା ମୁଣ୍ଡ ପୁରୋଉଛନ୍ତି
  • ହାରିବା ନେତା ସେମାନଙ୍କ ଜିଲ୍ଲାରେ ରହିବା କଥା, ଏଠି କଣ କାମ?
  • ମୂଷା ହୋଇ ବିଜେଡିର ଚେର କାଟି ଚାଲିଛନ୍ତି
  • ଗୋଟିଏ ଲୋକ ମୁଣ୍ଡରେ ଦୋଷ ଲଦି ଖସିଯିବାକୁ ଚାହୁଁଛନ୍ତି
  • ୨୪ ବର୍ଷର ଶାସନରେ ନିଜ ନିର୍ବାଚନ କ୍ଷେତ୍ରରେ କାହିଁକି ବହୁ ଭୋଟରେ ହାରିଲେ
  • ଅହଂକାର ବଢ଼ିଲା, ଭୁବନେଶ୍ବରରେ ରାଜନୀତି କରିବାରୁ ହାରିଲେ
  • ପାଣ୍ଡିଆନଙ୍କ ଜାଗା ନେବାକୁ ପାଣିକୁ ଗୋଳିଆ କରୁଛନ୍ତି
  • ଏବେ ବିଜେଡି ୪ ଫାଳ ହୋଇଯାଇଛି
  •  ଷଡ଼ଯନ୍ତ୍ରକାରୀଙ୍କ କବଳରେ ଦଳ ଅଛି, ଏମାନେ ବିଜେଡିକୁ ବୁଡେଇଦେବେ
  • ଏବେ ବି ଷଡ଼ଯନ୍ତ୍ରକାରୀ ନିଜକୁ ପାଓ୍ୱାରଫୁଲ୍ ଭାବୁଛନ୍ତି
  • ବିଜେଡିକୁ ୫ ନେତା ବୁଡ଼େଇଦେବେ’

ଓଡ଼ିଶାରେ ନାହାନ୍ତି ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ସମାସ୍କନ୍ଦ ନେତା

‘ଉଚ୍ଚକୂଳରେ ଜନ୍ମ ହେବା  ଦୈବର ଅଧିନ,କିନ୍ତୁ ପୁରୁଷକାର ମୋର ଅଧିନ’। ବେଣୀ ସଂହାରମର ସଂଳାପ ଥିଲା ତାଙ୍କ  ଜୀବନର ମୂଳମନ୍ତ୍ର । ସାହିତ୍ୟ ଏବଂ ସାମ୍ବାଦିକତାରେ ରୁଚି ରଖିଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ଅର୍ଥାତ୍ ଜେବି ୧୯୭୦ ଦଶକରେ କରିଥିଲେ ରାଜନୈତିକ ଭାଗ୍ୟ ପରୀକ୍ଷା। ୧୯୭୧ରେ କଟକ ଲୋକସଭା ଆସନରୁ ନିର୍ବାଚିତ ହୋଇ ପାର୍ଲିଆମେଣ୍ଟରେ ପାଦ ଥାପିଥିବା ଜେବି ନିଜର ବିଚକ୍ଷଣତା ବଳରେ ଇନ୍ଦିରାଗାନ୍ଧିଙ୍କ ଶାସନରେ ୧୯୭୩ରୁ ୭୫  ପ୍ରତିରକ୍ଷା ଉପମନ୍ତ୍ରୀ,୧୯୭୭ରେ ରାଷ୍ଟ୍ରମନ୍ତ୍ରୀ ହେବା ସହ ବେସାମରିକ ବିମାନ ଚଳାଚଳ,ପର୍ଯ୍ୟଟନ ଓ ଶ୍ରମ ବିଭାଗ କରି ଗୁରୁତ୍ତ୍ୱପୂଣ୍ଣ ବିଭାଗରେ ମନ୍ତ୍ରୀ ହୋଇଛନ୍ତି। ମାତ୍ର 25 ବର୍ଷରେ ସେ ଇଷ୍ଟର୍ଣ୍ଣ ଟାଇମସ୍ ଏବଂ ପ୍ରଜାତନ୍ତ୍ରର ସମ୍ପାଦକ ବି ହୋଇଛନ୍ତି।

ସାହିତ୍ୟ,ରାଜନୀତି ଓ ସାମ୍ବାଦିକତାର ତ୍ରୀବେଣୀ ସଙ୍ଗମ ଜେ.ବି

ସାହିତ୍ୟ,ସାମ୍ବାଦିକତା ଏବଂ ରାଜନୀତିର ଧୂରୀଣ ବିନ୍ଧାଣୀ ଜେବି ଓଡ଼ିଶା ରାଜନୀତିରେ ଅନିଶ୍ଚିନ୍ତତା ଏବଂ ଅସ୍ଥିରତାର ସରକାର ପ୍ରଥାରେ ଟାଣିଥିଲେ ପୁର୍ଣ୍ଣଛେଦ। ହରେକୃଷ୍ଣ ମହତାବ,ନବକୃଷ୍ଣ ଚୌଧୁରୀ,ନୀଳମଣୀ ରାଉତରାୟଙ୍କ ଭଳି ନେତା ସ୍ଥିର ସରକାର ଗଢିବାକୁ ହୋଇଥିଲେ ବିଫଳ। ସେ କିନ୍ତୁ ୧୯୮୦ରୁ ୯୦ ଦୁଇ ପାଳି ଏବଂ ୧୯୯୫ରୁ ୯୯ ଯାଏଁ ନିରବଛିନ ମୁଖ୍ୟମନ୍ତ୍ରୀ ହୋଇ ଗଢିଥିଲେ ସ୍ଥିର ସରକାର। ନବୀନ ପଟ୍ଟନାୟକ  ଯଦିଓ ସର୍ବାଧିକ ସମୟର ମୁଖ୍ୟମନ୍ତ୍ରୀ ଜେବିଙ୍କ କଣ୍ଟ୍ରୋଲ କିନ୍ତୁ ୩୧୪ ବ୍ଲକରେ ଥିଲା।
ଶିଳ୍ପର ସ୍ଥପତି ଜାନକି ବଲ୍ଲଭ ପଟ୍ଟନାୟକ ୧୦୦୦ ଦିନରେ ୧୦୦୦ ଶିଳ୍ପର ଆହ୍ୱାନ  ଦେଇ ଏକ ବିପ୍ଳବ ଆରମ୍ଭ କରିଥିଲେ। ତାଙ୍କ ସମୟରେ ୧୯୮୦ରେ ଓମଫେଡ୍ ପ୍ରତିଷ୍ଠା ହେବା ସହ ଅଣ୍ଡା ଉତ୍ପାଦନ ପାଇଁ ମୁଣ୍ଡ ଟେକିଥିଲା ଓପୋଲୋଫେଡ୍। ଲୁଲୁ ମହାପାତ୍ରଙ୍କ ପରି ଛାତ୍ରନେତା ସୃଷ୍ଠିରେ ସେ ଥିଲେ ସଫଳ ବିନ୍ଧାଣୀ।

ଦାଦନର ବିରୋଧି ଜେବି କେନ୍ଦୁଝରରେ ସ୍ପଞ୍ଜ ଆଇରନ୍ ଫ୍ୟାକ୍ଟ୍ରି,ବାଲେଶ୍ୱରରେ ଟାୟାର ଶିଳ୍ପ ଏବଂ ଭଦ୍ରକରେ ଚାର୍ଜକ୍ରୋମ,ନାଲକୋ ପ୍ରତିଷ୍ଠା ସହ  ନୁଆହାଟରେ ଶ୍ରୀ ଜଗନ୍ନାଥ ସୁତାକଳର ସ୍ଥାପନ କରି ଶିଳ୍ପର ସ୍ଥାପନା କରିଥିଲେ। ଜାନକୀ ବଲ୍ଲଭ ପଟ୍ଟନାୟକ କଳିଙ୍ଗ ଷ୍ଟୁଡିଓ ସହ ପ୍ରତିଷ୍ଠା କରିଥିଲେ ଓଡିଶା ଚଳଚ୍ଚିତ୍ର ଉନ୍ନୟନ ସଂସ୍ଥା । କ୍ରୀଡ଼ାର ବିକାଶ ପାଇଁ ଛାତ୍ରାବାସ, ଜବାହର ଲାଲ୍ ଇନଡୋର ଷ୍ଟାଡ଼ିୟମ୍ ଆଦି ତାଙ୍କର ପରିକଳ୍ପନା । ହୋଟେଲକୁ ଶିଳ୍ପର ମାନ୍ୟତା ବି ତାଙ୍କରି ପ୍ରୟାସ।
ଓଡିଶାର ଚର୍ଚ୍ଚିତ ବ୍ୟକ୍ତିଙ୍କ ଗହଣରେ ଶ୍ରେଷ୍ଠରେ ସେ ରହି ଆସିଛନ୍ତି। ସେ ଏକାଧାରରେ ମୁଖ୍ୟମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ ଏବଂ ବିରୋଧିଦଳ ନେତା ହୋଇଛନ୍ତି ଯାହା ଓଡିଶାର କୌଣଷି ନେତାଙ୍କ ପାଖରେ ନାହିଁ । ବିଜୁପଟ୍ଟନାୟକ ଯଦିଓ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ କିନ୍ତୁ ରାଜ୍ୟପାଳ ହୋଇନାହାନ୍ତି। ସେହିପରି ହରେକୃଷ୍ଣ ମହତାବ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ହୋଇଥିଲେ ସୁଦ୍ଧା ବିରୋଧିଦଳ ନେତା ହୋଇ ପାରନାହାନ୍ତି। ସାହିତ୍ୟ ,ସଂସ୍କୃତି, ରାଜନୀତିରେ ଧୂରୀଣ ଏହି ନେତା ଙ୍କର ୨୦୧୫ ଅପ୍ରେଲ ୨୧ ରେ ଦେହାନ୍ତ ହେବା ପରେ ଏକ ଯୁଗର ଅବସାନ ହୋଇଛି।

ସଂଗଠନ ନୁହେଁ,  ସୋସିଆଲ ମିଡିଆ ଭରସାରେ ନବୀନ

BJD ସଭାପତି ଭାବେ ନବମ ଇନିଂସ ଆରମ୍ଭ କରି BJPକୁ ଟାର୍ଗେଟ କରିଛନ୍ତି ନବୀନ ପଟ୍ଟନାୟକ । ଯଦିଓ BJPର ନାଁ ନେଇ ନାହାଁନ୍ତି, କିନ୍ତୁ 2024 ନିର୍ବାଚନରେ BJDର ପରାଜୟ ପାଇଁ ବିରୋଧିଙ୍କ ଅପପ୍ରଚାରକୁ ଦାୟୀ କରି ନବୀନ କହିଛନ୍ତି….

  • “ସୋସିଆଲ ମିଡିଆରେ ବିରୋଧିଙ୍କ ଅପପ୍ରଚାରକୁ BJD କାଉଣ୍ଟର କରିପାରିଲା ନାହିଁ।
  • ଏପରିକି ବର୍ତ୍ତମାନ ମଧ୍ୟ BJD ବିରୋଧରେ ଅପପ୍ରଚାର ହେଉଛି।
  • ସୋସିଆଲ ମିଡିଆରେ ଏହାର ଦୃଢ଼ ଜବାବ ଦେବ ବିଜୁ ଜନତା ଦଳ।
  • ଟେକ୍ନୋଲୋଜିର ସଦୁପଯୋଗ କରି ସୋସିଆଲ ମିଡିଆରେ BJDର ଉପସ୍ଥିତିକୁ ସୁଦୃଢ଼ କରାଯିବ।
  • BJDର କର୍ମୀ, ଭାଇଭଉଣୀଙ୍କ ଉପରେ ମୋର ପୁରା ଭରସା ଅଛି । ସେମାନେ ହିଁ ମିଛ ପ୍ରଚାରର ଉଚିତ୍ ଜବାବ ଦେବେ”।

ନବୀନଙ୍କୁ ଭେଟି ପାରୁନଥିଲେ, BJDର ମନ୍ତ୍ରୀ

ଅନ୍ୟପଟେ ନବୀନଙ୍କୁ କାଉଣ୍ଟର କରିଛନ୍ତି, BJP ସଭାପତି ମନମୋହନ ସାମଲ । BJP କଣ ମିଛ ପ୍ରଚାର କରିଛି, ସେ ତଥ୍ୟ ନବୀନ ରଖିବା ଉଚିତ ବୋଲି ମନମୋହନ ସାମଲ କହିଛନ୍ତି..

  • “BJP କଣ ଫଲ୍ସ ନ୍ୟାରେଟିଭ୍ କରିଛି, ତାହା ଓଡ଼ିଶାବାସୀଙ୍କୁ କୁହନ୍ତୁ,
  • ଆମେ କହିଥିଲୁ-ରାଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା ନାହିଁ, BJDର ନେତା-ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁନାହାଁନ୍ତି। କିନ୍ତୁ ତାହର ଉତ୍ତର ନବୀନ ଦେଲେନି,
  • BJD ସରକାର ସମୟରେ କୌଣସି ବିଷୟ କ୍ୟାବିନେଟରେ ଆଲୋଚନା ହେଉନଥିଲା,
  • ଉତ୍ତର ନଦେବା ନବୀନ ପଟ୍ଟନାୟକଙ୍କ ଅପାରଗତା। ତେଣୁ BJDକୁ ଲୋକେ ପ୍ରତ୍ୟାଖାନ କଲେ”।

ନବୀନ ଜଣେ ମିଥ୍ୟାବାଦୀ

କେବଳ ମନମୋହନ ସାମଲ କାହିଁକି, BJDର ପ୍ରତିଷ୍ଠାତା ସଭ୍ୟ ପ୍ରଭାତ ତ୍ରିପାଠୀ ମଧ୍ୟ କହିଛନ୍ତି, ନବୀନ ପଟ୍ଟନାୟକ ଜଣେ ମିଥ୍ୟାବାଦୀ। 9 ଏପ୍ରିଲ 2025ରେ ତାଙ୍କ ବିରୁଦ୍ଧରେ ନବୀନ ପଟ୍ଟନାୟକ ଦେଇଥିବା ବିବୃତିକୁ କାଉଣ୍ଟର କରି ପ୍ରଭାତ ତ୍ରିପାଠୀ କହିଥିଲେ.. 

  • “ନବୀନ ପଟ୍ଟନାୟକ, ମୋ ନାଁ ଯୋଡି ବିବୃତି ଦେଲେ ଯେ ମୁଁBJDରେ ନାହିଁ,
  • ଗୋଟେ ଚିଟଫଣ୍ଡ କେସରେ ମୋତେ BJDରୁ ନିଲମ୍ବନ କରା ଯାଇଥିଲା,
  • କିନ୍ତୁ ଚିଟଫଣ୍ଡ ମାମଲା ବିଚାରାଧୀନ ଥିବାରୁ2017ରେ ମୋ ଉପରୁ ନିଲମ୍ବନ ଆଦେଶ ଉଠିଯାଇଛି,
  • ଯଦି ସେ 2017ରେBJDରୁ ନିଲମ୍ବିତ ହୋଇଛନ୍ତି, ତାହେଲେ 2019ର ଏକ ନିର୍ବାଚନ ସଭାରେ ସେ ଭାଷଣ ଦେବା ସମୟରେ ନବୀନ ବାବୁ କାହିଁକି ସେଠାରେ ବସିଥିଲେ?
  • ମୁଁ ଦଳରେ ନାହିଁ ବୋଲି ମିଥ୍ୟା କଥା ନବୀନ ପଟ୍ଟନାୟକ କହିବା ଆଶା ନଥିଲା”।

ତେବେ ଏକଥା ସ୍ପଷ୍ଟ ଯେ 2024 ନିର୍ବାଚନରେ, ନବୀନ ପଟ୍ଟନାୟକଙ୍କ କଥାକୁ ବିଶ୍ୱାସ କରିପାରିଲେ ନାହିଁ ଓଡ଼ିଶା ଭୋଟର । ଆଉ ସେହି ଭୋଟରଙ୍କ ମନ ଜିଣିବା ପାଇଁ ନବୀନ ଏବେ BJD ସଂଗଠନ ଅପେକ୍ଷା ସୋସିଆଲ ମିଡିଆକୁ ଭରସା କରିଛନ୍ତି !

ନବୀନ ଛାଡି ପାରୁନାହାଁନ୍ତି, ସଭାପତି ମୋହ

19 ଏପ୍ରିଲ 2025ରେ ନବମ ଥର ପାଇଁ ବିଜୁ ଜନତା ଦଳର ସଭାପତି ହୋଇଛନ୍ତି ନବୀନ ପଟ୍ଟନାୟକ । ଲଗାତର ନବୀନଙ୍କ ନବମ ଇନିଂସକୁ ନେଇ ଚର୍ଚ୍ଚା । ଆଲୋଚନା ଏଇଥିପାଇଁ ନୁହେଁ କି, ନବୀନ ସଭାପତି ହେଲେ। ସିଏ ତ ପ୍ରତିଥର ସଭାପତି ହୁଅନ୍ତି ! ଏଥିରେ କିଛି ନୂଆ କାହାଣୀ ନାହିଁ । କଥାଟି ହେଉଛି CM in Waitingର ରେସ୍ ବା ମୁଖ୍ୟମନ୍ତ୍ରୀ ଚେୟାରରେ ଥାଇ, ନବୀନ ଏଥର BJD ସଭାପତି ହୋଇନାହାଁନ୍ତି ।
                             BJD ପ୍ରତିଷ୍ଠା ସମୟରେ ଅର୍ଥାତ 26 ଡିସେମ୍ବର 1997ରେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନଥିଲେ, କିନ୍ତୁ ସେ ଦଳର ପ୍ରଥମ ସଭାପତି ହେଲେ । ଆଉ ବିଜୁ ଜନତା ଦଳ ସରକାର ଗଠନ କରିବା ପରେ, ସେ BJD ସଭାପତି ପଦ ବଜାୟ ରଖିଲେ । କିନ୍ତୁ ବିରୋଧି ଦଳ ନେତାଙ୍କ ଦାୟିତ୍ୱରେ ରହିବା ବେଳେ, ନବୀନ ପ୍ରଥମ ଥର ପାଇଁ BJD ସଭାପତି ଭାବେ ମନୋନୀତ ହୋଇଛନ୍ତି । ବିରୋଧି ଦଳରେ ବସିବାର ଅଭିଜ୍ଞତା ନଥିବା ନବୀନ ପଟ୍ଟନାୟକଙ୍କର, ନା’ ବିଧାନସଭା ପ୍ରତି ସମ୍ମାନ ଅଛି ନା’ BJD ସଂଗଠନ ପ୍ରତି।

  • ଗୋଟାଏ ପଟେ ବିରୋଧୀଦଳ ନେତା ହୋଇ ମଧ୍ୟ ବଜେଟ୍ ଅଧିବେଶନରେ ବିଧାନସଭା ପ୍ରାୟତଃ ଗଲେ ନାହିଁ। ଅନ୍ୟପଟେ ପାଣ୍ଡିଆନଙ୍କ ପାଇଁ BJDର ବରିଷ୍ଠ ନେତାଙ୍କ ନାଁରେ ମିଛ କହୁଛନ୍ତି ।
  • ସେଥିପାଇଁ BJDର ପ୍ରତିଷ୍ଠାତା ସଭ୍ୟ ପ୍ରଭାତ ତ୍ରିପାଠୀ, ନବୀନ ପଟ୍ଟନାୟକଙ୍କୁ ମିଛୁଆ ଭାବେ ପ୍ରମାଣିତ କରିଥିଲା ବେଳେ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, କହିଲେଣି -ନବୀନ ବାବୁ ଆଉ ‘ନାଲି ଆଖି ଦେଖାନ୍ତୁନି’।

 

BJDରେ ଗଣତନ୍ତ୍ର ନାହିଁ

ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ହେଉଛି ଭାରତ, ଆଉ ଭାରତୀୟ ରାଜନୀତିର ମୂଳ ଆଧାର ଗଣତନ୍ତ୍ର । ମାତ୍ର ବିଜୁ ଜନତା ଦଳର ସଭାପତି ଲିଷ୍ଟ୍ କହୁଛି, BJDରେ ଗଣତନ୍ତ୍ର ଶବ୍ଦର କିଛି ମାନେ ନାହିଁ ।

  • କେବଳ ନବୀନ ହିଁ 9ଥର ସଭାପତି ହୋଇ BJDକୁ ପାରିବାରିକ ଓ ବ୍ୟକ୍ତିକୈନ୍ଦ୍ରିକ ଦଳର ସାର୍ଟିଫିକେଟ ଦେଇଛନ୍ତି ।
  • BJDରେ ଅନ୍ୟ ନେତାଙ୍କୁ ବଢିବାକୁ ପ୍ରଶୟ ଦେଇନାହାନ୍ତି ଖୋଦ୍ ନବୀନ
  • ଏମିତିରେ ଦେଖିବାକୁ ଗଲେ କେବଳ BJD ନୁହେଁ ସବୁ ଆଞ୍ଚଳିକ ଦଳ, ବ୍ୟକ୍ତି ଓ ପରିବାର ଜାଲରେ ଛନ୍ଦି ହୋଇ ରହିଛନ୍ତି
  • ସମାଜବାଦୀ ପାର୍ଟି ହେଉ ବା RJD, JMM, TMC, TDP, DMK, ନ୍ୟାସନାଲ କନଫରେନ୍ସ ଏବଂ PDP ପରି ଆଞ୍ଚଳିକ ଦଳ, ସବୁଠି ରହୁଛି ବ୍ୟକ୍ତିବାଦର ପ୍ରଭାବ
  • ସମାଜବାଦୀ ପାର୍ଟିରେ ମୁଲାୟମ୍ ସିହଂ ଯାଦବଙ୍କ ପରେ ମୁଖ୍ୟ ମଙ୍ଗୁଆଳ ପୁଅ ଅଖିଳେଶ ଯାଦବ,
  • ଲାଲୁ ଯାଦବଙ୍କ ପରେ ତାଙ୍କ ସ୍ତ୍ରୀ ରାବିଡି ଦେବୀ ମୁଖ୍ୟମନ୍ତ୍ରୀ ହେଲେ। ଏବେ ପୁଅ ତେଜସ୍ୱୀ ଯାଦବ କହୁଛନ୍ତି ସେ ବିହାରର ମୁଖ୍ୟମନ୍ତ୍ରୀ ହେବେ ।
  • TMCରେ ମମତା ବାନାର୍ଜୀଙ୍କ ପରେ ମଙ୍ଗୁଆଳ ଲିଷ୍ଟରେ ଅଛନ୍ତି, ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ,
  • ସେହିପରି କରୁଣାନିଧିଙ୍କ ନିଧନ ପରେ ତାଙ୍କ ପୁଅ ଷ୍ଟାଲିନ୍ ଏବେ DMKର ମଙ୍ଗୁଆଳ,
  • ପଡୋଶୀ ଝାରଖଣ୍ଡରେ ଶିବୁ ସୋରେନଙ୍କ ପରିବାର ନିୟନ୍ତ୍ରଣରେ ସରକାର ଏବଂ କାଶ୍ମୀରରେ ଚାଲିଛି ଅବଦୁଲ୍ଲା ପରିବାରର ସରକାର ।
  • ତେବେ ଆନ୍ଧ୍ରରେ ଯଦିଓ NTR ପରିବାରର ସରକାର ଚାଲିଛି । କିନ୍ତୁ ଜ୍ୱାଇଁ ଚନ୍ଦ୍ରବାବୁ ନାଇଡୁ, ଶ୍ୱଶୁର NTRଙ୍କୁ ଧୋକା ଦେଇ TDPକୁ ନିଜ ନିୟନ୍ତ୍ରଣକୁ ନେଇ ମୁଖ୍ୟମନ୍ତ୍ରୀ ହୋଇଛନ୍ତି  ।
    ଆଉ ଓଡ଼ିଶାରେ ବାପା ବିଜୁ ପଟ୍ଟନାୟକଙ୍କ ନାଁରେ ବିଜୁ ଜନତା ଦଳ ତିଆରି କରି ଦୀର୍ଘ 24 ବର୍ଷ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ। ଶାସନ କାଳରେ, ନା’ କ୍ଷମତାରୁ ବିଦା ହେବା ପରେ, କାହାକୁ BJD ସଭାପତି କଲେ ନବୀନ?

କେବଳ ଆଞ୍ଚଳିକ ଦଳ କାହିଁକି କଂଗ୍ରେସରେ ମଧ୍ୟ ସମାନ ଅବସ୍ଥା ! ନେହରୁ ପରିବାରରୁ 5 ଜଣ କଂଗ୍ରେସ ସଭାପତି ଭାବେ ମନୋନୀତ ହୋଇଛନ୍ତି। ଗୋଟିଏ ପରିବାରରୁ ଜବାହରଲାଲ ନେହୁର, ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି, ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧି କଂଗ୍ରେସର ସଭାପତି ହୋଇଛନ୍ତି । କଂଗ୍ରେସ ଇତିହାସରେ ତ ଦଳର ସର୍ବକାଳୀନ ସଭାପତି ହେଉଛନ୍ତି ସୋନିଆ ଗାନ୍ଧି।  ଦୁଇଟି କାର୍ଯ୍ୟକାଳରେ 22 ବର୍ଷ ପାଇଁ କଂଗ୍ରେସ ସଭାପତି ପଦର ଦାୟିତ୍ୱ ତୁଲାଇଛନ୍ତି ସୋନିଆ ଗାନ୍ଧି ।
ତେବେ BJP, CPI ଏବଂ  CPI(M) ପରି ରାଜନୈତିକ ପାର୍ଟିରେ କୌଣସି ପରିବାର ବା ବ୍ୟକ୍ତିଙ୍କର ଶତ ପ୍ରତିଶତ ନିୟନ୍ତ୍ରଣ ନଥାଏ। ଏସବୁ ଦଳରେ ନିରନ୍ତର ବ୍ୟବଧାନରେ ସଭାପତି ବା ମହାସଚିବ ପରିବର୍ତ୍ତନ ହୋଇଥାଆନ୍ତି।  

UPI ଟ୍ରାଞ୍ଜାକ୍ସନକୁ ନେଇ ମିଛ ଖବର,କଟିବନି GST

  • UPI ଟ୍ରାଞ୍ଜାକ୍ସନ କଲେ କଟିବନି GST।
  • 2000 ଟଙ୍କାରୁ ଊର୍ଦ୍ଧ୍ୱ UPI ଟ୍ରାଞ୍ଜାକ୍ସନ ଉପରେ କୌଣସି ଟିକସ ଲାଗିବନି ।
  • UPI ନେଣଦେଣରେ ଜିଏସ୍‌ଟି (GST) ଲାଗିବା ଖବର ସମ୍ପୂର୍ଣ୍ଣ ମିଛ ଓ ବିଭ୍ରାନ୍ତିକର ବୋଲି ଦର୍ଶାଇଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ।
  • ସରକାରଙ୍କର ଏଭଳି କୌଣସି ପ୍ରସ୍ତାବ ନଥିବା ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
  • UPIର ମାଗଣା ସେବା ସମାପ୍ତ ହେବ ଏବଂ ୨୦୦୦ ଟଙ୍କାରୁ ଅଧିକUPI କାରବାର ଉପରେ ସରକାର ଜିଏସଟି ଲଗାଇବା ନେଇ ଚର୍ଚ୍ଚା ହେଉଥିଲା ।
  • ଏ ଚର୍ଚ୍ଚାର କୌଣସି ଆଧାର ନଥିବା ଏବଂ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଅର୍ଥମନ୍ତ୍ରାଳୟ ସୂଚନା ଦେଇଛି ।
  • ଏପରିକି ସରକାରଙ୍କ ନିକଟରେ ଏଭଳି କୌଣସି ପ୍ରସ୍ତାବ ମଧ୍ୟ ନଥିବା ସ୍ପଷ୍ଟୀକରଣ ରଖିଛି ଅର୍ଥ ବିଭାଗ ।
  • ଆଗରୁ କେବଳ କିଛି କ୍ଷେତ୍ରରେ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍ ବା ଏମଡିଆର ଉପରେ ଜିଏସଟି ଲାଗୁ ହେଉଥିଲା । ତେବେ ୨୦୨୦ ଜାନୁଆରୀରୁ ଏହି ମର୍ଚ୍ଚାଣ୍ଟ କାରବାର ଉପରେ ଏମଡିଆର ବ୍ୟବସ୍ଥାକୁ ହଟାଇ ନେଇଥିଲା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଶୁଳ୍କ ବୋର୍ଡ ବା CBDT ।
  • ଏ ସମ୍ପର୍କରେ ୨୦୧୯ ଡିସେମ୍ବର ୩୦ ଗେଜେ୍ଟ ନୋଟିଫିକେସନ୍ ଜରିଆରେ ସୂଚନା ଦିଆଯାଇଥିଲା । ତେବେ ବର୍ତ୍ତମାନ ପରିସ୍ଥିତିରେ ସରକାର UPI କାରବାରକୁ ପ୍ରୋତ୍ସାହିତ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିବା ଅର୍ଥମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ୨୦ ହଜାର କୋଟି ଟ୍ରାଞ୍ଜାକ୍ସନ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରହିଛି ।
  • ବର୍ତ୍ତମାନ ଭାରତରେ ଟଙ୍କା ନେଣଦେଣର ମୁଖ୍ୟ ମାଧ୍ୟମ ସାଜିଛି UPI । ଛୋଟ ପରିବା ଦୋକାନୀଠୁ ଆରମ୍ଭ କରି ବଡ଼ ବଡ଼ ହୋଟେଲ ପର୍ଯ୍ୟନ୍ତ ସମସ୍ତେUPI ବ୍ୟବହାର କରୁଛନ୍ତି ।
  • ଘର ଭଡ଼ାଠାରୁ ଆରମ୍ଭ କରି ବିଦ୍ୟୁତ ବିଲ୍ ପୈଠ ପାଇଁ ସାଧାରଣ ଲୋକେ ୟୁପିଆଇ ବ୍ୟବହାର କରୁଛନ୍ତି । ଏପରି ସ୍ଥଳେ UPIରେ ୨୦୦୦ରୁ ଅଧିକ ଟଙ୍କା ନେଣଦେଣ ଉପରେ GST ଲାଗିବା ଖବର ପ୍ରଚାରିତ ପରେ ସାଧାରଣରେ ଚିନ୍ତା ପ୍ରକାଶ ପାଇଥିଲା ।