Category News

କାହିଁକି ପାଳନ ହୁଏ ଅକ୍ଷୟ ତୃତୀୟା

 କୃଷିପ୍ରଧାନ ରାଜ୍ୟ ଓଡ଼ିଶା । କୃଷି ହେଉଛି କୃଷକର ପରିଚୟ । ଓଡି଼ଶାରେ ଏହି ପବିତ୍ର ଦିନଠାରୁ ଆରମ୍ଭ ହୁଏ ଖରିଫ୍ ଫସଲ । ଏହିଦିନ ମାଟି ମାଆଙ୍କୁ ପୂଜାକରି କୃଷକମାନେ କ୍ଷେତରେ ଅଖିମୁଠି ଅନୁକୂଳ କରିଥାନ୍ତି । ତେବେ କେବଳ କୃଷି ନୁହେଁ ବିଭିନ୍ନ ଦିଗରୁ ଅକ୍ଷୟ ତୃତୀୟାର ଗୁରୁତ୍ତ୍ୱ ଓ ମହାତ୍ମ୍ୟ ରହିଛି।

ଅଖିମୁଠି ଅନୁକୁଳ
 ଭଲ ଅମଳ ଆଶାରେ କୃଷକମାନେ ଅକ୍ଷୟ ତୃତୀୟାର ଅମୃତବେଳାରେ ତାଙ୍କର କ୍ଷେତରେ ହଳ ବୁଲାଇଥାନ୍ତି । ଅଖି ମୁଠିଭରା ଧାନ ବିହନକୁ ଗଉଣୀରୁ କାଢ଼ି ବିଲର ପ୍ରତ୍ୟେକଟି ଜାଗାରେ ପକାଇଥାନ୍ତି । ଏହିଦିନ ଚାଷକାର୍ଯ୍ୟ ଆରମ୍ଭ କଲେ ଭଲ ଅମଳ ହୁଏ ବୋଲି ବିଶ୍ୱାସ ରହିଛି । ପୁରାଣଶାସ୍ତ୍ର ଅନୁସାରେ ଏହିଦିନ ଶୁଭକର୍ମ ଅନୁଷ୍ଠିତ ହୋଇଥିଲା । ଭଗବାନ ଶ୍ରୀକୃଷ୍ଣ ପ୍ରାଣୀ ଓ ଜୀବଜନ୍ତୁମାନଙ୍କର ପରିପାଳନ ନିମିତ୍ତ ପ୍ରଥମେ ମର୍ତ୍ତ୍ୟମଣ୍ଡଳରେ ଯବ ଶସ୍ୟ ଉତ୍ପାଦନ କରିଥିଲେ । ତେଣୁ ଏକ ବିଧି ରହିଛି, ଯିଏ ଅକ୍ଷୟ ତୃତୀୟା ଦିନ ଯବ ଶସ୍ୟରେ ପୁରୁଷୋତ୍ତମ ଶ୍ରୀ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା ସହିତ ବିଭିନ୍ନପ୍ରକାର ପ୍ରାର୍ଥନା କରି ତାଙ୍କୁ ସନ୍ତୁଷ୍ଟ କରିଥାଏ ସେ ଅକ୍ଷୟଫଳ ଲାଭକରେ । ଏହିଦିନ ମଧ୍ୟ ପତିତପାବନୀ ଗଙ୍ଗାଙ୍କର ଆବିର୍ଭାବ ହୋଇଥିଲା । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଏହିଦିନ ରଥକାଠର ଅନୁକୂଳ ମଧ୍ୟ ହୋଇଥାଏ ।

କୁହାଯାଏ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ଏହିଦିନ ଅକ୍ଷୟ ପାତ୍ର ପ୍ରଦାନ କରିଥିଲେ, ଯେଉଁ ଅକ୍ଷୟ ପାତ୍ର ଦ୍ୱାରା ସେ ମୁନି ଦୁର୍ବାସା ଏବଂ ତାଙ୍କର ସମସ୍ତ ଶିଷ୍ୟଙ୍କୁ ଆତିଥ୍ୟ ପ୍ରଦାନ କରିଥିଲେ । ଗୋଟିଏ କ୍ଷୁଦ୍ର ଅନ୍ନକଣିକା ରହିଯାଇଥିଲା ସେହି ଅନ୍ନକଣିକାକୁ ଭଗବାନ ଶ୍ରୀକୃଷ୍ଣଙ୍କୁ ଯେତେବେଳେ ସେ ସମର୍ପଣ କରିଥିଲେ ସେତେବେଳେ ମୁନି ଦୁର୍ବାସା ଏବଂ ତାଙ୍କର ସମସ୍ତ ଶିଷ୍ୟମଣ୍ଡଳୀଙ୍କର କ୍ଷୁଧା ମେଣ୍ଟିଯାଇଥିଲା । ସେଥିପାଇଁ  ଅକ୍ଷୟ ତୃତୀୟାର ମହାତ୍ମ୍ୟ ଢେର୍ ବେଶୀ ।

ପାକିସ୍ତାନର ସ୍ୱାଧିନତା ସଂଗ୍ରାମୀ-ଆତଙ୍କବାଦୀ

ପାକିସ୍ତାନ ପାଇଁ ଆତଙ୍କବାଦୀ ହିଁ ସ୍ୱାଧିନତା ସଂଗ୍ରାମୀ । ଏଭଳି ଅମାନବୀୟ ବୟାନ ଦେଇଛନ୍ତି ଖୋଦ୍ ପାକିସ୍ତାନ ଉପ ପ୍ରଧାନମନ୍ତ୍ରୀ ଇସାକ ଦାର । ଜମ୍ମୁ କାଶ୍ମିରର ପହଲଗାମରେ ଘଟିଥିବା ଅମାନବୀୟ ଘଟଣାରେ ବିଶ୍ୱବ୍ୟାପୀ ଆତଙ୍କବାଦୀଙ୍କୁ ନିନ୍ଦା କରାଯାଉଥିଲା ବେଳେ ସେମାନଙ୍କୁ ସ୍ୱାଧୀନତା ସଂଗ୍ରାମୀ କହି ନିଜ ନୀଚ୍ଚ ମାନସିକତାର ପରିଚୟ ଦେଇଛି ପାକିସ୍ତାନ । ପଛପଟୁ ଛୁରି ମାରିବାରେ ଅଭ୍ୟସ୍ତ ପାକିସ୍ତାନର ଏଭଳି ଅମାନୁଷିକ କାମ ସାଙ୍ଗକୁ ଅମାନବୀୟ ବୟାନକୁ ସବୁ ମହଲରୁ ନିନ୍ଦା କରାଯାଉଛି। ଆତଙ୍କବାଦକୁ ସବୁବେଳେ ସମର୍ଥନ ଦେଇ ଆସୁଥିବା ପାକିସ୍ତାନର ଆତଙ୍କବାଦ ପ୍ରେମ ଏଥର ଭାରି ପଡ଼ିବ । ଗୋଟାଏ ପଟେ ପ୍ରଧାନମନ୍ତ୍ରୀ ଆତଙ୍କବାଦୀଙ୍କ ଭୂଖଣ୍ଡ ଧ୍ୱଂସ କରିଦିଆଯିବ ବୋଲି କଡ଼ା ଚେତାବନୀ ଦେଇଥିଲା ବେଳେ ଆଉ ଗୋଟାଏ ପଟେ ଗୃହମନ୍ତ୍ରୀ ଅମିତ ଶାହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ  କହିଲେଣି ପାକିସ୍ତାନୀଙ୍କୁ ତୁରନ୍ତ ତଡ଼ । ଏହି ଆକ୍ରମଣ ପରେ ଭାରତ ସରକାର ପଡ଼ୋଶି ଦେଶ ପାକିସ୍ତାନ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଏବଂ ସିନ୍ଧୁ ଜଳ ଚୁକ୍ତିନାମା ବନ୍ଦ କରିବା ଭଳି ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି।

ତେବେ ଇସାକ ଦାରଙ୍କ ଏହି ବୟାନର ଉଚିତ ଜବାବ ଦେଇଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ଦାନିଶ କାନେରିଆ। ପୂର୍ବତନ ପାକିସ୍ତାନୀ ହିନ୍ଦୁ କ୍ରିକେଟର ଦାନିଶ କାନେରିଆ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ X ରେ ଏକ ପୋଷ୍ଟ ସେୟାର କରି ପାକିସ୍ତାନୀ ଉପ-ପ୍ରଧାନମନ୍ତ୍ରୀଙ୍କ ବୟାନ ବିରୋଧରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ୨୨ ଏପ୍ରିଲ ମଙ୍ଗଳବାର ଦିନ ଜମ୍ମୁ-କାଶ୍ମୀରର ପହଲଗାମରରେ ଏହି ଆତଙ୍କବାଦୀ ଆକ୍ରମଣ ଘଟିଥିଲା, ଯେଉଁଥିରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହା ପରଠାରୁ କେବଳ ଦେଶ ନୁହେଁ ବରଂ ବିଶ୍ୱର ପ୍ରତ୍ୟେକ କୋଣରୁ ଅନେକ ପ୍ରକାରର ପ୍ରତିକ୍ରିୟା ଆସୁଛି। ସେହି ସମୟରେ, ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀଙ୍କ ଏଭଳି ଅମାନବୀୟ ବୟାନକୁ କଡ଼ା ଭାଷାରେ ନିନ୍ଦା କରାଯାଉଛି ।

ଆକ୍ସନ ମୋଡରେ ସରକାର,ଭାଙ୍ଗିଲା ଆତଙ୍କବାଦୀର ଘର

ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ନେଇ କଡ଼ା ଜବାବ ଦେଇଥିଲେ ପ୍ରଧାନମନ୍ତ୍ରୀ। ଆତଙ୍କବାଦୀଙ୍କ ଭୂଖଣ୍ଡ ମାଟିରେ ମିଶାଇଦେବାକୁ ପଞ୍ଚାୟତିରାଜ ଦିବସ ଅବସରରେ ବିହାର ମାଟିରୁ ଦେଇଥିଲେ  ରଣହୁଙ୍କାର । ଆକ୍ରମଣକାରୀ ଓ ଷଡ଼ଯନ୍ତ୍ରକାରୀଙ୍କୁ, କଳ୍ପନାଠୁ ବି ଅଧିକ ଦଣ୍ଡ ଦିଆଯିବ ବୋଲି ସ୍ପଷ୍ଟ କରିଥିଲେ ପ୍ରଧାନମନ୍ତ୍ରୀ। ଆତଙ୍କବାଦୀଙ୍କ ଅଣ୍ଟା ଭାଙ୍ଗିବ, ବିନା ଦଣ୍ଡରେ ଆତଙ୍କବାଦୀ ଖସି ପାରିବେନି ବୋଲି କହିଥିଲେ ମୋଦୀ। ଆତଙ୍କବାଦୀଙ୍କ ସମର୍ଥନକାରୀଙ୍କୁ ମଧ୍ୟ କଠୋର ଦଣ୍ଡ ଦେବାକୁ ପ୍ରଧାନମନ୍ତ୍ରୀ କହିଥିଲା ବେଳେ ମାଟିରେ ମିଶିଛି ଆତଙ୍କବାଦୀ ଆସିଫ୍ ଶେଖ୍‌ ଓ ଆଦିଲ ଗୁରିର ଘର।

ଆଇଡି ବିସ୍ଫୋରଣରେ ଆତଙ୍କବାଦୀଙ୍କ ଘର ଉଡାଇ ଦିଆଯାଇଛି । ଜମ୍ମୁ-କାଶ୍ମୀରର ତ୍ରାଲ ଓ ବିଜ୍‌ବେହାରାରେ ଥିବା ଘରକୁ ମାଟିରେ ମିଶାଇ ଦେଇଛନ୍ତି ଭାରତୀୟ ସେନା । ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ଆସିଫ୍‌ର ସମ୍ପୃକ୍ତି ଥିବା ସନ୍ଦେହରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଯେଉଁ ସ୍କେଚ୍ ଓ ଫଟୋ ଜାରି କରାଯାଇଥିଲା। ସେଥିରେ ଆସିଫ୍‌ ଓ ଆଦିଲ ସମ୍ପୃକ୍ତି ରହିଥିବା ପ୍ରମାଣ ମିଳିଛି । ମୋଦିଙ୍କ କଥାକୁ 24 ଘଣ୍ଟା ନ ପୁରୁଣୁ ମାଟିରେ ମିଶିଛି ଆତଙ୍କବାଦୀଙ୍କ ଭୂଖଣ୍ଡ ।

ଶାହଙ୍କ ଚେତାବନୀ:ନଇଁବନି ଭାରତ

ପହଲଗାମ୍ ଆତଙ୍କୀ ଆକ୍ରମଣକୁ ନେଇ ରକ୍ତଚାଉଳ ଚୋବାଉଛି ସାରା ଭାରତ । ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ନିଜର କଠୋର ଆଭିମୁଖ୍ୟର ପରିଚୟ ଦେଇଛନ୍ତି ଅମିତ ଶାହ। ଆତଙ୍କବାଦୀଙ୍କ ଆଗରେ ଭାରତ ନଇଁବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଗୃହମନ୍ତ୍ରୀ। “ଆକ୍ରମଣକାରୀଙ୍କୁ କୌଣସି ପରିସ୍ଥିତିରେ ବି ଛଡ଼ାଯିବନି । ଭାରତ ସବୁ ପରିସ୍ଥିତିକୁ ସାମ୍ନା କରିବ,କିନ୍ତୁ ଆତଙ୍କବାଦୀଙ୍କ ଆଗରେ ହାର ମାନିବ ନାହିଁ ।”

ଆହତଙ୍କ ପରିବାରକୁ ଭେଟି ଶାହ ଆଲୋଚନା କରିଛନ୍ତି । ଶାହଙ୍କ ସହ ଉପ ରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଉପସ୍ଥିତ ଥିଲେ। ଜମ୍ମୁକାଶ୍ମୀରରେ ସ୍ଥିତି ବୁଝିବା ପରେ ଅପରାହ୍ଣରେ ଦିଲ୍ଲୀ ଫେରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କ୍ୟାବିନେଟ୍ ସୁରକ୍ଷା ପରିଷଦ ବୈଠକରେ ଯୋଗଦେବେ।  ଏଥିସହ ଜମ୍ମୁ ପହଲଗାମ ଆତଙ୍କୀ ଆକ୍ରମଣରେ ୨୮ଜଣଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ଼ରେ କେନ୍ଦ୍ର ସରକାର।  ଦୁଇ ଦୁନିଆ ସାଉଦି ଆରବ ଗସ୍ତର ଅଧାରୁ ଭାରତ ଫେରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତ ଫେରିବା ପରେ ତୁରନ୍ତ ବିମାନ ବନ୍ଦରରେ ବୈଠକ କରିଛନ୍ତି ।
ସ୍ଥିତି ସମ୍ପର୍କର ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର, ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ ଓ ଏନ୍‌ଏସ୍‌ଏ ଅଜିତ ଡୋଭାଲ । ଆଗକୁ ସରକାର କିଛି କଠୋର ପଦକ୍ଷେପ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି। ଜମ୍ମୁ ପହଲଗାମରେ ଆତଙ୍କୀ ହମଲା ପରେ ସୀମାରେ ହାଇଆଲର୍ଟ ଜାରୀ ହୋଇଛି  । ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ଚାଲିଥିବା ବେଳେ ସେନାର ଯବାନ ମାନେ ପଇଁତରା ମାରୁଛନ୍ତି । ଆତଙ୍କୀଙ୍କୁ ଖୋଜି ସଫା କରିବାକୁ ସନ୍ଦିଗ୍ଧ ଅଂଚଳରେ ଜୋରଦାର ସର୍ଚ୍ଚ ଅପରେସନ ଚାଲିଛି। ଆତଙ୍କୀଙ୍କ ସ୍କେଚ୍ ଜରୀ ହୋଇ ସାରିଛି। ହେଲିକପ୍ଟର ଓ ଡ୍ରୋନ୍ ମାଧ୍ୟମରେ ଆତଙ୍କବାଦୀଙ୍କ ତଲାସି ଅଭିଯାନ ଜାରି ରହିଛି । ଗୃହମନ୍ତ୍ରୀ ଅମିତ ଶାହା ଶ୍ରୀନଗରରେ ଏଲଜି ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ ବିଭିନ୍ନ ସୁରକ୍ଷା ଏଜେନ୍ସିର ମୁଖ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।

ପହଲଗାମ ଆକ୍ରମଣ ପଛରେ ମାଷ୍ଟରମାଇଣ୍ଡ କାହାର?ଆତଙ୍କୀଙ୍କ ନିପାତ ପାଇଁ ଚାଲିଛି ବ୍ଲୁପ୍ରୀଣ୍ଟ

ଜମ୍ମୁ-କାଶ୍ମୀର ପହଲଗାମରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଉଛି । ଏହି ଆକ୍ରମଣରେ ୨୭ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି ଯେଉଁଥିରେ ଜଣେ ଓଡ଼ିଆ ଅଛନ୍ତି। ଅନେକ ପର୍ଯ୍ୟଟକ ଆହତ ହୋଇ ପହଲଗାମ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଏ ଘଟଣା ପରେ ଏବେ ପୂରା ଭାରତ ରକ୍ତ ଚାଉଳ ଚୋବାଉଛି ।ସେନା ପୋଷାକ ପିନ୍ଧି ଆସିଥିବା ଆତଙ୍କୀ ମାନେ ପର୍ଯ୍ୟଟକଙ୍କ ନାଁ ଓ ଧର୍ମ ପଚାରି ଗୁଳି କରି ହିନ୍ଦୁଙ୍କୁ ମାରିବା ଘଯଣାକୁ ଦୃଢ ନିନ୍ଦା କରାଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଜରୁରୀକାଳୀନ ବୈଠକ ହୋଇଛି । ଏ ଘଟଣା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଉଛି । କିଛି ଆତଙ୍କୀଙ୍କ ସ୍କେଚ୍ ଜାରୀ କରାଯାଇଛି,ଆତଙ୍କୀଙ୍କ ନିପାତ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି ସରକାର ।

ଆକ୍ରମଣ ପଛରେ କିଏ?

ପହଲଗାମ ଆକ୍ରମଣ ପାଇଁ ନିଜକୁ ଦାୟି କରିଛି ଆତଙ୍କୀ ସଂଗଠନ TRF । TRFର ଅମାନବୀୟ,ଅମାନୁଷିକ କାର୍ଯ୍ୟକୁ ଯେତେ ନିନ୍ଦା କଲେ ବି କମ୍ ପଡ଼ିଯିବ । ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଏମାନେ ଧର୍ମ ଆଧାରରେ ଯୋଉଭଳି ଭାବରେ ହିନ୍ଦୁଙ୍କୁ ହତ୍ୟା କରିଛନ୍ତି ସେଥିରୁ ଘୃଣ୍ୟ ମାନସିକତାର ପ୍ରମାଣ ମିଳିଛି ।ଖୁବ୍ ଶୀଘ୍‌ର ଆତଙ୍କୀଙ୍କ ନିପାତ ପାଇଁ ଚାଲିଛି ବ୍ଲୁପ୍ରୀଣ୍ଟ

କେମିତି ଗଠନ ହୋଇଥିଲା TRF
୨୦୧୯ରେ ଧାରା ୩୭୦ ହଟାଯିବା ପରେ ଜମ୍ମୁ-କାଶ୍ମୀରକୁ ପ୍ରବେଶ କରିବା ପାକିସ୍ତାନୀ  ଆତଙ୍କୀଙ୍କ   ପକ୍ଷେ ଅସମ୍ଭବ ହୋଇପଡିଥିଲା ।ସେଥିପାଇଁ ହାଫିଜ୍ ସଇଦର ଲସ୍କର-ଏ-ତୋଏବା ଏବଂ ଇଣ୍ଡିଆନ ମୁଜାହିଦ୍ଦିନ୍ ମିଶି ଟିଆରଏଫ୍ ଗଠନ କରିଥିଲେ । ଏହି ଆତଙ୍କୀ ସଂଗଠନ ଗଠନରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIର ଏକ ବଡ଼ ଭୂମିକା ରହିଛି । ଟିଆରଏଫ୍ ପ୍ରଥମ ଆତଙ୍କୀ ସଂଗଠନ , ଯାହାର ନାଁ ଇଂରାଜୀରେ ରହିଛି  । ନଜରରୁ ବଞ୍ଚିବା ପାଇଁ ପାକିସ୍ତାନ ଗୁଇନ୍ଦା ଏଜେନ୍ସିର ଅଧିକାରୀମାନେ ଇଂରାଜୀ ଶବ୍ଦ ବ୍ୟବହାର କରିଥିଲେ  । ଏହି ସଂଗଠନର ସବୁ ଆତଙ୍କବାଦୀ ପାକିସ୍ତାନର ଗୁଇନ୍ଦା ସଂସ୍ଥାର ନିର୍ଦ୍ଦେଶରେ କାମ କରନ୍ତି ।
କେମିତି କାମ କରେ TRF ?
ସଂଗଠନରେ ସାମିଲ ହେବା ପରେ ଆତଙ୍କବାଦୀଙ୍କୁ ପ୍ରଥମେ ସୀମାପାର କରି ପରେ ତାଲିମ ଦିଆଯାଇଥାଏ ଟିଆରଏଫ୍ ଆତଙ୍କବାଦୀମାନେ ସନ୍ଦେଶ ପାଇବା ପରେ ଆତଙ୍କୀ ଗ୍ୟାଙ୍ଗରେ ସାମିଲ ହୁଅନ୍ତି ଏବଂ ପରେ ଆକ୍ରମଣ କରନ୍ତି ।ଆକ୍ରମଣ କରିବା ପରେ ଧରାପଡ଼ିବା ଭୟରେ ଦୂରଦୂରାନ୍ତକୁ ଚାଲିଯାଆନ୍ତି ।ଟିଆରଏଫର ସବୁ କମାଣ୍ଡରକୁ ପାକିସ୍ତାନରୁ ନିର୍ଦ୍ଦେଶ ମିଳିଥାଏ ।
TRFର ଆକ୍ରମଣ ଚିଠା
ମାନବିକତା ନାଁରେ କଳଙ୍କ TRF ବର୍ବରତାର ସବୁ ସୀମା ଡେଇଁ ସାରିଛି । ବିଭିନ୍ନ ସମୟରେ ଆକ୍ରମଣ କରି ଅନେକଙ୍କର ଜୀବନ ନେଇଛି ।
୨୦୨୪, ନଭେମ୍ବର ୪,  ଶ୍ରୀନଗର ଲାଲ ଚୌକରେ ଗ୍ରେନେଡ ଆକ୍ରମଣ, ୧୪ ଆହତ
୨୦୨୪, ଜୁଲାଇ ୯, କାଠୁଆରେ ଆର୍ମି କନଭେ ଉପରେ ଆକ୍ରମଣ, ୫ ମୃତ
୨୦୨୪, ଜୁନ ୯, ରଷେଇରେ ଯାତ୍ରୀବାହୀ ବସ ଉପରେ ଆକ୍ରମଣ, ୯ ମୃତ
୨୦୨୩, ଡିସେମ୍ବର ୨୧, ରାଜୌରୀରେ ଆଇଡି ବ୍ଲାଷ୍ଟ , ୫ ମୃତ
୨୦୨୩, ମେ ୫, ଲୁଚିକରି ଆର୍ମି ଗାଡି ଉପରେ ଆକ୍ରମଣ, ୫ ମୃତ
୨୦୨୩, ଏପ୍ରିଲ ୨୦, ଲୁଚିକରି ଆର୍ମି ଗାଡି ଉପରେ ଆକ୍ରମଣ, ୫ ମୃତ
୨୦୨୩, ଜାନୁଆରୀ ୧, ରାଜୌରୀରେ ସାଧାରଣ ଲୋକଙ୍କୁ ଆକ୍ରମଣ, ୪ ମୃତ
୨୦୨୨, ଅଗଷ୍ଟ ୧୧, ରାଜୌରୀରେ ଆତ୍ମଘାତୀ ବିସ୍ଫୋରଣ, ୫ ମୃତ
୨୦୨୧, ଡିସେମ୍ବର ୧୨, ଶ୍ରୀନଗରରେ ପୁଲିସ ଗାଡି ଉପରେ ଆକ୍ରମଣ, ୩ ମୃତ
୨୦୨୦, ଅକ୍ଟୋବର ୨୯, ବିଜେପି କର୍ମୀଙ୍କୁ ଆକ୍ରମଣ, ୩ ମୃତ
୨୦୨୦, ଜୁଲାଇ ୮ , ବିଜେପି ନେତାଙ୍କ ଉପରେ ଆକ୍ରମଣ, ୩ ମୃତ
୨୦୨୦, ମେ ୪, ସିଆରପିଏଫ ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ, ୩ ମୃତ
୨୦୧୯, ଫେବୃଆରୀ ୧୪, ପୁଲୱାମାରେ ଯବାନଙ୍କ ଗାଡି ବିସ୍ଫୋରଣ, ୪୧ ମୃତ
ଏଭଳି ଅନେକ ଆକ୍ରମଣ କରିଥିବା ଆତଙ୍କବାଦୀ ସଂସ୍ଥା TRFର ଅମାନବୀୟ କାର୍ଯ୍ୟକଳାପକୁ ଯେତେ କଡ଼ା ଭାଷାରେ ନିନ୍ଦା କଲେ ବି କମ୍ ହେବ । ପହଲଗାମରେ ଆକ୍ରମଣ ପାଇଁ ସରକାରଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।ସର୍ଜିକାଲ୍ ଷ୍ଟ୍ରାଇକ୍ ପରି ବଡ଼ଧରଣର ପଦକ୍ଷେପ ନେବାକୁ ଦାବି ।