Category News

୪୮ ବର୍ଷ ପରେ ମହାପ୍ରଭୁଙ୍କ ରତ୍ନ ଗଣତି

୪୮ ବର୍ଷ ପରେ କାଳିଆ ସାଆନ୍ତଙ୍କ ରତ୍ନର ହିସାବ ହେଉଛି। ୧୯୭୮ରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଖୋଲିକି ରତ୍ନର ହିସାବ ହୋଇଥିଲା । ସେତେବେଳେ ଆଇନମନ୍ତ୍ରୀ ଥିଲେ ବିଶ୍ୱଭୁଷଣ ହରିଚନ୍ଦନ ଏବେ ତାଙ୍କ ପୁଅ ପୃଥ୍ୱୀରାଜ ହରିଚନ୍ଦନ ସମାନ ଦାୟିତ୍ୱରେ। ୧୯୭୮ ମସିହା ମେ ୧୩ରୁ ଜୁଲାଇ ୨୩ ଯାଏଁ ୭୨ ଦିନ ଲାଗିଥିଲା । ଆଜିଠୁ ଗଣତି ଆରମ୍ଭ ହେଇଛି। ୧୯୭୮ରେ ଥିଲା ୧୨,୮୩୮ ଭରି ସୁନା, ରତ୍ନଖଚିତ ଅଳଙ୍କାର ଥିଲା । ୪୮ ବର୍ଷ ଭିତରେ ବିଭିନ୍ନ ଭକ୍ତଙ୍କ ଦ୍ୱାରା ବିଭିନ୍ନ ସମୟରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଳଙ୍କାର ଦିଆଯାଇଛି । ଏଥର ମାତ୍ରା ଅଧିକ ଥିବ ବୋଲି ଆଶା କରାଯାଉଛି ।

ଏଥର ସୁପରଭାଇଜିଂ ଟିମ୍‌ ଓ ହାଣ୍ଡେଲିଂ ଟିମର ସମସ୍ତ ସଦସ୍ୟ ରହିଛନ୍ତି। ସୁପରଭାଇଜିଂ ଟିମ୍‌ର ଅଧ୍ୟକ୍ଷ ଶ୍ରୀମନ୍ଦିର ମୁଖ୍ୟ ପ୍ରସାଶକ ଅଛନ୍ତି, ରତ୍ନଭଣ୍ଡାର ତଦାରଖ କମିଟିର ଦୁଇ ସଦସ୍ୟ ଓ ଜଣେ ସେବାୟତ ଏଥିରେ ଅଛନ୍ତି। ହ୍ୟାଣ୍ଡଲିଂ ଟିମ୍‌ରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜଣେ ସଦସ୍ୟ, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ଉକରଣ, ଦେଉଳକରଣ, ଶ୍ରୀମନ୍ଦିର ବଣିଆ ସେବକ, ଦୁଇ ଜଣ ସ୍ୱର୍ଣ୍ଣକାର, ଦୁଇ ଜଣ ରତ୍ନବିଜ୍ଞାନୀ ଓ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ ଉପସ୍ଥିତ  ଅଛନ୍ତି । ତେବେ କେବଳ ଗଣା ଯିବ ମୁଲ୍ୟାଙ୍କନ କରାଯିବ ନାହିଁ ।
୧୯୭୮ ମସିହାର ତାଲିକା ସହ ମେଳକ ହେବରତ୍ନଭଣ୍ଡାରରେ କଣ ରତ୍ନ ଅଛି, ଏ କଥା ଜାଣିବାକୁ ଭକ୍ତଙ୍କ ଭିତରେ ପ୍ରବଳ ଆଗ୍ରହ ଅଛି। ଆଗରୁ ଭାରତ ବର୍ଷର ବିଭିନ୍ନ ଅଞ୍ଚଳର ରାଜା, ମହାରାଜା, ଜମିଦାର ମହାପ୍ରଭୁଙ୍କୁ ବହୁ ଅଳଙ୍କାର ଦେିଛନ୍ତି ଏବେବି ଅନେକ ଭକ୍ତ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁନା ରୁପା ଦାନ କରନ୍ତି।ଏ ସବୁର ହିସାବ ସାମ୍ନାକୁ ଆସିବ ।
୧୯୭୮ ମସିହାରେ ଥିଲା ୪୫୪ ପ୍ରକାର ଅଳଙ୍କାର ଥିଲା
ସେତେବେଳର ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ପୁରୀ ରାଜା ଦିବ୍ୟସିଂହ ଦେବ, ଡ. ହରେକୃଷ୍ଣ ମହତାବ, ବିଶ୍ୱନାଥ ଦାସ, ନିତ୍ୟାନନ୍ଦ କାନୁନଗୋ ଆଦି ଉପସ୍ଥିତ ଥିଲେ ।ସେତେବେଳେ ମୋଟ୍ ୪୫୪ ପ୍ରକାରର ସୁନା ଅଳଙ୍କାର ଥିଲା। ଯାହାର ଓଜନ ଥିଲା ୧୨,୮୩୮ ଭରି ୧ ଅଣା। ୨୯୩ ପ୍ରକାରର ରୁପା ସାମଗ୍ରୀ ଭଳିଥିଲା। ଯାହାର ଓଜନ ଥିଲା ୨୨,୧୫୩ ଭରି।
ଭିତର ଅଳଙ୍କାର
ଏ ତାଲିକାରେ ୩୫୭ ପ୍ରକାରର ସୁନା ଅଳଙ୍କାର ଥିଲା ଯାହାର ଓଜନ ଥିଲା ୪୩୬୪ ଭରି ୨୩୧ ପ୍ରକାରର ରୁପା ଅଳଙ୍କାର ରହିଥିଲା। ଏହାର ଓଜନ ଥିଲା ୧୪,୮୭୮ ଭରି ।

ବାହାର ଭଣ୍ଡାର ଅଳଙ୍କାର
୭୯ ପ୍ରଚାରର ସୁନା ଅଳଙ୍କାର ଥିଲା। ଏହାର ଓଜନ ଥିଲା ୮୧୭୫ ଭରି, ୪୬୭୧ ଭରି ଓଜନର ୩୯୯ ପ୍ରକାରର ରୁପା ଅଳଙ୍କାର ଥିଲା । ଦୈନନ୍ଦିନ ନୀତି ପାଇଁ ୮ ପ୍ରକାରର ସୁନା ଅଳଙ୍କାର ଏହାର ଓଜନ ଥିଲା ୨୫୯ ଭରି ୧ ଅଣା ୨୩ ପ୍ରକାରର ରୁପା ସାମଗ୍ରୀ ରହିଥିଲା ଏହାର ଓନନ ଥିଲା ୨୬୦୩ ଭରି ୮ ଅଣା ୨୦୧୮ ମସିହା ମାର୍ଚ୍ଚରେ  ଚାବି ହଜିବା ହେତୁ ରତ୍ନ ଭଣ୍ଡାର ଗଣତି ମଣତି ହେଇ ପାରିନଥିଲା । ୨୦୨୪ ମସିହା ଫେବ୍ରୁଆରିରେ ପୁଣି ରତ୍ନଭଣ୍ଡାର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବେ ଏ କାମକୁ ତ୍ୱରାନ୍ୱୀତ କରାଯାଉଛି।

 

BMC ପାଇଁ ୫ କୋଟି ବର୍ବାଦ!

ଭୁବନେଶ୍ୱରରେ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ୨୦୧୬ ମସିହାରେ ବିଏମ୍‌ସି ପକ୍ଷରୁ ଆରମ୍ଭ ହୋଇଥିଲା ୱାଟର୍ ଏଟିଏମ୍ ଓ ଆରଓ ପ୍ଲାଣ୍ଟ ପ୍ରୋଜେକ୍ଟ। ସୌର ଶକ୍ତି ଭିତ୍ତିକ ଏହି ବ୍ୟବସ୍ଥାରେ ସହରର ୪୦ଟି ସ୍ଥାନରେ ୱାଟର୍ ATM ସ୍ଥାପିତ ହୋଇଥିଲା। ଭୁବନେଶ୍ୱରର ଅନେକ ଅଫିସ ଓ ଛକରେ ଲୋକଙ୍କୁ ଏ ସୁବିଧା ମିଳୁଥିଲା । ଜଳଯୋଗାଣ ସହିତ ୱାଟର ପ୍ୟୁରିଫାଏ ପାଇଁ ୪ଟି ROପ୍ଲାଣ୍ଟ ଲାଗିଥିଲା । ପିରାମଲ୍ ୱାଟର ପ୍ରାଇଭେଟ୍ ଲିମିଟେଡ୍ ସହ ବୁକ୍ତି କରିଥିଲା BMC । ୪ କୋଟି ୭୫ଲକ୍ଷ ୯୨ହଜାର ଟଙ୍କା  ଖର୍ଚ୍ଚ କରିଥିଲେ ସରକାର । ପାଣି ପିଇବା ପାଇଁ କାର୍ଡ ସିଷ୍ଟମ୍ ଥିଲା । ୩୦ ପଇସାରେ ମିଳୁଥିଲା ଲିଟରେ ପାଣି କଏନ୍ ପକାଇ  ମଧ୍ୟ ଲୋକ ପାଣିର ସୁବିଧା ପାଉଥିଲେ ।

୨୦୨୩ ଅକ୍ଟୋବରରେ ପିରାମଲ୍ ୱାଟର ପ୍ରାଇଭେଟ୍ ଲିମିଟେଡ୍ ପ୍ରୋଜେକ୍ଟ ଚଲାଉଥିଲା। ୨୦୨୪ରେ ଆଉଟସୋର୍ସିଂ ସଂସ୍ଥା ପରିଚାଳନା ଦାୟିତ୍ୱ ନେଲା।  ମାତ୍ର ବାରମ୍ବାର ଏହି ପ୍ରକଳ୍ପ ଅଚଳ ହେଲା । ନା ପାଣି ପ୍ୟୁରିଫାଏ ହେଲା ନା ଲୋକଙ୍କୁ ପାଣି ମିଳିଲା । ଧିରେ ଧିରେ ପ୍ରୋଜେକ୍ଟ ଅକାମୀ ହୋଇଗଲା। ଛକ ବଜାରରେ ଲଶଗିଥିବା ମେସିନ୍ ଅକାମୀ ହୋଇ ପଡ଼ିଛି। ଯତ୍ନ ଓ ମରାମତି ଅଭାବରୁ ମେସିନଖରାପ ହୋଇ ଚାଲିବା ଅବସ୍ଥାରେ ନାହିଁ । ରାଜ୍ୟ ସରକାର ଯେଉଁ ଲକ୍ଷ୍ୟରେ ଏହି ପ୍ରକଳ୍ପ ସବୁ କରିଥିଲେ ତାହା ପୂରଣ ହେଉନି  କି ଲୋକଙ୍କ କାମରେ ଲାଗୁନି। ଯେଉଁଥିପାଇଁ ଶାଗ ମାଛ ଦରରେ ଏବେ ଏସବୁ ନିଲାମ ହେବାକୁ ଯାଉଛି । ବର୍ତ୍ତମାନ ସହରରେ ପାଇପ୍ ଜଳ ଯୋଗାଣ ମାଧ୍ୟମରେ ବିଶୁଦ୍ଧ ଜଳ ମିଳୁଥିବାରୁ ଆରଓ ପ୍ଲାଣ୍ଟର ଆବଶ୍ୟକତା ନାହିଁ ବୋଲି ମତ ରଖୁଛନ୍ତି ୱାଟକୋ ଅଧିକାରୀ । କୋଟି କୋଟି ଟଙ୍କାର ପ୍ରୋଜେକ୍ଟ କାମରେ ନ ଆସିବା ନେଇ ପ୍ରଶ୍ନ ଉଠୁଛି ।  ତେବେ କେବଳ ଏଇ ଗୋଟାଏ ନୁହେଁ ରାଜ୍ୟର ଅନେକ ପ୍ରକଳ୍ପ ଏମିତି ପରିଚାଳନା ଅଭାବରୁ ସଫଳ ହେଇପାରୁନି। ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ବର୍ବାଦ ହେଉଛି। ପ୍ରପର ପ୍ଲାନିଂ ସହ ପ୍ରୋଜେକ୍ଟର ପରିଚାଳନା ହୋଇଥିଲେ ଆଜି ହୁଏତ 5 କୋଟି ଟଙ୍କା ପାଣିରେ ପଡ଼ି ନ ଥାଆନ୍ତା।

ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କମିବ !

ସୁଭଦ୍ରା ଭଳି ‘ଲଡ଼କି ବହେନ’ ଯୋଜନାରେ ମହିଳାଙ୍କୁ ଟଙ୍କା ବାଣ୍ଟୁଛନ୍ତି ମହାରାଷ୍ଟ୍ର ସରକାରଓଡ଼ିଶାରେ 21 ବର୍ଷରୁ 60 ବର୍ଷର ମହିଳାଙ୍କୁ ବର୍ଷକୁ 10 ହଜାର ଟଙ୍କା ମିଳୁଛି । ମହାରାଷ୍ଟ୍ର ସରକାର ବର୍ଷକୁ ଦେଉଛନ୍ତି 18 ହଜାର ଟଙ୍କା ଏବେ କିନ୍ତୁ ‘ଲଡ଼କି ବହେନ’ ଯୋଜନାକୁ କାଣ୍ଟଛାଣ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍। 2024ରୁ ଆରମ୍ଭ ହୋଇଥିବା ‘ଲଡ଼କି ବହେନ’ ସ୍କିମରୁ 90 ଲକ୍ଷ ହିତାଧିକାରୀଙ୍କୁ ବାଦ୍ ଦିଆଯାଇଛି 2 କୋଟି 6 ଲକ୍ଷ ହିତାଧିକାରୀଙ୍କ ସଂଖ୍ୟା ଏବେ 1 କୋଟି 53 ଲକ୍ଷରେ ପହଞ୍ଚିଛି ଏବେ ଆଶଙ୍କା, ଓଡ଼ିଶାରୁ ହଟିବେ କି ଅଯୋଗ୍ୟ ସୁଭଦ୍ରା ହିତାଧିକାରୀ?

 

ଓଡ଼ିଶାରେ ଏବେ 1,02,12,665 ହିତାଧିକାରୀଙ୍କୁ ମିଳୁଛି ସୁଭଦ୍ରା ଟଙ୍କାଏ ବାବଦକୁ ବର୍ଷକୁ 10 ହଜାର 212କୋଟି 66ଲକ୍ଷ 50 ହଜାର ଟଙ୍କା ଖର୍ଚ୍ଚ ହେଉଛି ପ୍ରଶ୍ନ ଉଠୁଛି କଣ କେବଳ ମହାରାଷ୍ଟ୍ରରେ ଅଯୋଗ୍ୟ ହିତାଧିକାରୀ ଥିଲେ? ଓଡ଼ିଶାର 1କୋଟି 2ଲକ୍ଷ 12ହଜାର 665  ହିତାଧିକାରୀଙ୍କ ଭିତରୁ କଣ କେହି ଆର୍ଥିକ ସମୃଦ୍ଧ ନୁହନ୍ତି?
ଯଦି ଓଡ଼ିଶାର ଜନସଂଖ୍ୟକୁ ଆକଳନ କରିବା ତେବେ 21ରୁ 60 ବର୍ଷ ମଧ୍ୟରେ ଥିବା ମହିଳାଙ୍କ ସଂଖ୍ୟା ପ୍ରାୟ 1 କୋଟି 32 ଲକ୍ଷ ହେବ  ସେହି ସଂଖ୍ୟାର 77 % ମହିଳାଙ୍କୁ ମିଳୁଛି ସୁଭଦ୍ରା ଟଙ୍କା। ଏବେ ଚର୍ଚ୍ଚା, ଟଙ୍କା ପାଉଥିବା 77% ମହିଳାଙ୍କ ଭିତରେ କଣ କେହି ଚାକିରିଆ, ଧନୀ ଶ୍ରେଣୀର ନୁହଁନ୍ତି? ଓଡ଼ିଶାର 77% ମହିଳା ଏବଂ ସେମାନଙ୍କର ପରିବାର କଣ ଆର୍ଥିକ ଅନଗ୍ରସର?

ଯଦି ମୋହନ ମାଝୀଙ୍କ ସରକାର ମହାରାଷ୍ଟ୍ର ଟ୍ରିକ୍ ଆପ୍ଲାଏ କରନ୍ତି ତେବେ ସୁଭଦ୍ରାରୁ ହଟିପାରନ୍ତି ଅଯୋଗ୍ୟE-KYC ପରେ ରାସନ କାର୍ଡରୁ ଅଯୋଗ୍ୟ ହିତାଧିକାରୀ ସହ ବାଂଲାଦେଶୀ ହଟିଲା ପରି ସୁଭଦ୍ରାରୁ ଅଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେଏମିତିରେ ବି ମାଗଣା ସ୍କିମ୍ ପାଇଁ ବିକାଶ ବାଧାପ୍ରାପ୍ତ ହେଉଥିବାରୁ ଅସନ୍ତୋଷ ଝାଡ଼ିଛନ୍ତି ସୁପ୍ରିମକୋର୍ଟ। ମହାରାଷ୍ଟ୍ରର ଅବସ୍ଥା ଦେଖି ଲାଗୁଛି ହୁଏତ ଭବିଷ୍ୟତରେ ସୁଭଦ୍ରାକୁ ନେଇ ଷ୍ଟ୍ରିକ୍ଟ ହୋଇପାରନ୍ତି ଓଡ଼ିଶା ସରକାର । ସୁଭଦ୍ରାରୁ ହଟି ପାରନ୍ତି ଅଯୋଗ୍ୟ ହିତାଧିକାରୀ!

ସରକାରୀ ପ୍ରେସକୁ ସରକାରଙ୍କ ଅଣଦେଖା

୧୯୩୬ ମସିହାରେ ପ୍ରତିଷ୍ଠା ହୋଇଥିଲା କଟକ ସରକାରୀ ପ୍ରେସ୍। ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ସହ ଭାଷା ସମ୍ବନ୍ଧୀୟ କାମ ପାଇଁ ପ୍ରେସ ବି ସ୍ୱତନ୍ତ୍ର ପାଲଟିଥିଲା । ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଅବଦାନ ମଧ୍ୟ ରହିଥିଲା ।  କଟକ ମଧୁପାଟଣାରେ ଥିବା ଓଡ଼ିଶା ସରକାରୀ ପ୍ରେସ୍‌ ଧୀରେ ଧୀରେ ଅକାମୀ ହେଉଥିବା ଅଭିଯୋଗ ଆସୁଛି। ସ୍ୱାଧିନତା ପୂର୍ବରୁ ଯେଉଁଠି ୧୩୮୦ ଜଣ କର୍ମଚାରୀ କାମ କରୁଥିଲେ, ଏବେ ଅଛନ୍ତି ମାତ୍ର ୫ଶହ କର୍ମଚାରୀକର୍ମଚାରୀ ଅଭାବରୁ ଅନେକ କାମ ଘରୋଇ ସଂସ୍ଥାଙ୍କୁ ଦିଆଯାଉଛି । ଚଢାଦରରେ ସେଠି କାମ କରୁଥିଲେ ବି ସଂସ୍ଥାକୁ ସଜାଡ଼ିବାକୁ ସରକାରଙ୍କ ଆଗ୍ରହ ନାହିଁ।

୧୯୩୬ ମସିହାରେ ସ୍ଥାପିତ ହୋଇଥିବା  ଓଡ଼ିଶା ସରକାରୀ ପ୍ରେସ୍‌ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସରକାରଙ୍କ ବିଭିନ୍ନ ଦଫ୍ତରକୁ ପ୍ରିଣ୍ଟିଂ ସାମଗ୍ରୀ ଓ ଅଫିସ୍‌ ଷ୍ଟେସନାରି ଯୋଗାଇବା। ୧୯୭୭ ମସିହାରେ ଆବଶ୍ୟକତାକୁ ଅନୁଭବ କରି  କଟକ ମଧୁପାଟଣାର ୮୧ ଏକର ଜମିରେ ଅଫିସ ସ୍ଥାନାନ୍ତର ହୋଇଥିଲା। ସେତେବେଳେ କମ୍ପୋଜିଂ, ଲେଟର୍ ପ୍ରେସ୍‌ ଓ ମନୋ ଭଳି ଅନେକ ଟ୍ରେଡ୍‌ରେ କାମ ହେଉଥିଲା। କିନ୍ତୁ ଏବେ ସେଗୁଡିକ ମଧ୍ୟ ବନ୍ଦ ହୋଇଯାଇଛି। ବର୍ତ୍ତମାନ କେବଳ ଡିଟିପି, ପ୍ରୁଫ୍‌ରିଡିଂ, ଅଫସେଟ୍‌, ପ୍ଲେଟ୍‌ମେକିଂ ଓ ବାଇଣ୍ଡିଂ ଭଳି କିଛି ଟ୍ରେଡ୍‌ ଚାଲୁ ରହିଛି। ସରକାରୀ ପ୍ରେସ୍‌ରେ ପୂର୍ବରୁ ତିନି ହଜାରରୁ ଅଧିକ ସରକାରୀ ଫର୍ମ, ଓଡ଼ିଶା ବଜେଟ୍‌, ଓଡ଼ିଶା ଗେଜେଟ୍‌, ବିଧାନସଭା ପ୍ରଶ୍ନପତ୍ର, ନିର୍ବାଚନ ସଂପର୍କିତ କାଗଜପତ୍ର ଓ ଓଡ଼ିଶା ହାଇକୋର୍ଟର ଫର୍ମ ଛପାଯାଉଥିଲା। ଏହା ସହ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ ପେନ୍‌, କାଗଜ, ପିନ୍‌ ଭଳି ଷ୍ଟେସନାରି ସାମଗ୍ରୀ ମଧ୍ୟ ଏଠାରୁ ପଠାଯାଉଥିଲା। ପ୍ରାୟ ୧୫ ବର୍ଷ ହେଲା ଷ୍ଟେସନାରି ପଠାଇବା ବନ୍ଦ ରହିଛି।

ପ୍ରେସ୍‌ରେ ମୋଟ ୧୩୮୦ ପୋଷ୍ଟ ଥିଲା ବେଳେ ଏବେ ପ୍ରାୟ ୭୫ ପ୍ରତିଶତ ଖାଲି । ସ୍ଥାୟୀ ଓ ଆଉଟସୋର୍ସିଂ କର୍ମଚାରୀଙ୍କୁ ମିଶାଇ ପ୍ରାୟ ୫୦୦ ଜଣ କର୍ମଚାରୀ କାମ କରୁଛନ୍ତି। ପ୍ରତିମାସ ଅବସର ଓ ସ୍ୱେଚ୍ଛା ଅବସର ନେବାରୁ କର୍ମଚାରୀ ସଂଖ୍ୟା ଆଉ କମୁଛି। ଏହାର ପ୍ରଭାବରେ ଦୈନିକ କାର୍ଯ୍ୟ ବି ପ୍ରଭାବିତ ହେଉଛି ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାମ ଅଧିକ ଖର୍ଚ୍ଚରେ ଘରୋଇ ଫାର୍ମରେ କରାଯାଉଛି।ଘରୋଇ ସଂସ୍ଥାଙ୍କୁ କାମ ଦିଆଯାଉଥିବାରୁ ଗୋପନୀୟତା ନେଇ ମଧ୍ୟ ପ୍ରଶ୍ନ ଉଠୁଛି  । ଜାଗା ଜବରଦଖଲ ମଧ୍ୟ ସମସ୍ୟା ବଢାଉଛି । କେବେକି ସରକାରୀ କାର୍ଯ୍ୟର ମୁଖ୍ୟ କେନ୍ଦ୍ର ଥିବା ପ୍ରେସ୍‌ କର୍ମଚାରୀ ଅଭାବ ଓ ପ୍ରଶାସନିକ ଅବହେଳାରେ ଦୁର୍ଦ୍ଦଶାରେ ପହଞ୍ଚିଛି। ଯଦି ଶୀଘ୍ର ପଦକ୍ଷେପ ନ ନିଆଯାଏ, ତେବେ ଭବିଷ୍ୟତରେ ସରକାରୀ ପ୍ରେସ୍‌ ବନ୍ଦ ହୋଇପାରେ ।

ରେଭେନ୍ସାକୁ ଅଣଦେଖା, ୟୁନିଭରସିଟି ନାଁ ରେ ଜମି ନାହିଁ

1868 ମସିହାରେ ପ୍ରତିଷ୍ଠା ହୋଇଥିଲା ରେଭେନ୍ସା କଲେଜ । ସ୍ୱାଧିନତା ପୂର୍ବରୁ ତିଆରି ଓଡ଼ିଶାର ପ୍ରଥମ କଲେଜ ରେଭେନ୍ସା। କଲେଜକୁ 158 ବର୍ଷ ୟୁନିଭରସିଟି ମାନ୍ୟତାକୁ 20 ବର୍ଷ ବିତି ଗଲାଣି । ମାତ୍ର ସବୁଠୁ ଦୁଃଖର କଥା ହେଉଛି ରେଭେନ୍ସା ୟୁନିଭରସିଟି ନାଁରେ ଜମି ନାହିଁ। ପୂର୍ତ୍ତ ବିଭାଗ ଜମି ଉପରେ ଠିଆ ହୋଇଛି ରେଭେନ୍ସା  । ସେ ୮୧ ଏକର ଜମିମାଲିକାନା ବଦଳି ପାରୁନି କି ରେଭେନ୍ସା ୟୁନିଭରସିଟି ନାଁ ରେ ହୋଇପାରୁନି ।

ଗୋଟାଏ ପଟେ ରେଭେନ୍ସା ୟୁନିଭରସିଟି ନାଁରେ ଜମି ନ ଥିବା ବେଳେ ବୋଝ ଉପରେ ଲଳିତା ବିଡ଼ା ପରି ସାଢ଼େ ୫ ଏକର ଜମି ସରକାର ଅନ୍ୟ ହାତକୁ ଟେକି ଦେଇଛନ୍ତିରେଭେନ୍ସା ବିଶ୍ୱବିଦ୍ୟାଳୟ ମୌଜା -ୟୁନିଟ୍‌-୨୪, କଲେଜ ଛକ, କଟକ ଅଧୀନରେ ଥିବା ୮୧.୦୪୩ ଡିସିମିଲ୍‌ ଜମି ଉପରେ ନିର୍ମାଣ ହୋଇଛି। ୟୁନିଭରସିଟି ନାଁରେ ଜମି ନ ଥିବାରୁ ଆର୍‌ଡିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ୮୧ ଏକର ଜମିକୁ ରେଭେନ୍ସା ନାମରେ କରିବା ସହିତ ସେକେଣ୍ଡ କ୍ୟାମ୍ପସ୍‌ -୧୨୬ ଏକର ଜମି ସିଡିଏ ଅଞ୍ଚଳରେ ଦେବାକୁ ନିଷ୍ପତ୍ତି ହୋଇଥିଲା। ଯେଉଁ ବୈଠକରେ ଉଚ୍ଚଶିକ୍ଷା ବିଭାଗ, ରାଜସ୍ୱ ବିଭାଗ, ଜିଲ୍ଲା ପ୍ରଶାସନ ସହିତ ରେଭେନ୍ସା ୟୁନିଭରସିଟିର ବହୁ ଅଧିକାରୀ ଉପସ୍ଥିତ ଥିଲେ। ନୂଆ କ୍ୟାମ୍ପସ୍‌ର ୧୨୬ ଏକର ଜମିକୁ ୯୯ ବର୍ଷ ପାଇଁ ଲିଜ୍‌ ଡିଡ୍‌ରେ ରେଭେନ୍ସାକୁ ଦିଆ ଯାଇଥିଲା। ମାତ୍ର ମୁଖ୍ୟ କ୍ୟାମ୍ପସ୍‌ର ଜମିକୁ ନେଇ ଦେଇଥିବା ପ୍ରତିଶ୍ରୁତି ଭୁଲିଗଲେ ଉଚ୍ଚଶିକ୍ଷା ଓ ରାଜସ୍ୱ ବିଭାଗ।

ବିଜେପି ସରକାରରେ 2024ରେ ରାଜସ୍ୱ ବିଭାଗର ନିର୍ଦ୍ଦେଶ ବି ପୂରଣ ହୋଇପାରୁନି। ଓଲଟା  ରେଭେନ୍ସା ନାଁରେ ଜମି ନ ଥିବାରୁ ରେଭେନ୍ସା ଜୁନିୟର କଲେଜ ପାଇଁ ପ୍ରସ୍ତାବିତ ଅ‌ଢ଼େଇ ଏକର ଓ ଅର୍ବାନ୍‌ ହାଟ ପାଇଁ ୩ ଏକରରୁ ଅଧିକ ଜମିକୁ ସରକାର ନେଇ ଯାଇଛନ୍ତି। ଯେଉଁ ଜମି ହୁଏତ ରେଭେନ୍ସା ନାଁରେ ଥିଲେ ଏମିତି ହୋଇ ପାରି ନ ଥାଆନ୍ତା। ରେଭେନ୍ସା ୟୁନିଭରସିଟି ନାଁରେ ଜମି କରିବାକୁ ଉଚ୍ଚଶିକ୍ଷା ବିଭାଗ, ରାଜସ୍ୱ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଚିଠି ହୋଇଥିଲେ ବି ଫଳ ଶୂନମଧୁସଦନ ଦାସ, ବିଜୁ ପଟ୍ଟନାୟକ, ହରେକୃଷ୍ଣ ମହତାବଙ୍କ ଭଳି ପ୍ରମୁଖ ବ୍ୟକ୍ତି ପଢିଥିବା ଅନୁଷ୍ଠାନର ଏ ଅବସ୍ଥା ଲଜ୍ଜାଜନକ । ତେବେ ରେଭେନ୍ସାର ନାଁ ବଦଲାଇବାକୁ ପ୍ରସ୍ତାବ ଦେଉଥିବା ଓଡ଼ିଆ ପୁଅ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଲିକାନା ବଦଳ ପ୍ରସଙ୍ଗରେ ଚୁପ୍ କାହିଁକି? 24 ବର୍ଷର ସରକାରଙ୍କୁ ବାରମ୍ବାର ଟାର୍ଗେଟ କରୁଥିବା ବିଜେପି ସରକାର ସମାଧାନ କରିବେ ତ ରେଭେନ୍ସା ସମସ୍ୟା ।