Category News

ଓ୍ୱାକଫ୍ ବିଲକୁ BJDର ସମର୍ଥନ : ଭୟ ନା’ ପାଣ୍ଡିଆନଙ୍କ ସୁରକ୍ଷା ପାଇଁ

  • ବଡ଼ ଖୁଲାସା… ଧରାପଡ଼ିଲା ନବୀନ ପଟ୍ଟନାୟକଙ୍କ ମିଛ,
  • ରାଜ୍ୟସଭା ତଥ୍ୟ ଖୋଲିଲା ନବୀନଙ୍କ ମୁଖା,
  • ନବୀନ କହିଥିଲେ ୱାକଫ୍‌‌ ସଂଶୋଧନ ବିଲକୁ ସମର୍ଥନ କର
  • କିନ୍ତୁ ନବୀନଙ୍କ ନିର୍ଦ୍ଦେଶକୁ ମାନି ନଥିଲେ ସାଂସଦ ମୁନା ଖାଁ !
  • ସସ୍ମିତ ପାତ୍ରଙ୍କ ଟ୍ୱିଟ୍‌ ଥିଲା ଡ଼ାହା ମିଛ !
    ରାଜ୍ୟସଭା ତଥ୍ୟ ସାମ୍ନାକୁ ଆସିବା ପରେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମିଛ ନାଟକରୁ ପରଦା ହଟିଛି । ଭୋଟ୍ ବ୍ୟାଙ୍କ ମ୍ୟାନେଜ୍ କରିବାକୁ ମୁସଲମାନଙ୍କୁ ମିଛ କହିଛନ୍ତି ନବୀନ । ଇଫତାର୍ ପାର୍ଟିରେ କହିଥିଲେ ରାଜ୍ୟସଭାରେ ୱାକଫ୍ ସଂଶୋଧନ ବିଲ୍‌‌କୁ BJD ବିରୋଧ କରିବ । କିନ୍ତୁ ୱାକଫ୍‌ ବିଲକୁ ସପୋର୍ଟ କରିବା ପାଇଁ ବିଜେଡି ସାଂସଦ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
    ଯାହାର ପ୍ରମାଣ ହେଉଛି ରାଜ୍ୟସଭାରୁ ପ୍ରକାଶ ପାଇଥିବା ଏହି ତାଲିକା।

ବିଜେଡିର ୭ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ଦେବାଶିଷ ସାମନ୍ତରାୟ ଗତ ଏପ୍ରିଲ 4 ତାରିଖର ମଧ୍ୟରାତ୍ରିର ଭୋଟିଂ ସମୟରେ ଉପସ୍ଥିତ ନଥିବା ବେଳେ ୫ ସାଂସଦଙ୍କ ଭୋଟ୍ ଯାଇଛି ୱାକଫ୍ ସମର୍ଥନରେ । କେବଳ ମୁଜ୍ଜିବୁଲ୍ଲା ଓରଫ ମୁନା ଖାଁଙ୍କୁ ଛାଡ଼ି ଦେଲେ,

  1. ନିରଞ୍ଜନ ବିଶି
  2. ସୁଲତା ଦେଓ
  3. ଶୁଭାଶିଷ ଖୁଣ୍ଟିଆ
  4. ମାନସ ମଙ୍ଗରାଜ ଏବଂ
  5. ସସ୍ମିତ ପାତ୍ରଙ୍କ ପରି, ଅନ୍ୟ ୫ BJD ସାଂସଦ ୱାକଫ୍‌ ବିଲକୁ ସମର୍ଥନ କରିଛନ୍ତି ।

ଏଠି ପ୍ରଶ୍ନ ଉଠୁଛି, କ’ଣ ୫ BJD ସାଂସଦଙ୍କ ବିବେକ କଣ ସମାନ କଥା କହିଥିଲା ? ନାଁ ଏଠି ନବୀନଙ୍କ ନିର୍ଦ୍ଦେଶ ଥିଲା ? କାରଣ ଭୋଟିଂ ପୂର୍ବରୁ ସାଂସଦ ସସ୍ମିତ ପାତ୍ର ଗଣମାଧ୍ୟମ ଆଗରେ କହିଥିଲେ ‘ୱାକଫ୍‌‌ ବିଲକୁ BJD ବିରୋଧ କରିବ, ଏହା ନବୀନଙ୍କ ନିର୍ଦ୍ଦେଶ’ । ଏହାର କିଛି ଘଣ୍ଟା ପରେ ସୋସିଆଲ୍ ମିଡିଆ ଏକ୍ସ ହ୍ୟାଣ୍ଡଲରେ ସସ୍ମିତ ପାତ୍ର ଲେଖିଥିଲେ, “ନବୀନ କହିଛନ୍ତି ବିବେକ ଅନୁସାରେ ଭୋଟ ଦେବେ ସାଂସଦ”।
ଏବେ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି, ସେଥିରେ ୫ BJD ସାଂସଦ ୱାକଫ୍‌ ସଂଶୋଧନ ବିଲ‌କୁ ସମର୍ଥନ କରିଥିବାର ପ୍ରମାଣ ରହିଛି । ଏଠି ପ୍ରଶ୍ନ ଯେଉଁ BJD ସାଂସଦମାନେ କ୍ୟାମେରା ଆଗରେ ଗଳା ଫଟାଇ BJP ବିରୋଧରେ ଚିତ୍କାର କରୁଛନ୍ତି, ସେମାନଙ୍କ ବିବେକ କେମିତି କହିଲା BJP ଆଣିଥିବା ଏହି ବିଲ୍‌କୁ ସମର୍ଥନ କରିବାକୁ ? ବାସ୍ତବରେ ଏହା ବିବେକ ଭୋଟ ଥିଲା ନା ନବୀନଙ୍କ ନିର୍ଦ୍ଦେଶ ଥିଲା?

କାରଣ ସେତେବେଳ ସସ୍ମିତ ପାତ୍ରଙ୍କ ଏଭଳି ଦି-ଆଡ଼ିଆ କଥାକୁ ନେଇ ନାନା ଆଲୋଚନା ହୋଇଥିଲା। ଏଭଳି ମତ ବଦଳିବା ପଛରେ, ପାଣ୍ଡିଆନଙ୍କ ହାତ ଥିବା କଥା ମଧ୍ୟ ଉଠିଥିଲା। ଯାହାକି ପର ମୂହୁର୍ତ୍ତରେ ସତ ବୋଲି କିଛିକାଂଶରେ ପ୍ରମାଣିତ ହୋଇଥିଲା। କାରଣ ମୁନା ଖାଁ, ନବୀନ ନିବାସରେ ପହଞ୍ଚି, BJD ସଭାପତିଙ୍କୁ ଭେଟିଥିଲେ। ଆଉ ପାଣ୍ଡିଆନ ମୁର୍ଦ୍ଦାବାଦ ନାରା ଦେଇଥିଲେ । ସେହି ଘଟଣା ପରେ ମୁନା ଖାଁ ଏବେ ବିଜୁ ଜନତା ଦଳରେ ଏକଘରିଆ। ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ସସ୍ମିତଙ୍କ ମତ ବଦଳିବା ପଛରେ ପାଣ୍ଡିଆନଙ୍କ ହାତ ରହିଥିଲା । ଆଉ ଏହାକୁ ସମର୍ଥନ କରିଥିଲେ ନବୀନ ପଟ୍ଟନାୟକ ।

ରାଜନୀତିରୁ ଅବସର ପରେ କ‘ଣ କରିବେ ଅମିତ ଶାହ ?

ଅମିତ ଶାହ, ଗୁଜୁରାଟର ତିନି ଥରର ଗୃହମନ୍ତ୍ରୀ ହେବା ସହ କେନ୍ଦ୍ର ଗୃହମନ୍ତ୍ରୀ ହୋଇ ରାଜନୈତିକ ସଫଳତାରେ ଖୁବ୍ ଉର୍ଦ୍ଧ୍ୱରେ ଅଛନ୍ତି । ସେ ରାଜନୀତିରେ ଲମ୍ବା ଇନିଂସ ଖେଳି ଚାଲିଛନ୍ତି। ରାଜନୈତିକ ସମୀକ୍ଷକ ତ ତାଙ୍କୁ ବିଜେପିର ଚାଣକ୍ୟ ବି କୁହନ୍ତି । ରାଜନୀତିର ଶୀର୍ଷରେ ଥିବା ଅମିତ ଶାହ ତାଙ୍କର ଫ୍ୟୁଚର ପ୍ଲାନିଂ ବିଷୟରେ କହିଛନ୍ତି । ରାଜନୀତିରୁ ଅବସର ନେଲା ପରେ ସେ କଣ କରିବେ ସେ ନେଇ ଦେଶବାସୀଙ୍କୁ ସୂଚନା ଦେଇଛନ୍ତି ଅମିତ ଶାହ।

ଚାଷ କରିବେ,ଧର୍ମଗ୍ରନ୍ଥ ପଢିବେ
ଅନେକ ସମୟରେ ରାଜନେତାଙ୍କୁ ରାଜନୀତିରୁ ଅବସର ନେବାକୁ ପଡ଼ିଥାଏ । ଅବସର ନେଲାପରେ ଯଦିଓ ଦଳଗତ ସମ୍ପୃକ୍ତି ଓ ଲୋକସମ୍ପର୍କ ରୁହେ ତଥାପି ରାଜନୀତି ଭିନ୍ନ ଅନ୍ୟ କିଛି କାମରେ ମନୋନିବେଶ କରନ୍ତି। ରାଜନୀତିରୁ ଅବସର ନେବା ପରେ ଅମିତ ଶାହ ଆଧ୍ୟାତ୍ମିକତା ଓ ପ୍ରକୃତିର ଉପାସନା କରିବା ନେଇ ସ୍ପଷ୍ଟ କରିଛନ୍ତି । ରାଜନୈତିକ ଜୀବନରୁ ଅବସର ନେବା ପରେ ବେଦ, ଉପନିଷଦ ପାଠ କରିବା ସହ ପ୍ରାକୃତିକ ଉପାୟରେ ଚାଷ କାର୍ଯ୍ୟ କରିବା ପାଇଁ ଇଚ୍ଛା ରଖିଥିବା କହିଛନ୍ତି ।
ରାଜସ୍ଥାନ, ଗୁଜରାଟ ଓ ମଧ୍ୟପ୍ରଦେଶର ମହିଳା ଓ କର୍ମୀମାନଙ୍କ ସହ ଆଲୋଚନା କରିବା ସମୟରେ ଶାହ କହିଛନ୍ତି ଯେ, ରାଜନୀତିରୁ ଅବସର ପରେ ମୁଁ ସେ  ବାକି ଜୀବନ ବେଦ, ଉପନିଷଦ ଓ ପ୍ରାକୃତିକ ଚାଷ କରି ବିତାଇବେ । ଯଦିଓ ସେ କିଭଳି ତାଙ୍କ ଜୀବନ ବିତାଇବେ ସେ ବିଷୟରେ ବିସ୍ତୃତ ଭାବେ କହିନାହାନ୍ତି । କିନ୍ତୁ ଚାଷ କାର୍ଯ୍ୟ ପ୍ରତି ତାଙ୍କର ଇଚ୍ଛା ପ୍ରକାଶ କରିଛନ୍ତି ।
“ମୁଁ ମୋ ନିଜ ଫାର୍ମରେ ପ୍ରାକୃତିକ ଚାଷ କରୁଛି ଏବଂ ଦେଢ ଗୁଣା ଅଧିକ ଅମଳ ହେଉଛି । ପ୍ରାକୃତିକ ଚାଷ କରିବା ଦ୍ୱାରା ବର୍ଷା ହେଲେ ମାଟି ବର୍ଷା ପାଣିକୁ ଟାଣିନିଏ । କିନ୍ତୁ ରାସାୟନିକ ଚାଷ କରିବା ଦ୍ୱାରା ମାଟି ବର୍ଷା ଜଳକୁ ଶୋଷଣ କରି ପାରେ ନାହିଁ । ଜିଆ ବା କୀଟମାନେ ମାଟିରେ ପ୍ରାକୃତିକ ସାର ଉତ୍ପାଦନ କରନ୍ତି । କିନ୍ତୁ ରସାୟନ ଜିଆକୁ ମାରି ଦିଏ ଓ ମାଟିର ପ୍ରାକୃତିକ ସାରକୁ ନଷ୍ଟ କରି ଦିଏ” ବୋଲି କହିଛନ୍ତି ଶାହ ।

ଅମିତ ଶାହଙ୍କ ରାଜନୈତିକ ଜୀବନ

  • ଅମିତ ଶାହ RSS ସ‌ଂଘ ସ‌ହ ତାଙ୍କ ରାଜନୈତିକ ଯାତ୍ରା ଆରମ୍ଭ 
    1980ରେ ଅବିବାହିତ ଅବସ୍ଥାରେ ABVPରେ ଯୋଗଦାନ
  • 1987 ମସିହାରେ BJPରେ ସ‌କ୍ରିୟ ଭାବେ ଯୋଗଦାନ
  • ଗୁଜରାଟରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ତିନି ଥର ଗୁଜରାଟର ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି
    ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ମୋଦୀଙ୍କ ଶାସନ ସମୟରେ ଶାହ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି
     ନରେନ୍ଦ୍ର ମୋଦୀ  ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ହେବା ପରେ, ଅମିତ ଶାହ BJPର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି
    ତାଙ୍କ ନେତୃତ୍ୱରେ BJP ବହୁତ ରାଜ୍ୟରେ ବିଜୟ ହାସଲ କରିବା ସହ  2019ରେ ଲୋକସଭା ନିର୍ବାଚନରେ ବିପୁଳ ବିଜୟ ଲାଭ କରିଛି
    • 2019 ମସିହାରେ ମୋଦୀ ସରକାର ଦ୍ୱିତୀୟ ଅବଧି ପାଇଁ ଶାସନ ଆରମ୍ଭ କରିଲାପରେ, ଅମିତ ଶାହକୁ ଗୃହମନ୍ତ୍ରୀ ଅଛନ୍ତି 
    • ଧାରା 370 ବିଲୋପ, CAA ପାସ୍, ଏବଂ ନାଗରିକ ପଞ୍ଜିକରଣ (NRC) ପ୍ରଭୃତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ତାଙ୍କ ଗରୁତ୍ୱପୂର୍ଣ୍ଣ ଭୂମିକା ରହିଛି

ଜଗା ପ୍ରଧାନଙ୍କୁ ଜାମିନ

ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ମାରିବା ଘଟଣାରେ ଜେଲରେ ରହିବା ପରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଜାମିନ ପାଇଛନ୍ତି।  6 ଦିନ ପରେ ଜଗା ପ୍ରଧାନ ବାହାରକୁ ବାହାରିବେ । ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରୁ ଜଗାଙ୍କୁ ଜାମିନ ମିଳିଛି। ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ଜାମିନ ପାଇଛନ୍ତି ଜଗନ୍ନାଥ ପ୍ରଧାନ । BMC ଅଫିସରେ ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇଥିଲେ 5 ଅଭିଯୁକ୍ତ। ମାତ୍ର ଜଗା ପ୍ରଧାନଙ୍କୁ ଏ ଆକ୍ରମଣର ମାଷ୍ଟର ମାଇଣ୍ଡ ଦର୍ଶାଇ ତାଙ୍କ ଗିରଫ ଦାବୀ କରିଥିଲେ ଓଏସ ଓ ଓଆରଏସ ସଙ୍ଘ । ଏପରିକି ଜଗାଙ୍କ ଗିରଫ ଦାବୀରେ ସମୁହ ଛୁଟିରେ ରହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଏବଂ ରାଜସ୍ୱ ମନ୍ତ୍ରୀଙ୍କ ପ୍ରସ୍ତାବ ସତ୍ତ୍ୱେ ଚାକିରୀରେ ଯୋଗ ଦେଇ ନଥିଲେ । ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅବମାନନା କରି ଆନ୍ଦୋଳନ ଜାରି ରଖିଥିଲେ । ପ୍ରଶାସନିକ ଅସୁବିଧା ହେତୁ ଜନଜୀବନ ବାଧାପ୍ରାପ୍ତ ହୋଇଥିଲା। ଗତ ଗୁରୁବାର ରାତିରେ ଜୁଲାଇ 3 ରେ  ସମର୍ଥକଙ୍କୁ ଧରି ଡିସିପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଜଗନ୍ନାଥ ପ୍ରଧାନ। ଆତ୍ମସମର୍ପଣ କଲା ପରେ କମିସନରେଟ ପୁଲିସ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଥିଲା । ଆକ୍ରମଣ ପାଇଁ ଷଡ୍‌ଯନ୍ତ୍ର ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିଲା ।

OAS ସଙ୍ଘର ଦାବି ମାନି ଜଗା ଜେଲ୍ ଯାଇଥିଲେ। ଜଗାଙ୍କ ବିରୁଦ୍ଧରେ ଲାଗିଥିଲା ୧୧ଟି ଦଫା  ।-ଭାରତୀୟ ନ୍ୟାୟ ସଂହିତା (BNS) ଦଫା- ୩୩୩, ୧୩୨, ୧୨୧(୧), ୧୨୧(୨), ୩୫୧(୨), ୬୨ ,୩୦୪, ୫୪, ୬୧(୨), ୧୮୯(୨), ୧୯୦/୩(୫) ଦଫା ମଧ୍ୟ ଜଗାଙ୍କଠି ଲଗାଇଥିଲା ଓଏସ ସଙ୍ଘ । ଜୁଲାଇ 4 ରେ ଜାମିନ ପାଇଁ ତାଙ୍କ ଆବେଦନ ନାମଞ୍ଜୁର ହୋଇଥିଲେ । ପରେ ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିଥିଲେ ଜଗନ୍ନାଥ । ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରୁ ଆଜି  ଜଗାଙ୍କୁ ମିଳିଲା ଜାମିନ ମିଳିଛି। ତେବେ ଏ ମାମଲାରେ  ବିଏମ୍‌ସିର ଅତିରିକ୍ତ କମିଶନର ରତ୍ନାକର ସାହୁ ମଧ୍ୟ ଗିରଫ ହେବା ଦରକାର ବୋଲି ତାଙ୍କ ସମର୍ଥକ ଦାବି କରିଥିଲେ ।  କମିଶନରଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । ଏପରିକି ପ୍ରତିପକ୍ଷ ଓକିଲଙ୍କ ପାଖରେ କୌଣସି ଯୁକ୍ତିଯୁକ୍ତ ତଥ୍ୟ ନଥିବା କହିଛନ୍ତି ଜଗାଙ୍କ ଓକିଲ । ଜଗା ପ୍ରଧାନ ଜେଲରୁ ଫେରିବା ପରେ ତାଙ୍କର ଆଭିମୁଖ୍ୟ କଣ ରହିବ ଏବେ ସେ ନେଇ ଚର୍ଚ୍ଚା।

ମନ୍ଦିର ହୁଣ୍ଡିରୁ ଗୋଟେ କୋଟି, ବର୍ଷକୁ ଭକ୍ତ ଦେଉଛନ୍ତି ୪ କୋଟି ଟଙ୍କା

ମନ୍ଦିର ସହିତ ଅର୍ଥନୀତିର ରହିଛି ଗଭୀର ସଂପର୍କ । ବିଶ୍ୱାସରେ ଭଗବାନଙ୍କୁ ଭକ୍ତଟିଏ ଅର୍ପଣ କରୁଥିବା ଧନ-ସଂପତ୍ତିରେ କେବଳ ମନ୍ଦିରର ବିକାଶ ହୁଏନାହିଁ, ଅଞ୍ଚଳର ହେଉଛି ସାମଗ୍ରିକ ବିକାଶ। ସରକାରଙ୍କ ନିୟନ୍ତ୍ରଣରେ ରହୁଥିବା ବିଭିନ୍ନ ମନ୍ଦିରର ଆୟରୁ କେବଳ ହିନ୍ଦୁଙ୍କର ନୁହେଁ, ଅନ୍ୟ ଧର୍ମର ଲୋକମାନଙ୍କର ହେଉଛି ବିକାଶ।  ରାୟଗଡ଼ାର ମା‘ ମଝିଘରିଆଣୀ ମନ୍ଦିର ଭକ୍ତଙ୍କ ଆସ୍ଥା ଓ ସମର୍ପଣ ସାଙ୍ଗକୁ ଟେମ୍ପଲ୍ ଇକୋନୋମୀର ବଳିଷ୍ଠ ପ୍ରମାଣ।

ରାୟଗଡ଼ା ସହର ଉପକଣ୍ଠରେ ବୋହି ଯାଉଥିବା ନାଗାବଳୀ ନଦୀ କୂଳରେ ପୂଜା ପାଉଛନ୍ତି ମା ମଝିଘରିଆଣୀ । ସେହି ମନ୍ଦିର ଦାନହୁଣ୍ଡିରୁ ମିଳିଛି ୧ କୋଟି ୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା ସହିତ ୩୮ ଗ୍ରାମ ସୁନା ଏବଂ ୨୫୦୫ ଗ୍ରାମ ରୂପା। ଇୟ ଏମିତି ଏକ ମନ୍ଦିର, ଯୋଉଠି କେବଳ ଓଡ଼ିଶାର ଭକ୍ତ ନୁହେଁ, ବରଂ ବିଦେଶୀ ଭକ୍ତଙ୍କର ମଧ୍ୟ ଭିଡ଼ ଜମୁଛି । ହୁଣ୍ଡିରୁ ମିଳିଛି ୫ଟି ଦେଶର ୧୨ ଟି ବିଦେଶୀ ନୋଟ୍ ।ପୂର୍ବରୁ ଗତ ଜାନୁୟାରୀ ୨୭‘ରେ ହୁଣ୍ଡିରୁ ୯୪ ଲକ୍ଷ ୪୯ ହଜାର ୫୪ ଟଙ୍କା ସହିତ ୯୩ ଗ୍ରାମ ସୁନା ଓ ୨୧୭୦ ଗ୍ରାମ ରୂପା ବାହାରିଥିଲା। ୧୨ ଟି ବିଦେଶୀ ନୋଟ୍ ମଧ୍ୟ ବାହାରିଥିଲା। ଏ ହିସାବ ଦୃଷ୍ଟିରୁ ଦେଖିବାକୁ ଗଲେ ମନ୍ଦିରର ବାର୍ଷିକ ଆୟ ପାଖାପାଖି ୪ କୋଟି ଛୁଇଁଛି । ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ୨ କୋଟି  ୧୫ ଲକ୍ଷରୁ ଅଧିକ ଟଙ୍କା ଆଦାୟ ହୋଇଥିଲା ବେଳେ ଆହୁରି ଅଧା ସମୟ ବାକି ଅଛି। ବର୍ଷକୁ ୩ରୁ ୪ ଥର ହୁଣ୍ଡି ଖୋଲାଯାଇ ଗଣତି ହୁଏ। ହୁଣ୍ଡି ଟଙ୍କା ବ୍ୟାଙ୍କରେ ଜମା ହେଉଛି । ଆଉ ସୁନା ଓ ରୂପା ଜିଲ୍ଲା ଟ୍ରେଜେରୀରେ ରଖାଯାଉଛି ।
ଏ ଟଙ୍କା ମନ୍ଦିରର ବିକାଶ ସାଙ୍ଗକୁ ଆଞ୍ଚଳିକ ସମୃଦ୍ଧିରେ ମଧ୍ୟ ସହାୟକ ହେଉଛି ।

ଅମାନିଆ OAS ସଙ୍ଘ, ସୁପ୍ରିମକୋର୍ଟଙ୍କ ରାୟକୁ ଅସମ୍ମାନ କରି ଧର୍ମଘଟ

  • ସୁପ୍ରିମକୋର୍ଟକୁ ମାନୁ ନାହାନ୍ତି ଓଡ଼ିଶାର Oas ସଙ୍ଘ
  • ସୁପ୍ରିମକୋର୍ଟର 22 ବର୍ଷ ପୂର୍ବର ନିଷ୍ପତ୍ତିକୁ ଫୁ କରି ଉଡ଼େଇଦେଲେ Oas ସଙ୍ଘ
  • 2003 ଅଗଷ୍ଟ 6 ର ରାୟକୁ ବେଖାତିର କରୁଛନ୍ତି ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ।
  • ସରକାରୀ କର୍ମଚାରୀ ଧର୍ମଘଟ କରିବାର ଅଧିକାର ନାହିଁ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରିଛନ୍ତି ଓଡ଼ିଶାର ଅଫିସର

ଟି.କେ.ରଙ୍ଗରାଜନ ବନାମ ତାମିଲନାଡ଼ୁ ସରକାର ମାମଲାର ବିଚାର କରି ଜଷ୍ଟିସ୍ ଏମ ବି ଶାହ ଏବଂ ଏ ଆର ଲକ୍ଷ୍ମଣ ଗୁରୁତ୍ତ୍ୱପୁର୍ଣ୍ଣ ରାୟ ପ୍ରଦାନ କରିଥିଲେ । ସମ୍ବିଧାନ ବ୍ୟାଖ୍ୟା କରି ସରକାରୀ କର୍ମଚାରୀଙ୍କ ଆନ୍ଦୋଳନକୁ ରେଡ ସିଗନାଲ ଦେଇଥିଲେ ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ତ୍ୱପୁର୍ଣ୍ଣ ନ୍ୟାୟରେ କହିଥିଲେ ଯେ ଭାରତର ସମସ୍ତ କର୍ମଚାରୀଙ୍କ ପରି ରାଜ୍ୟର ପ୍ରଶାସନିକ ଅଧିକାରୀ ମାନଙ୍କର, ଧର୍ମଘଟ କରିବାର ମୌଳିକ କିମ୍ବା ଆଇନଗତ ଅଧିକାର ନାହିଁ । ସରକାରୀ କର୍ମଚାରୀ ମାନେ ଅଭିଯୋଗ ଉପସ୍ଥାପନ କରିବା ପାଇଁ ଧର୍ମଘଟ କରି ପାରିବେ ନାହିଁ। ଧର୍ମଘଟ ସାର୍ବଜନୀନ ସେବାରେ ବାଧା ସୃଷ୍ଟି କରେ ଯାହାକି  ସରକାରୀ ଅଧିକାରୀଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ସହିତ ଅସଙ୍ଗତ ।

ମାତ୍ର ସୁପ୍ରିମକୋର୍ଟର ଏ ନିଷ୍ପତ୍ତି ବିରୁଦ୍ଧରେ ଯାଇଛନ୍ତି  ରାଜ୍ୟର oas ଏବଂ ors ଅଫିସର । ଏପରିକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତିଶ୍ରୁତିକୁ ମଧ୍ୟ କର୍ଣ୍ଣପାତ କରୁ ନାହାନ୍ତି। ଭୁବନେଶ୍ୱର ମହାନଗର ନିଗମ ଅଫିସରେ BMCର ଅତିରିକ୍ତ କମିଶନର ରତିକାନ୍ତ ସାହୁଙ୍କୁ ମାଡ଼ ମାରିବା  ଘଟଣାକୁ ନେଇ ତେଜୁଛି ରାଜନୀତି। ସମୁହ ଛୁଟିରେ ଅଛନ୍ତି ପ୍ରଶାସନିକ ଅଧିକାରୀ । ବ୍ଲକ ଏବଂ ତହସିଲ ଅଫିସ ଛାଡ଼ି ଛୁଟିରେ ସରକାରୀ ବାବୁ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ଆସ୍ୟୁରାନ୍ସ ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀଙ୍କ ଅନୁରୋଧ ପରେ ବି କାର୍ଯ୍ୟରେ ଯୋଗ ଦେବା ନାଁ ଧରୁ ନାହାନ୍ତି । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା  ପରିଚାଳନା ସାଙ୍ଗକୁ ସମ୍ଭାବ୍ୟ ବର୍ଷା ବାତ୍ୟାର ମୁକାବିଲା ପାଇଁ ରେଡି ହେବା ପରିବର୍ତ୍ତେ ଛୁଟି ମୁହାଁ ସରକାରୀ ଅଫିସର । ଆକ୍ରମଣକାରୀଙ୍କୁ ପୋଲିସ୍ ଆରେଷ୍ଟ କଲା ପରେ ବି ୟାଙ୍କ ହୁକୁମ୍ ସରୁନି । ଯଦିଓ BMCର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ ଘଟଣାରେ BJP ମଧ୍ୟ ଆକ୍ସନ ନେଇଛି  ।      
                                     ମାମଲାରେ ସମ୍ପୃକ୍ତ କର୍ପୋରେଟର ଅପରୂପ ନାରାୟଣ ରାଉତ, ସଚିକାନ୍ତ ସ୍ୱାଇଁ, ସଞ୍ଜୀବ ମିଶ୍ର, ରଶ୍ମି ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ପାର୍ଟି ପ୍ରେସିଡେଣ୍ଟ ମନମୋହନ ସାମଲ  ସସ୍ପେଣ୍ଡ ମଧ୍ୟ କରି ସାରିଛନ୍ତି । ତଥାପି ବାବୁଙ୍କ ମନ ବୁଝୁନି । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ଦାବିରେ ଅଡି ବସିଛି ସଙ୍ଘ । ଯିଏ କି ସେଦିନ ଘଟଣା ସ୍ଥଳରେ ଉପସ୍ଥିତ ହିଁ ନଥିଲେ । ଏପରିକି ଏ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ  ରାଜ୍ୟବ୍ୟାପୀ OAS ଅଫିସର ଛୁଟିରେ ରହିବେ ବୋଲି ଚେତାବନୀ ବି ଦେଇଛନ୍ତି । ଆଉ ଏ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି ବିଜୁ ଜନତା ଦଳର ସରକାରରେ ପାୱାରଫୁଲ ହେଇଥିବା କିଛି ଅଫିସର। ପାୱାର ପ୍ରାକ୍ଟିସରେ ଏମାନେ ଏତେ ବିହ୍ୱଳ ଯେ ନା ସରକାରଙ୍କ କଥା ଶୁଣୁଛନ୍ତି ନା ସୁପ୍ରିମକୋର୍ଟର ନିର୍ଦ୍ଦେଶ ମାନୁଛନ୍ତି ।
                    6 ଅଗଷ୍ଟ 2003ର ରାୟକୁ ଖୋଲାଖୋଲି ଅମାନ୍ୟ କରୁଛନ୍ତି  ଓଏସ୍ ସଙ୍ଘ । ତେବେ ଅଭିଯୁକ୍ତ ଗିରଫ ହେଇ ସାରିଲା ପରେ ବି ପଲିଟିକାଲ ଇଣ୍ଟେନସନ୍ ରଖି କାମବନ୍ଦ କରିବା ଓ ଶେଷରେ ଆଇନର ବିରୁଦ୍ଧରେ ଯାଇ ଛୁଟିରେ ରହିବା ଠିକ୍ ଉପାୟ ତ? ନା ବିଜୁ ଜନତା ଦଳର ପଲିଟିକାଲ ପ୍ରଫିଟ୍ ପାଇଁ ସୁପ୍ରିକୋର୍ଟକୁ ବି  ଏ ବାବୁ ମାନଙ୍କ ଚ୍ୟାଲେଞ୍ଜ?