Category News

ଖୋଲିଲା ଭାରତର ପ୍ରଥମ AI ୟୁନିଭରସିଟି, ମାସକୁ ଟ୍ରେନିଂ ନେବେ ଦେଢଲକ୍ଷ

AI ୟୁନିଭରସିଟି ପାଇଁ ଚର୍ଚ୍ଚାରେ ଉତ୍ତରପ୍ରଦେଶ । ଉତ୍ତର ପ୍ରଦେଶର ଉନ୍ନାଓରେ ଭାରତର ପ୍ରଥମ ବେସରକାରୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅର୍ଥାତ୍‌ AI ସମନ୍ୱିତ ବହୁ-ବିଷୟକ ବିଶ୍ୱବିଦ୍ୟାଳୟର ଶୁଭାରମ୍ଭ ହୋଇଛି। ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା AI ୟୁନିଭରସିଟି ପ୍ରତିଷ୍ଠା ହୋଇଛି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ଉଦଘାଟନ କରିଛନ୍ତି । ରାଜ୍ୟରେ ଶିକ୍ଷା, ସୁରକ୍ଷା, କୃଷି, ପ୍ରଶାସନ ଏବଂ ଶିଳ୍ପ ଭଳି ବିଭିନ୍ନ କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ କାର୍ଯ୍ୟକାରୀ କରିବାକୁ ଏଭଳି ନିଆରା ୟୁନିଭରସିଟି ସ୍ଥାପନ କରାଯାଇଛି। ରାଜ୍ୟରେ ବୈଷୟିକ କୌଶଳର ବିକାଶକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ଏ ୟୁନିଭରସିଟି ପ୍ରତିଷ୍ଠା ହୋଇଛି । ଏଥିପାଇଁ ସରକାର “AI ପ୍ରଜ୍ଞା” ନାମରେ ଏକ ଯୋଜନା ଆରମ୍ଭ କରିଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ର ବ୍ୟବହାରରେ ଶିକ୍ଷା କ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳର ପ୍ରୟୋଗ କରିବାକୁ ଯାଉଛନ୍ତି ଉତ୍ତରପ୍ରଦେଶ ସରକାର।

“AI ପ୍ରଜ୍ଞା” ମୂଳ ଲକ୍ଷ୍ୟ ହେଉଛି ରାଜ୍ୟର ୧୦ ଲକ୍ଷ ଲୋକଙ୍କୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଡାଟା ଆନାଲିଟିକ୍ସ, ମେସିନ୍ ଲର୍ଣ୍ଣିଂ ଏବଂ ସାଇବର ସୁରକ୍ଷା କ୍ଷେତ୍ରରେ ପ୍ରଶିକ୍ଷିତ କରିବା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୁବକ, ଶିକ୍ଷକ, ଗ୍ରାମର ମୁଖିଆ, ସରକାରୀ କର୍ମଚାରୀ ଏବଂ କୃଷକମାନଙ୍କୁ ସାମିଲ କରାଯିବ। ଏହି ପ୍ରଶିକ୍ଷଣ ମାଇକ୍ରୋସଫ୍ଟ, ଇଣ୍ଟେଲ, ଗୁଗଲ୍‌ ଏବଂ ଗୁଭି ଭଳି ପ୍ରମୁଖ କମ୍ପାନିଗୁଡ଼ିକର ସହଭାଗିତାରେ ପ୍ରଦାନ କରାଯିବ। ପ୍ରତି ମାସରେ ୧.୫ ଲକ୍ଷ ଲୋକଙ୍କୁ ତାଲିମ ଦେବାର ଲକ୍ଷ୍ୟ ରଖାଯାଇଛି। କେବଳ ଶିକ୍ଷା ନୁହେଁ କୃଷି କ୍ଷେତ୍ରରେ ମଧ୍ୟ AIର ପ୍ରୟୋଗ କରିବ ଉତ୍ତରପ୍ରଦେଶ। ୱାର୍ଲ୍ଡ ବ୍ୟାଙ୍କ ସହାୟତାରେ ୪,୦୦୦ କୋଟି ଟଙ୍କାର ୟୁପି-ଏଗ୍ରିସ୍ ପରିଯୋଜନା ମାଧ୍ୟମରେ ୧୦ ଲକ୍ଷ କୃଷକଙ୍କୁ AI-ଆଧାରିତ ସମାଧାନ ଯୋଗାଇ ଦିଆଯାଉଛି। ଏଥିରେ ସ୍ମାର୍ଟ ଜଳସେଚନ ପ୍ରଣାଳୀ, ଡ୍ରୋନ୍-ଆଧାରିତ ଜମି ମାନଚିତ୍ର ଏବଂ କୀଟ ଚିହ୍ନଟ ଉପକରଣ ଭଳି ପ୍ରଯୁକ୍ତିବିଦ୍ୟା ଅନ୍ତର୍ଭୁକ୍ତ ହୋଇଛି। ଏହି ପ୍ରକଳ୍ପ ୧୦,୦୦୦ ମହିଳା ଗୋଷ୍ଠୀଙ୍କୁ ସଂଯୁକ୍ତ କରିବା ସହିତ ଏବଂ କୃଷକ-ଉତ୍ପାଦକ ସଂଗଠନଗୁଡ଼ିକୁ ଡିଜିଟାଲ୍ ବଜାର ସହ ଯୋଡ଼ିବାରେ ସାହାଯ୍ୟ କରୁଛି।

ଛାତ୍ରଛାତ୍ରୀ ପିନ୍ଧିବେ ଗେରୁଆ ରଙ୍ଗର ଆଇ କାର୍ଡ !

ସରକାର ବଦଳିବା ପରେ ତେଜୁଛି ରଙ୍ଗ ରାଜନୀତି। ଅଫିସର, ସ୍କୁଲ୍ ବସଠାରୁ ଆରମ୍ଭ କରି ପ୍ରତେକ କ୍ଷେତ୍ରରେ ରଙ୍ଗର ପରିବର୍ତ୍ତନ ହେଉଛି । ପୂର୍ବ ସରକାର ସବୁଥିରେ ପାର୍ଟିର କଲର (ସବୁଜ) ବୋଳିଥିଲା ବେଳେ ବିଜେପି ସରକାର ତାଙ୍କର ପାର୍ଟି କଲର (ଗେରୁଆ) ବୋଳିବାରେ ବ୍ୟସ୍ତ । ସ୍କୁଲ କାନ୍ଥ ପରେ ଏବେ ପଡ଼ିଛି ସ୍କୁଲ ପିଲାଙ୍କ ପାଳି। ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟ ପତ୍ରରେ ଗେରୁଆ ରଙ୍ଗ ଲାଗିବ।  ବିଜେଡି ସରକାର ସମୟରେ ସବୁଜ ରଙ୍ଗର ଆଇ-କାର୍ଡ ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି।

ବଦଳିବ ଆଇ କାର୍ଡ ରଙ୍ଗ
ସରକାର ବଦଳିଲା ପରେ ସ୍କୁଲ ପିଲାଙ୍କ ଆଇ କାର୍ଡର ରଙ୍ଗ ବଦଳିବାକୁ ଯାଉଛି। BJD ସରକାର ସମୟରେ ସବୁଜ ରଙ୍ଗର ଆଇ-କାର୍ଡ ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି। ଏଥର  ଛାତ୍ରଛାତ୍ରୀ ଗେରୁଆ ରଙ୍ଗର ଆଇକାର୍ଡ ପିନ୍ଧିବେ । ଯେଉଁଥିରେ ପିଲାଙ୍କ ନାମ, ଶ୍ରେଣୀ, ଜନ୍ମ ତାରିଖ, ରୋଲ୍‌ ନମ୍ବର ଓ ଫୋନ୍‌ ନମ୍ବର ରହିବ । ପ୍ରଧାନଶିକ୍ଷକ ବା ଶିକ୍ଷୟିତ୍ରୀଙ୍କ ଦସ୍ତଖତ ରହିବ। କେବଳ ଆଇ-କାର୍ଡ ରଙ୍ଗ ବଦଳି ନାହିଁ, ବରଂ ସ୍ଲୋଗାନ୍‌ ମଧ୍ୟ ବଦଳାଇ ଦିଆଯାଇଛି। ବିଜେଡି ସରକାର ସମୟରେ ପିଲାଙ୍କ ୟୁନିଫର୍ମ ଓ ଟୋପିରେ ‘ଆମେ ଗଢ଼ିବୁ-ନୂଆ ଓଡ଼ିଶା’ ସ୍ଲୋଗାନ ଲେଖାଯାଇଥିଲା । ମାତ୍ର ଏଥର ସ୍ଲୋଗାନ୍‌ ପରିବର୍ତ୍ତନ କରାଯାଇ ‘ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା’ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଛାତ୍ରଛାତ୍ରୀଙ୍କ ପିଛା ୫୦୦ ଟଙ୍କା ଲେଖାଏଁ ଖର୍ଚ୍ଚ କରାଯିବ। ସେଥିରୁ ୨୦୦ ଟଙ୍କାରେ ଗୋଟିଏ ହଳ ଜୋତା ଓ ଦୁଇ ହଳ ମୋଜା, ୧୨୫ ଟଙ୍କାରେ ଗୋଟିଏ ଟି-ସାର୍ଟ, ୧୨୫ ଟଙ୍କାରେ ଗୋଟିଏ ଟ୍ରାକ୍‌ ପ୍ୟାଣ୍ଟ, ୩୦ ଟଙ୍କାରେ ଗୋଟିଏ ଟୋପି ଓ ୨୦ ଟଙ୍କାରେ ଗୋଟିଏ ପରିଚୟପତ୍ର ଦିଆଯିବ। ପିଲାଙ୍କ ଜୋତା ରଙ୍ଗ କଳା ଓ ମୋଜା ରଙ୍ଗ ଧଳା ରହିବ।

ଜଗଦୀପ ଧନଖଡ଼ଙ୍କ ପାଇଁ ବେଲ୍ ପାଇଥିଲେ ସଲମନ ଖାଁ

 ଭାରତର ଉପରାଷ୍ଟ୍ରପତି ଆସନରେ ବସିଥିବା ଜଗଦୀପ ଧନଖଡ଼ ଇସ୍ତଫା ଦେଲା ପରେ  ତାଙ୍କୁ ନେଇ ଅନେକ ସତ ସାମ୍ନାକୁ ଆସିଛି। ପଲିଟିକ୍ସକୁ ଆସିବା ପୂର୍ବରୁ ଓକିଲାତି କରୁଥିଲେ ଜଗଦିପ ଧଡ଼ଖଡ଼। ଉପରାଷ୍ଟ୍ରପତି ରାଜ୍ୟପାଳ ହେବା ପୂର୍ବରୁ ସେ ଜଣେ ପ୍ରସିଦ୍ଧ ଓକିଲ ଥିଲେ। ଅନେକ ଚର୍ଚ୍ଚିତ କେଶ୍ ଲଢି ଚର୍ଚ୍ଚାକୁ ମଧ୍ୟ ଆସିଛନ୍ତି । ସଲମାନ ଖାଁଙ୍କୁ ବେଲ୍ ମିଳିବାରେ ଜଗଦୀପ ଧନଖଡ଼ଙ୍କ ହାତ ଥିଲା। ନିଜର ବଳିଷ୍ଠ ଯୁକ୍ତି ବଳରେ ଅନେକ ସେଲିବ୍ରେଟିଙ୍କୁ ବେଲ୍ ମିଳିଛି। ସେଲିବ୍ରେଟିଙ୍କ କେଶ୍ ଲଢନ୍ତି ଜଗଦୀପ ଧନଖଡ଼। ସଲମାନ ଖାଁ, ସୈଫ୍ ଅଲ୍ଲୀ ଖାଁ ସୋନାଲୀ ବେନ୍ଦ୍ରେଙ୍କ କେଶ୍ ଲଢିଛନ୍ତି । ଉପରାଷ୍ଟ୍ରପତି ହେବା ପୂର୍ବରୁ ଜଗଦୀପ ଧନଖଡ଼ ହାଇ ପ୍ରୋଫାଇଲ ଲୟର ଥିଲେ।ବହୁ ଚର୍ଚ୍ଚିତ ମାମଲାରେ ସେ  ଓକିଲାତି କରିଛନ୍ତି।

୧୯୯୮ ମସିହାରେ ଜଗଦୀପ ଧନଖଡ଼ ସଲମାନ ଖାନଙ୍କ ସହ ଜଡ଼ିତ କୃଷ୍ଣସାର ମୃଗ ଶିକାର ମାମଲାରେ ଲଢ଼ିଥିଲେ। ଏହି ମାମଲାରେ ସେ ସଲମାନ ଖାନ, ସୈଫ ଅଲୀ ଖାନ, ତବୁ, ନୀଲମ ଏବଂ ସୋନାଲୀ ବେନ୍ଦ୍ରେଙ୍କ ଭଳି ଅନ୍ୟ ଅଭିଯୁକ୍ତଙ୍କ ପାଇଁ ପକ୍ଷ ରଖିଥିଲେ। ଧନଖଡଙ୍କ ଯୋଗୁଁ ଏହି ଅଭିନେତାଙ୍କୁ ବେଲ୍ ମିଳିଥିଲା । ସୂରଜ ବଡ଼ଜାତିୟାଙ୍କ ନିର୍ଦ୍ଦେଶନାରେ ‘ହମ ସାଥ-ସାଥ ହେଁ’ ଚଳଚ୍ଚିତ୍ରର ସୁଟିଂ ସମୟରେ ରାଜସ୍ଥାନର ଯୋଧପୁର ନିକଟସ୍ଥ କନକାନି ଗାଁରେ କୃଷ୍ଣସାର ମୃଗ ଶିକାର ଘଟଣା ଘଟିଥିଲା। ଏହି ମାମଲାରେ ଦୁଇଟି କୃଷ୍ଣସାର ମୃଗ ଶିକାର ହୋଇଥିବା ଅଭିଯୋଗ ଉଠିଥିଲା। ଭାରତର ବନ୍ୟଜନ୍ତୁ ସୁରକ୍ଷା ଅଧିନିମ-୧୯୭୨ ଅନୁଯାୟୀ, ଲୁପ୍ତପ୍ରାୟ ପ୍ରଜାତି ଭାବେ କୃଷ୍ଣସାର ମୃଗକୁ ଅନ୍ତର୍ଭୂକ୍ତ କରାଯାଇଛି। ତେଣୁ ଏମାନଙ୍କୁ ଶିକାର କରିବା ଏକ ଆଇନଗତ ଅପରାଧ ହୋଇଥିବାରୁ ଏଥିରେ  ସଲମାନ ଖାଁ ଛନ୍ଦି ହୋଇଥିଲେ । ସଲମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସେହି ବର୍ଷ ସଲମାନ ଖାନଙ୍କୁ ଯୋଧପୁର ପୋଲିସ ଆରେଷ୍ଟ କରିଥିଲା। ଏ ମାମଲାରେ ସଲମାନଙ୍କ ପାଇଁ ଯୁକ୍ତି କରିଥିବା ପ୍ରଥମ ଓକିଲ ଥିଲେ ଧନଖଡ। ୧୯୯୮ରେ ସେ ସଲମାନ ଓ ଅନ୍ୟମାନଙ୍କୁ ବେଲ ମିଳିବାରେ ସାହାଯ୍ୟ କରିଥିଲେ।

ରାଜଧାନୀ ସୁଖ ସରିଲା : ହରଡ଼ଘଣାରେ ପୂର୍ବତନ ସାଂସଦଙ୍କ ସ୍ୱାମୀ

ମୋହନ ମାଝୀ ସରକାରଙ୍କ ହାବୁଡରେ ପଡ଼ିଛନ୍ତି BJD ମାର୍କା OAS ଅଫିସର ସରକାରୀ ଚାକିରୀରେ ରହି ନବୀନ ପଟ୍ଟନାୟକଙ୍କ ଗୁଣଗାନ କରିବା ମହଙ୍ଗା ପଡ଼ିଛି । BJD ଫ୍ରେଣ୍ଡଲି ବାବୁଙ୍କୁ ମିଳୁଛି ବଦଳି ଦଣ୍ଡ। ଯୋଉଥିରେ ଯୋଡ଼ି ହେଇଛନ୍ତି ପୂର୍ବତନ BJD ସାଂସଦ ସର୍ମିଷ୍ଠା ସେଠୀଙ୍କ ସ୍ୱାମୀ ରବୀନ୍ଦ୍ର ସେଠୀ ପୂର୍ବରୁ ନବୀନ ନିବାସରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାମ କରୁଥିଲେ ରବି ବାବୁBJDର ପରାଜୟ ପରେ ଓଡ଼ିଶା ବନ ଉନ୍ନୟନ ନିଗମର ମୁଖ୍ୟ  ପ୍ରବନ୍ଧକ ଭାବେ ଭୁବନେଶ୍ୱରରେ ଦାୟିତ୍ଵ ପାଇଲେ। ଏବେ ତାଙ୍କୁ KBKର ଯୁଗ୍ମ ପରିଚାଳକ ଭାବେ ବଦଳି କରାଯାଇଛି ରାଜଧାନୀରୁ କୋରାପୁଟ ବିଦା ହେଇଛନ୍ତି OAS ଅଫିସର ରବୀନ୍ଦ୍ର ସେଠୀ।

OAS ଆନ୍ଦୋଳନର ମାଷ୍ଟର ମାଇଣ୍ଡ
BJD ସରକାର ସମୟରେ ରବୀନ୍ଦ୍ର ସେଠୀ ପାୱାରଫୁଲ ଥିଲେକିନ୍ତୁ BJD କ୍ଷମତାରୁ ହଟିବା ପରେ ମଧ୍ୟ ସରକାରୀ ଖୋଳପା ଭିତରେ ରହି ନବୀନଙ୍କ ଚାଲର ଗୋଟି ଚଳାଉଥିଲେ ରବି ବାବୁ। ଗତ ଜୁନ୍ 30ରେ BMC ଅଫିସରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ମରା ଘଟଣାରେ ରାଜନୀତି ତୀବ୍ର ହୋଇଥିଲାମାଡ଼ ମାରିଥିବା ବ୍ୟକ୍ତିମାନଙ୍କୁ ଗିରଫ କରିବା ସତ୍ତ୍ୱେ BJP ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଆରେଷ୍ଟ ଦାବି କରିଥିଲା OAS ସଙ୍ଘଏପରିକି ଅଫିସର ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ରାଜ୍ୟସାରା ଅଚଳାବସ୍ଥା ସୃଷ୍ଟି କରିଥିଲେ ଓ ସରକାରଙ୍କୁ ନାକେଦମ କରିଥିଲେ। ଯାହାର ମାଷ୍ଟର ମାଇଣ୍ଡ, ରବୀନ୍ଦ୍ର ସେଠୀ ଥିଲେ ବୋଲି କୁହାଗଲା

ଜଗାଙ୍କ ଗିରଫର ପ୍ରତିଶୋଧ
ବାଧ୍ୟ ହୋଇ କମିଶନରେଟ୍ ପୋଲିସ ଜଗନ୍ନାଥ ପ୍ରଧାନଙ୍କ ଗିରଫ କରିଥିଲା ତେବେ OAS ସଂଘର ଛତ୍ରଛାୟାରେ ରହି ମୋହନ ସରକାରକୁ ଅକଳରେ ପକାଉଥିବା BJD ମାର୍କା ରବି ସେଠୀଙ୍କ ଉପରେ ହୋଇଛି ସର୍ଜିକାଲ ଷ୍ଟ୍ରାଇକ୍BJDର ମାମଲତକାର ସାଜିଥିବା ରବୀନ୍ଦ୍ର ସେଠୀଙ୍କୁ କୋରାପୁଟ ବଦଳି କରାଯାଇଥିବା ବେଳେ ଆଗକୁ ବି କାହାର ପାଳି ପଡ଼ିପାରେ !

ଉପରାଷ୍ଟ୍ରପତିଙ୍କୁ କିଏ ଦିଅନ୍ତି ଭୋଟ୍

ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ ଇସ୍ତଫା ଦେଲା ନୂଆ ଉପରାଷ୍ଟ୍ରପତି ଚୟନ ପ୍ରକ୍ରିୟା ପାଇଁ ପ୍ରକ୍ରିୟା  ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର ଦେଶକୁ ମିଳିବେ ନୂଆ ଉପରାଷ୍ଟ୍ରପତି। କମ୍ ଦିନ ଭିତରେ  ନିର୍ବାଚନ ତାରିଖ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନଖଡ଼ ଇସ୍ତଫା ଦେଇଥିବା ବେଳେ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ଏବଂ ଏହାର ନିର୍ବାଚନ ପ୍ରକ୍ରିୟା କେମିତି ହେବ ସେନେଇ ଚର୍ଚ୍ଚା। ଯଦିଓ ବର୍ତ୍ତମାନ ସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ ନାମ ସାମ୍ନାକୁ ଆସିନାହିଁ ତଥାପି ଅନେକ ନେତାଙ୍କ ନାଁ ଚର୍ଚ୍ଚାକୁ ଆସିଛି।

ଉପରାଷ୍ଟ୍ରପତି ନିର୍ବାଚନ: କିଏ ଦିଅନ୍ତି ଭୋଟ୍ ?
ଉପରାଷ୍ଟ୍ରପତିଙ୍କ ନିର୍ବାଚନରେ ସାଧାରଣ ଜନତା ଭାଗ ନିଅନ୍ତି ନାହିଁ । ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ହିଁ ଏ ଭୋଟର ଅଂଶଗ୍ରହଣ କରନ୍ତି। 
ଲୋକସଭାର ୫୪୩ ଜଣ ସାଂସଦ ଏବଂ ରାଜ୍ୟସଭାର ୨୫୦ ଜଣ ସାଂସଦଙ୍କୁ ମିଶାଇ ମୋଟ୍ ୭୯୩ ଜଣ ସଦସ୍ୟ ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇଥାଆନ୍ତି। ଏ ଭୋଟ ହିଁ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରେ। ଉପରାଷ୍ଟ୍ରପତିଙ୍କ ନିର୍ବାଚନ ଆନୁପାତିକ ପ୍ରତିନିଧିତ୍ୱ ପଦ୍ଧତି ଅନୁସାରେ ହୋଇଥାଏ। ଏଥିରେ ଭୋଟିଂ ଏକ ବିଶେଷ ପ୍ରଣାଳୀରେ ହୁଏ, ଯାହାକୁ ଏକକ ସଂକ୍ରମଣୀୟ ଭୋଟ୍ ପ୍ରଣାଳୀ କୁହାଯାଏ। ଭୋଟିଂ ସମୟରେ ଭୋଟରଙ୍କୁ ଗୋଟିଏ ହିଁ ଭୋଟ୍ ଦେବାକୁ ପଡ଼େ, କିନ୍ତୁ ତାଙ୍କୁ ନିଜ ପସନ୍ଦ ଆଧାରରେ ପ୍ରାର୍ଥୀମାନଙ୍କ ପାଇଁ ପ୍ରାଥମିକତା ସ୍ଥିର କରିବାକୁ ହୋଇଥାଏ । ବାଲାଟ୍ ପେପରରେ ଭୋଟରଙ୍କୁ ନିଜର ପ୍ରଥମ ପସନ୍ଦକୁ ୧, ଦ୍ୱିତୀୟ ପସନ୍ଦକୁ ୨ ଏବଂ ସେହି କ୍ରମରେ ପ୍ରାଥମିକତା ସ୍ଥିର କରିବାକୁ ପଡ଼େ। 

ଉପରାଷ୍ଟ୍ରପତି ହେବା ପାଇଁ ଯୋଗ୍ୟତା କ?
ଉପରାଷ୍ଟ୍ରପତି ନିର୍ବାଚନ ଲଢିବା ପାଇଁ ପ୍ରଥମ ଯୋଗ୍ୟତା ହେଉଛି ଭାରତର ନାଗରିକତ୍ୱ । ତାଙ୍କ ବୟସ ୩୫ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ ଏବଂ ସେ ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ ହେବାର ସମସ୍ତ ଯୋଗ୍ୟତା ପୂରଣ କରୁଥିବା ଆବଶ୍ୟକ ।  ଉପରାଷ୍ଟ୍ରପତି ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କୁ ୧୫ ହଜାର ଟଙ୍କା ଜମା କରିବାକୁ ମଧ୍ୟ ପଡ଼ିଥାଏ । ନିର୍ବାଚନରେ ହାରିଗଲେ କିମ୍ବା ମୋଟ ଭୋଟର ୧/୬ ଭାଗ ଭୋଟ୍ ନ ପାଇଲେ ଏହି ରାଶି ଫେରସ୍ତ ହୋଇଯାଏ ।