Category News

ଖାତିର କରୁନାହାନ୍ତି ପାଣ୍ଡିଆନ… ସାବାଡ଼ କରିପାରିବେ କି ବରିଷ୍ଠ!

  • ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ଟାର୍ଗେଟରେ ପାଣ୍ଡିଆନ
  • ଭୈରବ ପାଣ୍ଡିଆନଙ୍କ ନାଁ ନେଲେ ନାହିଁ, କିନ୍ତୁ ଗଣେଶ ପୂଜାରେ ଅଣଓଡ଼ିଆ ରିଟାୟର୍ଡ ଅଫିସରଙ୍କୁ ନିର୍ଧୁମ ଧୋଇଛନ୍ତି ବଦ୍ରି ପାତ୍ର
  • ଆଉ ସୀମା ନଟପିବାକୁ ବି ଦେଇଛନ୍ତି ଚେତାବନୀ
    କେବଳ ବଦ୍ରି ପାତ୍ରଙ୍କଠି ଏ ଅସନ୍ତୋଷ ଅସୀମିତ ହେଇ ରହିନାହିଁ। ଗଣେଶ ପୂଜା ପରଦିନ, ନୂଆଁଖାଇରେ, ପାଣ୍ଡିଆନଙ୍କୁ ଛିଗୁଲାଇଛନ୍ତି ଅଶୋକ ପଣ୍ଡା ନବୀନ ପଟ୍ଟନାୟକ ଓଡ଼ିଶାର ସମ୍ପତ୍ତି, କାହାର ବ୍ୟକ୍ତିଗତ ନୁହଁନ୍ତି। ଲକ୍ଷ୍ମଣରେଖା ଭିତରେ ରହିବାକୁ ଭୈରବଙ୍କୁ ଇନ୍‌ଡାଇରେକ୍ଟେଲି ଚେତାଇ ଦେଇଛନ୍ତି ଏକାମ୍ର ବିଧାୟକ ଅଶୋକ

ନବୀନଙ୍କୁ ରାଜା ସ୍ୱାଇଁଙ୍କ ଚିଠି, ଦଳ ହାଇଜାକ୍ ନ ହେଉ
ପାଣ୍ଡିଆନଙ୍କୁ ନେଇ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବି ରିଆକ୍ଟିଭ । ସହଜେ ଆଠଗଡ଼ର ରାଜା ବାବୁ, ସେ ତ 8 ଥରର ବିଧାୟକ। ସେ କାହିଁକି ପାଣ୍ଡିଆନଙ୍କୁ ଖାତିରି କରିବେ ଗତ ଏପ୍ରିଲ 9 ତାରିଖରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ ରାଜା ସ୍ୱାଇଁପାଣ୍ଡିଆନଙ୍କ କୋଟରୀକୁ ଟାର୍ଗେଟ କରି କିଛି ବ୍ୟକ୍ତିଙ୍କ ଦ୍ୱାରା ବିଜେଡି ହାଇଜାକ୍ ନହେଉ ବୋଲି ନବୀନଙ୍କୁ ଜଣାଇଥିଲେ। ଆଉ ଏବେ ପାଣ୍ଡିଆନଙ୍କୁ ଚିଡ଼ାଇବା ପାଇଁ ଆଇ ଆମ ଡାଉନ, ନଟ୍ ଆଉଟ ବୋଲି ଆଠଗଡ଼ର ଏକ ଜନସଭାରେ କହିଛନ୍ତି।

ପାଣ୍ଡଆନଙ୍କ ରି-ଲଞ୍ଚିଂ ପ୍ଲାନ୍‌ ଡ୍ୟାମେଜ୍‌
କିନ୍ତୁ ଅଣ ଓଡ଼ିଆ ପାଣ୍ଡିଆନ, କିଚକେ ବାହୁବଳେ ବିରାଟ ରାଜା ପରି, ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ମାତିଛନ୍ତି। ଅସୁସ୍ଥ ନବୀନଙ୍କୁ ମେଡିକାଲରେ ଭେଟିବାକୁ ଆସିଥିବା ରାଜା ସ୍ୱାଇଁଙ୍କ ଉପରେ ତୋଢ଼ ଦେଖାଇଥିଲେ। ରାଜା ସ୍ୱାଇଁ ମେଡିକାଲରୁ ଗଲା ପରେ, ତାଙ୍କୁ ଦଳରୁ  ସସ୍‌ପେଣ୍ଡ କରିଦେବେ ବୋଲି ପାଣ୍ଡିଆନ ଧମକ ଦେଇଥିଲେ । ଯାହାକି ଏବେ ବୁମେରାଂ ହେଲାଣି । ଆଉ ପାଣ୍ଡଆନଙ୍କ ରି-ଲଞ୍ଚିଂ ପ୍ଲାନ୍‌କୁ ଡ୍ୟାମେଜ୍‌ କଲାଣି।
ପାଣ୍ଡିଆନ ଦମ୍ପତ୍ତିଙ୍କୁ ବରିଷ୍ଠ ନେତାଙ୍କ ବିରୋଧ
ବିଜୁ ଜନତା ଦଳର ସଦସ୍ୟ ନହୋଇ ଦଳୀୟ ବ୍ୟାପାରରେ ମୁଣ୍ଡ ପୁରାଉଛନ୍ତି ଭୈରବ ପାଣ୍ଡିଆନ । ଏପରିକି ତାଙ୍କ ପତ୍ନୀ ସୁଜାତା ପାଣ୍ଡିଆନ ପରାଜିତ ନେତା ବବି ଦାସ, ଦେବୀ ମିଶ୍ର, ସଞ୍ଜୟ ଦାସବର୍ମା ଏବଂ ଅତନୁ ସବ୍ୟସାଚୀଙ୍କ ସହ ବୈଠକ କରୁଛନ୍ତି। ପାଣ୍ଡିଆନ ଦମ୍ପତ୍ତିଙ୍କର ଏଭଳି କାର୍ଯ୍ୟକଳାପକୁ ଘୋର ବିରୋଧ କରୁଛନ୍ତି ବିଜେଡିର ବରିଷ୍ଠ ନେତାଏ

ଅସନ୍ତୁଷ୍ଟ ବରିଷ୍ଠ ନେତାଙ୍କ ସହ ସ୍ୱର ମେଳାଇଛନ୍ତି BJD ସାଂସଦ ଦେବାଶିଷ ସାମନ୍ତରାୟ। ଓଡ଼ିଆ ଖବର କାଗଜ ସମ୍ବାଦକୁ ସାକ୍ଷାତକାର ଦେଇ, ପାଣ୍ଡିଆନଙ୍କୁ ଜଣେ ଅହଂକାରୀ ବୋଲି କହିଛନ୍ତି। ଓଡ଼ିଶା ପାଇଁ ପାଣ୍ଡିଆନଙ୍କର ଅବଦାନ କିଛି ନାହିଁ। କିନ୍ତୁ କ୍ଷମତା ଲୋଭରେ ପାଣ୍ଡିଆନ ଏତେ ମସୁଗୁଲ୍ ଯେ ସେ ଭୁଲି ଯାଉଛନ୍ତି, ସରକାରୀ ଚାକିରୀ ଏବଂ ରାଜନୀତି ସମାନ ନୁହେଁ । ସେ ନବୀନ ପଟ୍ଟନାୟକଙ୍କର ପ୍ରିୟ ହୋଇପାରନ୍ତି, କିନ୍ତୁ ବିଜୁ ଜନତା ଦଳର ନୁହଁ…

PM-ଜନଧନକୁ ୧୧ ବର୍ଷ : ୫୬ କୋଟି ଲୋକଙ୍କ ଭରସା

PM-ଜନଧନ ଯୋଜନାକୁ 11 ବର୍ଷ ପୁରିଛି
ବ୍ୟାଙ୍କ ସେକ୍ଟରରେ ଆସିଛି, ବିରାଟ ରିଭୋଲ୍ୟୁସନ୍
56 କୋଟି 16 ଲକ୍ଷ ଲୋକଙ୍କ ଭରସା ଜିତିଛି
ଜମା ହେଲାଣି 2 କୋଟି 67 ଲକ୍ଷ କୋଟି ଟଙ୍କା
ଜମାକାରୀ ମଧ୍ୟରେ ଅଛନ୍ତି 56 % ମହିଳା, 67% ଗ୍ରାମବାସୀ
ମହିଳାଙ୍କୁ ସମୃଦ୍ଧ କରୁଛି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା। ବିଭିନ୍ନ ଯୋଜନାରେ ସାମିଲ ଗରିବ ଲୋକଙ୍କୁ ସିଧାସଳଖ ଟଙ୍କା ପଠାଇବାରେ ସଫଳ ହେଉଛନ୍ତି ସରକାର। 2025 ଅଗଷ୍ଟ ସୁଦ୍ଧାରେ ଖାତା ସଂଖ୍ୟା 56 କୋଟି 16 ଲକ୍ଷରେ ପହଞ୍ଚିଛି। ସେଥିରେ ଜମା ହୋଇଛି 2 କୋଟି 67 ଲକ୍ଷ କୋଟି।

ଗାଁ-ଗାଁରେ ବ୍ୟାଙ୍କ ସେବା
ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ମହିଳାଙ୍କୁ ସମୃଦ୍ଧ କରୁଛି ବିଭିନ୍ନ ଯୋଜନାରେ ସାମିଲ ଗରିବ ଲୋକଙ୍କୁ ସିଧାସଳଖ ଟଙ୍କା ପଠାଇବାରେ ସରକାର ସଫଳ ହେଉଛନ୍ତି2025 ଅଗଷ୍ଟ ସୁଦ୍ଧାରେ ଖାତା ସଂଖ୍ୟା 56 କୋଟି 16 ଲକ୍ଷରେ ପହଞ୍ଚିଛି। ସେଥିରେ  2 କୋଟି 67 ଲକ୍ଷ କୋଟି ଜମା ହୋଇଛି।
11 ବର୍ଷ ପୂର୍ବରୁ ଯେଉଁ ବ୍ୟାଙ୍କ ସେବା ଲୋକଙ୍କ ପାଇଁ ସ୍ୱପ୍ନ ଥିଲା ତାହା ଆଜି ସହଜରେ ପୂରଣ ହୋଇଛି। ଧନୀ ଗରିବ, ପୁରୁଷ ମହିଳାର ଭେଦଭାବ ଦୁରେଇଛି PM-ଜନଧନ ଆକାଉଣ୍ଟ।ସାଧାରଣତଃ ଗାଁରେ ଆଗରୁ ଅନେକ ଲୋକ ବ୍ୟାଙ୍କରେ ଖାତା ଖୋଲୁ ନଥିଲା ବେଳେ PM-ଜନଧନ ଯୋଜନା ବୈପ୍ଳବିକ ପରିବର୍ତ୍ତନ ଆଣିଲା। ଗାଁ ଗାଁରେ ପହଞ୍ଚିଛି ବ୍ୟାଙ୍କ ସେବା। ୬୭% ଖାତା ଗ୍ରାମଞ୍ଚଳରେ ଖୋଲିଛି।
ଦୁର୍ନୀତିରେ ବ୍ରେକ୍
PM-ଜନଧନ ବ୍ୟାଙ୍କ ଖାତାରେ 327ଟି ସରକାରୀ ଯୋଜନାର ଅର୍ଥ ମିଳିପାରୁଛି ଫଳରେ ବାଟମାରଣା ଏବଂ ଦଲାଲଙ୍କ ପାଦୁର୍ଭାବ ଦୂର ହୋଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପ୍ରଥମ ପାଳିରେ ମାଷ୍ଟର ଷ୍ଟ୍ରୋକ୍ ଖେଳିଥିଲେ। 2014 ମସିହା ସ୍ୱାଧିନତା ଦିବସରେ ଲାଲକିଲ୍ଲାରୁ PM-ଜନଧନ ଯୋଜନା ସଂପର୍କରେ ଘୋଷଣା କରିଥିଲେ  ପ୍ରଧାନମନ୍ତ୍ରୀ ସେହି ବର୍ଷ ଅଗଷ୍ଟ ମାସ 28 ତାରିଖରୁ ଏହି ଯୋଜନା କାର୍ଯ୍ୟକାରୀ ହେଲା। ଦେଖୁ ଦେଖୁ 2015 ମସିହାରେ PM-ଜନଧନ ବ୍ୟାଙ୍କ ଖାତାରେ 22,900 କୋଟି ଟଙ୍କା ଜମା ହୋଇଗଲା
ବ୍ୟାଙ୍କ ଯେ କେବଳ ଧନୀ ଲୋକଙ୍କର, ଏ କଥା ଭୁଲ ପ୍ରମାଣିତ ହେଲା 

ଦୁର୍ନୀତିରେ ବ୍ରେକ୍
ଏହି ଯୋଜନାରେ ସେଭିଙ୍ଗସ୍ ଆକାଉଣ୍ଟ ଖୋଲିଲେ ମିନିମମ୍ ବାଲାନ୍ସ ରଖିବାର ଆବଶ୍ୟକତା ନ‌ଥାଏସଞ୍ଚୟ ଖାତାରେ ଟଙ୍କା ନଥିଲେ ବି ଫାଇନ୍ ଲାଗିବାର ଭୟ ନ‌ଥାଏ କିମ୍ବା ଆକାଉଣ୍ଟ ଡର୍ମାଟ ହେବାର ଚିନ୍ତା ନଥାଏଟଙ୍କା ଉଠାଣ ପାଇଁ ଡେବିଟ୍ କାର୍ଡ ସହିତ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଦୁର୍ଘଟଣା ବୀମା, କ୍ଷୁଦ୍ର ଋଣ, ଓଭରଡ୍ରାଫ୍ଟ ପେନସନ୍ ସୁବିଧା ମିଳିପାରୁଛି। PM-ଆବାସ, ସୁଭଦ୍ରା, PM-କିଶାନ ସମ୍ମାନନିଧି, PM-ଜୀବନଜ୍ୟୋତି ବୀମା ଯୋଜନା, PM-ସୁରକ୍ଷା ବୀମା ଯୋଜନା, ମୁଦ୍ରା ପରି 327ଟି ସରକାରୀ ଯୋଜନାର ଅର୍ଥ ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚୁଛି। ପୂର୍ବରୁ ସମସ୍ତଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ନଥିବା ହେତୁ ହାତରେ ପଇସା ଦିଆଯାଉଥିଲା ଫଳରେ ଦୁର୍ନୀତି ମଧ୍ୟ ହେଉଥିଲା। ଏବେ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯାଉଥିବାରୁ ଏ ଭୟ ଆଉ ନାହିଁ ।

ଓଡ଼ିଶାରେ ‘ଆମ ଶାସନ’: 5t ଢାଞ୍ଚାରେ ଚାଲିବ ସରକାର

ଓଡ଼ିଶାରେ ଆମ ଶାସନ ଲାଗୁ ହୋଇଛି । 5 ଟି ଢାଞ୍ଚାକୁ ବିଜେପି ସରକାର ଆପଣେଇଛନ୍ତି । ଲୋକଙ୍କୁ ସେବା ଦେବାରେ ଅଫିସର ମନମାନି କଲେ  ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। 14471 ହେଲ୍ପଲାଇନ୍ ନମ୍ବରକୁ ଫୋନ୍ କରି ଜନସାଧାରଣ ଅଭିଯୋଗ କରି ପାରିବେ। ବିଜେଡ଼ି ସରକାରଙ୍କ  ’ମୋ-ସରକାର’ ଢାଞ୍ଚାରେ ଶାସନ ଚାଲିବ ।  
ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କେମିତି କାର୍ଯ୍ୟକାରୀ ହେଉଛି ସେନେଇ ଲୋକଙ୍କ ମତାମତ ନିଆଯିବ। ଯଦି କୌଣସି ଅଧିକାରୀ ଲୋକଙ୍କୁ ଠିକରେ ସେବା ନ ଯୋଗାନ୍ତି କିମ୍ବା ଖରାପ ବ୍ୟବହାର ଦେଖାନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । କୌଣସି ବି କାମ ପାଇଁ ଲାଞ୍ଚ ମାଗିଲେ ସ୍ଟ୍ରଙ୍ଗ ଆକ୍ସନ ନିଆଯିବ। ଏଥିପାଇଁ ଓଡ଼ିଶା ସରକାର ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ବିଜେଡି ସରକାରରେ ଭି କେ ପାଣ୍ଡିଆନ 5t କୁ ଅକ୍ତିଆର କରି ରଖିଥିଲା ବେଳେ ଆମ ସରକାରରେ କିନ୍ତୁ  ସଚିବ କି ଅଧ୍ୟକ୍ଷ ନୁହେଁ ଯେଉଁ ଅଭିଯୋଗ , ବା ପ୍ରସ୍ତାବ ଆସିବ ତାହା ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ ସିଧାସଳଖ ଶୁଣିବେ। ଏଥିରେ ପ୍ରାୟ ୨୦ଟି ବିଭାଗର ୧୫୦ରୁ ଅଧିକ ସେବା ଉପଲବ୍ଧ ହେବ । ଏବେ ୮ଟି ବିଭାଗର ୧୬ଟି ସେବା ଉପଲବ୍ଧ ହେବ। 

ସରକାରଙ୍କ ତରଫରୁ ଲୋକଙ୍କ ପାଖକୁ ରେକର୍ଡ ହେଉଥିବା ଏକ କଲ୍‌ ଆସିବ, ସେମାନଙ୍କୁ ଯୋଜନାର କାର୍ଯ୍ୟକାରିତା ଉପରେ ବିଭିନ୍ନ ପ୍ରଶ୍ନ ପଚରାଯିବ । ଏଥିସହ ଲୋକଙ୍କ ଠାରୁ ମତାମତ ସଂଗ୍ରହ ସହିତ ଲୋକ ଫୋନ୍‌ କରି ମତାମତ ଓ ଅଭ‌ିଯୋଗ ଦେବା ପାଇଁ ଏକ କଲ୍‌ ସେଣ୍ଟର ରହିବ । ଲୋକଙ୍କ ପାଖରେ ସେବା ଠିକ୍‌ରେ ପହଞ୍ଚୁଛି କି ନାହିଁ, ସରକାର ତଦାରଖ କରିବେ। ଥାନା, ଡାକ୍ତରଖାନା, ଧାନମଣ୍ଡି, ସ୍କୁଲ୍ ସବୁକିଛି ସରକାରଙ୍କ ସ୍କାନରରେ ରହିବ। ଏପରିକି ସୁଭଦ୍ରା ସମ୍ବନ୍ଧୀୟ ଅଭିଯୋଗ ବି କରିହେବ । ମତାମତ ଓ ଅଭିଯୋଗ ପାଇଁ ୧୪୪୭୧ ଟୋଲ୍‌ ଫ୍ରି ନମ୍ବର ଜାରୀ ହେଉଛି । ସୋମବାରରୁ ଶୁକ୍ରବାର ଯାଏଁ ସକାଳ ୯ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଏ ନମ୍ବରରେ କଥା ହେଇ ହେବ। ତେବେ କେବଳ ଅଫଲାଇନ୍ ନୁହେଁ ଅନଲାଇନ୍ ପ୍ଲାଟଫର୍ମ ଯେପରିକି ହ୍ବାଟସ୍‌ଆପ୍‌, ଇ-ମେଲ, ଏକ୍ସରେ ମଧ୍ୟ ମତାମତ ଏବଂ ଅଭିଯୋଗ କରିହେବ। ତେବେ 5 ଟି ତୁଳନାରେ ଏ ସେବା ଅଧିକ ଫଳପ୍ରଦ ହେଉଛି ତାହା ଦେଖିବା ବାକି ।

ଛଡ଼ା ଫୁଲରୁ ଧୂପ ତିଆରି କରିବ BMC

ଭୁବନେଶ୍ୱରରେ ଆରମ୍ଭ ହେବ ନୂଆ ଯୋଜନା। ଗଣେଶ ପୂଜାରୁ ଏକ ନୂଆ ପ୍ରୋସେସ ଆପଣେଇବ ଭୁବନେଶ୍ୱର ମହାନଗର ନିଗମ (BMC) । ପୂଜା ହେଇସାରିଥିବା ଫୁଲରୁ ତିଆରି ହେବ ଧୂପକାଠି । ବଳିଥିବା ପୂଜା ଦ୍ରବ୍ୟକୁ ସଂଗ୍ରହ କରି ଧୂପକାଠି ତିଆରି କରିବାକୁ ବଡ଼ ପଦକ୍ଷେପ ନେବ ଭୁବନେଶ୍ୱର ମହାନଗର ନିଗମ। ଠାକୁରଙ୍କ ପୂଜାରେ ଲାଗିବ ପୂଜା ହେଇସାରିଥିବା ଫୁଲ ଆଗକୁ ଗଣେଶ ପୂଜା ଆସୁଛି, ଭୁବନେଶ୍ୱରରେ ଧୁମଧାମରେ ଏ ପର୍ବ ପାଳନ ହେବ ଭୁବନେଶ୍ୱରର ଅନେକ ଜାଗାରେ ପୁଜା ହେଉଥିବାରୁ ବହୁତ ପରିମାଣରେ ପୁଜାଫୁଲ ସହ ଅନେକ ପୁଜା ଉପକରଣ ବଳିବ । ଯାହାକୁ ଫିଙ୍ଗି ନଦେଇ ସେଥିରୁ ପୂଜା ଉପକରଣ ତିଆରି କରାଯିବା ଭଳି ଅଭିନବ ପଦକ୍ଷେପ ନିଆଯିବ । ଉତ୍ସବରେ ଲାଗି ହେଉଥିବା ଫୁଲ ଏବଂ ପୂଜାର୍ଚ୍ଚନ ପରେ  ବର୍ଜ୍ୟର ଅନୁପଯୁକ୍ତ ନିଷ୍କାସନ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରିବା ସହ ଭକ୍ତମାନଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଥାଏ । ପରିବେଶର ସ୍ୱଚ୍ଛତା ସହ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେଇ  ଭୁବନେଶ୍ୱର ମହାନଗର ନିଗମ ଫୁଲ ଏବଂ ପୂଜା ବର୍ଜ୍ୟରେ ଉପଯୁକ୍ତ ସଂଗ୍ରହ ଏବଂ ପ୍ରକ୍ରିୟାକରଣ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ସଂଗୃହୀତ ବର୍ଜ୍ୟରୁ ଧୂପକାଠି ଭଳି ମୂଲ୍ୟବାନ ଉତ୍ପାଦର ପ୍ରକ୍ରିୟାକରଣ କରାଯିବ । ଅର୍ଥାତ୍ ଠାକୁରଙ୍କ ପାଖରୁ ଆସୁଥିବା ଏହି ସମସ୍ତ ପୂଜାଫୁଲ ପୁଣି ସେହି ଠାକୁରଙ୍କ ପାଖରେ ଲାଗି ହେବ।

କେବଳ ଫୁଲ ଏବଂ ପୂଜା ବର୍ଜ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ପ୍ରତ୍ୟେକ ଜୋନରେ ଏକ ନିର୍ଦ୍ଦିଷ୍ଟ ସ୍ୱେଚ୍ଛାସେବୀ ସଂଗଠନକୁ ଗୋଟିଏ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯିବ ସେଥିରେ ଅନ୍ୟ କୌଣସି ଆବର୍ଜନା ସଂଗ୍ରହ କରାଯିବ ନାହିଁ। ସଂଗୃହୀତ ବର୍ଜ୍ୟବସ୍ତୁ କେବଳ ପୂଜା ମଣ୍ଡପରୁ ସଂଗ୍ରହ କରାଯିବ ଏବଂ ପ୍ରକ୍ରିୟାକରଣ କରି ଧୁପ ତିଆରି କରାଯିବ। ଏଥିପାଇଁ ଲୋକମାନଙ୍କୁ ସଚେତନ କରାଯିବାର ଯୋଜନା ରହିଛିସାନିଟାରୀ ଷ୍ଟାଫ୍ ଏବଂ ଏନ୍. ଜି. ଓ. ପ୍ରତିନିଧିମାନେ ବ୍ୟାପକ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ କାର୍ଯ୍ୟକ୍ରମ ପରିଚାଳନା କରିବେ । କର୍ପୋରେଟର ଏବଂ ଅନ୍ୟ ଗୋଷ୍ଠୀର  ସଦସ୍ୟମାନଙ୍କୁ ସ୍ଥାନୀୟ ବାସିନ୍ଦା/ପୂଜା ମଣ୍ଡପଗୁଡିକୁ ଏହି ସେବା ବିଷୟରେରେ ସୂଚନା ପ୍ରଦାନ କରିବା ଦିଗରେ ସାହାଯ୍ୟ କରିବାକୁ ଅନୁରୋଧ କରାଯାଇଛି ।

ଏଥିପାଇଁ ବି ଏମ ସି ତରଫରୁ ସ୍ୱତନ୍ତ୍ର ହେଲ୍ପଲାଇନ ନମ୍ବର ବି  ଜାରି ହୋଇଛି ।୧୯୨୯ରେ କଲ୍ କରି ଏହି ସେବାର ଲାଭ ଉଠାଇପାରିବେ । ଏଥିପାଇଁ ସମସ୍ତ ପୂଜା କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ସଦସ୍ୟା ସହଯୋଗ କରିବା ସହ ଜନ ସଚେତନତା ସୃଷ୍ଟି କରିବା ପାଇଁ ବିଏମ୍ ସି ପକ୍ଷରୁ ଅନୁରୋଧ କରାଯାଇଛି । ଏଥର ଗଣେଶ ପୂଜାରେ ଏମିତି କିଛି ନୂଆ ପ୍ରୟାସରେ ଯୋଡ଼ି ହୁଅନ୍ତୁ,ଭୁବନେଶ୍ୱରକୁ ଆହୁରି ସୁନ୍ଦର କରନ୍ତୁ।

ପୂରଣ ହେଉନି ପୃଥ୍ୱୀରାଜଙ୍କ ପ୍ରତିଶ୍ରୁତି, କେବେ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ପୂର୍ବ ସରକାରରେ ଶ୍ରୀଜଗନ୍ନାଥଙ୍କୁ ନେଇ ଅନେକ ପ୍ରହସନ ହେଇଥିଲା ବେଳେ ବିଜେପି ସରକାରରେ ବି କିଛି କମ୍ ପ୍ରହସନ ହେଇନି । ରଥଯାତ୍ରାରେ ବଳଭଦ୍ରଙ୍କ ବିଗ୍ରହ ଖସି ପଡ଼ିବା ସହ ଚଳିତ ବର୍ଷ ରଥଯାତ୍ରାରେ ଦଳଚକଟାରେ ଭକ୍ତଙ୍କ ମୃତ୍ୟୁର କଳଙ୍କ ଲାଗିଛି । ଯଦିଓ ସରକାରକୁ ଆସିବା ପରେ ପ୍ରାଥମିକତା ଦେଇ ଚାରିଦ୍ୱାର ଖୋଲିବାର କାମ ବିଜେପି ସରକାର କରିଛି କିନ୍ତୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ହୋଇପାରୁନି । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ପାଇଁ ପ୍ରାୟ ବର୍ଷେ ହେଲା ଯୋଜନା ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ନା କାମ ସରୁଛି, ନା ଶ୍ରଦ୍ଧାଳୁ ଧାଡ଼ିରେ ଯାଇ ଶୃଙ୍ଖଳାର ସହ ମହାପ୍ରଭୁଙ୍କ ଦର୍ଶନ କରିପାରୁଛନ୍ତି । ଦର୍ଶନ କରିବାକୁ ଶ୍ରଦ୍ଧାଳୁ ବିଭିନ୍ନ ପ୍ରକାରର ଅସୁବିଧାର ସାମ୍ନା କରୁଛନ୍ତି।

ଆଗକୁ କାର୍ତ୍ତିକ ମାସ ଆସୁଛି, ଏ ମାସରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ନାହିଁ ନଥିବା ଗହଳି ହେବ । ତେବେ ଏ ସମସ୍ୟାର ସମାଧାନ ପାଇଁ  କେବେ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ ସେନେଇ ପ୍ରଶ୍ନ ଉଠୁଛି। କାର୍ତ୍ତିକ ମାସରେ  ଲକ୍ଷାଧିକ ଭକ୍ତ ପୁରୀ ଆସିବେ। ବାହାରେ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା ଥିବା ବେଳେ ଭିତର ଦର୍ଶନ ହୋଇପାରିଲା ନାହିଁ । ଜାନୁଆରିରୁ ପୁରୀରେ ଭିତର ଦର୍ଶନ ଲାଗି ଧାଡ଼ି ବ୍ୟବସ୍ଥା ଲାଗୁ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ । 7 ମାସ ବିତିଯାଇଥିଲେ ବି ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ହେଇପାରିଲାନି । ଜାନୁଆରି ସରି ସେପ୍ଟେମ୍ବର ହେବାକୁ ବସିଲାଣି, ତଥାପି ଧାଡ଼ି ବ୍ୟବସ୍ଥା ହୋଇପାରିଲାନି । ୧୬ ପିଲାର ବିଶିଷ୍ଟ ଅଞ୍ଚଳରେ ୬ ଥାକିଆ ଦର୍ଶନ ବ୍ୟବସ୍ଥା ଆପଣାଇବାକୁ କୁହାଯାଉଥିଲା। ଭିତର ଦର୍ଶନ ସମୟରେ ସାତ ପାହାଚ ଦ୍ଵାରରେ ପ୍ରବେଶ କରି ଭକ୍ତ ଘଣ୍ଟି ଦ୍ଵାର ଓ ଗାରଦ ଦ୍ଵାରରେ ବାହାରି ପାରିବେ।  ଘଣ୍ଟି ଦ୍ଵାରରେ ମହିଳା ଓ ବରିଷ୍ଠ ନାଗରିକ, ଗାରଦ ଦ୍ଵାରରେ ପୁରୁଷଙ୍କ ପାଇଁ ପ୍ରସ୍ଥାନ ରହିବ। କିନ୍ତୁ ଏଯାଏଁ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଯଦିଓ ସେପ୍ଟେମ୍ବର 15 ସୁଦ୍ଧା ଧାଡ଼ି ଦର୍ଶନର ବ୍ୟବସ୍ଥା ହେବା କଥା କୁହାଯାଉଛି ।ତଥାପି ପୁର୍ବ ପ୍ରତିଶ୍ରୁତି ରଖି ପାରି ନଥିବାରୁ ଏ କଥା ମଧ୍ୟ ଭରସାଯୋଗ୍ୟ ନୁହେଁ । ଭିତର ଦର୍ଶନରେ ସମସ୍ୟା ଯୋଗୁଁ ଭକ୍ତଙ୍କ ଅସନ୍ତୋଷ ବଢିବାରେ ଲାଗିଛି। ତେବେ କେବେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନର ବ୍ୟବସ୍ଥା ଲାଗୁ ହେଉଛି ଏବଂ ଦେଇଥିବା କଥାକୁ ସରକାର କେବେ ପୂରଣ କରୁଛନ୍ତି ତାକୁ ହିଁ ଅପେକ୍ଷା  ।