Category News

କମିଛି GST:ସେପ୍ଟମ୍ବର ୨୨ରୁ ନିତି ଦିନିଆ ସାମଗ୍ରୀ ଶସ୍ତା

  • ସେପ୍ଟମ୍ବର 22 ତାରିଖରୁ ଶସ୍ତା ହେବ ନିତି ଦିନିଆ ସାମଗ୍ରୀ
  • ଟ୍ୟାକ୍ସ ଫ୍ରି ହେବ 33 ପ୍ରକାର ମେଡିସିନ୍
  • କମିବ କ୍ଷୀର, ଦହି ଏବଂ ପନିରର ଦାମ୍
  • ଲାଇଫ୍ ଇନସ୍ୟୁରାନ୍ସ ଏବଂ ହେଲଥ୍ ଇନସ୍ୟୁରାନ୍ସରେ Zero ଟ୍ୟାକ୍ସ
  • ପ୍ରଧାନମନ୍ତ୍ରୀଙ୍କର ସ୍ୱାଧିନତା ଦିବସର ପ୍ରତିଶ୍ରୁତି ହେଲା ପାଳନ। ଗୁଡସ୍ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ ଦରରେ ଆସିଲା ବିରାଟ ପରିବର୍ତ୍ତନ। ଭାରତୀୟଙ୍କୁ
  • ମିଳିଲା ଦୀପାବଳୀ ଉପହାର। ଏଣିକି ଦେଶରେ ରହିବ ଦୁଇ ଥାକିଆ GST ସ୍ଲାବ୍ହଟିଗଲା 12% ଏବଂ 28% GST ଦର। ଏବେ କେବଳ 5% ଏବଂ 18% ସ୍ଲାବ୍ ରହିବ ।
  • ଶିକ୍ଷା ସାମଗ୍ରୀକୁ ସଂପୂର୍ଣ୍ଣ ଟ୍ୟାକ୍ସ ଫ୍ରି କରାଯାଇଛି। ପୂର୍ବରୁ ଏହି ଜିନିଷ ଗୁଡ଼ିକ 12 ପ୍ରତିଶତ ଏବଂ 5 ପ୍ରତିଶତ ସ୍ଲାବ୍‌ରେ ଥିଲା।
  • ସେହିଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ଟ୍ୟାକ୍ସ କମିବ । ସାମ୍ପୁ, ଟୁଥ୍‌ପେଷ୍ଟ, ସାବୁନ, ଟୁଥ୍ ବ୍ରସ୍‌ ଓ ସେଭିଂ କ୍ରିମ୍‌, ବାସନ କୁସନ, ନାପ୍‌କିନ୍ ଓ ଡାଇପର୍‌, ସିଲାଇ ମେସିନ୍ କିଣଇଲେ ଏଣିକି 5 ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ।
  • ପୂର୍ବରୁ ଏହି ଜିନିଷ ଗୁଡ଼ିକ କିଣିବା ପାଇଁ ଆମକୁ 12 କିମ୍ବା 18 ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡୁଥିଲା।
    ଅନ୍ୟପକ୍ଷରେ ହାନିକାରକ ସାମଗ୍ରୀ ଯେମିତିକି ପ‌ାନ ମସଲା, ସିଗାରେଟ୍ ସେବନ କରୁଥିବା ବ୍ୟକ୍ତିଙ୍କ ଜୀବନଶୈଳୀ ଆହୁରି ମହଙ୍ଗା ହୋଇଯିବ। ସେହିଭଳି ଦାମୀ ଗାଡ଼ି ଚଢ଼ିବା ଏବଂ ପ୍ଲେନରେ ବୁଲିବା ଭାରି ମହଙ୍ଗା ହୋଇଯିବ। କାରଣ ଏଭଳି ବ୍ୟକ୍ତିମାନଙ୍କ ଠାରୁ ସରକାର  40 ପ୍ରତିଶତ ଟ୍ୟାକ୍ସ ନେବେ।
  • କିନ୍ତୁ ଚାଷୀ ଭାଇମାନେ ନିର୍ଭରଶୀଳ ଥିବା ଟ୍ରାକ୍ଟର, ଟ୍ରାକ୍ଟର ଟାୟାର ଏବଂ ବିଭିନ୍ନ ପାର୍ଟସ୍, ଜୈବ-କୀଟନାଶକ, ଚାଷ ଅମଳରେ ବ୍ୟବହୃତ ଉପକରଣ ଗୁଡ଼ିକୁ 5 ପ୍ରତିଶତ ସ୍ଲାବ୍‌ରେ ସାମିଲ କରାଯାଇଛି।
  • ସ୍ୱାସ୍ଥ୍ୟ ସାମଗ୍ରୀ ଥର୍ମୋ‌ମିଟର, ମେଡିକାଲ୍‌ ଅକ୍ସିଜେନ୍, ଗ୍ଲୁକୋମିଟର ଚଷମାକୁ 5 ପ୍ରତିଶତ ସ୍ଲାବ୍‌ରେ ସାମିଲ କରାଯାଇଛି।
  • ସେପଟେ ମଧ୍ୟବିତ୍ତ ପରିବାର ବହୁତ ଖୁସି ଟିଭି, AC, ମନିଟର ଓ ପ୍ରୋଜେକ୍ଟର, ଡିସ୍‌ ୱାସିଂ ମେସିନକୁ 28 ପ୍ରତିଶତ ସ୍ଲାବ୍‌ରୁ ବାହାର କରି 18 ପ୍ରତିଶତ ସ୍ଲାବ୍‌ରେ ଯୋଡ଼ାଯାଇଛି। ଜିଏସ୍‌ଟି ସ୍ଲାବ୍ କମ୍ ହେବାରୁ ରାଜ୍ୟଗୁଡ଼ିକ ସହିବାକୁ ଥିବା କ୍ଷତି ଭରଣା ପାଇଁ ତମାଖୁ ଦ୍ରବ୍ୟ ଉପରେ ପୂର୍ବଭଳି 28 ପ୍ରତିଶତ ଜିଏସ୍‌ଟି ଓ ସେସ୍‌ ବଳବତ୍ତର ରହିବ।

ନବୀନଙ୍କୁ ବାଏ-ବାଏ କରିବେ କି ଭୂପିନ୍ଦର

ଧିରେଧିରେ ବିଜୁ ଜନତା ଦଳକୁ ମୁହଁ ମୋଡ଼ୁଛନ୍ତି ବରିଷ୍ଠ ନେତା । ପାଣ୍ଡିଆନ ପଲିଟିକ୍ସ ପାଇଁ କିଛି ବରିଷ୍ଠ ନେତା ନବୀନଙ୍କୁ ସିଧାସିଧା ଅବଗତ କରୁଥିଲା ବେଳେ ଆଉ କିଛି ନେତା ଏବେ ଅନ୍ୟ ଦଳ ମୁହାଁ ହେଲେଣି । ୟାରି ଭିତରେ BJDର ବରିଷ୍ଠ ନେତା ଭୂପିନ୍ଦର ସିଂହ କଂଗ୍ରେସକୁ ପ୍ରଂଶସା କରିଛନ୍ତି। ରାଜ୍ୟ ସହିତ ଦେଶରେ କଂଗ୍ରେସ ବଢୁଛି। ଯଦି ବିଜେଡି ରାଜ୍ୟରେ ଠିକ୍ ଭାବେ ମୁଖ୍ୟ ବିରୋଧୀ ଦଳର ଭୂମିକା ନ ନେବ, ତେବେ କଂଗ୍ରେସ ଆହୁରି ଆଗକୁ ବଢ଼ିବ ବୋଲି ସେ କହିଛନ୍ତି। ଯେଉଁଥିପାଇଁ ସେ ବିଜେଡି ଛାଡ଼ିବା ଚର୍ଚ୍ଚା ଜୋର ଧରିଛି । ଲୋକ ମୋ ପାଇଁ ଶ୍ରେଷ୍ଠ, କେଉଁ ଦଳ ନୁହେଁ । ଲୋକ ଯାହା ବି ନିଷ୍ପତ୍ତି ନେବେ, ତାଙ୍କର ଭବିଷ୍ୟତ ସେଇଆ ହେବ ବୋଲି କହି ପରୋକ୍ଷରେ ବିଜୁ ଜନତା ଦଳ ପ୍ରତି ମୋହ ତୁଟୁଥିବା ବାରି ହେଉଛି । ପୂର୍ବରୁ ମଧ୍ୟ କଂଗ୍ରେସ ନେତା ତାଙ୍କୁ ଡାକୁଥିବା କହି ସେ ଚର୍ଚ୍ଚାକୁ ଆସି ସାରିଛନ୍ତି ।

ବିଜେଡି-ବିଜେପି ଭିତରେ କିଛି ବି ଫରକ ନାହିଁ
ବିଜେଡିକୁ ତେରେଛା ତୀର ମାରି ଭୂପିନ୍ଦର କହିଛନ୍ତି

  • ବିଜେଡି-ବିଜେପି ଭିତରେ କିଛି ବି ଫରକ୍ ନାହିଁ ବୋଲି ଲୋକ ଅନୁଭବ କରୁଛନ୍ତି ।
  • ଯେହେତୁ ବିରୋଧୀ ଭାବେ ବିଜେଡି ଠିକ୍ ପ୍ରସଙ୍ଗ ଉଠାଉନି, ତେଣୁ କଂଗ୍ରେସ ଏହାର ଫାଇଦା ନେଉଛି ।
  • ୨୦୨୪ ପରଠୁ ଆଜି ପର୍ଯ୍ୟନ୍ତ ସଂସଦରେ ବିଜେଡିର ଷ୍ଟାଣ୍ଡ କ୍ଲିୟର ହେଇପାରିନି ।

ପୁଣି କଂଗ୍ରେସ ଫେରିବେ କି ଭୂପିନ୍ଦର
କଂଗ୍ରେସ ଟିକେଟରେ ବିଧାନସଭାକୁ ଏଣ୍ଟ୍ରି କରିଥିଲେ ଭୂପିନ୍ଦର ସିଂହ। 2009ରେ ନର୍ଲା ସିଟରେ କଂଗ୍ରେସ ଟିକେଟରେ ଜିତିଥିବା ଭୂପିନ୍ଦର ସିଂହ କଂଗ୍ରେସରେ ଥାଇ ବିରୋଧୀ ଦଳ ନେତା ଥିଲେ। 2014ରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ। ରାଜ୍ୟସଭା ସାଂସଦ ହେବା ସହ 2019ରେ ବିଜେଡି ଟିକେଟରେ ବିଧାୟକ ହୋଇଛନ୍ତି । ମାତ୍ର 2024ରେ ତାଙ୍କ ପରିବର୍ତ୍ତେ ବିଜେଡି ମନୋରମା ମହାନ୍ତିଙ୍କୁ ଟିକେଟ ଦେଇଥିଲା । ଟିକେଟ ନ ପାଇବାର କ୍ଷୋଭ ସାଙ୍ଗକୁ ଦଳରେ ବରିଷ୍ଠଙ୍କ ଅବହେଳିତ ସ୍ଥିତି ହେତୁ ସେ ପୁଣି କଂଗ୍ରେସ ଫେରି ପାରନ୍ତି ବୋଲି ଚର୍ଚ୍ଚା ।

ବାଣୀବିହାରରୁ କେବେ ବିଦା ହେବେ ଅଣଛାତ୍ର

ଉତ୍କଳ ୟୁନିଭରସିଟିରେ ଅଣଛାତ୍ରଙ୍କ ପତିଆରା ବଢିବାରେ ଲାଗିଛି। ଅଣଛାତ୍ରଙ୍କ କବଜାରେ କ୍ୟାମ୍ପସ୍ । ଯାହାକୁ ଏବେ ଗମ୍ଭୀରତାର ସହ ନେଇ ଆକ୍ଟିଭ୍ ହେଉଛି ୟୁନିଭରସିଟି । ସେପ୍ଟେମ୍ବର ୪ ସୁଦ୍ଧା ଭଲରେ ଭଲରେ ହଷ୍ଟେଲ୍‌ ନ ଛାଡ଼ିଲେ କଠୋର ପଦକ୍ଷେପ ନେବାକୁ ୱାର୍ଣ୍ଣିଂ ଦିଆଯାଇଛି । କେବଳ ସେତିକି ନୁହେଁ, ହଷ୍ଟେଲ୍‌ ରୁମ୍‌ ଆଲଟ୍‌ ହୋଇଥିବା ଛାତ୍ର ଯଦି ତାହାକୁ ଭଡ଼ା କିମ୍ବା ବିକ୍ରି କରିଥିବାର ଜଣାପଡ଼େ, ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ବୋଲି କଡ଼ା ଚେତାବନୀ ଦିଆଯାଇଛି। ମାତ୍ର  ନୋଟିସ୍‌ ଲାଗିବାର ୨୪ ଘଣ୍ଟା ନ ପୂରୁଣୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ ଆରମ୍ଭ ହୋଇଛି। ଅଧିକାରୀଙ୍କୁ ପଥର ମାଡ଼ କରିଛନ୍ତି ଅଣଛାତ୍ର ।

1 ନମ୍ବର, 2 ନମ୍ବର ଓ 3 ନମ୍ବର ହଷ୍ଟେଲରେ ପ୍ରାୟ ୧୪୪ଟି ରୁମ୍‌ ଅଣଛାତ୍ରଙ୍କ କବ୍‌ଜାରେ ବିଜ୍ଞପ୍ତି ଆଧାରରେ ହଷ୍ଟେଲ୍‌ ରୁମ୍‌ ଆଲଟ୍‌ ହୋଇଥିବା ଛାତ୍ରଙ୍କୁ ଏକ ନମ୍ବର ଛାତ୍ରାବାସରେ ରଖିବାକୁ ସ୍ଥିର ହୋଇଥିଲା। ସେହି ଅନୁଯାୟୀ ଡେପୁଟି ୱାର୍ଡେନ୍‌ ଓ ସୁପରିନ୍‌ଟେଣ୍ଡେଣ୍ଟ ଏକ ନମ୍ବର(ଗୋପବନ୍ଧୁ) ଛାତ୍ରାବାସ ଯାଇଥିବା ବେଳେ ସେଠାରେ ଥିବା ଅଣଛାତ୍ରମାନେ ସେମାନଙ୍କୁ ଅଟକ ରଖିଥିଲେ। ହ‌ଷ୍ଟେଲ୍‌ ଲାଇଟ୍‌କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଥିଲେ। ଅଣଛାତ୍ରମାନେ ଟେକାପଥର ମାଡ଼ କରିଥିଲେ। ପୁଲିସ ମଧ୍ୟ ସେମାନଙ୍କ ଆକ୍ରୋଶରୁ ବର୍ତ୍ତି ପାରି ନ ଥିଲା। ଘନ ଘନ ପଥର ମାଡ଼ କରିଥିଲେ। ଛାତ୍ରାବାସରେ ଦୌରାତ୍ମ୍ୟ କରିଥିବା ଅଣଛାତ୍ରଙ୍କ ମଧ୍ୟରେ ତିନି ରାଜନୈତିକ ଦଳର ଛାତ୍ରନେତା ରହିଛନ୍ତି। ଏକ ନମ୍ବର ଛାତ୍ରାବାସର ୨୪ଟି, ଦୁଇ ନମ୍ବର ଛାତ୍ରାବାସର ୩୬ଟି ଓ ତିନି ନମ୍ବର ଛାତ୍ରାବାସର ଶତାଧିକ ରୁମ୍‌ ଏବେ ଅଣଛାତ୍ରଙ୍କ କବ୍‌ଜାରେ ରହିଛି। ରୁମ୍‌ ଭଡ଼ାରେ ଦେଇ ସେମାନେ ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି। ଶିକ୍ଷାବର୍ଷ ଅଧାରୁ ଯଦି ଅଣଛାତ୍ରଙ୍କୁ କଢ଼ାଯାଏ ତେବେ ସେମାନଙ୍କ ବେପାର ଠପ୍‌ ହୋଇଯିବ।ବସ୍ତି ହଟାଇଲେ ଆମେ ହଷ୍ଟେଲ୍‌ ଛାଡ଼ିବୁ ବୋଲି ଯୁକ୍ତି କରିଛନ୍ତି ଅଣଛାତ୍ର ।

ତେବେ ଅଣଛାତ୍ରଙ୍କ କବଳରୁ ଯଦି ଉତ୍କଳ ବିଶ୍ୱବିଦ୍ୟାଳୟକୁ ମୁକ୍ତ କରା ନ ଯାଏ ତାହେଲେ ବିଶ୍ୱବିଦ୍ୟାଳୟର ଅପାରଗତା ବାହାରେ ପଡ଼ିବା ସହ ଉପଯୁକ୍ତ ଛାତ୍ର ହଷ୍ଟେଲ ସୁବିଧାରୁ ବଞ୍ଚିତ ହେବେ ।

ରାଜଧାନୀରେ ପାଠ ପଢିବାକୁ ରାଜି ନାହାନ୍ତି ପୁଅ

ଭୁବନେଶ୍ୱରରେ ପ୍ରାଥମିକ ଶିକ୍ଷାର ସ୍ଥିତି ଧିରେଧିରେ ସଙ୍କଟାପନ୍ନ ହେଉଛି । ରାଜଧାନୀରେ ଶିକ୍ଷା ବ୍ୟବସ୍ଥା ସୁଦୃଢ ହେବା ପରିବର୍ତ୍ତେ ଦୂର୍ବଳ ହେଉଛି । ଶିକ୍ଷକ ଶିକ୍ଷୟତ୍ରୀଙ୍କଠାରୁ ଆରମ୍ଭ କରି  ଜିଲ୍ଲା ଶିକ୍ଷା ଅଧିକାରୀଙ୍କଉଦ୍ୟମ ସତ୍ତ୍ୱେ ଟାର୍ଗେଟ ହାସଲ ହେଇ ପାରୁନାହିଁ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସାରା ରାଜ୍ୟରେ ଚାଲୁଥିବା ଆସ ସ୍କୁଲ୍‌ ଯିବା ସଫଳ ହୋଇ ପାରୁନାହିଁ । ଏହି ଅଭିଯାନରେ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାର ଯେଉଁ ଚିତ୍ର ନଜରକୁ ଆସିଛି, ତାହା ବେଶ୍‌ ଚିନ୍ତାଜନକ। ଭୁବନେଶ୍ୱର ମହାନଗର ନିଗମ(BMC) ଓ ଭୁବନେଶ୍ୱର ବ୍ଲକ୍‌ ଅଞ୍ଚଳରେ ୧୩୦୦ରୁ ଅଧିକ ଛାତ୍ରଛାତ୍ରୀ ସ୍କୁଲ ବାହାରେ ରହିଛନ୍ତି। ଭୁବନେଶ୍ବର ବ୍ଲକ୍‌‌ରେ ୬ରୁ ୧୮ ବର୍ଷ ବୟସ ମଧ୍ୟରେ ପ୍ରାୟ ୪୦୦ ଛାତ୍ରଛାତ୍ରୀ ସ୍କୁଲ୍‌ ବାହାରେ ଅଛନ୍ତି। BMCରେ ଏହାର ସଂଖ୍ୟା ୧୦୦୦ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ଆଦୌ ସ୍କୁଲ୍‌ ଆସି ନଥିବା ପିଲାଙ୍କଠାରୁ ଡ୍ରପ୍‌ ଆଉଟ୍‌ ସଂଖ୍ୟା ଅଧିକ। ପାଠପଢ଼ା ଛାଡ଼ୁଥିବା ଝିଅଙ୍କ ତୁଳନା‌ରେ ପୁଅଙ୍କ ସଂଖ୍ୟା ଢ଼େର୍‌ ଅଧିକା ।

ପାଠ ଛାଡ଼ୁଛନ୍ତି ପୁଅ
ଆସ ସ୍କୁଲ୍‌ ଯିବା ସର୍ଭେ ତଥ୍ୟ ଅନୁସାରେ ଭୁବନେଶ୍ୱର ବ୍ଲକ୍‌ରେ ୧୪୫ ଝିଅ ଓ ୧୮୩ ‌ପୁଅ ପାଠପଢ଼ା ଛାଡ଼ିଛନ୍ତି। ‌ ୩୨ ଝିଅ ଓ ୪୮ପୁଅ ଆଦୌ ସ୍କୁଲ୍‌ ଆସି ନାହାନ୍ତି। ସେହିଭଳି ବିଏମ୍‌ସି ଅଞ୍ଚଳରେ ଥିବା ସ୍କୁଲରୁ ୩୨୫ ଝିଅ ଓ ୪୬୪ ପୁଅ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି। ସେହିପରି ୨୧୧ ଝିଅ ଓ ୨୭୮ ପୁଅ ସ୍କୁଲରେ ଆଦୌ ନାମ ଲେଖାଇ ନାହାନ୍ତି। ଦିବ୍ୟାଙ୍ଗ ପିଲାଙ୍କ ସଂଖ୍ୟାକୁ ମିଶାଇ ମୋଟ୍‌ ୧୨୭୮ଜଣ ବିଦ୍ୟାଳୟ ବାହାରେ ଅଛନ୍ତି।
ମାଟ୍ରିକ୍‌ ଓ ଯୁକ୍ତ ୨ ପରେ ଅଧିକ ଛାତ୍ରଛାତ୍ରୀ ପାଠପଢ଼ା ଛାଡୁଛନ୍ତି। ଭୁବନେଶ୍ୱର ବ୍ଲକ୍‌ରେ ୧୫ ବର୍ଷ ବୟସରେ ୪୯ ପିଲା ଏବଂ ବିଏମ୍‌ସିରେ ୯୨ ପିଲା ପାଠ ଛାଡ଼ିଛନ୍ତି। ୧୬ବର୍ଷ ବୟସରେ ବ୍ଲକ୍‌ରେ ୭୩ ଜଣ ଓ ବିଏମ୍‌ସିରେ ୧୫୦, ୧୭ ବର୍ଷ ବୟସରେ ବ୍ଲକ୍‌ରେ ୮୬ ଓ ବିଏମ୍‌ସିରେ ୨୪୦ ଏବଂ ୧୮ ବର୍ଷ ବୟସରେ ବ୍ଲକ୍‌ରେ ୩୫ ଓ ବିଏମ୍‌ସିରେ ୧୧୩ ପିଲା ପାଠପଢ଼ା ଛାଡ଼ିଛନ୍ତି। ସହରର ବସ୍ତି ଅଞ୍ଚଳରେ ଥିବା ଅନେକ ଛାତ୍ର ଦାଦନ ଖଟିବା ପାଇଁ ବାହାରକୁ ଚାଲି ଯାଇଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଥିବା ଚର୍ଚ୍ଚା ହେଉଛି ।

ମାସକୁ ୧୦୦୦ କୋଟି GST ହରାଇବ ଓଡ଼ିଶା

GST (Goods and Services Tax) କୁ ନେଇ ଓଡ଼ିଶା ବଡ଼ ଧରଣର କ୍ଷତି ସହିବାକୁ ଯାଉଛି । ସେପ୍ଟେମ୍ବର 3 ଓ 4 ରେ GST ପରିଷଦ ବୈଠକ ହେବ । ଯେଉଁଥିରେ ଚାରିଥାକିଆ GST ସ୍ଲାବକୁ 2 ଥାକିଆ କରିବାକୁ ଯୋଜନା ହେବ । GST ସ୍ଲାବରେ ହ୍ରାସ ଘଟିଲେ ରାଜ୍ୟକୁ କ୍ଷତି ସହିବାକୁ ପଡ଼ିବ। ରାଜ୍ୟର ରାଜସ୍ୱ ହାନୀ ହେଲେ ସେ ସବୁକିଏ ଭରଣା କରିବ ଏ ପର୍ଯ୍ୟନ୍ତ ସେ ନେଇ କୌଣସି ସ୍ପଷ୍ଟୀକରଣ ଆସିନାହିଁ । ଏସବୁର କ୍ଷତିପୂରଣ କିଏ ଭରଣା କରିବ ତାହା ଏବେ ବଡ଼ ପ୍ରସଙ୍ଗ । GST ସ୍ଲାବ୍ ହ୍ରାସ ହେଲେ  GST କ୍ଷେତ୍ରରେ 20 % ଲସ୍ ହେବ। ସେ ଆଧାରରେ ଦେଖିଲେ ଡ଼ିଶାରେ ମାସକୁ 5000 କୋଟି GST ସଂଗ୍ରହ ହେଉଛି । ସ୍ଲାବ୍ କମିଲେ ମାସକୁ 1000 କୋଟିର ରାଜସ୍ୱ ଡ଼ିଶାକୁ ହରାଇବାକୁ ପଡ଼ିବ।

8 ଟି ଅଣ NDA ଶାସିତ ରାଜ୍ୟ ହିମାଚଳପ୍ରଦେଶ, ଝାଡ଼ଖଣ୍ଡ, ତାମିଲନାଡୁ, ତେଲେଙ୍ଗାନା, କଣ୍ଣାଟକ, କେରଳ, ପଞ୍ଜାବ, ପଶ୍ଚିମବଙ୍ଗର ଫାଇନାନ୍ସ ମିନିଷ୍ଟର କ୍ଷତିପୂରଣ ଭରଣା ନେଇ GST ପରିଷଦକୁ ପ୍ରଶ୍ନ କରିବାର ଯୋଜନା ରହିଛି । ମାତ୍ର ଏନେଇ ଓଡ଼ିଶାର ଆଭିମୁଖ୍ୟ କଣ ରହିବ ତାହା ସ୍ପଷ୍ଟ ହୋଇନି । ଅଗଷ୍ଟ 29ରେ ଭୁବନେଶ୍ୱରରେ ଆୟୋଜିତ ବିକଶିତ ଓଡ଼ିଶା 2026 ସମ୍ମୀଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବକ୍ତବ୍ୟରୁ ଆଭିମୁଖ୍ୟ ସମ୍ପର୍କରେ କୌଣସି ସ୍ପଷ୍ଟୋକ୍ତି ମିଳିନାହିଁ । GST କମିଲେ କଣ ଲାଭ ମିଳିବ ସେ ନେଇ ଆଲୋଚନା କରିଥିଲା ବେଳେ ରାଜସ୍ୱ କ୍ଷତିପୂରଣ ବାବଦରେ କିଛି ବି କହିନାହାନ୍ତି ।

ରିପୋର୍ଟ ଅନୁଯାୟୀ 2017-18 ରେ ଓଡ଼ିଶାକୁ 2348 କୋଟି, 2018-19 ରେ 4241 କୋଟି, 2019-20 ରେ 5332 କୋଟି, 2020-21 ରେ 4243 କୋଟି ଟଙ୍କାର GST କ୍ଷତିପୂରଣ ମିଳିଛି2017 ମସିହାରୁ ଏ ପର୍ଯ୍ୟନ୍ତ ଓଡ଼ିଶା ପ୍ରାୟ 16,165 କୋଟି ଟଙ୍କା GST କ୍ଷତିପୂରଣ ପାଇଥିଲା ବେଳେ 2023 ଓ 2024 ରେ କୌଣସି GST କ୍ଷତିପୂରଣ ମିଳିନାହିଁ । 2025-26 ଆର୍ଥିକ ବର୍ଷରେ ଏହି କ୍ଷତିପୂରଣ ବାବଦ ସରକାର 3000 କୋଟି ପାଇବା କଥା । ତେବେ GST କ୍ଷେତ୍ରରେ 3000 କୋଟି ବକେୟା ଥିଲା ବେଳେ ମାସକୁ 1000 କୋଟିର ଲସ୍ ଅର୍ଥନୀତିକୁ ପ୍ରଭାବିତ କରିବ।