- ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହୋଇଛି
- କଟକ ତଳ ବାଲିଯାତ୍ରା ପଡ଼ିଆରେ ଏକ ବିରାଟ ଜନସଭାରରେ,କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା,ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ୨୦ ହଜାରରୁ ଅଧିକ ହିତାଧିକାରୀ ସାମିଲ ହୋଇଛନ୍ତି
- ଆୟୁଷ୍ମାନ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆରମ୍ଭ ହେବାର ୭ ବର୍ଷ ପରେ ଓଡ଼ିଶାରେ ଲାଗୁ ହୋଇଛି
- 23 ସେପ୍ଟେମ୍ବର 2018ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଯୋଜନା ଆରମ୍ଭ ହୋଇଥିଲା

- ଓଡ଼ିଶାରେ ଥିବା ପୂର୍ବ ସରକାର (ବିଜୁ ଜନତା ଦଳ) ଏହି ଯୋଜନାକୁ ଓଡ଼ିଶାରେ ଲାଗୁ କରାଇ ଦେଇ ନଥିଲା
- ଏନେଇ ଜେ.ପି ନଡ୍ଡା କହିଛନ୍ତି ଯେ’- ଅନେକ ଥର ସେ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରିବାକୁ କହିଥିଲେ,ମାତ୍ର ନବୀନ ତାଙ୍କର ଅହଙ୍କାର ପାଇଁ ଓଡ଼ିଶାରେ ଏ କାର୍ଡ ଲାଗୁ କରେଇ ଦେଇ ନଥିଲେ।ସେହିଭଳି କେଜରୀୱାଲ ବି କାର୍ଡ ଲାଗୁ ନକରି ପରାଜୟର ସ୍ୱାଦ ଚାଖିଥିଲା ବେଳେ ପଶ୍ଚିମବଙ୍ଗରେ ବି ଫୁଲ ଫୁଟିବାକୁ ଯାଉଛି। ଅର୍ଥାତ୍ ଯେଉଁ ରାଜ୍ୟରେ ଏ କାର୍ଡ ଲାଗୁ କରେଇ ଦେଇ ନାହାନ୍ତି ସେଠି ସେ ସରକାର ହଟି ପଦ୍ମ ଫୁଟିବ ବୋଲି ଭବିଷ୍ୟବାଣୀ ଦେଇଛନ୍ତି ନଡ୍ଡା। ଏଥି ସହିତ ନଡ୍ଡା କହିଛନ୍ତି କି ଏ କାର୍ଡ ଇନ୍ସୁରାନ୍ସ ନୁହେଁ ବରଂ ଆସୁରାନ୍ସ।

- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜରିଆରେ ଓଡ଼ିଶାରେ ଚିକିତ୍ସା ସୁବିଧା ଉପଲବ୍ଧ ଥିଲା
- ଏହି କାର୍ଡ ଜରିଆରେ ପରିବାର ପିଛା 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସହାୟତା ଉପଲବ୍ଧ ଥିଲା ବେଳେ ମହିଳାଙ୍କୁ ଅତିରିକ୍ତ ସହାୟତା ରାଶି ଥିଲା
- ମାତ୍ର ବିଜୁ ଜନତା ଦଳ ସରକାରରୁ ହଟିଲା ପରେ ଓଡ଼ିଶାରେ ଆରମ୍ଭ ହୋଇଛି ନୂଆ ଯୋଜନା
- ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କରକମଳରେ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା
- ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ 13 ଜାନୁଆରୀରେ mou ସ୍ୱାକ୍ଷର ହୋଇଛି ।
- ଏହି ଯୋଜନାରେ 1 କୋଟି 3 ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଲାଭ ଉଠାଇବେ
- 86% ଓଡ଼ିଶାବାସୀଙ୍କୁ ମାଗଣା ଚିକିତ୍ସା ମିଳିବ
- ପ୍ରବାସୀ ଶ୍ରମିକ ମଧ୍ୟ ଏହି ଯୋଜନାରେ ଉପକୃତ ହେବେ
ପ୍ରତି ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ମଧ୍ୟ ନିର୍ମାଣ ହେବ - ୭୦ ଵର୍ଷ ବୟସରୁ ଅଧିକ ବୟସର ଲୋକଙ୍କ ପାଇଁ ‘ଆୟୁଷ୍ମାନ ବୟୋବନ୍ଦନା’ ଯୋଜନା କାର୍ଯ୍ୟକାରୀ ହେବ
- ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଚିକିତ୍ସା ସୁବିଧା ଏହି କାର୍ଡରେ ଉପଲବ୍ଧ ହେବ
- ୩.୫ କୋଟି ଲୋକ ଏହି ଯୋଜନାରେ ଉପକୃତ ହେବେ
- ୨୯,୦୦୦ରୁ ଅଧିକ ସରକାରୀ ଓ ପଞ୍ଜୀକୃତ ବେସରକାରୀ ଡାକ୍ତରଖାନାରେ ମିଳିବ ଚିକିତ୍ସା ସୁବିଧା।
- ତେବେ ପୂର୍ବ ସରକାରରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ ହୋଇ ପାରି ନଥିଲା ବେଳେ ବିଜେପି ସରକାରର ଏ କାର୍ଡ ଦ୍ୱାରା ଜନସାଧାରଣ କେତେ ଉପକୃତ ହେଉଛନ୍ତି ତାହା ସମୟ କହିବ।
Visited 13 times, 1 visit(s) today