Posts by Bartaman Odisha

ମରଣ ସହ ସଙ୍ଘର୍ଷ, ଛାତ୍ରୀଙ୍କୁ ନ୍ୟାୟ ଦେଇ ପାରିବେ ତ ସରକାର?

  • ଫକୀରମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲାକୁ ନେଇ ହୁଲସ୍ତୁଲ ରାଜଧାନୀ
  • ସରକାରଙ୍କୁ ଘେରିଲେଣି ବିରୋଧୀ
  • ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲାଣି କଂଗ୍ରେସ
  • ସୁରଜ ସୁର୍ଯ୍ୟବଂଶୀ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଇସ୍ତଫା ଦାବୀରେ ପିସିସି ସଭାପତି ଭକ୍ତ ଚରଣ ଦାସ
  • ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
  • ଜାତୀୟ ମହିଳା କମିସନ ବି ଏ ମାମଲାରେ ହସ୍ତକ୍ଷେପ କରିଛନ୍ତି
  • ବିଜେଡି କଂଗ୍ରେସ ଓ ବିଜେପି ଏ ଘଟଣାକୁ ନେଇ ରାଜନୀତିର ଗୋଟି ଚାଳନାରେ ବ୍ୟସ୍ତ
  • ବିରୋଧୀ ତଦନ୍ତ ଦାବି କରୁଥିଲା ବେଳେ ପିଡିତାଙ୍କୁ ଭେଟି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ
  • ଏପଟେ କଠୋର ନିଷ୍ପତ୍ତି ନେବାରେ କିଛି ଦ୍ୱିଧା ନାହିଁ ବୋଲି କହିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୁରଜ ସୁର୍ଯ୍ୟବଂଶୀ
  • ତେବେ ବୟାନବାଜିର ଉର୍ଦ୍ଦ୍ୱରେ ଏବେ ବାଜି ଲାଗିଛି ଜୀବନ
  • ମରଣ ସହ ସଙ୍ଘର୍ଷ କରୁଛନ୍ତି ବାଲେଶ୍ୱରର ଫକୀରମୋହନ କଲେଜର ଛାତ୍ରୀ

ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଆତ୍ମହତ୍ୟା ଉଦ୍ୟମ କରୁଥିବା ଛାତ୍ରୀ ଜଣକ ଏବିଭିପିର ମେମ୍ବର। ପ୍ରତ୍ୟକ୍ଷ ଭାବରେ ନ ହେଲେ ମଧ୍ୟ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଯେ ବିଜେପିର ଷ୍ଟୁଡେଣ୍ଟ ୱିଙ୍ଗ ଏ କଥା କାହାକୁ ବି ଅଛପା ନାହିଁ। ତେବେ ରାଜ୍ୟରେ ବିଜେପିର ଶାସନ ଚାଲୁଥିବା ବେଳେ କାହିଁକି ମିଳି ପାରିଲାନି ଏବିଭିପି ସଦସ୍ୟାଙ୍କୁ ନ୍ୟାୟ? ନିଜ ଛାତ୍ର ସଙ୍ଗଠନର ସଦସ୍ୟଙ୍କୁ ସୁରକ୍ଷା ଦେବାକୁ ଆଉ କେତେ ପାୱାର ଦରକାର କରୁଛି ବିଜେପି ?
ସୋସିଆଲ ମିଡିଆରେ ଆକ୍ଟିଭ ବିଜେପି ସରକାରରେ କେତେ ଆକ୍ଟିଭ ନେତା ଓ ପ୍ରଶାସନ। ଘଟଣା ଘଟିବାର 12 ଦିନ ପୂର୍ବରୁ ଛାତ୍ରୀ ଜଣଙ୍କ ଖୋଦ୍ ଉଚ୍ଚ ଶିକ୍ଷା ମନ୍ତ୍ରୀ,ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ  ବିଧାୟକ ଓ ପ୍ରଶାସନକୁ ଟ୍ୱିଟ କରିଥିଲା ବେଳେ କାହିଁକି ନିଆଯାଇନଥିଲା କୌଣସି ପଦକ୍ଷେପ। ତେବେ କଣ ଆମକୁ ଭାବିନେବାକୁ ପଡ଼ିବ କି ସମ୍ପୃକ୍ତ ଅଧିକାରୀଙ୍କ ସୋସିଆଲ ମିଡ଼ିଆ ବି ଆଉ କାହା ହାତରେ। କୌଣସି ପୋଷ୍ଟ ବିଷୟରେ କିଛି ବି ଜାଣନ୍ତିନି ନେତା ମନ୍ତ୍ରୀ। ତେବେ କାହିଁକି ଏ ସୋସିଆଲ ମିଡିଆର ପ୍ରହସନ, ଡିଜିଟାଲ ଇଣ୍ଡିଆର ବାସ୍ତବତାକୁ ନେଇ କେତେ ସିରିୟସ ବିଜେପି ନେତା।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ପ୍ରାୟ ୬ ମାସ ତଳେ ଛାତ୍ରୀଙ୍କ ସହ ଖରାପ ସମ୍ପର୍କ ରଖିବାକୁ ଚାହିଁଥିଲେ ଆସିଷ୍ଟାଣ୍ଟ ପ୍ରଫେସର ସମୀର ସାହୁ  ରାଜି ନହେବାରୁ ମାନସିକ ନିର୍ଯାତନା ବି ଦେଉଥିଲେ । ସମସ୍ତଙ୍କ ସାମ୍ନାରେ ଅପମାନିତ କରିବା ସହିତ ବ୍ୟାକ୍ ଲଗାଇବାକୁ ବି କହିଥିଲେ । ଜୁଲାଇ ୧ ତାରିଖରେ କଲେଜ ଆଭ୍ୟନ୍ତରୀଣ କମିଟିରେ  ଛାତ୍ରୀ ଅଭିଯୋଗ କରିବା ସହ ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବେ ବୋଲି କହିଲା ପରେ ବି  ଧ୍ୟାନ ଦେଇ ନଥିଲେ କଲେଜ କର୍ତ୍ତୃପକ୍ଷ । ଓଲଟା ଶନିବାର ଅଧ୍ୟକ୍ଷ ଡାକି ଛାତ୍ରୀଙ୍କୁ କହିଥିଲେ ଭୁଲ ତମର। ଏଥିରେ ହତାଶ ହୋଇ ଛାତ୍ରୀ କ୍ୟାମ୍ପସ ପରିସରରେ ନିଜକୁ ଜାଳି ଦେଇଥିଲେ । ଏମସରେ ଏବେ ସେ ଚିକିତ୍ସିତ ହେଉଛନ୍ତି । ଶରୀରର 95 ପ୍ରତିଶତ ପୋଡ଼ି ଯାଇଥିଲା ବେଳେ ସ୍ଥିତି  ଗୁରୁତର ଅଛି
ତେବେ ପ୍ରଶ୍ନ ଉଠୁଛି
ଲିଖିତ ଅଭିଯୋଗ ସତ୍ତ୍ୱେ  କାହିଁକି ନିଆଗଲାନି ପଦକ୍ଷେପ?
ଧାରଣା ସତ୍ତ୍ୱେ କାହିଁକି ଶୁଣିଲେନି କଲେଜ କର୍ତ୍ତୃପକ୍ଷ?
-ଟ୍ୱିଟ କରିବା ସତ୍ତ୍ୱେ କାହିଁକି ସ୍ଟେପ୍ ନେଲେନି ମୁଖ୍ୟମନ୍ତ୍ରୀ କି ଶିକ୍ଷାମନ୍ତ୍ରୀ?
ASOଙ୍କୁ  ସେ ସମୟର ରାଜ୍ୟପାଳଙ୍କ ପୁଅ ମାଡ଼ ମରା  ଘଟଣାରେ ନୀରବ ରହିଲା ପରି ଫ୍ଲପ୍ ହେବନି ତ ବିଜେପିର ନ୍ୟାୟପ୍ରଦାନର ଅସଲ ଚେହେରା?
24 ବର୍ଷର ଶାସନ ସମୟର ବିଭିନ୍ନ ଅଘଟଣକୁ ଟାର୍ଗେଟ କରି ଖସିବାକୁ ଚାହୁଁ ନାହାନ୍ତି ତ ବିଜେପି ସରକାର ?

MP ନୁହେଁ, ରାଜ୍ୟପାଳ ହେବାକୁ ଜୁଏଲଙ୍କ ଇଚ୍ଛା

ଆଉ ନିର୍ବାଚନ ଲଢିବେନି ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇଯିବେ ଆଦିବାସୀ କଲ୍ୟାଣ ମନ୍ତ୍ରୀ। ଦୀର୍ଘ ବର୍ଷ ଧରି ଓଡ଼ିଶା ରାଜନୀତିରେ ପ୍ରଭାବ ବିସ୍ତାର କରିବା ସହ ଅଟଳ ବିହାରୀ ବାଜପେୟୀ ଏବଂ ନରେନ୍ଦ୍ର ମୋଦୀଙ୍କ ସରକାରରେ ମନ୍ତ୍ରୀପଦ ହାତେଇଥିବା ଜୁଏଲ ଆଉ ନିର୍ବାଚନ ଲଢିବାକୁ ଚାହୁଁନାହାନ୍ତି । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ରୋଜଗାର ମେଳା ଅବସରରେ ଗଣମାଧ୍ୟମକୁ ସେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ନୂଆ ନେତାଙ୍କୁ ନିଜ ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ଦେଇ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ଚାହୁଁଛନ୍ତି ଜୁଏଲ। ଯୁବପିଢିଙ୍କୁ ବାଟ ଛାଡ଼ିବାକୁ ଜୁଏଲ ପ୍ରସ୍ତୁତ ଥିବା କହିଛନ୍ତି ।

ସାଂସଦ ନୁହେଁ,ରାଜ୍ୟପାଳ ହେବେ
ଭାରତୀୟ ଜନତା ପାର୍ଟିର ପ୍ରଭାବଶାଳୀ ନେତା ହେଉଛନ୍ତି ଜୁଏଲ ଓରାମ। ବିଧାୟକ, ସାଂସଦ,ଷ୍ଟେଟ ପାର୍ଟି ପ୍ରେସିଡେଣ୍ଟ ହେବା ସହିତ BJP ST Morcha ମୋର୍ଚ୍ଚାର ଜାତୀୟ ସ୍ତରରେ ମଧ୍ୟ ସେ ଉପ ସଭାପତି ହୋଇଛନ୍ତି ।1989ରେ ବିଜେପିରେ ଯୋଗ ଦେଇଥିବା ଜୁଏଲ ଓରାମ ବଣାଇରୁ ବିଧାୟକ ଭାବେ ନିର୍ବାଚିତ ହେବା ସହିତ 1998,1999,2004,2014,2019,2024ରେ ସୁନ୍ଦରଗଡ଼ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭାବରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ମଧ୍ୟ ରହିଛି। ମାତ୍ର ସେ ପ୍ରତ୍ୟକ୍ଷ ନିର୍ବାଚନରୁ ଦୂରେଇ ଯାଇ ରାଜ୍ୟପାଳ ହବାକୁ ତାଙ୍କର ଇଚ୍ଛା ବୋଲି ପ୍ରକାଶ କରିଛନ୍ତି ।

ଓଡ଼ିଶା ବିଜେପିରେ ହ୍ୟାଟ୍ରିକ୍,ଜାତୀୟ ସ୍ତରରେ ପ୍ରମୁଖ ପ୍ରଭାବ
ଓଡ଼ିଶା ବିଜେପିରେ ସଭାପତି ଭାବରେ ହ୍ୟାଟ୍ରିକ ମାରିଥିବା ନେତାଙ୍କ ଭିତରେ ରହିଛି ଜୁଏଲ ଓରାମ ଏବଂ ମନମୋହନ ସାମଲଙ୍କ ନାଁ। ମନମୋହନ ସାମଲ 4 ଥର ପାଇଁ ମଙ୍ଗ ସମ୍ଭାଳିଥିଲା ବେଳେ ଜୁଏଲ ଓରାମ ତିନିଥର ବିଜେପିର ମଙ୍ଗ ଧରିଛନ୍ତି। ଜାତୀୟ ସ୍ତରରେ ମଧ୍ୟ ପାର୍ଟିର ଦାୟିତ୍ୱ ନେଇଛନ୍ତି ଜୁଏଲ। 1997-1999, 2004-2006 ଏବଂ 2009-2013 ଯାଏଁ ସେ ଓଡ଼ିଶା ବିଜେପିର ସଭାପତି ହୋଇଛନ୍ତି। ଦୀର୍ଘ 8 ବର୍ଷ ଧରି ଓଡ଼ିଶା ବିଜେପି ତାଙ୍କ ନେତୃତ୍ୱରେ ଚାଲିଥିଲା। 2006 ରୁ 2009 ଯାଏଁ ଜାତୀୟ ସ୍ତରରେ ଉପସଭାପତି ମଧ୍ୟ ହୋଇଛନ୍ତି । ଟ୍ରାଇବାଲ ମ୍ୟାପ୍ ଜରିଆରେ ଆଦିବାସୀମାନଙ୍କର ସ୍ଥିତି ଅନୁଧ୍ୟାନ ଦିଗରେ ତାଙ୍କର ପରାମର୍ଶ ମଧ୍ୟ ତାଙ୍କର ଦୂରଦୃଷ୍ଟି ପ୍ରମାଣ କରିଛି । ତେବେ ସୁନ୍ଦରଗଡ଼ରେ ପ୍ରମୁଖ ପ୍ରଭାବ ରଖିଥିବା ଜୁଏଲ ଓରାମ ଲୋକସଭା ବିଧାନସଭା ଛାଡ଼ି ରାଜ୍ୟପାଳ ହେବାକୁ ଇଛା ରଖିଥିଲା ବେଳେ ଯଦି ତାଙ୍କର ଏ ଇଚ୍ଛା ପୂରଣ ହୁଏ ତେବେ ସୁନ୍ଦରଗଡ଼ରେ କିଏ ହେବେ ବିଜେପିର ଚେହେରା ?

ଓ୍ୱାକଫ୍ ବିଲକୁ BJDର ସମର୍ଥନ : ଭୟ ନା’ ପାଣ୍ଡିଆନଙ୍କ ସୁରକ୍ଷା ପାଇଁ

  • ବଡ଼ ଖୁଲାସା… ଧରାପଡ଼ିଲା ନବୀନ ପଟ୍ଟନାୟକଙ୍କ ମିଛ,
  • ରାଜ୍ୟସଭା ତଥ୍ୟ ଖୋଲିଲା ନବୀନଙ୍କ ମୁଖା,
  • ନବୀନ କହିଥିଲେ ୱାକଫ୍‌‌ ସଂଶୋଧନ ବିଲକୁ ସମର୍ଥନ କର
  • କିନ୍ତୁ ନବୀନଙ୍କ ନିର୍ଦ୍ଦେଶକୁ ମାନି ନଥିଲେ ସାଂସଦ ମୁନା ଖାଁ !
  • ସସ୍ମିତ ପାତ୍ରଙ୍କ ଟ୍ୱିଟ୍‌ ଥିଲା ଡ଼ାହା ମିଛ !
    ରାଜ୍ୟସଭା ତଥ୍ୟ ସାମ୍ନାକୁ ଆସିବା ପରେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମିଛ ନାଟକରୁ ପରଦା ହଟିଛି ଭୋଟ୍ ବ୍ୟାଙ୍କ ମ୍ୟାନେଜ୍ କରିବାକୁ ମୁସଲମାନଙ୍କୁ ମିଛ କହିଛନ୍ତି ନବୀନ ଇଫତାର୍ ପାର୍ଟିରେ କହିଥିଲେ ରାଜ୍ୟସଭାରେ ୱାକଫ୍ ସଂଶୋଧନ ବିଲ୍‌‌କୁ BJD ବିରୋଧ କରିବ । କିନ୍ତୁ ୱାକଫ୍‌ ବିଲକୁ ସପୋର୍ଟ କରିବା ପାଇଁ ବିଜେଡି ସାଂସଦ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ
    ଯାହାର ପ୍ରମାଣ ହେଉଛି ରାଜ୍ୟସଭାରୁ ପ୍ରକାଶ ପାଇଥିବା ଏହି ତାଲିକା।

ବିଜେଡିର ୭ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ଦେବାଶିଷ ସାମନ୍ତରାୟ ଗତ ଏପ୍ରିଲ 4 ତାରିଖର ମଧ୍ୟରାତ୍ରିର ଭୋଟିଂ ସମୟରେ ଉପସ୍ଥିତ ନଥିବା ବେଳେ ୫ ସାଂସଦଙ୍କ ଭୋଟ୍ ଯାଇଛି ୱାକଫ୍ ସମର୍ଥନରେ । କେବଳ ମୁଜ୍ଜିବୁଲ୍ଲା ଓରଫ ମୁନା ଖାଁଙ୍କୁ ଛାଡ଼ି ଦେଲେ,

  1. ନିରଞ୍ଜନ ବିଶି
  2. ସୁଲତା ଦେଓ
  3. ଶୁଭାଶିଷ ଖୁଣ୍ଟିଆ
  4. ମାନସ ମଙ୍ଗରାଜ ଏବଂ
  5. ସସ୍ମିତ ପାତ୍ରଙ୍କ ପରି, ଅନ୍ୟ ୫ BJD ସାଂସଦ ୱାକଫ୍‌ ବିଲକୁ ସମର୍ଥନ କରିଛନ୍ତି

ଏଠି ପ୍ରଶ୍ନ ଉଠୁଛି, କ’ଣ ୫ BJD ସାଂସଦଙ୍କ ବିବେକ କଣ ସମାନ କଥା କହିଥିଲା ? ନାଁ ଏଠି ନବୀନଙ୍କ ନିର୍ଦ୍ଦେଶ ଥିଲା ? କାରଣ ଭୋଟିଂ ପୂର୍ବରୁ ସାଂସଦ ସସ୍ମିତ ପାତ୍ର ଗଣମାଧ୍ୟମ ଆଗରେ କହିଥିଲେ ‘ୱାକଫ୍‌‌ ବିଲକୁ BJD ବିରୋଧ କରିବ, ଏହା ନବୀନଙ୍କ ନିର୍ଦ୍ଦେଶ’ଏହାର କିଛି ଘଣ୍ଟା ପରେ ସୋସିଆଲ୍ ମିଡିଆ ଏକ୍ସ ହ୍ୟାଣ୍ଡଲରେ ସସ୍ମିତ ପାତ୍ର ଲେଖିଥିଲେ, ନବୀନ କହିଛନ୍ତି ବିବେକ ଅନୁସାରେ ଭୋଟ ଦେବେ ସାଂସଦ
ଏବେ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି, ସେଥିରେ ୫ BJD ସାଂସଦ ୱାକଫ୍‌ ସଂଶୋଧନ ବିଲ‌କୁ ସମର୍ଥନ କରିଥିବାର ପ୍ରମାଣ ରହିଛି । ଏଠି ପ୍ରଶ୍ନ ଯେଉଁ BJD ସାଂସଦମାନେ କ୍ୟାମେରା ଆଗରେ ଗଳା ଫଟାଇ BJP ବିରୋଧରେ ଚିତ୍କାର କରୁଛନ୍ତି, ସେମାନଙ୍କ ବିବେକ କେମିତି କହିଲା BJP ଆଣିଥିବା ଏହି ବିଲ୍‌କୁ ସମର୍ଥନ କରିବାକୁ ? ବାସ୍ତବରେ ଏହା ବିବେକ ଭୋଟ ଥିଲା ନା ନବୀନଙ୍କ ନିର୍ଦ୍ଦେଶ ଥିଲା?

କାରଣ ସେତେବେଳ ସସ୍ମିତ ପାତ୍ରଙ୍କ ଏଭଳି ଦି-ଆଡ଼ିଆ କଥାକୁ ନେଇ ନାନା ଆଲୋଚନା ହୋଇଥିଲା। ଏଭଳି ମତ ବଦଳିବା ପଛରେ, ପାଣ୍ଡିଆନଙ୍କ ହାତ ଥିବା କଥା ମଧ୍ୟ ଉଠିଥିଲା। ଯାହାକି ପର ମୂହୁର୍ତ୍ତରେ ସତ ବୋଲି କିଛିକାଂଶରେ ପ୍ରମାଣିତ ହୋଇଥିଲା। କାରଣ ମୁନା ଖାଁ, ନବୀନ ନିବାସରେ ପହଞ୍ଚି, BJD ସଭାପତିଙ୍କୁ ଭେଟିଥିଲେ ଆଉ ପାଣ୍ଡିଆନ ମୁର୍ଦ୍ଦାବାଦ ନାରା ଦେଇଥିଲେ । ସେହି ଘଟଣା ପରେ ମୁନା ଖାଁ ଏବେ ବିଜୁ ଜନତା ଦଳରେ ଏକଘରିଆ। ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ସସ୍ମିତଙ୍କ ମତ ବଦଳିବା ପଛରେ ପାଣ୍ଡିଆନଙ୍କ ହାତ ରହିଥିଲା । ଆଉ ଏହାକୁ ସମର୍ଥନ କରିଥିଲେ ନବୀନ ପଟ୍ଟନାୟକ

ସୁନିଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଲେ ଗିଲ୍

ୟୁଥ୍ କ୍ରିକେଟର ଶୁବମନ୍ ଗିଲଙ୍କ ବଡ଼ ସଫଳତା । ଆଇସିସି ଟେଷ୍ଟ ରାକିଂରେ ଟପ୍ ଟେନରେ ସ୍ଥାନ ପାଇଛନ୍ତି ଶୁବମନ୍ ଗିଲ। ଟେଷ୍ଟ ରାକିଂରେ ହାଇ ଜମ୍ପ ମାରିବା ସହିତ  ୨୧ ନମ୍ବର ସ୍ଥାନରୁ ଉପରକୁ ଉଠିଛନ୍ତି। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦମଦାର ପାରିରୁ ଏହି ସଫଳତା ମିଳିଛି।
ଦ୍ୱିତୀୟ ଟେଷ୍ଟର ପ୍ରଥମ ଇଂନିସରେ ଦ୍ୱିଶତକ ଓ ଦ୍ୱିତୀୟ ଇଂନିସରେ ଶତକ ମାରିଥିଲେ ଭାରତୀୟ କ୍ରିକେଟ ଟିମର ଟେଷ୍ଟ ଅଧିନାୟକ ଗିଲ୍। ଏହି ଇନିଂସ ବଳରେ ସେ ୧୫ ଜଣ ଖେଳାଳିଙ୍କୁ ପଛରେ ପକାଇଛନ୍ତି। ତେବେ ଇଂଲଣ୍ଡ ପ୍ରତିଭାବାନ ହ୍ୟାରୀ ବ୍ରୁକ ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ଟେଷ୍ଟ କ୍ରିକେଟରେ ଜୋ ରୁଟଙ୍କୁ ହଟାଇ ହ୍ୟାରି ବ୍ରୁକ୍ ଏକ ନମ୍ବର ସ୍ଥାନକୁ ଯାଇଛନ୍ତି । ରୁଟ୍ ଗୋଟିଏ ସ୍ଥାନ ତଳକୁ ଖସି ଦ୍ୱିତୀୟ ସ୍ଥାନକୁ ଆସିଛନ୍ତି । ଅନ୍ୟ ପକ୍ଷରେ ଭାରତର ନବ ନିଯୁକ୍ତ ଟେଷ୍ଟ ଅଧିନାୟକ ଗିଲ ସୁନିଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। 

ଇଂଲଣ୍ଡର ଏହି ଖେଳାଳି ପ୍ରଥମ ଟେଷ୍ଟର ପ୍ରଥମ ଇଂନିସରେ ୯୯ ଓ ଦ୍ୱିତୀୟ ଇଂନିସରେ ଶତକ ମାରିଥିଲେ। ଯାହା ତାଙ୍କୁ ଆଇସିସି ଟେଷ୍ଟ ରାକିଂର ଏକ ନମ୍ବର ସ୍ଥାନରେ ପହଞ୍ଚାଇଛି। ଦୁଇଟି ଟେଷ୍ଟରେ ଜୋ ରୁଟ୍ ଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। କେନ ଓ୍ବିଲିୟମସନ ତୃତୀୟ ସ୍ଥାନରେ ଥିବା ବେଳେ ୟଶସ୍ୱୀ ଜଶଓ୍ୱାଲ ଚତୁର୍ଥ ଏବଂ ଷ୍ଟିଭ ସ୍ମିଥ୍ ପଞ୍ଚମ ସ୍ଥାନରେ ରହିଛନ୍ତି। ଟେମ୍ବା ବାଭୁମା ୭ମ ସ୍ଥାନରେ ରହିଛନ୍ତି। ରିଷଭ ପନ୍ତ ତଳକୁ ଖସି ଅଷ୍ଟମ ସ୍ଥାନକୁ ଚାଲି ଆସିଛନ୍ତି । ନବମ ସ୍ଥାନରେ କାମିନ୍ଦୁ ମେଣ୍ଡିସ୍ ଓ ୧୦ମ ସ୍ଥାନରେ ଅଛନ୍ତି ଜେମି ସ୍ମିଥ।

ରାଜନୀତିରୁ ଅବସର ପରେ କ‘ଣ କରିବେ ଅମିତ ଶାହ ?

ଅମିତ ଶାହ, ଗୁଜୁରାଟର ତିନି ଥରର ଗୃହମନ୍ତ୍ରୀ ହେବା ସହ କେନ୍ଦ୍ର ଗୃହମନ୍ତ୍ରୀ ହୋଇ ରାଜନୈତିକ ସଫଳତାରେ ଖୁବ୍ ଉର୍ଦ୍ଧ୍ୱରେ ଅଛନ୍ତି । ସେ ରାଜନୀତିରେ ଲମ୍ବା ଇନିଂସ ଖେଳି ଚାଲିଛନ୍ତି। ରାଜନୈତିକ ସମୀକ୍ଷକ ତ ତାଙ୍କୁ ବିଜେପିର ଚାଣକ୍ୟ ବି କୁହନ୍ତି । ରାଜନୀତିର ଶୀର୍ଷରେ ଥିବା ଅମିତ ଶାହ ତାଙ୍କର ଫ୍ୟୁଚର ପ୍ଲାନିଂ ବିଷୟରେ କହିଛନ୍ତି । ରାଜନୀତିରୁ ଅବସର ନେଲା ପରେ ସେ କଣ କରିବେ ସେ ନେଇ ଦେଶବାସୀଙ୍କୁ ସୂଚନା ଦେଇଛନ୍ତି ଅମିତ ଶାହ।

ଚାଷ କରିବେ,ଧର୍ମଗ୍ରନ୍ଥ ପଢିବେ
ଅନେକ ସମୟରେ ରାଜନେତାଙ୍କୁ ରାଜନୀତିରୁ ଅବସର ନେବାକୁ ପଡ଼ିଥାଏ । ଅବସର ନେଲାପରେ ଯଦିଓ ଦଳଗତ ସମ୍ପୃକ୍ତି ଓ ଲୋକସମ୍ପର୍କ ରୁହେ ତଥାପି ରାଜନୀତି ଭିନ୍ନ ଅନ୍ୟ କିଛି କାମରେ ମନୋନିବେଶ କରନ୍ତି। ରାଜନୀତିରୁ ଅବସର ନେବା ପରେ ଅମିତ ଶାହ ଆଧ୍ୟାତ୍ମିକତା ଓ ପ୍ରକୃତିର ଉପାସନା କରିବା ନେଇ ସ୍ପଷ୍ଟ କରିଛନ୍ତି । ରାଜନୈତିକ ଜୀବନରୁ ଅବସର ନେବା ପରେ ବେଦ, ଉପନିଷଦ ପାଠ କରିବା ସହ ପ୍ରାକୃତିକ ଉପାୟରେ ଚାଷ କାର୍ଯ୍ୟ କରିବା ପାଇଁ ଇଚ୍ଛା ରଖିଥିବା କହିଛନ୍ତି ।
ରାଜସ୍ଥାନ, ଗୁଜରାଟ ଓ ମଧ୍ୟପ୍ରଦେଶର ମହିଳା ଓ କର୍ମୀମାନଙ୍କ ସହ ଆଲୋଚନା କରିବା ସମୟରେ ଶାହ କହିଛନ୍ତି ଯେ, ରାଜନୀତିରୁ ଅବସର ପରେ ମୁଁ ସେ  ବାକି ଜୀବନ ବେଦ, ଉପନିଷଦ ଓ ପ୍ରାକୃତିକ ଚାଷ କରି ବିତାଇବେ । ଯଦିଓ ସେ କିଭଳି ତାଙ୍କ ଜୀବନ ବିତାଇବେ ସେ ବିଷୟରେ ବିସ୍ତୃତ ଭାବେ କହିନାହାନ୍ତି । କିନ୍ତୁ ଚାଷ କାର୍ଯ୍ୟ ପ୍ରତି ତାଙ୍କର ଇଚ୍ଛା ପ୍ରକାଶ କରିଛନ୍ତି ।
“ମୁଁ ମୋ ନିଜ ଫାର୍ମରେ ପ୍ରାକୃତିକ ଚାଷ କରୁଛି ଏବଂ ଦେଢ ଗୁଣା ଅଧିକ ଅମଳ ହେଉଛି । ପ୍ରାକୃତିକ ଚାଷ କରିବା ଦ୍ୱାରା ବର୍ଷା ହେଲେ ମାଟି ବର୍ଷା ପାଣିକୁ ଟାଣିନିଏ । କିନ୍ତୁ ରାସାୟନିକ ଚାଷ କରିବା ଦ୍ୱାରା ମାଟି ବର୍ଷା ଜଳକୁ ଶୋଷଣ କରି ପାରେ ନାହିଁ । ଜିଆ ବା କୀଟମାନେ ମାଟିରେ ପ୍ରାକୃତିକ ସାର ଉତ୍ପାଦନ କରନ୍ତି । କିନ୍ତୁ ରସାୟନ ଜିଆକୁ ମାରି ଦିଏ ଓ ମାଟିର ପ୍ରାକୃତିକ ସାରକୁ ନଷ୍ଟ କରି ଦିଏ” ବୋଲି କହିଛନ୍ତି ଶାହ ।

ଅମିତ ଶାହଙ୍କ ରାଜନୈତିକ ଜୀବନ

  • ଅମିତ ଶାହ RSS ସ‌ଂଘ ସ‌ହ ତାଙ୍କ ରାଜନୈତିକ ଯାତ୍ରା ଆରମ୍ଭ 
    1980ରେ ଅବିବାହିତ ଅବସ୍ଥାରେ ABVPରେ ଯୋଗଦାନ
  • 1987 ମସିହାରେ BJPରେ ସ‌କ୍ରିୟ ଭାବେ ଯୋଗଦାନ
  • ଗୁଜରାଟରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ତିନି ଥର ଗୁଜରାଟର ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି
    ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ମୋଦୀଙ୍କ ଶାସନ ସମୟରେ ଶାହ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି
     ନରେନ୍ଦ୍ର ମୋଦୀ  ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ହେବା ପରେ, ଅମିତ ଶାହ BJPର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି
    ତାଙ୍କ ନେତୃତ୍ୱରେ BJP ବହୁତ ରାଜ୍ୟରେ ବିଜୟ ହାସଲ କରିବା ସହ  2019ରେ ଲୋକସଭା ନିର୍ବାଚନରେ ବିପୁଳ ବିଜୟ ଲାଭ କରିଛି
    • 2019 ମସିହାରେ ମୋଦୀ ସରକାର ଦ୍ୱିତୀୟ ଅବଧି ପାଇଁ ଶାସନ ଆରମ୍ଭ କରିଲାପରେ, ଅମିତ ଶାହକୁ ଗୃହମନ୍ତ୍ରୀ ଅଛନ୍ତି 
    • ଧାରା 370 ବିଲୋପ, CAA ପାସ୍, ଏବଂ ନାଗରିକ ପଞ୍ଜିକରଣ (NRC) ପ୍ରଭୃତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ତାଙ୍କ ଗରୁତ୍ୱପୂର୍ଣ୍ଣ ଭୂମିକା ରହିଛି