Posts by Bartaman Odisha

ବିଜେପିକୁ ପରୋକ୍ଷରେ ସମର୍ଥନ ଦେଲା ବିଜୁ ଜନତା ଦଳ

  • ସେପ୍ଟେମ୍ବର 9 ତାରିଖରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବନି ବିଜେଡି
  • ନବୀନ ପଟ୍ଟନାୟକଙ୍କର ଏହି ନିଷ୍ପତ୍ତି, ଇଣ୍ଡି ମେଣ୍ଟକୁ ଦେଇଛି ଶକ୍ତ ଧକ୍କା
  • ବିଜୁ ଜନତା ଦଳର 7 ଜଣ ରାଜ୍ୟସଭା ସାଂସଦମାନେ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ଦୂରେଇ ରହିବେ
  • ଫଳରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ସି.ପି. ରାଧାକ୍ରୀଷ୍ଣନ୍ ଜିତିବା ସହଜ ହୋଇଗଲା
  • କାରଣ ଲୋକସଭାରେ ଜିରୋ ଥିବା ବିଜୁ ଜନତା ଦଳର, ରାଜ୍ୟସଭା ସାଂସଦଙ୍କ ସମର୍ଥନର ଆଶା ରଖିଥିଲେ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବି.ସୁଦର୍ଶନ ରେଡ୍ଡୀ
  • ହେଲେ ସବୁ ପାଣିଚିଆ କରିଦେଲେ ନବୀନ ପଟ୍ଟନାୟକ
  • ଭୟରେ ହେଉ, ଅବା ସମଦୂରତା, ଯାହାବି ହେଉ ବିଜେପିକୁ ନବୀନଙ୍କର ମିଳିଛି ପରୋକ୍ଷରେ ସମର୍ଥନ

 ଅନ୍ୟପଟେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ ଦେବାର କ୍ଷମତା ନଥିବା ଓଡ଼ିଶାର ସବୁ ବଡ଼ ନେତା ଏବେ ଦିଲ୍ଲୀରେ,

  • ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମସ୍ତେ ଦିଲ୍ଲୀରେ,
  • ସମସ୍ତଙ୍କର ଗୋଟାଏ ପ୍ରଶ୍ନ ଥିଲା, କାହାକୁ ସପୋର୍ଟ କରିବ ବିଜୁ ଜନତା ଦଳ
  • ପୂର୍ବରୁ କ୍ଷମତାରେ ଥିଲାବେଳେ ନବୀନ ପଟ୍ଟନାୟକ ପ୍ରାୟ ସବୁ ପ୍ରସଙ୍ଗରେ ନରେନ୍ଦ୍ର ମୋଦୀଙ୍କ ନିଷ୍ପତ୍ତିକୁ ସମର୍ଥନ କରିଆସିଛନ୍ତି
  • ରାଷ୍ଟ୍ରପତି ଭୋଟରେ ମଧ୍ୟ ବିଜୁ ଜନତାଦଳ NDA ପ୍ରାର୍ଥୀ ଶ୍ରୀମତୀ ଦ୍ରୋପଦୀ ମୁର୍ମୁଙ୍କୁ ସମର୍ଥନ କରିଛି
  • ଏବେ ରାଜ୍ୟରେ ବିଜେପି ସରକାର
  • ତେଣୁ ଏଥର ଉପରାଷ୍ଟ୍ରପତି ଭୋଟକୁ ନେଇ ବିଜେଡିର ଆଭିମୁଖ୍ୟକୁ ନେଇ ଅନୁମାନ କରି ହେଉନଥିଲା
  • ଯଦିଓ ୱାକଫ୍ ସଂଶୋଧନ ବିଲକୁ ନେଇ ବିଜେଡିର 5 ସାଂସଦ NDA ସହ ରହିଥିଲେ,
  • ଏଥର କିନ୍ତୁ ଭୋଟ ଦାନରୁ ସଂପୂର୍ଣ୍ଣ ଦୂରେଇ ରହିବ ବିଜେଡି

ସଂଖ୍ୟା ଗଣିତକୁ ଦେଖିଲେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ସି.ପି. ରାଧାକ୍ରୀଷ୍ଣନ୍ ଜିତିବାରେ ବଧା ନାହିଁ। ବିଜେଡି ସମର୍ଥନ ନକଲେ ମଧ୍ୟ ହାରିବାର ପ୍ରଶ୍ନ ଉଠୁନି।

  • ଜିତିବା ପାଇଁ ବିଜେଡିର ସମର୍ଥନ ଯଦିଓ ସେତେଟା ଗୁରୁତ୍ୱ ରଖୁନଥିଲା, ତଥାପି NDA ବିଜେଡିର ସମର୍ଥନ ଲୋଡିଥିଲା
  • ୱାକଫ୍‌ ସଂଶୋଧନ ବିଲ୍‌ ଭୋଟିଂରେ NDAକୁ ସମର୍ଥନ ଦେଇ ବିଜେଡି ସମାଲୋଚିତ ହୋଇଛି
  • ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ NDA ସି.ପି. ରାଧାକ୍ରୀଷ୍ଣନ୍ ବଦଳରେ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବି.ସୁଦର୍ଶନ ରେଡ୍ଡୀଙ୍କୁ ସମର୍ଥନ ଦେବାକୁ ବିଜୁ ଜନତା ଦଳର ସମର୍ଥକମାନେ ଚାହୁଁଥିଲେ ।
    ବିଜେଡି ଯଦି ଉପରାଷ୍ଟ୍ରପତି ଭୋଟରେ NDA ପ୍ରାର୍ଥୀଙ୍କୁ ସମର୍ଥନ କରିଥାନ୍ତା, ତାହେଲେ ବିଜେଡି-ବିଜେପିର ଭିତିରି ବୁଝାମଣା ପଦାରେ ପଡ଼ିଥାନ୍ତା
    ଅନ୍ୟପଟେ ଓଡ଼ିଶାରେ ବିଜେପି ସରକାର ଆସିବା ପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ନେତାଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିପାରୁନି । ସେଣ୍ଟ୍ରାଲ ବିଜେପିର ନବୀନଙ୍କ ଭଲ ସେଟିଂ ପାଇଁ ବିଜେଡି ସରକାର ବିରୋଧରେ ବହୁ ଆରୋପ ଲଗା ଯାଇଥିଲେ ମଧ୍ୟ ସେ ଦିଗରେ ବିଜେପି ସରକାର ଚୁପ୍ ବସିଛନ୍ତି । ତେଣୁ ଏ ଦୃଷ୍ଟିରୁ ବିଚାର କଲେ NDA ପ୍ରାର୍ଥଙ୍କୁ ପରୋକ୍ଷ ସପୋର୍ଟ ଦେବା, ନବୀନ ପଟ୍ଟନାୟକଙ୍କର ଥିଲା ଶ୍ରେଷ୍ଠ ବିକଳ୍ପ।

 

ଇଣ୍ଡିଆ ଟିମରେ ଓଡ଼ିଆ କ୍ରିକେଟର

ହକି କ୍ଷେତ୍ରରେ ଯଥେଷ୍ଟ ଚର୍ଚ୍ଚାରେ ଅଛି ଓଡ଼ିଶା ଦୀଲିପ ତିର୍କୀ, ଅମିତ ରୋହି ଦାସ, ବୀରେନ୍ଦ୍ର ଲାକ୍ରାଙ୍କ ଭଳି ଖେଳାଳୀ ଅନ୍ତର୍ଜାତୀୟ ସ୍ତରରେ ଖୁବ୍ ନାଁ କରିଛନ୍ତି । ମାତ୍ର ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାରୁ ଖୁବ୍‌ କମ୍‌ ଖେଳାଳି ନାଁ କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଭଲ ଖେଳିଥିବା ଓଡ଼ିଆ ଖେଳାଳିଙ୍କ ସଂଖ୍ୟା ଖୁବ୍ କମ୍ଇଣ୍ଟରନ୍ୟାସନାଲ କ୍ରିକେଟରେ ଚମକ ଦେଖାଇଥିବା ଓଡ଼ିଆ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଦେବାଶିଷ ମହାନ୍ତି, ପ୍ରଜ୍ଞାନ ଓଝା, ରଞ୍ଜିବ ବିଶ୍ୱାଳ, ସଞ୍ଜୟ ରାଉଳ ଏବଂ ଶିବ ସୁନ୍ଦର ଦାସ । ଏମାନେ ଭାରତ ପାଇଁ ଟେଷ୍ଟ, (ODI) ଏବଂ  ଟି-୨୦ ମ୍ୟାଚ ଖେଳିଛନ୍ତି।

୧.ଦେବାଶିଷ ମହାନ୍ତି
ଦେବାଶିଷ ମହାନ୍ତି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସୁନାମ ଅର୍ଜନ କରିଥିଲେ। ୧୯୯୭ରୁ ୨୦୦୧ ପର୍ଯ୍ୟନ୍ତ ସେ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିଛନ୍ତି ସେ ଭାରତ ପାଇଁ ୨ ଟେଷ୍ଟ ସହ ୪୫ଟି ୱାନ୍ ଡେ ମ୍ୟାଚ୍ ଖେଳିଛନ୍ତି। ସେ ଦିନିକିଆ ମ୍ୟାଚରେ ୫୭ଟି ଉଇକେଟ ନେଇଥିଲେ, ଯାହା ତାଙ୍କୁ ଓଡ଼ିଶାର ଅଗ୍ରଣୀ ଆନ୍ତର୍ଜାତୀୟ ଖେଳାଳିଙ୍କ ମଧ୍ୟରେ ପରିଗଣିତ କରେ। ସବୁଠୁ ବଡ଼ କଥା ହେଉଛି ୧୯୯୯ ୱାର୍ଡକପରେ ସେ ସ୍ଥାନ ପାଇଥିଲେ।

୨-ପ୍ରଜ୍ଞାନ ଓଝା
ପ୍ରଜ୍ଞାନ ଓଝା, ବାମହାତୀ ସ୍ପିନ ବୋଲର। ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ୨୦୦୯ରୁ ୨୦୧୩ ପର୍ଯ୍ୟନ୍ତ ଚାଲିଥିଲା। ସେ ଭାରତ ପକ୍ଷରୁ ୨୪ ଟେଷ୍ଟ, ୧୮ଟି ଦିନିକିଆ, ୬ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ପ୍ରଜ୍ଞାନ ଟେଷ୍ଟ ମ୍ୟାଚରେ ୧୧୩ ଉଇକେଟ ନେଇଥିଲେ। ସେ ଆଇପିଏଲରେ ନାଁ କରିବା ସହ ଏବଂ ୨୦୧୦ରେ ପର୍ପଲ କ୍ୟାପ ଜିତିଛନ୍ତି । ସେ ୨୦୧୧ ୱାର୍ଲ୍ଡକପରେ ପାର୍ଟିସିପେଟ କରିଛନ୍ତି ।
୩.ରଞ୍ଜିବ ବିଶ୍ୱାଳ
ରଞ୍ଜିବ ବିଶ୍ୱାଳ ଅଣ୍ଡର-୧୯ ସ୍ତରରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି। ରଞ୍ଜିବ ଓଡ଼ିଶା କ୍ରିକେଟ ଦଳର ଅଧିନାୟକ ଥିଲେ ଏବଂ ଭାରତୀୟ ଅଣ୍ଡର-୧୯ ଦଳକୁ ନେତୃତ୍ୱ ଦେଇଥିଲେ। ସେ ଅନ୍ତର୍ଜାତୀୟ ସିନିୟର ମ୍ୟାଚ ଖେଳି ନ ଥିଲେ, କିନ୍ତୁ ତାଙ୍କର ପ୍ରଶାସନିକ ଯୋଗଦାନ ଉଲ୍ଲେଖନୀୟ। ସେ ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଏବଂ ୨୦୧୧ ବିଶ୍ୱକପ ଜିତିଥିବା ଭାରତୀୟ ଦଳର ମ୍ୟାନେଜର ଥିଲେ।

୪.ସଞ୍ଜୟ ରାଉଳ
ସଞ୍ଜୟ ଜଣେ ମିଡଲ-ଅର୍ଡର ବ୍ୟାଟ୍ସମ୍ୟାନ ଏବଂ ଅଫ-ସ୍ପିନ ବୋଲର। ସେ ୧୯୯୮ରେ ଶ୍ରୀଲଙ୍କା ବିପକ୍ଷରେ ଏକମାତ୍ର ଦିନିକିଆ ମ୍ୟାଚ ଖେଳିଥିଲେ। ଘରୋଇ କ୍ରିକେଟରେ ସେ ୧୯୯୬-୯୭ ସିଜନରେ ୬୪୪ ରନ ଏବଂ ୩୭ ୱିକେଟ ନେଇ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ୧୯୯୫/୯୬ରେ ଭାରତୀୟ ଅଣ୍ଡର-୧୯ ଦଳର ଅଧିନାୟକ ଥିଲେ ସଞ୍ଜୟ
୫. ଶିବ ସୁନ୍ଦର ଦାସ
ଶିବ ସୁନ୍ଦର ଦାସ ଜଣେ ଓପନିଂ ବ୍ୟାଟ୍ସମ୍ୟାନ, ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ୨୦୦୦-୨୦୦୨ ପର୍ଯ୍ୟନ୍ତ ଚାଲିଥିଲା। ସେ ୨୩ ଟେଷ୍ଟ, ୪ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ସେ ଟେଷ୍ଟ ମ୍ୟାଚରେ ୧୩୨୬ ରନ ସଂଗ୍ରହ କରିଥିଲେ। ଏଥିରେ ୨ଟି ଶତକ ଏବଂ ୯ଟି ଅର୍ଦ୍ଧଶତକ ସାମିଲ ଥିଲା। ତାଙ୍କର ଟେକ୍ନିକାଲ ବ୍ୟାଟିଂ ଶୈଳୀ ତାଙ୍କୁ ଟେଷ୍ଟ ଫର୍ମାଟରେ ସଫଳ କରିଥିଲା। ୨୦୦୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଗୁରୁତ୍ୱପୂର୍ଣ ପ୍ରଦର୍ଶନ କରିଥିଲେ।

ଅଣ ଓଡ଼ିଆଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

  • ଓଡ଼ିଆ ଅସ୍ମିତାକୁ ଶକ୍ତ ଚାପୁଡ଼ା
  • ଓଡ଼ିଆ ଖେଳାଳୀଙ୍କୁ ଅଣଦେଖା
  • ଛତିଶଗଡ଼ ପ୍ରୀତିରେ ଅଣ ଓଡ଼ିଆ IAS ଅଫିସର
  • ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନକୁ ଶସ୍ତା କରିଦେଲେ କ୍ରୀଡ଼ାମନ୍ତ୍ରୀ
  • ଛତିଶଗଡ଼ ଖେଳାଳୀଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ
  • ବିଜୁ ଜନତା ଦଳର ତାମିଲ ପ୍ରୀତି, ଓଡ଼ିଶା ବିଜେପିର ଛତିଶଗଡ଼ ପ୍ରୀତି
  • ଓଡ଼ିଶାର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ, ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରକୁ ନେଇ ପୁଣି ବିବାଦ ଗତବର୍ଷ କ୍ରୀଡ଼ା ସମ୍ମାନରୁ ବିଜୁ ପଟ୍ଟନାୟକଙ୍କ ନାଁ ହଟାଇ ଦେଇଥିଲେ ଏବର୍ଷ ଛତିଶଗଡ଼ର ଅନିମେଷ କୁଜୁରଙ୍କୁ ପୁରସ୍କାର ଦେଇଦେଲେ। ଯାହାକୁ ନେଇ ତୁମ୍ବି ତୋଫାନ।

ଗତ ଅଗଷ୍ଟ 29 ତାରିଖ ଥିଲା ଜାତୀୟ କ୍ରୀଡ଼ା ଦିବସ ଓଡ଼ିଶା ସରକାରଙ୍କ ପକ୍ଷରୁ 2024 ବର୍ଷ ପାଇଁ 8ଟି ବିଭାଗ ନିମନ୍ତେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଗଲା, ଯାହାଙ୍କ ମଧ୍ୟରେ ଥିଲେ ଅନିମେଷ କୁଜୁରଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଥିବା ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍ ହାଇ ପର୍‌ଫରମାସ୍ ସେଣ୍ଟରରେ ରହୁଛନ୍ତି ଅନିମେଷ। ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ କରୁଛନ୍ତି । କିନ୍ତୁ ତାଙ୍କର ନିଜ ଘର ହେଉଛି ପଡ଼ୋଶୀ ରାଜ୍ୟ ଛତିଗଡ଼ର ଯଶପୁର ଜିଲ୍ଲା ଘୁଇଟାଙ୍ଗର ଗ୍ରାମରେ। ନିୟମ ଅନୁସାରେ କେବଳ ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା କ୍ରୀଡ଼ାବିତ୍ ହିଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇବାକୁ ହକଦାର। ମାତ୍ର ଏଥର ଆୱାର୍ଡ ପାଇଛନ୍ତି ଅଣ ଓଡ଼ିଆ  ।

22 ବର୍ଷୀୟ ଅନିମେଷ ବର୍ତ୍ତମାନ ଦେଶର ଦ୍ରୁତତମ ଧାବକ ଭାବେ ଜଣାଶୁଣା। 100 ଏବଂ 200 ମିଟର ରନିଂ ରେସରେ ନ୍ୟାସନାଲ୍ ରେକର୍ଡର ଅଧିକାରୀଏପରିକି, ଚଳିତ ମାସ 13ରୁ ଟୋକିଓରେ ହେଉଥିବା ବିଶ୍ୱ ଆଥଲେଟିକ୍ସ ପ୍ରତିଯୋଗିତାରେ ସେ ଭାରତକୁ ପ୍ରତିନିଧିତ୍ୱ କରିବେ। ଅନିମେଷଙ୍କ ଟ୍ୟାଲେଣ୍ଟକୁ ନେଇ ସନ୍ଦେହ ନାହିଁକିନ୍ତୁ ତାଙ୍କୁ ପୁରସ୍କାର ଦେବା ଆଇନ ବିରୋଧୀ ।ନିୟମ ଅନୁସାରେ, ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ପାଇବା ପାଇଁ ଜଣେ ପ୍ରାର୍ଥୀ, ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବେନଚେତ୍ ଅତି କମରେ 7 ବର୍ଷ ହେବ ଓଡ଼ିଶାରେ ରହୁଥିବେସେହି ନିୟମ ଯୋଗୁ ମାଇକେଲ୍ କିଣ୍ଡୋଙ୍କ ଭଳି ମହାନ ହକି ଖେଳାଳି, ମରିଗଲେ ପଛେ, ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇ ପାରିଲେ ନାହିଁ

ଅନ୍ୟପଟେ ଛତିଶଗଡ଼ର ଅନିମେଷ କୁଜୁର 2023ରେ ବର୍ଷେ ପାଇଁ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବା ଲାଗି ଅନୁମତି ପାଇଥିଲେ ଗୋଟିଏ ବର୍ଷ ପୂରଣ ପରେ ବିନା ଅନୁମତି ପତ୍ରରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଛନ୍ତି ପ୍ରଶ୍ନ ଉଠୁଛି, 2002ରୁ ଆରମ୍ଭ ହୋଇଥିବା ଏହି କ୍ରୀଡ଼ା ସମ୍ମାନ ପାଇବା ପାଇଁ କଣ ଆମ ରାଜ୍ୟର କୌଣସି ଖେଳାଳି ଯୋଗ୍ୟ ନଥିଲେ ?
ତେବେ ରାଜ୍ୟ କ୍ରୀଡ଼ା ପୁରସ୍କାର ପାଇଁ ଯୋଗ୍ୟ ପ୍ରାର୍ଥୀ ବାଛିବା ଦାୟିତ୍ୱ ଏକ କମିଟିରଅଣଓଡ଼ିଆ IAS କ୍ରୀଡ଼ା ସଚିବ ସଚିନ୍ ରାମଚନ୍ଦ୍ର ଯାଦବ କମିଟିର ଅଧ୍ୟକ୍ଷ ଥିଲାବଳେ କ୍ରୀଡ଼ା ନିର୍ଦ୍ଦେଶକ ଯେଦୁରା ବିଜୟ ହେଉଛନ୍ତି ଆବାହକଏହା ବ୍ୟତୀତ ଜଣେ ଅଲିମ୍ପିଆନ୍, ଅର୍ଜୁନ ପୁରସ୍କାର ବିଜେତା, ବିଜୁ ପଟ୍ଟନାୟକ ପୁରସ୍କାର ବିଜୟୀ କ୍ରୀଡ଼ାବିତ୍ ଓ କ୍ରୀଡ଼ା ସାମ୍ବାଦିକ, ଓଡ଼ିଶା ଅଲମ୍ପିକ ସଂଘର ସମ୍ପାଦକ ଓ ଜଣେ ବେସରକାରୀ କ୍ରୀଡା ପ୍ରଶାସକ ସେହି କମିଟିର ସଦସ୍ୟI
ମନୋନୟନ କମିଟି ଯୋଗ୍ୟ ପ୍ରାର୍ଥୀ ସ୍ଥିର କରିବା ପରେ ଅନୁମୋଦନ ପାଇଁ ତାଲିକା, ଯାଇଥିଲା କ୍ରୀଡ଼ା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ପାଖକୁ। କିନ୍ତୁ ମନୋନୀତ ପ୍ରାର୍ଥୀଙ୍କ ତାଲିକା ପୁରସ୍କାର ପ୍ରଦାନ ଉତ୍ସବ ପର୍ଯ୍ୟନ୍ତ ଗୁପ୍ତ ରଖାଯାଇ ଥିଲା। ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ପାଇଁ ଅନିମେଷ କୁଜୁରଙ୍କ ନାଁ ଆସିବା ବେଳେ ଏହାର ଦୃତ ପ୍ରତିବାଦ କରିଥିଲେ ଉପସ୍ଥିତ କ୍ରୀଡ଼ା ସାମ୍ବାଦିକ । କିନ୍ତୁ ଅନ୍ୟମାନେ ଅନିମେଷଙ୍କୁ ଓଡ଼ିଶାର ଗର୍ବ ଓ ଗୌରବ ଦର୍ଶାଇ ଛତିଶଗଡ଼ ହାତକୁ ଟେକିଦେଲେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

କେବେ ଫେରିବ ଶ୍ରୀମନ୍ଦିର ଜମି?

 

  • ଜବର ଦଖଲରେ ଜଗନ୍ନାଥଙ୍କର 58 ହଜାର ଏକର ଜମି
  • ପ୍ରଶାସନ ପାଖରେ ନାହିଁ ଅଧାରୁ ଅଧିକ ଜମିର ସତ୍ତ୍ୱଲିପି
  • ଭାଗଚାଷୀଙ୍କ ଠାରୁ ମିଳୁନି ଦେବସ୍ୱ
  • ଆଦାୟ ହୋଇ ପାରୁନି ରାଜସ୍ୱ
  • ଖଣି ମାଫିଆଙ୍କ କବଜାରେ ରହିଛି ଶ୍ରୀମନ୍ଦିର ସମ୍ପତ୍ତି
  • କେବେ ପୂରଣ ହେବ ଆଇନମନ୍ତ୍ରୀଙ୍କ ପ୍ରତିଶ୍ରୁତି

ମହାପ୍ରଭୁଙ୍କ ଭୂସମ୍ପତ୍ତି ଫେରେଇ ଆଣିବାକୁ ମନ୍ତବ୍ୟ ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟ ଏବଂ ରାଜ୍ୟ ବାହାରେ ଥିବା ପାଖାପାଖି 58 ହଜାର ଏକର ଜଗନ୍ନାଥଙ୍କ ଜମି ଫେରେଇ ଆଣିବାକୁ ଅଣ୍ଟା ଭିଡ଼ୁଛନ୍ତି ସରକାର ଏପରିକି 36 ରୁ 37 ହଜାର ଏକର ଜମିର କାଗଜପତ୍ର ପ୍ରସ୍ତୁତ ହୋଇ ସାରିଛି, ବାକି ଜମିର କାଗଜପତ୍ର ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି। ମାତ୍ର ପ୍ରଶ୍ନ ଉଠୁଛି କେବେ ଫେରିବ ମହାପ୍ରଭୁଙ୍କ ଜମି? କେବେ ପୂରଣ ହେବ ଆଇନମନ୍ତ୍ରୀଙ୍କ ପ୍ରତିଶ୍ରୁତି? ଧାଡ଼ିଦର୍ଶନର ପ୍ରତିଶ୍ରୁତି ଭଳି ବିଳମ୍ବ ହେବନି ତ ଜମି ଫେରିବା ପ୍ରସଙ୍ଗ?

ପାଖାପାଖି 61 ହଜାର ଏକରର ଭୂସମ୍ପତ୍ତିର ମାଲିକ ଶ୍ରୀଜଗନ୍ନାଥ । ଓଡ଼ିଶାର 23ଟି ଜିଲ୍ଲାରେ 60 ହଜାର 410 ଏକର ଏବଂ 6ଟି ବାହାର ରାଜ୍ୟରେ 395 ଏକର 252 ଡିସିମିଲି ଭୂସମ୍ପତ୍ତି ଶ୍ରୀମନ୍ଦିର ନାଁରେ ରହିଛି

  • ରାଜା ରାଜୁଡା ଓ ଶ୍ରଦ୍ଧାଳୁମାନେ ପୁରୀ ଶ୍ରୀମନ୍ଦିର ପାଇଁ ପ୍ରାୟ 60,805 ଏକର ଜମି ବ୍ୟବସ୍ଥା କରିଥିବା ବେଳେ ଏଥିରୁ ଅଧାରୁ ଅଧିକ ଜମିର କାଗଜପତ୍ର ପ୍ରଶାସନ ପାଖରେ ନାହିଁ।
  • ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱହୀନତା ପାଇଁ ଶ୍ରୀମନ୍ଦିର ଜମି ଏବେ ଅନ୍ୟମାନଙ୍କ କବଜାରେ ।
  • କେବଳ ଯେ ଜମିକୁ କବଜା କରିଛନ୍ତି ତାହା ନୁହେଁ, ମହାପ୍ରଭୁଙ୍କ ଜମିରୁ ଖଣିଜ ଲୁଟ ବି ଚାଲିଛି
  • ଯାହାକୁ ନେଇ ଗ୍ରିନ୍‍ ଟ୍ରିବ୍ୟୁନାଲ ଭଳି ସଂସ୍ଥା ଶ୍ରୀମନ୍ଦିର ପ୍ରଶାସନକୁ କ୍ଷତିପୂରଣ ପାଇଁ ଦେବାକୁ ନିର୍ଦ୍ଦେଶ ବି ଦେଇଛନ୍ତି
  • ପୂର୍ବ ସରକାରରେ ଶ୍ରୀମନ୍ଦିରକୁ ନେଇ ଅନେକ ଅବ୍ୟବସ୍ଥା ଦେଖାଦେଇଥିଲା ବେଳେ ବିଜେପି ସରକାର ମଧ୍ୟ ଏ କ୍ଷେତ୍ରରେ ପଛରେ ନାହିଁ । ରତ୍ନଭଣ୍ଡାର ଚାବିଠୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ବଜେପିର ବିଜେଡିକୁ ଟାର୍ଗେଟ କେବଳ ବାହାସ୍ଫୋଟରେ ପରିଣତ ହୋଇଛି । ସରକାରକୁ ବର୍ଷେ ପୂରି ସାରିଥିଲେ ସୁଦ୍ଧା ଅନେକ ପ୍ରତିଶ୍ରୁତି ଏବେ ବି ଅପୂରଣ ହୋଇ ରହିଯାଇଛି ।
  • 1999ରୁ 2016 ମସିହା ଭିତରେ 300 ଏକରରୁ ଅଧିକ ଜମି ବିକ୍ରି କରାଯାଇ 10କୋଟିରୁ ଅଧିକ ଅର୍ଥ ଶ୍ରୀମନ୍ଦିର କର୍ପସ ପାଣ୍ଠିରେ ରଖାଯାଇଛି ଯଦି ସରକାର ଶ୍ରୀମନ୍ଦିରକୁ ନେଇ ସିରିୟସ୍ ଜଗନ୍ନାଥଙ୍କ ଭୂସମ୍ପତ୍ତି,ବେଦାନ୍ତକୁ ଦିଆଯାଇଥିବା ଜମି, ଶ୍ରୀମନ୍ଦିର ପ୍ରଶାସନ ହାତକୁ ଆସିବା ସହ ବାହାର ରାଜ୍ୟରେ ଥିବା ଭୂସମ୍ପତ୍ତିରୁ କୋଟି କୋଟି ଟଙ୍କା ରାଜସ୍ୱ ଆସି  ଶ୍ରୀମନ୍ଦିରର ଉନ୍ନତିରେ ଲାଗନ୍ତା ।

 

କମିଛି GST:ସେପ୍ଟମ୍ବର ୨୨ରୁ ନିତି ଦିନିଆ ସାମଗ୍ରୀ ଶସ୍ତା

  • ସେପ୍ଟମ୍ବର 22 ତାରିଖରୁ ଶସ୍ତା ହେବ ନିତି ଦିନିଆ ସାମଗ୍ରୀ
  • ଟ୍ୟାକ୍ସ ଫ୍ରି ହେବ 33 ପ୍ରକାର ମେଡିସିନ୍
  • କମିବ କ୍ଷୀର, ଦହି ଏବଂ ପନିରର ଦାମ୍
  • ଲାଇଫ୍ ଇନସ୍ୟୁରାନ୍ସ ଏବଂ ହେଲଥ୍ ଇନସ୍ୟୁରାନ୍ସରେ Zero ଟ୍ୟାକ୍ସ
  • ପ୍ରଧାନମନ୍ତ୍ରୀଙ୍କର ସ୍ୱାଧିନତା ଦିବସର ପ୍ରତିଶ୍ରୁତି ହେଲା ପାଳନ। ଗୁଡସ୍ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ ଦରରେ ଆସିଲା ବିରାଟ ପରିବର୍ତ୍ତନ। ଭାରତୀୟଙ୍କୁ
  • ମିଳିଲା ଦୀପାବଳୀ ଉପହାର। ଏଣିକି ଦେଶରେ ରହିବ ଦୁଇ ଥାକିଆ GST ସ୍ଲାବ୍ହଟିଗଲା 12% ଏବଂ 28% GST ଦର। ଏବେ କେବଳ 5% ଏବଂ 18% ସ୍ଲାବ୍ ରହିବ ।
  • ଶିକ୍ଷା ସାମଗ୍ରୀକୁ ସଂପୂର୍ଣ୍ଣ ଟ୍ୟାକ୍ସ ଫ୍ରି କରାଯାଇଛି। ପୂର୍ବରୁ ଏହି ଜିନିଷ ଗୁଡ଼ିକ 12 ପ୍ରତିଶତ ଏବଂ 5 ପ୍ରତିଶତ ସ୍ଲାବ୍‌ରେ ଥିଲା।
  • ସେହିଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ଟ୍ୟାକ୍ସ କମିବ । ସାମ୍ପୁ, ଟୁଥ୍‌ପେଷ୍ଟ, ସାବୁନ, ଟୁଥ୍ ବ୍ରସ୍‌ ଓ ସେଭିଂ କ୍ରିମ୍‌, ବାସନ କୁସନ, ନାପ୍‌କିନ୍ ଓ ଡାଇପର୍‌, ସିଲାଇ ମେସିନ୍ କିଣଇଲେ ଏଣିକି 5 ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ।
  • ପୂର୍ବରୁ ଏହି ଜିନିଷ ଗୁଡ଼ିକ କିଣିବା ପାଇଁ ଆମକୁ 12 କିମ୍ବା 18 ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡୁଥିଲା।
    ଅନ୍ୟପକ୍ଷରେ ହାନିକାରକ ସାମଗ୍ରୀ ଯେମିତିକି ପ‌ାନ ମସଲା, ସିଗାରେଟ୍ ସେବନ କରୁଥିବା ବ୍ୟକ୍ତିଙ୍କ ଜୀବନଶୈଳୀ ଆହୁରି ମହଙ୍ଗା ହୋଇଯିବ। ସେହିଭଳି ଦାମୀ ଗାଡ଼ି ଚଢ଼ିବା ଏବଂ ପ୍ଲେନରେ ବୁଲିବା ଭାରି ମହଙ୍ଗା ହୋଇଯିବ। କାରଣ ଏଭଳି ବ୍ୟକ୍ତିମାନଙ୍କ ଠାରୁ ସରକାର  40 ପ୍ରତିଶତ ଟ୍ୟାକ୍ସ ନେବେ।
  • କିନ୍ତୁ ଚାଷୀ ଭାଇମାନେ ନିର୍ଭରଶୀଳ ଥିବା ଟ୍ରାକ୍ଟର, ଟ୍ରାକ୍ଟର ଟାୟାର ଏବଂ ବିଭିନ୍ନ ପାର୍ଟସ୍, ଜୈବ-କୀଟନାଶକ, ଚାଷ ଅମଳରେ ବ୍ୟବହୃତ ଉପକରଣ ଗୁଡ଼ିକୁ 5 ପ୍ରତିଶତ ସ୍ଲାବ୍‌ରେ ସାମିଲ କରାଯାଇଛି।
  • ସ୍ୱାସ୍ଥ୍ୟ ସାମଗ୍ରୀ ଥର୍ମୋ‌ମିଟର, ମେଡିକାଲ୍‌ ଅକ୍ସିଜେନ୍, ଗ୍ଲୁକୋମିଟର ଚଷମାକୁ 5 ପ୍ରତିଶତ ସ୍ଲାବ୍‌ରେ ସାମିଲ କରାଯାଇଛି।
  • ସେପଟେ ମଧ୍ୟବିତ୍ତ ପରିବାର ବହୁତ ଖୁସି ଟିଭି, AC, ମନିଟର ଓ ପ୍ରୋଜେକ୍ଟର, ଡିସ୍‌ ୱାସିଂ ମେସିନକୁ 28 ପ୍ରତିଶତ ସ୍ଲାବ୍‌ରୁ ବାହାର କରି 18 ପ୍ରତିଶତ ସ୍ଲାବ୍‌ରେ ଯୋଡ଼ାଯାଇଛି। ଜିଏସ୍‌ଟି ସ୍ଲାବ୍ କମ୍ ହେବାରୁ ରାଜ୍ୟଗୁଡ଼ିକ ସହିବାକୁ ଥିବା କ୍ଷତି ଭରଣା ପାଇଁ ତମାଖୁ ଦ୍ରବ୍ୟ ଉପରେ ପୂର୍ବଭଳି 28 ପ୍ରତିଶତ ଜିଏସ୍‌ଟି ଓ ସେସ୍‌ ବଳବତ୍ତର ରହିବ।