ରାଜନୀତିରୁ ଅବସର ପରେ କ‘ଣ କରିବେ ଅମିତ ଶାହ ?

ଅମିତ ଶାହ, ଗୁଜୁରାଟର ତିନି ଥରର ଗୃହମନ୍ତ୍ରୀ ହେବା ସହ କେନ୍ଦ୍ର ଗୃହମନ୍ତ୍ରୀ ହୋଇ ରାଜନୈତିକ ସଫଳତାରେ ଖୁବ୍ ଉର୍ଦ୍ଧ୍ୱରେ ଅଛନ୍ତି । ସେ ରାଜନୀତିରେ ଲମ୍ବା ଇନିଂସ ଖେଳି ଚାଲିଛନ୍ତି। ରାଜନୈତିକ ସମୀକ୍ଷକ ତ ତାଙ୍କୁ ବିଜେପିର ଚାଣକ୍ୟ ବି କୁହନ୍ତି । ରାଜନୀତିର ଶୀର୍ଷରେ ଥିବା ଅମିତ ଶାହ ତାଙ୍କର ଫ୍ୟୁଚର ପ୍ଲାନିଂ ବିଷୟରେ କହିଛନ୍ତି । ରାଜନୀତିରୁ ଅବସର ନେଲା ପରେ ସେ କଣ କରିବେ ସେ ନେଇ ଦେଶବାସୀଙ୍କୁ ସୂଚନା ଦେଇଛନ୍ତି ଅମିତ ଶାହ।

ଚାଷ କରିବେ,ଧର୍ମଗ୍ରନ୍ଥ ପଢିବେ
ଅନେକ ସମୟରେ ରାଜନେତାଙ୍କୁ ରାଜନୀତିରୁ ଅବସର ନେବାକୁ ପଡ଼ିଥାଏ । ଅବସର ନେଲାପରେ ଯଦିଓ ଦଳଗତ ସମ୍ପୃକ୍ତି ଓ ଲୋକସମ୍ପର୍କ ରୁହେ ତଥାପି ରାଜନୀତି ଭିନ୍ନ ଅନ୍ୟ କିଛି କାମରେ ମନୋନିବେଶ କରନ୍ତି। ରାଜନୀତିରୁ ଅବସର ନେବା ପରେ ଅମିତ ଶାହ ଆଧ୍ୟାତ୍ମିକତା ଓ ପ୍ରକୃତିର ଉପାସନା କରିବା ନେଇ ସ୍ପଷ୍ଟ କରିଛନ୍ତି । ରାଜନୈତିକ ଜୀବନରୁ ଅବସର ନେବା ପରେ ବେଦ, ଉପନିଷଦ ପାଠ କରିବା ସହ ପ୍ରାକୃତିକ ଉପାୟରେ ଚାଷ କାର୍ଯ୍ୟ କରିବା ପାଇଁ ଇଚ୍ଛା ରଖିଥିବା କହିଛନ୍ତି ।
ରାଜସ୍ଥାନ, ଗୁଜରାଟ ଓ ମଧ୍ୟପ୍ରଦେଶର ମହିଳା ଓ କର୍ମୀମାନଙ୍କ ସହ ଆଲୋଚନା କରିବା ସମୟରେ ଶାହ କହିଛନ୍ତି ଯେ, ରାଜନୀତିରୁ ଅବସର ପରେ ମୁଁ ସେ  ବାକି ଜୀବନ ବେଦ, ଉପନିଷଦ ଓ ପ୍ରାକୃତିକ ଚାଷ କରି ବିତାଇବେ । ଯଦିଓ ସେ କିଭଳି ତାଙ୍କ ଜୀବନ ବିତାଇବେ ସେ ବିଷୟରେ ବିସ୍ତୃତ ଭାବେ କହିନାହାନ୍ତି । କିନ୍ତୁ ଚାଷ କାର୍ଯ୍ୟ ପ୍ରତି ତାଙ୍କର ଇଚ୍ଛା ପ୍ରକାଶ କରିଛନ୍ତି ।
“ମୁଁ ମୋ ନିଜ ଫାର୍ମରେ ପ୍ରାକୃତିକ ଚାଷ କରୁଛି ଏବଂ ଦେଢ ଗୁଣା ଅଧିକ ଅମଳ ହେଉଛି । ପ୍ରାକୃତିକ ଚାଷ କରିବା ଦ୍ୱାରା ବର୍ଷା ହେଲେ ମାଟି ବର୍ଷା ପାଣିକୁ ଟାଣିନିଏ । କିନ୍ତୁ ରାସାୟନିକ ଚାଷ କରିବା ଦ୍ୱାରା ମାଟି ବର୍ଷା ଜଳକୁ ଶୋଷଣ କରି ପାରେ ନାହିଁ । ଜିଆ ବା କୀଟମାନେ ମାଟିରେ ପ୍ରାକୃତିକ ସାର ଉତ୍ପାଦନ କରନ୍ତି । କିନ୍ତୁ ରସାୟନ ଜିଆକୁ ମାରି ଦିଏ ଓ ମାଟିର ପ୍ରାକୃତିକ ସାରକୁ ନଷ୍ଟ କରି ଦିଏ” ବୋଲି କହିଛନ୍ତି ଶାହ ।

ଅମିତ ଶାହଙ୍କ ରାଜନୈତିକ ଜୀବନ

  • ଅମିତ ଶାହ RSS ସ‌ଂଘ ସ‌ହ ତାଙ୍କ ରାଜନୈତିକ ଯାତ୍ରା ଆରମ୍ଭ 
    1980ରେ ଅବିବାହିତ ଅବସ୍ଥାରେ ABVPରେ ଯୋଗଦାନ
  • 1987 ମସିହାରେ BJPରେ ସ‌କ୍ରିୟ ଭାବେ ଯୋଗଦାନ
  • ଗୁଜରାଟରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ତିନି ଥର ଗୁଜରାଟର ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି
    ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ମୋଦୀଙ୍କ ଶାସନ ସମୟରେ ଶାହ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି
     ନରେନ୍ଦ୍ର ମୋଦୀ  ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ହେବା ପରେ, ଅମିତ ଶାହ BJPର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି
    ତାଙ୍କ ନେତୃତ୍ୱରେ BJP ବହୁତ ରାଜ୍ୟରେ ବିଜୟ ହାସଲ କରିବା ସହ  2019ରେ ଲୋକସଭା ନିର୍ବାଚନରେ ବିପୁଳ ବିଜୟ ଲାଭ କରିଛି
    • 2019 ମସିହାରେ ମୋଦୀ ସରକାର ଦ୍ୱିତୀୟ ଅବଧି ପାଇଁ ଶାସନ ଆରମ୍ଭ କରିଲାପରେ, ଅମିତ ଶାହକୁ ଗୃହମନ୍ତ୍ରୀ ଅଛନ୍ତି 
    • ଧାରା 370 ବିଲୋପ, CAA ପାସ୍, ଏବଂ ନାଗରିକ ପଞ୍ଜିକରଣ (NRC) ପ୍ରଭୃତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ତାଙ୍କ ଗରୁତ୍ୱପୂର୍ଣ୍ଣ ଭୂମିକା ରହିଛି
Visited 8 times, 1 visit(s) today
Share this post

Leave A Comment

Your email address will not be published. Required fields are marked *