କେମିତି ୱେଟରରୁ ହିରୋ ହେଲେ ଅକ୍ଷୟ

ୱେଟରରୁ ସୁପରଷ୍ଟାର। ଜୀବନ ବଦଳାଇଦେଲା ବ୍ୟାଙ୍କକ। ପାଠରେ ପଛୁଆ ଥିବା ବ୍ୟକ୍ତି ଜଣଙ୍କ ପାଲଟିଗଲେ ଆଗଧାଡ଼ିର ନାୟକ । ୟେ କାହାଣୀ ହେଉଛି ବଲିଉଡ଼୍ ସୁପରଷ୍ଟାର ଅକ୍ଷୟ କୁମାରଙ୍କର।  ଯିଏ କେବଳ ନିଜ ଜୀବିକା ବଦଳାଇନାହାନ୍ତି ବରଂ ନାଁ ରେ ବି ଆଣିଛନ୍ତି ପରିବର୍ତ୍ତନ । ଅକ୍ଷୟ କୁମାରଙ୍କ ପ୍ରକୃତ ନାଁ ଥିଲା ରାଜୀବହରିଓମ ଭାଟିଆ। ଗୋଟାଏ ଫିଲ୍ମରେ ଅକ୍ଷୟ ଚରିତ୍ରରେ ଅଭିନୟ କଲାପରେ ସେ ତାଙ୍କର ନାଁ ଚେଞ୍ଜ କରିଥିଲେ ତେବେ ଦିଲ୍ଲୀର    ଚାନ୍ଦିନୀଚୌକ ଗଳିରୁ ଆସିଥିବା ରାଜୀବ  ଅକ୍ଷୟ ପାଲଟିବାକୁ କିଛି କମ୍ ସମୟ ଲାଗି ନଥିଲ ଏଥିପାଇଁ ତାଙ୍କୁ କିଛି କମ ସଙ୍ଘର୍ଷ କରିବାକୁ ପଡ଼ିନି। ହୋଟେଲରେ ୱେଟର ଭଳି କଷ୍ଟକର କଷ୍ଟକର କାମ କରିଛନ୍ତି ଅକ୍ଷୟ।

ଅକ୍ଷୟ କୁମାରଙ୍କର ଛୋଟ ବେଳୁ ମାର୍ସାଲ୍ ଆର୍ଟ ପ୍ରତି ଆଗ୍ରହ ଥିଲା। ପାଠ ଭଲ ନ ହେବାରୁ ସେ ଏ ଦିଗରେ ମନ ଦେଲେ। ବ୍ୟାଙ୍କକ୍ ଯାଇ ମାର୍ସାଲ୍ ଆର୍ଟ ଶିଖିବା ସହ କିଛି ଦିନ ପରେ ପିଲାଙ୍କ ପାଇଁ ଟ୍ରେନିଂ ସେଣ୍ଟର କଲେ । ମାସକୁ 5 ହଜାର ରୋଜଗାର କରୁଥିବା ଅକ୍ଷୟଙ୍କ ଭାଗ୍ୟ ବଦଳିଗଲା । ଟ୍ରେନିଂ ନେଉଥିବା ଜଣେ ପିଲାର ବାପା ତାଙ୍କୁ ମଡେଲିଂ କରିବାକୁ ପରାମର୍ଶ ଦେଲେ। ତାଙ୍କ କଥାରେ ମଡେଲିଂ କରିଥିଲେ ଅକ୍ଷୟ। ମାସକୁ ପାଞ୍ଚ ହଜାର ଟଙ୍କା ଇନକମ୍ କରୁଥିବା ଅକ୍ଷୟ ଦି ଘଣ୍ଟାକୁ 21 ହଜାର ଟଙ୍କା ହାସଲ କରିଥିଲେ। ମଡେଲିଂ କଲାପରେ ଅକ୍ଷୟ କୁମାର ମଡେଲିଂ କୁ ହିଁ ତାଙ୍କର ପେଶାରେ ପରିଣତ କରିଦେଇଥିଲେ । ଥରେ ମଡେଲିଂ ପାଇଁ ବାହାରକୁ ଯିବାକୁ ଥିବା ସମୟରେ ଠିକ୍ ଟଟାଇମରେ ପହଞ୍ଚି ନ ପାରିବାରୁ ସେ ପ୍ରୋଜେକ୍ଟ ତାଙ୍କ ହାତରୁ ଖସି ଯାଇଥିଲା। ମଡେଲିଂର ଆସାଇନମେଣ୍ଟ କରି ପାରିନଥିଲେ ଅକ୍ଷୟ।  ଆଉ ଏହି ସମୟରେ ହିଁ ତାଙ୍କୁ ଫିଲ୍ମର ଅଫର ମିଳିଥିଲା। 1991ରେ “ସୌଗନ୍ଧ” ଫିଲ୍ମରେ ନଜର ଆସିଥିଲେ ଅକ୍ଷୟ । 1992ରେ ରିଲିଜ ହୋଇଥିବା ଖିଲାଡି ତାଙ୍କ ଲାଇଫର ଟର୍ଣ୍ଣିଂ ପଏଣ୍ଟ ସାଜିଥିଲା

ଆକ୍ସନ୍ ସାଙ୍ଗକୁ  ସିକ୍ୱେନ୍ସ, ଫିଟନେସ୍ ଓ ଡେଡିକେସନ୍‌ରେ ସେ ଲୋକଙ୍କ ମନ ଜିତିଥିଲେ। ଏହାପରେ ଗୋଟାଏ ପରେ ଗୋଟାଏ ହିଟ୍ ମୁଭିରେ ଲିଡ ରୋଲରେ ନଜର ଆସିଛନ୍ତି ଅକ୍ଷୟ କୁମାର । ସେଦିନ ୱେଟର ଭାବେ କାମ କରୁଥିବା ଅକ୍ଷୟ ଏବେ ବଲିଉଡର ସୁପରଷ୍ଟାର।

Visited 1 times, 1 visit(s) today
Share this post

Leave A Comment

Your email address will not be published. Required fields are marked *