ପ୍ରତିଶୋଧ ନେବ ତ ଭାରତ!

ପ୍ରତିଶୋଧ ନେବ କି ଟିମ୍ ଇଣ୍ଡିଆ । ପରାଜୟର ଉତ୍ତର ଫେରାଇବାକୁ ପ୍ରସ୍ତୁତ ତ ଇଣ୍ଡିଆ ଟିମ୍ ।ବାରବାଟିର ମହାଲଢେଇରେ କିଏ ମାରିବ ବାଜିମାତ୍ ।କଟକର ବାରବାଟୀ ଷ୍ଟାଡିୟମରେ ପୂର୍ବରୁ ଖେଳାଯାଇଛି 3 ଟି ଟି ଟ୍ୱେଣ୍ଟି ମ୍ୟାଚ୍ । ଯେଉଁଥିରୁ କାଉଥ୍ ଆଫ୍ରିକା ସହ ଦୁଇଟି ମ୍ୟାଚ୍ ଖେଳିଛି ଟିମ୍ ଇଣ୍ଡିଆ । 2015 ଏବଂ 2022ରେ ସାଉଥ୍ ଆଫ୍ରିକା ସହ ମ୍ୟାଚ୍ ଖେଳିଥିଲା ବେଳେ 2017 ରେ ବାରବାଟିରେ ଶ୍ରୀଲଙ୍କାକୁ ସାମ୍ନା କରିଥିଲା ଟିମ୍ ଇଣ୍ଡିଆ । 2017ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା ବେଳେ ବାକି ଦୁଇଟି ମ୍ୟାଚରେ ରହିଥଇଲା ବିଦେଶି ଦଳର ଦବଦବା ଉଭୟ 2015 ଏବଂ 2022ରେ ସାଉଥ୍ ଆଫ୍ରିକାଠାରୁ ପଛରେ ରହିଥଇଲା ଭାରତ । ଉଭୟ ମ୍ୟାଚରେ ବିଜୟ ହାସଲ କରିଥିଲା ସାଉଥ ଆଫ୍ରିକା । ଯାହାର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ଇଣ୍ଡିଆ ଟିମ୍ ।

ସାଉଥ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ‘କ୍ଲିନ୍ ସୁଇପ୍’ର ସାମ୍ନା କରିବା ପରେ ଭାରତୀୟ ଦଳ ଦିନିକିଆ ସିରିଜରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି ଏବଂ ବିଦେଶି ଦଳକୁ ୨-୧ରେ ପରାସ୍ତ କରି ସିରିଜ୍ କବଜା କରିଛି । ପୁରା ଭାରତର ନଜର ଏବେ ବାରବାଟୀ ଷ୍ଟାଡିୟମ ଉପରେ । ପରାଜୟର ପ୍ରତିଶୋଧକୁ ଅପେକ୍ଷା କରିଛି ଇଣ୍ଡିଆ।  ସାଉଥ ଆଫ୍ରିକା ସହ ୨୦୧୫ରେ ଏଠାରେ ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା, ଯାହାକୁ ୬ ୱିକେଟରେ ଜିତିଥିଲା ସାଉଥ ଆଫ୍ରିକା। ୨୦୨୨ରେ ଉଭୟ ଦଳ ମଧ୍ୟରେ ହୋଇଥିବା ଅନ୍ୟ ଏକ ମ୍ୟାଚରେ ମଧ୍ୟ ଦକ୍ଷିଣ ଆଫ୍ରିକା ଭାରତକୁ ୪ ୱିକେଟରେ ପରାସ୍ତ କରିଥିଲା । ଭାରତ ଏଠାରେ ଏକମାତ୍ର ଟି-୨୦ ମ୍ୟାଚ୍ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ଜିତିଥିଲା । ଏହି ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୯୩ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରିଥିଲା ।
ବାରବାଟୀ ଟି-20 ପାଇଁ ଫ୍ୟାନ୍ସମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ। ଅଭିଷେକ ଶର୍ମା ,ଶୁବମନ ଗିଲ୍, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜଲଓ୍ୱା ମଧ୍ୟ ଦେଖିବାକୁ ମିଳିପାରେ । ଗୋଟିଏ ପଟେ ବାରବାଟୀରେ ଦକ୍ଷିଣ ଆଫ୍ରିକା 2ଟି ଯାକ ଟି-20ରେ ବିଜୟୀ ହୋଇ ନିଜ ଦବଦବା ରଖିଥିବା ବେଳେ ଭାରତ ଏହି ମ୍ୟାଚରେ ବିଜୟୀ ହୋଇ ବଦଲା ନେବାକୁ ଚେଷ୍ଟା କରିବ ବୋଲି ଚର୍ଚ୍ଚା । 

Visited 4 times, 1 visit(s) today
Share this post

Leave A Comment

Your email address will not be published. Required fields are marked *