ସୁନା ଭରି, ଲକ୍ଷେ ପାର! କାହିଁକି ବଢୁଛି ସୁନା ଦର

ହୁ ହୁ ହୋଇ ସୁନାଦର ବଢୁଛି। ବାଇଶି କ୍ୟାରେଟ୍ ସୁନା ଲକ୍ଷେ ଟପିଲାଣି। ସାଧାରଣ ଲୋକଙ୍କ ପାଇଁ ସୁନା କିଣିବା ଏବେ ଅସମ୍ଭବ ହେଇଗଲାଣି।ବାହାଘର, ପୂଜାପର୍ବ ସବୁଥିରେ ସୁନା ଦରକାର ପଡ଼ୁଥିଲା ବେଳେ ଆକାଶଛୁଆଁ ଦର ଯୋଗୁଁ ସୁନା କିଣିବା ସହଜ ହେଉନି। ଆଗକୁ ଦୂର୍ଗାପୂଜା, ଲକ୍ଷ୍ମୀପୂଜା, ଧନତେରସ୍ ଆଦି ପର୍ବ ଆସୁଥିଲା ବେଳେ ସୁନାର ଦାମ୍ ଦେଖିଲେ ଲୋକଙ୍କ ମୁଣ୍ଡ ବିନ୍ଧା ହେଉଛି। ସମସ୍ତଙ୍କ ମନରେ ଗୋଟାଏ ପ୍ରଶ୍ନ କହିଁକି ବଢୁଛି ସୁନା ଦର? କାହିଁକି ଦିନକୁ ଦିନ ସୁନାର ଦର ବଢିବଢି ଏତେ ଟଙ୍କାରେ ପହଞ୍ଚିଛି? ୨୨ କ୍ୟାରେଟ୍‌ ସୁନା ଦର ୧୦ ଗାମ୍‌ ପିଛା ୧ ଲକ୍ଷ ଟଙ୍କା ଟପି , ୦୧,୧୦୦ ଟଙ୍କାରେ ପହଞ୍ଚିଛି। ଏଇ କିଛି ଦିନ ହେବ ଦିନକୁ ପାଖାପାଖି ସୁନା ଦରରେ ୧୨୫୦ ଟଙ୍କା ବୃଦ୍ଧି ଘଟିଛି। ଗଢ଼ା ମଜୁରୀ ଏବଂ ଜିଏସ୍‌ଟିକୁ ମିଶାଇଲେ ଗ୍ରାହକଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ୁଛି।

ସୁନାର ରେଟ ଚାଟ୍ କହୁଛି ସେପ୍ଟେମ୍ବର ୪ ତାରିଖରେ ୨୨ କ୍ୟାରେଟ୍‌ ସୁନାର ଦାମ୍ ୧୦ ଗ୍ରାମ୍‌ ପିଛା ୧୦୦ ଟଙ୍କା କମିଥିଲା। ଏହାକୁ ଛାଡ଼ିଦେଲେ ଅନ୍ୟ ଦିନଗୁଡ଼ିକରେ ସୁନା ରେଟ୍ ବଢ଼ିଛି। ସେପ୍ଟେମ୍ବର ମାସର ପ୍ରଥମ ୯ ଦିନରେ ସୁନା ଦର ଭୁବନେଶ୍ୱରରେ ପ୍ରାୟ ୫୦୦୦ ଟଙ୍କା ମହଙ୍ଗା ହୋଇଛି। ୧୦ ତାରିଖରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୧୩୬୦ ଟଙ୍କା ବଢି  ୧,୦୮,୯୩୦ ଟଙ୍କାରେ ପହଞ୍ଚିଛି। ପ୍ରତିଶତ ହିସାବରେ ଦେଖିଲେ ସେପ୍ଟେମ୍ବର ମାସର ପ୍ରଥମ ୯ ଦିନରେ ସୁନା ଦର ୪.୧୭ ପ୍ରତିଶତ ବଢ଼ିଛି।
ରୁଷ୍‌-ୟୁକ୍ରେନ ଯୁଦ୍ଧ, ଟ୍ରମ୍ପଙ୍କ ଟାରିଫ୍ ଆଦି ସୁନାର ରେଟ୍ ବଢେଇବାରେ ସହାୟକ ହେଉଛି । ଇଣ୍ଟରନ୍ୟାସନାଲ ମାର୍କେଟରେ ରେଟ୍ ବଢୁଥିବାରୁ ଆଞ୍ଚଳିକ ବଜାରରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି। ସୁନା ରେଟ୍ ବଢିବାର ଅନ୍ୟତମ କାରଣ ହେଉଛି ଗୋଲ୍ଡ ଇନଭେଷ୍ଟମେଣ୍ଟ। ଏ କ୍ଷେତ୍ରରେ ନିବେଶକୁ ନିବେଶକମାନେ ଅଧିକ ସୁରକ୍ଷିତ ମନେ କରୁଛନ୍ତି। ଫଳରେ ବଜାରରେ ସୁନାର ଚାହିଦା ବଢୁଛି। ଏହି ବଢୁଥିବା ଚାହିଦା ମଧ୍ୟ ରେଟ୍ ବଢିବାରେ କାରଣ ପାଲଟୁଛି । ଫଳରେ ସୁନା ଦର ଆକାଶଛୁଆଁ ହେଉଛି ।

Visited 3 times, 1 visit(s) today
Share this post

Leave A Comment

Your email address will not be published. Required fields are marked *