ମନ୍ଦିର ହୁଣ୍ଡିରୁ ଗୋଟେ କୋଟି, ବର୍ଷକୁ ଭକ୍ତ ଦେଉଛନ୍ତି ୪ କୋଟି ଟଙ୍କା

ମନ୍ଦିର ସହିତ ଅର୍ଥନୀତିର ରହିଛି ଗଭୀର ସଂପର୍କ । ବିଶ୍ୱାସରେ ଭଗବାନଙ୍କୁ ଭକ୍ତଟିଏ ଅର୍ପଣ କରୁଥିବା ଧନ-ସଂପତ୍ତିରେ କେବଳ ମନ୍ଦିରର ବିକାଶ ହୁଏନାହିଁ, ଅଞ୍ଚଳର ହେଉଛି ସାମଗ୍ରିକ ବିକାଶ। ସରକାରଙ୍କ ନିୟନ୍ତ୍ରଣରେ ରହୁଥିବା ବିଭିନ୍ନ ମନ୍ଦିରର ଆୟରୁ କେବଳ ହିନ୍ଦୁଙ୍କର ନୁହେଁ, ଅନ୍ୟ ଧର୍ମର ଲୋକମାନଙ୍କର ହେଉଛି ବିକାଶ।  ରାୟଗଡ଼ାର ମା‘ ମଝିଘରିଆଣୀ ମନ୍ଦିର ଭକ୍ତଙ୍କ ଆସ୍ଥା ଓ ସମର୍ପଣ ସାଙ୍ଗକୁ ଟେମ୍ପଲ୍ ଇକୋନୋମୀର ବଳିଷ୍ଠ ପ୍ରମାଣ।

ରାୟଗଡ଼ା ସହର ଉପକଣ୍ଠରେ ବୋହି ଯାଉଥିବା ନାଗାବଳୀ ନଦୀ କୂଳରେ ପୂଜା ପାଉଛନ୍ତି ମା ମଝିଘରିଆଣୀ । ସେହି ମନ୍ଦିର ଦାନହୁଣ୍ଡିରୁ ମିଳିଛି ୧ କୋଟି ୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା ସହିତ ୩୮ ଗ୍ରାମ ସୁନା ଏବଂ ୨୫୦୫ ଗ୍ରାମ ରୂପା। ଇୟ ଏମିତି ଏକ ମନ୍ଦିର, ଯୋଉଠି କେବଳ ଓଡ଼ିଶାର ଭକ୍ତ ନୁହେଁ, ବରଂ ବିଦେଶୀ ଭକ୍ତଙ୍କର ମଧ୍ୟ ଭିଡ଼ ଜମୁଛି । ହୁଣ୍ଡିରୁ ମିଳିଛି ୫ଟି ଦେଶର ୧୨ ଟି ବିଦେଶୀ ନୋଟ୍ ।ପୂର୍ବରୁ ଗତ ଜାନୁୟାରୀ ୨୭ରେ ହୁଣ୍ଡିରୁ ୯୪ ଲକ୍ଷ ୪୯ ହଜାର ୫୪ ଟଙ୍କା ସହିତ ୯୩ ଗ୍ରାମ ସୁନା୨୧୭୦ ଗ୍ରାମ ରୂପା ବାହାରିଥିଲା। ୧୨ ଟି ବିଦେଶୀ ନୋଟ୍ ମଧ୍ୟ ବାହାରିଥିଲା। ଏ ହିସାବ ଦୃଷ୍ଟିରୁ ଦେଖିବାକୁ ଗଲେ ମନ୍ଦିରର ବାର୍ଷିକ ଆୟ ପାଖାପାଖି ୪ କୋଟି ଛୁଇଁଛି । ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ୨ କୋଟି  ୧୫ ଲକ୍ଷରୁ ଅଧିକ ଟଙ୍କା ଆଦାୟ ହୋଇଥିଲା ବେଳେ ଆହୁରି ଅଧା ସମୟ ବାକି ଅଛି। ବର୍ଷକୁ ୩ରୁ ୪ ଥର ହୁଣ୍ଡି ଖୋଲାଯାଇ ଗଣତି ହୁଏ। ହୁଣ୍ଡି ଟଙ୍କା ବ୍ୟାଙ୍କରେ ଜମା ହେଉଛି । ଆଉ ସୁନା ଓ ରୂପା ଜିଲ୍ଲା ଟ୍ରେଜେରୀରେ ରଖାଯାଉଛି ।
ଏ ଟଙ୍କା ମନ୍ଦିରର ବିକାଶ ସାଙ୍ଗକୁ ଆଞ୍ଚଳିକ ସମୃଦ୍ଧିରେ ମଧ୍ୟ ସହାୟକ ହେଉଛି ।

Visited 1 times, 1 visit(s) today
Share this post

Leave A Comment

Your email address will not be published. Required fields are marked *