ଅମାନିଆ OAS ସଙ୍ଘ, ସୁପ୍ରିମକୋର୍ଟଙ୍କ ରାୟକୁ ଅସମ୍ମାନ କରି ଧର୍ମଘଟ

  • ସୁପ୍ରିମକୋର୍ଟକୁ ମାନୁ ନାହାନ୍ତି ଓଡ଼ିଶାର Oas ସଙ୍ଘ
  • ସୁପ୍ରିମକୋର୍ଟର 22 ବର୍ଷ ପୂର୍ବର ନିଷ୍ପତ୍ତିକୁ ଫୁ କରି ଉଡ଼େଇଦେଲେ Oas ସଙ୍ଘ
  • 2003 ଅଗଷ୍ଟ 6 ର ରାୟକୁ ବେଖାତିର କରୁଛନ୍ତି ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ।
  • ସରକାରୀ କର୍ମଚାରୀ ଧର୍ମଘଟ କରିବାର ଅଧିକାର ନାହିଁ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରିଛନ୍ତି ଓଡ଼ିଶାର ଅଫିସର

ଟି.କେ.ରଙ୍ଗରାଜନ ବନାମ ତାମିଲନାଡ଼ୁ ସରକାର ମାମଲାର ବିଚାର କରି ଜଷ୍ଟିସ୍ ଏମ ବି ଶାହ ଏବଂ ଏ ଆର ଲକ୍ଷ୍ମଣ ଗୁରୁତ୍ତ୍ୱପୁର୍ଣ୍ଣ ରାୟ ପ୍ରଦାନ କରିଥିଲେ । ସମ୍ବିଧାନ ବ୍ୟାଖ୍ୟା କରି ସରକାରୀ କର୍ମଚାରୀଙ୍କ ଆନ୍ଦୋଳନକୁ ରେଡ ସିଗନାଲ ଦେଇଥିଲେ ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ତ୍ୱପୁର୍ଣ୍ଣ ନ୍ୟାୟରେ କହିଥିଲେ ଯେ ଭାରତର ସମସ୍ତ କର୍ମଚାରୀଙ୍କ ପରି ରାଜ୍ୟର ପ୍ରଶାସନିକ ଅଧିକାରୀ ମାନଙ୍କର, ଧର୍ମଘଟ କରିବାର ମୌଳିକ କିମ୍ବା ଆଇନଗତ ଅଧିକାର ନାହିଁ । ସରକାରୀ କର୍ମଚାରୀ ମାନେ ଅଭିଯୋଗ ଉପସ୍ଥାପନ କରିବା ପାଇଁ ଧର୍ମଘଟ କରି ପାରିବେ ନାହିଁଧର୍ମଘଟ ସାର୍ବଜନୀନ ସେବାରେ ବାଧା ସୃଷ୍ଟି କରେ ଯାହାକି  ସରକାରୀ ଅଧିକାରୀଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ସହିତ ଅସଙ୍ଗତ ।

ମାତ୍ର ସୁପ୍ରିମକୋର୍ଟର ଏ ନିଷ୍ପତ୍ତି ବିରୁଦ୍ଧରେ ଯାଇଛନ୍ତି  ରାଜ୍ୟର oas ଏବଂ ors ଅଫିସର । ଏପରିକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତିଶ୍ରୁତିକୁ ମଧ୍ୟ କର୍ଣ୍ଣପାତ କରୁ ନାହାନ୍ତି। ଭୁବନେଶ୍ୱର ମହାନଗର ନିଗମ ଅଫିସରେ BMCର ଅତିରିକ୍ତ କମିଶନର ରତିକାନ୍ତ ସାହୁଙ୍କୁ ମାଡ଼ ମାରିବା  ଘଟଣାକୁ ନେଇ ତେଜୁଛି ରାଜନୀତି। ସମୁହ ଛୁଟିରେ ଅଛନ୍ତି ପ୍ରଶାସନିକ ଅଧିକାରୀ । ବ୍ଲକ ଏବଂ ତହସିଲ ଅଫିସ ଛାଡ଼ି ଛୁଟିରେ ସରକାରୀ ବାବୁ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ଆସ୍ୟୁରାନ୍ସ ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀଙ୍କ ଅନୁରୋଧ ପରେ ବି କାର୍ଯ୍ୟରେ ଯୋଗ ଦେବା ନାଁ ଧରୁ ନାହାନ୍ତି । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା  ପରିଚାଳନା ସାଙ୍ଗକୁ ସମ୍ଭାବ୍ୟ ବର୍ଷା ବାତ୍ୟାର ମୁକାବିଲା ପାଇଁ ରେଡି ହେବା ପରିବର୍ତ୍ତେ ଛୁଟି ମୁହାଁ ସରକାରୀ ଅଫିସର । ଆକ୍ରମଣକାରୀଙ୍କୁ ପୋଲିସ୍ ଆରେଷ୍ଟ କଲା ପରେ ବି ୟାଙ୍କ ହୁକୁମ୍ ସରୁନି । ଯଦିଓ BMCର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ ଘଟଣାରେ BJP ମଧ୍ୟ ଆକ୍ସନ ନେଇଛି  ।      
                                     ମାମଲାରେ ସମ୍ପୃକ୍ତ କର୍ପୋରେଟର ଅପରୂପ ନାରାୟଣ ରାଉତ, ସଚିକାନ୍ତ ସ୍ୱାଇଁ, ସଞ୍ଜୀବ ମିଶ୍ର, ରଶ୍ମି ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ପାର୍ଟି ପ୍ରେସିଡେଣ୍ଟ ମନମୋହନ ସାମଲ  ସସ୍ପେଣ୍ଡ ମଧ୍ୟ କରି ସାରିଛନ୍ତି । ତଥାପି ବାବୁଙ୍କ ମନ ବୁଝୁନି । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ଦାବିରେ ଅଡି ବସିଛି ସଙ୍ଘ । ଯିଏ କି ସେଦିନ ଘଟଣା ସ୍ଥଳରେ ଉପସ୍ଥିତ ହିଁ ନଥିଲେ । ଏପରିକି ଏ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ  ରାଜ୍ୟବ୍ୟାପୀ OAS ଅଫିସର ଛୁଟିରେ ରହିବେ ବୋଲି ଚେତାବନୀ ବି ଦେଇଛନ୍ତି । ଆଉ ଏ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି ବିଜୁ ଜନତା ଦଳର ସରକାରରେ ପାୱାରଫୁଲ ହେଇଥିବା କିଛି ଅଫିସର। ପାୱାର ପ୍ରାକ୍ଟିସରେ ଏମାନେ ଏତେ ବିହ୍ୱଳ ଯେ ନା ସରକାରଙ୍କ କଥା ଶୁଣୁଛନ୍ତି ନା ସୁପ୍ରିମକୋର୍ଟର ନିର୍ଦ୍ଦେଶ ମାନୁଛନ୍ତି ।
                    6 ଅଗଷ୍ଟ 2003ର ରାୟକୁ ଖୋଲାଖୋଲି ଅମାନ୍ୟ କରୁଛନ୍ତି  ଓଏସ୍ ସଙ୍ଘତେବେ ଅଭିଯୁକ୍ତ ଗିରଫ ହେଇ ସାରିଲା ପରେ ବି ପଲିଟିକାଲ ଇଣ୍ଟେନସନ୍ ରଖି କାମବନ୍ଦ କରିବା ଓ ଶେଷରେ ଆଇନର ବିରୁଦ୍ଧରେ ଯାଇ ଛୁଟିରେ ରହିବା ଠିକ୍ ଉପାୟ ତ? ନା ବିଜୁ ଜନତା ଦଳର ପଲିଟିକାଲ ପ୍ରଫିଟ୍ ପାଇଁ ସୁପ୍ରିକୋର୍ଟକୁ ବି  ଏ ବାବୁ ମାନଙ୍କ ଚ୍ୟାଲେଞ୍ଜ?

Visited 2 times, 2 visit(s) today
Share this post

Leave A Comment

Your email address will not be published. Required fields are marked *