ଭାରତୀୟ ରାଜନୀତି ଏବଂ ଅର୍ଥନୀତିରେ ନବେ ଦଶକ ଆଣିଥିଲା ପରିବର୍ତ୍ତନର ସମୟ। ଗୋଟାଏ ପଟେ ଅର୍ଥନୈତିକ ଅସ୍ଥିରତା ଲାଗି ରହିଥିଲା ବେଳେ ଅନ୍ୟ ପଟେ ରାଜନୀତିର ପଶାପାଲିରେ ଗୋଟି ଚାଳନାକୁ ନେଇ ଚକିତ ହେଉଥିଲେ ଦେଶବାସୀ । ସମୟ ଏମିତି ଥିଲା ଯେ କ୍ଷମତାକୁ କେନ୍ଦ୍ରୀଭୁତ କରି ରଖିବା ସହଜ ହୋଇ ନଥିଲା। ଜଣଙ୍କ ପାଖରୁ ଅନ୍ୟ ଜଣଙ୍କ ପାଖକୁ ହସ୍ତାନ୍ତର ହେଉଥିଲା କ୍ଷମତା । ପ୍ରଧାନମନ୍ତ୍ରୀ ଭଳି ପ୍ରମୁଖ ଆସନକୁ ନେଇ ଲାଗି ରହିଥିଲା ଅସ୍ଥିରତା। ଦେଶରେ ଏମିତି ବି ହେଉଥିଲା ଯେ କାହାର ଚୌକି କେତେବେଳେ ଚାଲିଯାଉଥିଲା ତାକୁ ନେଇ କୌଣସି ଅନୁମାନ ବି ନଥିଲା । ସମୟ ଏମିତି ଥିଲା ଯେ ଯଦି କୌଣସି ସମର୍ଥକ ସମର୍ଥନ ପ୍ରତ୍ୟାହାର କରୁଥିଲେ ତ ପ୍ରଧାନମନ୍ତ୍ରୀଙ୍କ ଆସନ ଟଳମଳ ହେଉଥିଲା । 1990 ଦଶକରେ ଏମିତି ବି ହୋଇଥିଲା ଯେତେବେଳେ ଗୋଟାଏ ବର୍ଷରେ 4 ପ୍ରଧାନ ମନ୍ତ୍ରୀ ଦେଖିଥିଲା ଭାରତ । ଅଚାନକେ ହଟୁଥିଲେ ରେସରୁ ପ୍ରଧାନମନ୍ତ୍ରୀ । ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ ହେବା ତ ଦୂରର କଥା ଗୋଟାଏ ବର୍ଷ ପୁରଣ କରିବାକୁ ବି ସମର୍ଥ ହୋଇ ନଥିଲେ ନେତା ।

1996ରେ ଏ କାହାଣୀ ଆରମ୍ଭ ହୁଏ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କଠାରୁ । 1991 ଜୁନ୍ 21 ରେ ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ ପି.ଭି ନରସିଂହ ରାଓ। କଂଗ୍ରେସର ପ୍ରଚାର ଅପେକ୍ଷା ଦଳକୁ ଭଲ ରେଜଲ୍ଟ ଦେଇଥିଲା ରାଜୀବ ଗାନ୍ଧିଙ୍କ ମୃତ୍ୟୁ ପରର ସମ୍ବେଦନଶିଳତା। ସିମ୍ପାଥି ଭୋଟକୁ ଆଧାର କରି ଜିତିଥିଲେ ନରସିଂହ ରାଓ। ଶପଥ ଗ୍ରହଣଠାରୁ 4 ବର୍ଷ ଯାଏ ସୁରୁଖୁରୁରେ ଚାଲିଥିବା ଶାସନ ପରେ ଶେଷ ସମୟରେ ହିଁ ସୃଷ୍ଟି ହୋଇଥିଲା ଅସ୍ଥିରତା । 1995ରୁ ତାଙ୍କ କ୍ରେଡିଟ କମିବାରେ ଲାଗିଲା । ଦଳର ଅନେକ ନେତାଙ୍କୁ ନେଇ ଆସିଲା ଦୁର୍ନୀତିର ଅଭିଯୋଗ। ଏପରିକି ତାଙ୍କ କାର୍ଯ୍ୟକାଳର ଶେଷ ଦିନକୁ ଇୟର ଅଫ୍ ସ୍କାମ୍ ବି କୁହାଗଲା। ଦ ଗ୍ରେଟ ସୁଗାର ସ୍କାଣ୍ଡଲ ବି ତାଙ୍କୁ ତଳକୁ ଆଣିଥିଲା । 1996ରେ ତାଙ୍କ ନାଁ ସହ ଦାଉଦ ଇବ୍ରାହିମଙ୍କ ନାଁ ଯୋଡିହବା, ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ସୁରଜ ମଣ୍ଡଳଙ୍କୁ ଲାଞ୍ଚ ଦେବା ଘଟଣା ଆଦି ତାଙ୍କ ଇମେଜ୍ ଡାଉନ୍ କଲା। କଂଗ୍ରେସ ପ୍ରତି ଲୋକଙ୍କ ବିଶ୍ୱାସ ତୁଟିବାକୁ ଲାଗିଲା । ଦଳରୁ ଅଲଗା ହୋଇ କିଛି ନେତା ଦଳ ବି ଗଠନ କଲେ। ତା ମଧ୍ୟରୁ ଏନ୍.ଡି ତିୱାରୀ ଅଲ୍ ଇଣ୍ଡିଆ ଇନ୍ଦିରା କଂଗ୍ରେସ,ମାଧବରାଜ ସିଦ୍ଧିଆଙ୍କ ମଧ୍ୟପ୍ରଦେଶ ବିକାଶ କଂଗ୍ରେସ, G. K. Moopanar ଙ୍କ ତାମିଲ ମନିଲା କଂଗ୍ରେସ ଆଦି କଂଗ୍ରେସର ସ୍ଥିତି ଦୋହଲାଇ ଦେଲା। କାରଣ ସେତେବେଳେ ଏ ନେତାଙ୍କ ଦବଦବା କିଛି କମ୍ ନଥିଲା । 5 ବର୍ଷର କାର୍ଯ୍ୟକାଳ ପୁରଣ କରି 16 ମେ 1996ରେ ଆସନରୁ ହଟିଲେ ପି ଭି ନରସିଂହ ରାଓ। ଭି ପି ସିଂହ,ମୋରାରଜୀ ଦେଶାଇଙ୍କ ଭଳି ଅଣ ଗାନ୍ଧି ନେତା ପାଞ୍ଚ ବର୍ଷ ପାଇଁ କ୍ଷମତାରେ ରହିନଥିଲା ବେଳେ ଏ କ୍ଷେତ୍ରରେ ରେକର୍ଡ କରିଥିଲେ ପି ଭି ନରସିଂହ ରାଓ ।
ମାତ୍ର ଅପ୍ରେଲ 1996ରେ ହୋଇଥିବା ଲୋକସଭା ନିର୍ବାଚନରେ 161ଟି ଆସନ ଜିତି କଂଗ୍ରେସକୁ ପଛରେ ପକାଇ ଆଗରେ ରହିଲା ଭାରତୀୟ ଜନତା ପାର୍ଟି। 1996 ମେ 16ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଅଟଳ ବିହାରୀ ବାଜପେୟୀ। ମାତ୍ର ରାଜନୈତିକ ଅସ୍ଥିରତା ପାଇଁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଯାଇ ଫେଲ ହେଲେ ଅଟଳ। 13 ଦିନରେ ଭାଙ୍ଗିଗଲା ସରକାର। ସରକାର ଭାଙ୍ଗିଲା ପରେ ଯଦିଓ କଂଗ୍ରେସ ଉପରେ ସମସ୍ତଙ୍କ ନଜର ଥିଲା । ସେଥର କିନ୍ତୁ କ୍ଷମତାକୁ ଆସିବାକୁ ଚାହୁଁନଥିଲା କଂଗ୍ରେସ।Asom Gana Parishad, cpi,cpm Janata Dal, Samajwadi Party, Tamil Maanila Congress, Telugu Desam Party ଆଦି ତେରଟି ଦଳ ମିଶି ଗଠବନ୍ଧନ କଲେ। ଯାହା ସେ ସମୟରେ ୟୁନାଇଟେଡ ଫ୍ରଣ୍ଟ ଅଫ୍ ଇଣ୍ଡିଆ ନାଁରେ ପରିଚିତ ଥିଲା । ତାଙ୍କର ସିଟ ସଂଖ୍ୟା ଥିଲା 192। ମାତ୍ର ସରକାର ପାଇଁ ଏହା ଯଥେଷ୍ଟ ନ ହେବାରୁ କଂଗ୍ରେସ ଏହାକୁ ସରକାର ଗଢିବାରେ ସାହାଯ୍ୟ କଲା । ଭିପିସିଂହ,ଜ୍ୟୋତିବାସୁ, ଚନ୍ଦ୍ରବାବୁ ନାଇଡୁ ଆଦିଙ୍କ ନାଁ ଚର୍ଚ୍ଚା ହେଉଥିଲା ବେଳେ ଲାଲୁ ପ୍ରସାଦ ଯାଦବ ଏମିତି ଏକ ନାଁ ପ୍ରସ୍ତାବ ଦେଇଥିଲେ ଯେ ସେ କଣ୍ଣାଟକର ଚିଫ୍ ମିନିଷ୍ଟରରୁ ଆସି ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ । 1 ଜୁନ୍ 1996ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ଏଚ.ଡି ଦେବଗୌଡା। ମାତ୍ର ତାଙ୍କର ଏ ଖୁସି ବେଶୀ ଦିନ ରହି ନଥିଲା । ମାତ୍ର 10 ମାସରେ ହିଁ ଇସ୍ତଫା ଦେଇଥିଲେ ଦେବଗୌଡା । ଚୌଧୁରୀ ଚରଣ ସିଂହଙ୍କ ଦଶା ଭୋଗିଲେ ଦେବଗୌଡା । କଂଗ୍ରେସ ତାର ସମର୍ଥନ ପ୍ରତ୍ୟାହାର କରିବାରୁ ଆସନରୁ ହଟିଥିଲେ ଏହି ପ୍ରଧାନମନ୍ତ୍ରୀ। ପି ଭି ନରସିଂହ ରାଓଙ୍କ ବଦଳରେ ସିତାରାମ କେଶରୀଙ୍କୁ ଅଧ୍ୟକ୍ଷ କରି ଗେମ୍ ଷ୍ଟାର୍ଟ କରିଥିଲା କଂଗ୍ରେସ । ଗୋଟାଏ ବର୍ଷର କାର୍ଯ୍ୟକାଳ ନ ପୁରୁଣୁ କଂଗ୍ରେସର ଚାଲ ଆଗରେ ହାର ମାନିଥିଲେ ଦେବଗୌଡା । ଦେବଗୌଡାଙ୍କୁ 158 ମେମ୍ବର ସପୋର୍ଟ କରିଥିଲା ବେଳେ ତାଙ୍କ ବିରୁଦ୍ଧରେ ଭୋଟ ଦେଇଥିଲେ 292 ସାଂସଦ । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ। 21 ଏପ୍ରିଲ 1997ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ଇନ୍ଦର କୁମାର ଗୁଜୁରାଲ ।

ମାତ୍ର ଇନ୍ଦର କୁମାର ଗୁଜୁରାଲଙ୍କୁ ବି ଦେବଗୌଡାଙ୍କ ପରି ଆସନରୁ ହଟାଇଥିଲା କଂଗ୍ରେସ । 6 ମାସ ପରେ ସମର୍ଥନ ପ୍ରତ୍ୟାର କରି ପୁରୁଣା ଷ୍ଟାଇଲ ରିପିଟ୍ କରିଥିଲା କଂଗ୍ରେସ । 19 March 1998ରେ ପଦରୁ ବିଦା ହୋଇଥିଲେ ଗୁଜୁରାଲ । ଭାରତରେ ଗୋଟାଏ ବର୍ଷରେ ପ୍ରଧାନମନ୍ତ୍ରୀ ଆସନରେ ହୋଇଥିଲା ବାରମ୍ବାର ଅଦଳ ବଦଳ । ଏହିପରି ଭାବରେ 1996ରୁ 1997 ଭିତରେ ଭାରତ ଦେଖିଥିଲା 4 ଜଣ ପ୍ରଧାନମନ୍ତ୍ରୀ।