Posts tagged Atal Bihari Vajpayee

ଅଟଳ ବିହାରୀଙ୍କୁ ନେଇ ଭବିଷ୍ୟବାଣୀ ଦେଇଥିଲେ ନେହେରୁ

ଅଟଳ ବିହାରୀ ବାଜପେୟୀ, ଭାରତୀୟ ରାଜନୀତିରେ ସବୁଠୁ ନିର୍ବିବାଦୀୟ ଚେହେରା।ଯାହାଙ୍କ ଆଗରେ ବିରୋଧୀ ବି ହେଉଥିଲେ ନତମସ୍ତକଯାହାଙ୍କ ବ୍ୟବହାରରେ ନଇଁ ଯାଉଥିଲେ ବିରୋଧୀ ଆଉ ଯାହାଙ୍କ ଯୁକ୍ତି ଆଗରେ ସନ୍ଦିହାନ ହେଉଥିଲେ ବରିଷ୍ଠ ନେତୃତ୍ୱ।ସଂସଦରେ ଯାହାଙ୍କ କବିତା ଏବେବି ଲୋକପ୍ରିୟ।2ରୁ 240ର ଯାତ୍ରାରେ ଭାରତୀୟ ଜନତା ପାର୍ଟିର ପ୍ରାଣ ପ୍ରତିଷ୍ଠାତା ଅଟଳ ବିହାରୀ ବାଜପେଅୀଙ୍କ ଜନ୍ମଦିବସରେ ଜାଣନ୍ତୁ ଅନେକ ଅଜଣା କଥା ।

1924 ଡିସେମ୍ବ 25ରେ ଗ୍ୱାଲିଅରରେ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ।ଯାହାଙ୍କ ପ୍ରମୁଖ ଭୁମିକାରେ 6 ଏପ୍ରିଲ 1980ରେ ଗଠନ ହୋଇଥିଲା ଭାରତୀୟ ଜନତା ପାର୍ଟି। ପ୍ରଥମ ଲୋକସଭା ନିର୍ବାଚନରେ 229 ସିଟରେ ପ୍ରାର୍ଥୀ ଦେଇ ବିଜେପି ହାସଲ କରିଥିଲା ମାତ୍ର 2 ଟି ସିଟସେତେବେଳେ କେହି ବି ଭାବି ନଥିଲେ କି ମାତ୍ର 2 ଟି ସିଟ ଜିତିଥିବା ଦଳ ଦିନେ ଦେଶର ଶାସନଡୋରରୀ ଧରିବ। ମାତ୍ର ଏସବୁକୁ ସତ କରି ଦେଖାଇଥିଲେ ଅଟଳ। ତାଙ୍କ ପ୍ରତିବଦ୍ଧତା ପାଇଁ  ସେ ନିଜେ ତିନି ତିନି ଥର  ପ୍ରଧାନମନ୍ତ୍ରୀ ହେବା ସହ ପ୍ରଥମ ଅଣ କଂଗ୍ରେସ ନେତା ଭାବେ 5 ବର୍ଷ ପ୍ରଧାନମନ୍ତ୍ରୀ ଆସନରେ ବସିଛନ୍ତି।2019 ମସିହାରୁ କ୍ରମାଗତ ତିନିଥର ଶାସନଡୋରୀ ଧରିଛି ବିଜେପି।

ତେବେ 1942ରେ ଭାରତଛାଡ଼  ଆନ୍ଦୋଳନରେ ରାଜନୀତିକୁ ଆସିଥିଲେ ବାଜପେୟୀ। 1951ରେ ସେ ଭାରତୀୟ ଜନସଙ୍ଘରେ ଯୋଗ ଦେବା ସହ 1957ରେ ପ୍ରଥମ ଥର ପାଇଁ ଲୋକସଭାକୁ ଆସିଥିଲେ ସେ ସମୟରେ ଅଟଳଙ୍କ ବ୍ୟକ୍ତିତ୍ୱ ନେହେରୁଙ୍କୁ ଏତେ ପ୍ରଭାବିତ କରିଥିଲା ଯେ ସେ କହିଥିଲେ ଅଟଳ ଦିନେ ପ୍ରଧାନମନ୍ତ୍ରୀ ହେବେ ଆଉ ଏ କଥା ସତ ସାବ୍ୟସ୍ତ ହୋଇଥିଲା 1996ରୁ 2004 ଭିତରେ ଅଟଳ ବାଜପେୟୀ 3 ଥର ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ। କେତେବେଳ 13 ଦିନର ସରକାରତ ପୁଣି କେତେବେଳେ 13 ମାସର ସରକାର କରି 1999ରୁ 2004 ଯାଏଁ ପ୍ରଥମଥର ପୁଣ୍ଣକାଳୀନ ଶାସନ କରିଥିଲା ବିଜେପିଇଏ ତ ଥିଲା ଅଟଳ ବିହାରୀ ବାଜପେୟୀଙ୍କ ପଲିଟିକାଲ ମୁଭମେଣ୍ଟ। ଏବେ ଆସନ୍ତୁ ଜାଣିବା ଆଉ ଏକ ଭିନ୍ନ କାହାଣୀ ବିଷଅରେ ଯେବେ  ବିମାନ ଅପହରଣକାରୀଙ୍କଠୁ ଲୋକଙ୍କୁ  ବଞ୍ଚାଇଥିଲେ ପୁର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ।

ଡିସେମ୍ବର ୨୪,୧୯୯୯ରେ ଘଟିଥିଲା ଏମିତି ଏକ ଘଟଣା।ଯହା ଭାରତ ପାଇଁ ଆଣି ଦେଇଥିଲା ଏକ ଘଡ଼ିସନ୍ଧି ମୂହୂର୍ତ୍ତ। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ କନ୍ଧାର ବିମାନ ଅପହରଣ ଘଟଣା ଦେଶକୁ ଦୋହଲାଇ ଦେଇଥିଲା। ଲୋକଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ବାଧ୍ୟ ହୋଇ ଅପହରଣକାରୀଙ୍କ ସର୍ତ୍ତରେ ରାଜି ହୋଇଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପୟୀ। ୩ ଅପହରଣକାରୀଙ୍କୁ ମୁକ୍ତ କରିବାକୁ ପଡ଼ିଥିଲା। ଯୋଉଥିପାଇଁ ବିରୋଧିଙ୍କ ନଜରରେ ସେ ସମାଲୋଚିତ ମଧ୍ୟ ହୋଇଥିଲେ। କନ୍ଧାର ବିମାନ ଅପହରଣର କ୍ଷେତ୍ରରେ ପ୍ରଶ୍ନିଳ ହୋଇଥିବା ଅଟଳ ଦଶନ୍ଧି ପୂର୍ବରୁ ବିମାନ ଦୁର୍ଘଟଣାରେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କ ଜୀବନ ବଞ୍ଚାଇଥିଲେ। ଯାହା ଆଜିବି ରହସ୍ୟ।ଯୋଉଥିରେ ୪୮ ଜଣଙ୍କ ଜୀବନ ବଞ୍ଚାଇଥିଲେ ଅଟଳ। 

କନ୍ଧାର ବିମାନ ଅପହରଣର ଏକ ଦଶନ୍ଧି ପୂର୍ବରୁ ଅଟଳ ନିଜେ ନିଜ ଜୀବନରେ ଖେଳି ୪୮ ଜୀବନ ରକ୍ଷା କରିଥିଲେ। ୨୨ ଜାନୁୟାରୀ ୧୯୯୨ରେ ଲକ୍ଷ୍ନୋରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଆନ୍ ଏୟାରଲାଇନ୍ସ ବିମାନ ଉଡ଼ାଣର ୧୫ ମିନିଟ୍ ପରେ ଅପହରଣ କରାଯାଇଥିଲା। ବିମାନରେ ଥିବା ଜଣେ ବ୍ୟକ୍ତି ତାଙ୍କ ହାତରେ ରାସାୟନିକ ବୋମାକୁ କପଡ଼ାରେ ଗୁଡ଼ାଇ ବିମାନଟିକୁ ଲକ୍ଷ୍ନୋ ବିମାନ ବନ୍ଦରକୁ ନେବାକୁ କହିଥିଲେ। ବିମାନଟି ଅପହରଣ ହେବାର ସୂଚନା ସୁରକ୍ଷା ଏଜେନ୍ସିରେ ଆଲୋଡ଼ନ ସୃଷ୍ଟି କରିଥିଲା।ଯେତେବେଳେ ସୁରକ୍ଷା ଏଜେନ୍ସି ଅପହରଣକାରୀଙ୍କ ସହ ଯୋଗାଯୋଗ କରିଥିଲା ସେତେବେଳେ ସେ ଅଟଳ ବିହାରୀ ବାଜପୟୀଙ୍କୁ ଭେଟିବାକୁ ଦାବି କରିଥିଲେ। ସେ କହିଥିଲେ ଯେ ଯଦି ବୈଠକ ନହୁଏ ତେବେ ସେ ବୋମା ସାହାଯ୍ୟରେ ବିମାନକୁ ଉଡ଼ାଇ ଦେବେ।