Date Archives June 2026

କାହିଁକି ବଢ଼ୁଛି ଓଡ଼ିଶାରେ ପାୱାରକଟ୍ ?

ଲୋକଙ୍କ ଚିନ୍ତା ବଢାଉଛି ପାୱାରକଟ୍।  ବିନା କାରଣରେ ପାୱାରକଟ ହେବ ନାହିଁ ବୋଲି ସର୍ବ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କଲା ପରେ ବି ସରୁନି ସମସ୍ୟା । ଓଲଟା  ପାୱାରକଟ୍ ଗାଁରୁ ସହର ବଢ଼ିବାରେ ଲାଗିଛି ।। ସବୁଠୁ  ଆଶ୍ଚର୍ଯ୍ୟଜନକ କଥାଟି ହେଉଛି ଓଡ଼ିଶାରେ ଏବେ ପିକ୍‍ ସମୟରେ ଯେତିକି ଇଲେକ୍ଟ୍ରି ଦରକାର  ତାହାଠାରୁ ଅଧିକ ଉତ୍ପାଦନର କ୍ଷମତା ଅଛି। ପାୱାର ଥିବା ସତ୍ତ୍ୱେ ଓଡ଼ିଶା ପଛରେ । ଓଡ଼ିଶା ସରକାରଙ୍କ ଅର୍ଥନୈତିକ ସର୍ଭେ ୨୦୨୫-୨୬ ଅନୁସାରେ, ୨୦୨୪-୨୫ରେ ଓଡ଼ିଶା ୬୦୦MW ରୁ ଅଧିକ ବିଦ୍ୟୁତ୍ ଅନ୍ୟ ରାଜ୍ୟକୁ ରପ୍ତାନି କରିଛି। ମାସକୁ ମୋଟ ଉତ୍ପାଦନ ୩,୫୦୦ ରୁ ୪,୫୦୦ ମେଗାୱାଟ ହେଉଥିଲା ବେଳେ ୨,୮୦୦ ରୁ ୩,୫୦୦ MU ବ୍ୟବହାର ହୁଏ । ଗରମ ଯୋଗୁଁ ଇଲେକ୍ଟ୍ରିର ଡିମାଣ୍ଡ ବଢୁଛି । ପିକ୍ ଟାଇମ୍ ଯୋଗୁଁ ୮୦୦୦ର ମେଗାୱାଟରୁ ଅଧିକ ଡିମାଣ୍ଡ ହେଉଛି, ଓଡ଼ିଶାରେ ୯୦୦୦  ମେଗାୱାଟରୁ ଅଧିକ ଉତ୍ପାଦନ କରିବାର କ୍ଷମତା ଥିଲେ ବି ଡିମାଣ୍ଡ ଫୁଲଫିଲ ହେଉନି ।  କମ୍ ଉତ୍ପାଦନ ପାଇଁ  ବିଜୁଳି ପାଇଁ କର୍ତ୍ତୃପକ୍ଷ ନାକେଦମ । ପାୱାରକଟରେ ଘାଣ୍ଟି ହେଉଛନ୍ତି ଉପଭୋକ୍ତା । ଆବଶ୍ୟକ ପରିମାଣର ଇଲେକ୍ଟ୍ରି ମିଳୁନଥିବାରୁ ଯୋଗାଣ ବ୍ୟବସ୍ଥା ଉପରେ ଚାପ ବଢ଼ୁଛି। କେନ୍ଦ୍ରୀୟ ଉତ୍ସରୁ ୪ ହଜାର ୩୮ ମେଗାୱାଟ ବିଦ୍ୟୁତ୍ ମିଳିବାକୁ ଥିଲା ବେଳେ ମିଳୁଛି ମାତ୍ର ୨୦୦୦ ମେଗାୱାଟ । ସୌର ଶକ୍ତିରୁ ୯୭୫ ମେଗାୱାଟ ବଦଳରେ ମିଳୁଛି କେବଳ ୧୮୩ ମେଗାୱାଟ। ସେହିପରି କେନ୍ଦ୍ରୀୟ ତାପଜ କେନ୍ଦ୍ରରୁ ୨୩୪୨ ମେଗାୱାଟ ବିଜୁଳି ମିଳିବାକୁ ଥିବାବେଳେ ମିଳୁଛି ୧୫୦୦ ମେଗାୱାଟ ।

ବିଜୁଳି ଉତ୍ପାଦନରେ ଅବହେଳା, ଜନତା ହନ୍ତସନ୍ତ
ରାଜ୍ୟ ସ୍ତରୀୟ ଉତ୍ସରୁ ୫୮୬୮ ମେଗାୱାଟ ବିଜୁଳି ମିଳିବାକୁ ଥିବାବେଳେ ଅଧା ମିଳୁଛି ।  ସବୁଠାରୁ ବଡ଼ ସମସ୍ୟା ସୃଷ୍ଟି କରିଛନ୍ତି ସ୍ୱାଧୀନ ଶକ୍ତି ଉତ୍ପାଦକ ବା ଆଇପିପି। ୬୦୦ ମେଗାୱାଟ ବିଦ୍ୟୁତ୍ ଯୋଗାଇବାକୁ ଥିବା ବେଦାନ୍ତ ଚୁକ୍ତିର ଅଧା ବିଦ୍ୟୁତ୍ ଦେଉଥିବା ବେଳେ, ୨୦୦ ମେଗାୱାଟ ଯୋଗାଣ ଦାୟିତ୍ୱ ଥିବା ଜେଏସଡବ୍ଲ୍ୟୁ ପକ୍ଷରୁ ବିଦ୍ୟୁତ୍ ଯୋଗାଣ ହେଉନଥିବା ଅଭିଯୋଗ ହେଉଛି। ଏହାର ସିଧାସଳଖ ପ୍ରଭାବ ପିକ୍ ସମୟରେ ବିଦ୍ୟୁତ୍ ଯୋଗାଣ ଉପରେ ପଡ଼ୁଛି। ତେବେ ରାଜ୍ୟର ଚାହିଦା ମେଣ୍ଟାଇବାପାଇଁ ରାଜ୍ୟ ସରକାରଙ୍କ ସଂସ୍ଥା ଓପିଜିସି ଓ ଜଳବିଦ୍ୟୁତ୍‍ ଆଦି ଉତ୍ପାଦନ କ୍ଷମତାରୁ ୯୫ ପ୍ରତିଶତରୁ ଅଧିକ ଶକ୍ତି ଉତ୍ପାଦନ କରି ସ୍ଥିତି ସମ୍ଭାଳି ନେଉଛନ୍ତି । ରାଜ୍ୟରେ ବିଦ୍ୟୁତ୍ ଉତ୍ପାଦନ କ୍ଷମତାର ଅଭାବ ନାହିଁ। ସମସ୍ୟା ରହିଛି ଉତ୍ପାଦନ ଓ ଯୋଗାଣରେ। ଚୁକ୍ତି ଅନୁଯାୟୀ ବିଦ୍ୟୁତ୍ ମିଳୁନଥିବା ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରୁ ଆଶାନୁରୂପ ଉତ୍ପାଦନ ନ ହେବାରୁ ଲୋକଙ୍କୁ ବିଦ୍ୟୁତ୍ କାଟ୍ ସମସ୍ୟା ଭୋଗିବାକୁ ପଡ଼ୁଛି। ପାୱାର ସର୍ପ୍ଲସ୍ ରାଜ୍ୟରେ ଚିନ୍ତା ବଢାଉଛି ପାୱାରକଟ୍ ।

ଶୁଭେନ୍ଦୁ ସଫଳ; ମୋହନ ଫେଲ୍

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନିଜ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବାର 3 ସପ୍ତାହ ପରେ  ଜୁନ୍ 1 ତାରିଖରେ ନିଜ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି ।  ଗତ ମେ 9 ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଶୁଭେନ୍ଦୁ ଅଧିକାରୀ । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଶୁଭେନ୍ଦୁଙ୍କ ସମେତ 5 ଜଣ ଶପଥ ଗ୍ରହଣ କରିଥିଲେ । ଆଉ 3 ସପ୍ତାହ ପରେ ଶୁଭେନ୍ଦୁଙ୍କ ମନ୍ତ୍ରୀ ପରିଷଦ ସଂଖ୍ୟା 40ରେ ପହଞ୍ଚିଲା। ନିୟମ ଅନୁସାରେ 294 ବିଧାନସଭା ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ 44 ଜଣ ମନ୍ତ୍ରୀ ହୋଇପାରିବେ ।  ସରକାରକୁ ସଠିକ୍ ଭାବେ ଚଳାଇବା ପାଇଁ ଶୁଭେନ୍ଦୁ ଅଧିକାରୀ ମଳ ମାସ ଅଶୁଭ ବୋଲି ବିଚାର ନକରି ମନ୍ତ୍ରିମଣ୍ଡଳର ବିସ୍ତାର କଲେ । ମଳ ମାସ ସରିଲା ବେଳକୁ ଜୁନ୍ 15 ହେବ, ତେଣୁ ଶେଷ ହେବା ଯାଏଁ ଅପେକ୍ଷା ନକରି ତା ପୂର୍ବରୁ ମନ୍ତ୍ରିମଣ୍ଡଳକୁ ବିସ୍ତାର କରିଛନ୍ତି ।  

ଅପରପକ୍ଷରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରାୟ 2 ବର୍ଷ ହେଲାଣି ନିଜ ମନ୍ତ୍ରିମଣ୍ଡଳ ବିସ୍ତାର କରି ପାରୁନାହାନ୍ତି ।  12 ଜୁନ୍,  2024 ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ନେଇଥିଲେ। ସେହିଦିନ ତାଙ୍କ ସହ ଅନ୍ୟ 15 ଜଣ ମନ୍ତ୍ରୀ ପଦର ଶପଥ ନେଇଥିଲେ। ନିୟମ ଅନୁସାରେ 147 ବିଧାୟକ ଥିବା ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ 22 ଜଣ ମନ୍ତ୍ରୀ ହୋଇ ପାରିବେ ତେବେ ସରକାରକୁ ଆଉ କିଛି ଦିନ ପରେ 2 ବର୍ଷ ବିତିବାକୁ ଯାଉଛି । ତଥାପି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ମନ୍ତ୍ରିମଣ୍ଡଳକୁ ବିସ୍ତାର କରି ପାରୁନାହାନ୍ତି 

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ବାଦ ଦେଲେ ଅନ୍ୟ ସମସ୍ତ ମନ୍ତ୍ରୀଙ୍କ ହାତରେ ଏକାଧିକ ବିଭାଗ ରହିଛି, ଯାହା ଦ୍ୱାରା ମନ୍ତ୍ରୀ ମାନଙ୍କ କାର୍ଯ୍ୟଭାର ବଢିବା ସହ ପ୍ରଶାସନୀକ ବିଫଳତା ମଧ୍ୟ ଦେଖା ଦେଉଛି ନିଜ ଅଧିନରେ ଗୃହ, ଅର୍ଥ, ଜଳସମ୍ପଦ, ଯୋଜନା ଓ ସଂଯୋଜନ, ସାଧାରଣ ପ୍ରଶାସନ ଓ ଅଭିଯୋଗ,ଏବଂ ସୂଚନା ଓ ଲୋକସମ୍ପର୍କ ଭଳି ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ  ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଗଲାଣି। କେବଳ ଏତିକି ନୁହେଁ ବିଭିନ୍ନ ବୋର୍ଡ ଓ ନିଗମରେ ଅଧ୍ୟକ୍ଷ ନିଯୁକ୍ତି କରି ପାରୁନାହାନ୍ତି ମୋହନ ସରକାର । ଏଭଳି ସ୍ଥିତିରେ ଶୁଭେନ୍ଦୁ ଅଧିକାରୀଙ୍କ ସହ ମୋହନ ମାଝୀଙ୍କୁ କମ୍ପେୟାର କରିବା ଉଚିତ୍ ହେବ ନାହିଁ । ଓଡ଼ିଆରେ କଥା ଅଛି ‘‘କାହିଁ ରାଣୀ, କାହିଁ ଚନ୍ଦର କାଣୀ ’’