Category Politics

ବିଧାନସଭାରେ ବିଜୁ ଝଡ଼ : ସରକାରଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଦାବି 

ବିଧାନସଭାରେ ବିଜୁ ପଟ୍ଟନାୟକଙ୍କୁ ନେଇ ଝଡ଼। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନେଇ ବିଧାନସଭା ସରଗରମ। ଉଭୟ ବିଜେଡି କଂଗ୍ରେସ ଓ CPIMର ନେତା ମଧ୍ୟ ବିଧାନସଭାରେ ଏ ପ୍ରସଙ୍ଗକୁ ତୀବ୍ର ବିରୋଧ ବିରୋଧ କରିଛନ୍ତି । ଗୋଟାଏ ପଟେ ବିଜୁ ପଟ୍ଟନାୟକଙ୍କ ଅପମାନ ଓଡ଼ିଶା ସହିବ ନାହିଁ ବୋଲି ବିରୋଧି ମତ ଦେଉଥିଲା ବେଳେ ଅନ୍ୟପଟେ ବିଜୁ ପଟ୍ଟନାୟକଙ୍କୁ ନେଇ ବିଜେଡି କଂଗ୍ରେସ ସହ ମିଶି ରାଜନୀତି କରୁଛି ବୋଲି କହୁଛନ୍ତି । ଓଡ଼ିଶାର ବରପୁତ୍ର ଭାବେ ଦଳ ମତ ନିର୍ବିଶେଷରେ ସମସ୍ତେ ତାଙ୍କୁ ସମ୍ମାନ କରନ୍ତି । କିନ୍ତୁ ଝାଡ଼ଖଣ୍ଡ ସାଂସଦ ନିଶିକାନ୍ତ ଦୁବେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି ସେଥିରେ ସେ ପ୍ରକାଶ କରିଛନ୍ତି କି ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ଆମେରିକା ସରକାର, CIA ଏବଂ ନେହେରୁଙ୍କ ମଧ୍ୟରେ ଏକ ମୁଖ୍ୟ ସୂତ୍ରଧର ଥିଲେ। ଏକଥା ସରକାରୀ ଅଧିକାରୀମାନେ ମଧ୍ୟ ଜାଣିଥିଲେ। ନେହେରୁଙ୍କର ଦୁଇଟି ଚିଠି ସେ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ନିଜ ଅଧିକାରୀମାନଙ୍କୁ, ବିଶେଷ କରି ଆମେରିକାର ରାଷ୍ଟ୍ରଦୂତଙ୍କୁ ନିଜ କାମ କରିବାକୁ କହୁଛନ୍ତି। ବିଜୁ ପଟ୍ଟନାୟକଙ୍କୁ ପ୍ରତିରକ୍ଷା ବ୍ୟାପାର ବିଷୟରେ ଆଲୋଚନା କରିବାର ବଡ଼ ଦାୟିତ୍ୱ ଦେଇଥିବା କଥା ମଧ୍ୟ ସେଥିରେ ଉଲ୍ଲେଖ ଅଛି। ଆଉ ଏ ଯେଉଁ ତଥ୍ୟ ସେ ଦେଇଛନ୍ତି ଇଏ ହେଉଛି ରେକର୍ଡ। Central Intelligence Agency ଘଟଣାକୁ ବହୁତ ଦିନ ବିତିଗଲା ପରେ ତାର ତଥ୍ୟ ସାର୍ବଜନୀନ କରେ ସେ ବଧାରରେ ଏ ତଥ୍ୟ ଉପସ୍ଥାପିତ ହୋଇଥିବା ସେ ଦାବି କରୁଛନ୍ତି । ଦ୍ୱିତୀୟ କଥା ଓଡ଼ିଶାର ଚାରବାଟିଆ ବିମାନବନ୍ଦର, ଯେଉଁଠି ବିଜୁ ପଟ୍ଟନାୟକ ବହୁତ ସକ୍ରିୟ ଥିଲେ, ସେଠି ବିଶାଳ ‘ୟୁ-ଟୁ’ (U2) ସ୍ପାଏ ପ୍ଲେନ୍ ବେସ୍ ତିଆରି କରାଯାଇଥିଲା। ଚାରବାଟିଆକୁ ୟୁ-ଟୁ ବିମାନର ପ୍ରମୁଖ କେନ୍ଦ୍ର କରାଯାଇଥିଲା। ସେହି ବିମାନ ବନ୍ଦରରେ ୧୯୬୩ ରୁ ୧୯୭୯ ପର୍ଯ୍ୟନ୍ତ ଆମେରିକୀୟ ସୈନ୍ୟବାହିନୀ ରହିଥିଲେ ବୋଲି ନିଶିକାନ୍ତ କହିଛନ୍ତି। ଯାହାକୁ ଦୃଢ ବିରୋଧ କରିବା ସହ  ନିଶିକାନ୍ତ ମେଣ୍ଟାଲ ଡକ୍ଟର ଦେଖାନ୍ତୁ ବୋଲି ନବୀନ ପଟ୍ଟନାୟକ ମତ ରଖିଛନ୍ତି ।

ଇତିହାସର ସାକ୍ଷୀ ଦବାକୁ ଯାଇ ନିଶିକାନ୍ତ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ବିଜୁ ପଟ୍ଟନାୟକ ୱାଶିଂଟନକୁ ଏକ ଏକକ ଅଭିଯାନରେ (one-man mission) ଯାଇଥିଲେ। ବିଭିନ୍ନ ପ୍ରକାରର ବିଶେଷ ସାମରିକ ସହାୟତା ପାଇଁ ଆମେରିକା ଅଧିକାରୀମାନଙ୍କ ମତାମତ ନେବାକୁ ନେହେରୁ ସମ୍ଭବତଃ ତାଙ୍କୁ କ୍ଷମତା ପ୍ରଦାନ କରିଥିଲେ। ଏ ଦାୟିତ୍ୱ ମଧ୍ୟ ବାସ୍ତବରେ ଅନେକ ସୁରକ୍ଷା ସମ୍ବନ୍ଧୀୟ ପ୍ରଶ୍ନକୁ ନେଇ ଥିଲା ବୋଲି ସେ ମତ ରଖିଛନ୍ତି ।
ବିଜୁ ପଟ୍ଟନାୟକଙ୍କ ମିଶନର ରହସ୍ୟମୟ ଓ ଅନୌପଚାରିକ ସ୍ୱରୂପ, ଏବଂ ଓପନଲି କହିବାର ସ୍ୱଭାବ ଯୋଗୁଁ ପାର୍ଲିଆମେଣ୍ଟରେ ଏହାର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା, ଯେଉଁଠାରେ ତାଙ୍କୁ ଉତ୍ତରଦାୟୀ କରାଯାଇ ପାରିନଥାନ୍ତା। ଫଳସ୍ୱରୂପ, ପ୍ରତିରକ୍ଷା ମନ୍ତ୍ରଣାଳୟର ଆନୁଷ୍ଠାନିକ ଦାୟିତ୍ୱ ଗ୍ରହଣ କରିବା ପାଇଁ ତାଙ୍କର ଯେଉଁ ଆଶା ଥିଲା, ତାହା ପୂରଣ ହୋଇପାରିଲା ନାହିଁ  ବୋଲି ନିଶିକାନ୍ତଙ୍କ ମତ ।
 ଏ କଥାକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ରାଜ୍ୟସଭାର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି କମିଟି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ଓ ବୈଜୟନ୍ତ ପଣ୍ଡା ବିଜୁ ପଟ୍ଟନାୟକଙ୍କୁ ପ୍ରତି ଏ ମନ୍ତବ୍ୟକୁ ନିନ୍ଦା ମଧ୍ୟ କରିଛନ୍ତି ଯଦିଓ ନିଶିକାନ୍ତ ଦୁବେଙ୍କ ନାଁ ନେଇ ନାହାନ୍ତି । ନବୀନ ପଟ୍ଟନାୟକ ନିଶିକାନ୍ତ ଦୁବେଙ୍କୁ କଡ଼ା ସମାଲୋଚନା କରିବା ସହ ସେ ମେଣ୍ଟାଲ ଡକ୍ଟର ଦେଖାନ୍ତୁ ବୋଲି କହିଛନ୍ତି ।
ରାଜନୈତିକ ତୁମ୍ବୀ ତୋଫାନ ଭିତ୍ତିରେ ବିଧାନସଭା ଚାଲି ପାରୁନି । ବିଜେଡି ଅଭିଯୋଗ କରିଛି ଯେ, ଯେଉଁ ଦଳ ଓଡ଼ିଆ ଅସ୍ମିତା କଥା କହି ସତ୍ତାକୁ ଆସିଛି, ସେହି ଦଳର ଜଣେ ସାଂସଦ ଓଡ଼ିଶାର ପ୍ରତୀକଙ୍କୁ ଅପମାନିତ କରିଛନ୍ତି ଏ ପ୍ରସଙ୍ଗରେ ନିନ୍ଦା ପ୍ରସ୍ତାବ ଆଣିବାକୁ ଦାବି ହେଉଛି ।

ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କମିବ !

ସୁଭଦ୍ରା ଭଳି ‘ଲଡ଼କି ବହେନ’ ଯୋଜନାରେ ମହିଳାଙ୍କୁ ଟଙ୍କା ବାଣ୍ଟୁଛନ୍ତି ମହାରାଷ୍ଟ୍ର ସରକାରଓଡ଼ିଶାରେ 21 ବର୍ଷରୁ 60 ବର୍ଷର ମହିଳାଙ୍କୁ ବର୍ଷକୁ 10 ହଜାର ଟଙ୍କା ମିଳୁଛି । ମହାରାଷ୍ଟ୍ର ସରକାର ବର୍ଷକୁ ଦେଉଛନ୍ତି 18 ହଜାର ଟଙ୍କା ଏବେ କିନ୍ତୁ ‘ଲଡ଼କି ବହେନ’ ଯୋଜନାକୁ କାଣ୍ଟଛାଣ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍। 2024ରୁ ଆରମ୍ଭ ହୋଇଥିବା ‘ଲଡ଼କି ବହେନ’ ସ୍କିମରୁ 90 ଲକ୍ଷ ହିତାଧିକାରୀଙ୍କୁ ବାଦ୍ ଦିଆଯାଇଛି 2 କୋଟି 6 ଲକ୍ଷ ହିତାଧିକାରୀଙ୍କ ସଂଖ୍ୟା ଏବେ 1 କୋଟି 53 ଲକ୍ଷରେ ପହଞ୍ଚିଛି ଏବେ ଆଶଙ୍କା, ଓଡ଼ିଶାରୁ ହଟିବେ କି ଅଯୋଗ୍ୟ ସୁଭଦ୍ରା ହିତାଧିକାରୀ?

 

ଓଡ଼ିଶାରେ ଏବେ 1,02,12,665 ହିତାଧିକାରୀଙ୍କୁ ମିଳୁଛି ସୁଭଦ୍ରା ଟଙ୍କାଏ ବାବଦକୁ ବର୍ଷକୁ 10 ହଜାର 212କୋଟି 66ଲକ୍ଷ 50 ହଜାର ଟଙ୍କା ଖର୍ଚ୍ଚ ହେଉଛି ପ୍ରଶ୍ନ ଉଠୁଛି କଣ କେବଳ ମହାରାଷ୍ଟ୍ରରେ ଅଯୋଗ୍ୟ ହିତାଧିକାରୀ ଥିଲେ? ଓଡ଼ିଶାର 1କୋଟି 2ଲକ୍ଷ 12ହଜାର 665  ହିତାଧିକାରୀଙ୍କ ଭିତରୁ କଣ କେହି ଆର୍ଥିକ ସମୃଦ୍ଧ ନୁହନ୍ତି?
ଯଦି ଓଡ଼ିଶାର ଜନସଂଖ୍ୟକୁ ଆକଳନ କରିବା ତେବେ 21ରୁ 60 ବର୍ଷ ମଧ୍ୟରେ ଥିବା ମହିଳାଙ୍କ ସଂଖ୍ୟା ପ୍ରାୟ 1 କୋଟି 32 ଲକ୍ଷ ହେବ  ସେହି ସଂଖ୍ୟାର 77 % ମହିଳାଙ୍କୁ ମିଳୁଛି ସୁଭଦ୍ରା ଟଙ୍କା। ଏବେ ଚର୍ଚ୍ଚା, ଟଙ୍କା ପାଉଥିବା 77% ମହିଳାଙ୍କ ଭିତରେ କଣ କେହି ଚାକିରିଆ, ଧନୀ ଶ୍ରେଣୀର ନୁହଁନ୍ତି? ଓଡ଼ିଶାର 77% ମହିଳା ଏବଂ ସେମାନଙ୍କର ପରିବାର କଣ ଆର୍ଥିକ ଅନଗ୍ରସର?

ଯଦି ମୋହନ ମାଝୀଙ୍କ ସରକାର ମହାରାଷ୍ଟ୍ର ଟ୍ରିକ୍ ଆପ୍ଲାଏ କରନ୍ତି ତେବେ ସୁଭଦ୍ରାରୁ ହଟିପାରନ୍ତି ଅଯୋଗ୍ୟE-KYC ପରେ ରାସନ କାର୍ଡରୁ ଅଯୋଗ୍ୟ ହିତାଧିକାରୀ ସହ ବାଂଲାଦେଶୀ ହଟିଲା ପରି ସୁଭଦ୍ରାରୁ ଅଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେଏମିତିରେ ବି ମାଗଣା ସ୍କିମ୍ ପାଇଁ ବିକାଶ ବାଧାପ୍ରାପ୍ତ ହେଉଥିବାରୁ ଅସନ୍ତୋଷ ଝାଡ଼ିଛନ୍ତି ସୁପ୍ରିମକୋର୍ଟ। ମହାରାଷ୍ଟ୍ରର ଅବସ୍ଥା ଦେଖି ଲାଗୁଛି ହୁଏତ ଭବିଷ୍ୟତରେ ସୁଭଦ୍ରାକୁ ନେଇ ଷ୍ଟ୍ରିକ୍ଟ ହୋଇପାରନ୍ତି ଓଡ଼ିଶା ସରକାର । ସୁଭଦ୍ରାରୁ ହଟି ପାରନ୍ତି ଅଯୋଗ୍ୟ ହିତାଧିକାରୀ!

ଦିଲ୍ଲୀପଙ୍କୁ ସୁହାଇବ କ୍ରସ୍ ଭୋଟିଂ !

ମାର୍ଚ୍ଚ 16ରେ ରାଜ୍ୟସଭାର 4ଟି ଆସନ ପାଇଁ ଓଡ଼ିଶା ବିଧାନସଭାରେ ହେବ ମତଦାନ ସ୍ୱାଧିନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ପାଇଁ କ୍ରସ୍ ଭୋଟିଂ ହେବ ବୋଲି ଚର୍ଚ୍ଚା ହେଉଛି ତେବେ ଜାଣନ୍ତି କି କ୍ରସ୍ ଭୋଟିଂକୁ ନେଇ କଣ ରହିଛି ସୁପ୍ରିମକୋର୍ଟଙ୍କ ରାୟରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ’ କଲେ କଣ ହେବ ପରିଣତି ? କାଏମ୍ ରହିବ ତ ବିଧାୟକ ପଦ ?
୨୦୦୬ରେ କୁଲଦୀପ ନାୟାର ବନାମ ଭାରତ ସରକାରଙ୍କ ମାମଲାରେ ଚିଫଜଷ୍ଟିସ୍ ଅଫ୍ ଇଣ୍ଡିଆ ୱାଇ.କେ.ସବରୱାଲଙ୍କ ନେତୃତ୍ୱରେ 5 ଜଣିଆ ସାମ୍ୱିଧାନିକ ବେଞ୍ଚ ସ୍ପଷ୍ଟ କରିଛନ୍ତି ଯେରାଜ୍ୟସଭା ନିର୍ବାଚନରେ ବିଧାୟକ ମାନଙ୍କ ଭୋଟ୍ ଦେବା କ୍ଷେତ୍ରରେ ଦଳବଦଳ ବିରୋଧୀ ଆଇନ ଲାଗୁ ହୁଏ ନାହିଁଯାହାକି କ୍ରସ୍ ଭୋଟିଂ ପାଇଁ ଗ୍ରୀନ୍ ସିଗନାଲ୍। ଫଳରେ ଓଡ଼ିଶାରେ ବିଧାୟକମାନେ କ୍ରସ୍ ଭୋଟିଂ କଲେ ମଧ୍ୟ ସେମାନେ ଅଯୋଗ୍ୟ ଘୋଷିତ ହେବେ ନାହିଁ ।

ଏହି ପରମ୍ପରା ଆରମ୍ଭ ହୋଇଥିଲା 2003 ମସିହାରେ…
୧୯୫୧ର Representation of the People Actକୁ ୨୦୦୩ରେ ସଂଶୋଧିତ କରାଯାଇଥିଲାସିକ୍ରେଟ୍ ବାଲଟ୍ ପରିବର୍ତ୍ତେ ପ୍ରଚଳନ ହେଲା ଓପନ୍ ବାଲଟ୍Conduct of Election Rulesଅନୁଯାୟୀ, ବିଧାୟକମାନେ ଭୋଟ୍ ଦେବା ପରେ ନିଜର ବାଲଟ୍ ପେପର୍‌କୁ ଦଳର ଏଜେଣ୍ଟଙ୍କୁ ଦେଖାଇବାକୁ ବାଧ୍ୟ। ନଚେତ୍ ଭୋଟ୍ ଇନଭାଲିଡ୍ ହେବତେବେ ବିଧାୟକଙ୍କ ସ୍ୱାଧୀନତାକୁ ସୁରକ୍ଷା ଦେବା ପାଇଁ ସମ୍ବିଧାନର ଧାରା ୩୨ରେ ହାକୁ ଚ୍ୟାଲେଞ୍ଜ କରିଥିଲେ ବରିଷ୍ଠ ସାମ୍ବାଦିକ କୁଲଦୀପ ନାୟର।

  • ୨୨ ଅଗଷ୍ଟ ୨୦୦୬ରେ ସୁପ୍ରିମକୋର୍ଟରେ ଚାଲିଲା ବିଚାର । ପ୍ରଶ୍ନ ହେଲା– “ଦଳର ଏଜେଣ୍ଟଙ୍କୁ ବିଧାୟକମାନେ ଭୋଟ୍ ଦେଖାଇବା ଦଶମ ଅନୁସୂଚୀ ଅଧୀନରେ ଅଯୋଗ୍ୟତା ସୃଷ୍ଟି କିମ୍ବା ଧାରା ୧୯୪ର ବିଶେଷାଧିକାରକୁ କ୍ଷୁର୍ଣ୍ଣ କରେ କି?”
  • କିନ୍ତୁ ସୁପ୍ରିମକୋର୍ଟ କହିଲେ—ରାଜ୍ୟସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ବା ଦଳର ହ୍ୱିପ୍ ବିରୋଧରେ ଭୋଟ୍ ଦେଲେ ବିଧାୟକ ପଦ Disqualification ହେବ ନାହିଁ।
  • ସୁପ୍ରିମକୋର୍ଟ ସ୍ପଷ୍ଟ କଲେ ବିଧାନସଭାରେ ନିଜ ଦଳର ନିର୍ଦ୍ଦେଶ ଅବମାନନା କଲେ ବିଧାୟକମାନେ ଅଯୋଗ୍ୟ ହୁଅନ୍ତି।
  • ରାଜ୍ୟସଭା ନିର୍ବାଚନ, ବିଧାନସଭା କାର୍ଯ୍ୟାନୁଷ୍ଠାନର ଅଂଶ ନୁହେଁ ତେଣୁ ଏଥିରେ ଦଳବଦଳ ବିରୋଧୀ ଆଇନ ଲାଗୁ ହୋଇପାରିବ ନାହିଁ ।
  • ଯେହେତୁ ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ବିଧାନସଭାର ମତଦାନ ନୁହେଁ, ତେଣୁ ଦଶମ ଅନୁସୂଚୀର ବ୍ୟବସ୍ଥା ଲାଗୁ ହେବ ନାହିଁ ।
  • ଜଣେ ବିଧାୟକ ନିର୍ଦ୍ଧିଷ୍ଟ ଶୈଳୀରେ ଭୋଟ୍ ଦେଲେ ସେଥିପାଇଁ ବିଧାନସଭାର ସଦସ୍ୟତା ହରାଇବେ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟଳୟ କହିଲେ ।
    ତେବେ କ୍ରସ୍ ଭୋଟିଂ ପାଇଁ MLAଙ୍କୁ ଦଳରୁ ସସପେଣ୍ଡ କରାଯାଇ ପାରିବ, କିନ୍ତୁ ବିଧାୟକ ପଦ ରଦ୍ଦ ହେବନାହିଁ କାର୍ଯ୍ୟକାଳ ସରିବା ଯାଏଁ ବିଧାୟକ ପଦ କାଏମ୍ ରହିବ । ଅର୍ଥାତ୍ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ କ୍ରସ୍ ଭୋଟିଂ କଲେ ବି ରଦ୍ଦ ହେବ ନାହିଁ ବିଧାୟକ ପଦ

ହେଭିୱେଟ ନେତାଙ୍କ ଏରିଆରେ ପୋଲିସ ମରୁଡ଼ି

ଓଡ଼ିଶାରେ ଚିନ୍ତା ବଢାଉଛି ପୋଲିସ ମରୁଡ଼ି। ନାହିଁରେ ନାହିଁରେ ଚାଲିଛି ଥାନା। ଓଡ଼ିଶାରେ୪୨୦୦ କନେଷ୍ଟବଲ ପୋଷ୍ଟ ଫାଙ୍କା ପଡ଼ିଥିଲା ବେଳେ ୯୩୩ ସବ୍ ଇନସ୍ପେକ୍ଟର ପୋଷ୍ଟ ଖାଲି। ୟା ଭିତରୁ ପଶ୍ଚିମ ଓଡ଼ିଶାରେ ପ୍ରାୟ ୬୦ ପ୍ରତିଶତ ସବ୍ ଇନ୍ସପେକ୍ଟର ପଦ ଖାଲି ପଡ଼ିଛି। କେନ୍ଦ୍ରରେ ପାୱାରଫୁଲ ମିନିଷ୍ଟର ସାଜିଥିବା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକସଭା କ୍ଷେତ୍ରର ସ୍ଥିତି ସାଙ୍ଗାତିକ। ସମ୍ବଲପୁର ଜିଲ୍ଲାରେ ୨୫ଟି ଥାନା ଓ ୧୦ଟି ଫାଣ୍ଡି ଥିବା ବେଳେ, ୧୫୨ଟି ସବ୍ଇନ୍ସପେକ୍ଟର ପୋଷ୍ଟ ରହିଛି। ମାତ୍ର ଏବେ କାର୍ଯ୍ୟରତ ଅଛନ୍ତି ମାତ୍ର  ୫୧ ଜଣ ଏସ.ଆଇ। ଖାଲି ପଡ଼ିଛି ୧୦୧ ପୋଷ୍ଟ। ୩ ଭାଗରୁ ଭାଗେ ଏସ୍‌ଆଇଙ୍କୁ ନେଇ ଚାଲିଛି ସମ୍ବଲପୁରର ଆଇନଶୃଙ୍ଖଳା ବ୍ୟବସ୍ଥା। କେବଳ ଏସଆଇ ନୁହେଁ,ଏଏସଆଇ କ୍ଷେତ୍ରରେ ବି ସମାନ ଅବସ୍ଥା। ୧୧୮ଟି ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର ବା ଏଏସ୍‌ଆଇ ପୋଷ୍ଟରୁ ୩୨ଟି ଖାଲି ପଡ଼ିଛି। ପଶ୍ଚିମ ଓଡ଼ିଶାକୁ ଅଣଦେଖା କଲେ ଖଣ୍ଡା ବୁଲେଇବାର ଧମକ ଦେଉଥିବା ଜୟନାରାୟଣ ମିଶ୍ର ୟାକୁ ନେଇ ଚୁପ୍ କାହିଁକି?

ସେହିଭଳି ରାଜ୍ୟର ଆଉ ଜଣେ ହେଭିୱେଟ ନେତାଙ୍କ ନିର୍ବାଚନ ମଣ୍ଡଳୀରେ ବି ସମାନ ଅବସ୍ଥା। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସ୍ତ୍ରୀ ସଙ୍ଗୀତା କୁମାରୀ ସିଂହଦେଓ ବଲାଙ୍ଗୀରର MP। ମାତ୍ର ବଲାଙ୍ଗୀର ଜିଲ୍ଲାରେ ୫୨ଟି ଏସ୍‌ଆଇ ଓ ୮ଟି ଏଏସ୍‌ଆଇ ପଦ ଖାଲି। ଝାରସୁଗୁଡ଼ାରେ ୪୬ଟି, ବରଗଡ଼ରେ ୩୭ଟି, ସୁବର୍ଣ୍ଣପୁର ଜିଲ୍ଲାରେ ୩୦ଟି ସବ୍‌ଇନ୍ସପେକ୍ଟର ପୋଷ୍ଟ ଖାଲି ପଡ଼ିଛି। ପଶ୍ଚିମ ଓଡ଼ିଶାରେ ପୋଲିସଙ୍କ ମରୁଡ଼ି ସରକାରଙ୍କ ପାଇଁ ଆଦୌ ଶୁଭଙ୍କର ନୁହେଁ।

 ରାଜ୍ୟରେ ସବୁ ବିଭାଗରେ ହଜାର ହଜାର ପୋଷ୍ଟ ଖାଲି ପଡ଼ିଥିବା ବେଳେ ପୋଲିସ ଡିପାର୍ଟମେଣ୍ଟରେ ସ୍ଥିତି ସାଙ୍ଘାତିକ ରହିଛି। ଦିନକୁ ଦିନ ଅପରାଧ ବଢୁଥିଲା ବେଳେ ପୋଲିସଙ୍କ ସଂଖ୍ୟା କମିବା ସରକାରଙ୍କ ଅପାରଗତାର ପ୍ରମାଣ ଦେଉଛି। ଏସ ଆଇ ରିକ୍ରୁଟମେଣ୍ଟରେ କେଳେଙ୍କାରୀର ଖିଅ ପାଉନଥିବା ଓଡ଼ିଶା ଗଭମେଣ୍ଟ ପୋଲିସ ପୋଷ୍ଟିଂକୁ ନେଇ ସିରିୟସ୍ ଥିଲା ଭଳି ଲାଗୁନି। ତେବେ ପଶ୍ଚିମ ଓଡ଼ିଶାରେ ଏଭଳି ସାଙ୍ଘାତିକ ସ୍ଥିତି ଥିଲାବେଳେ  କାହା ସ୍ୱାର୍ଥରେ ଚୁପ୍ ଅଛନ୍ତି ପଶ୍ଚିମ ଓଡ଼ିଶାର ହେଭିୱେଟ ଲିଡର?

ଅତନୁ-ଲେନିନ୍ ମିଛୁଆ: ପାଟକୁରାରେ କାହାକୁ ମୁଖିଆ କରିବେ ନବୀନ

ଯେଉଁ ବିଜେଡି ସୁପ୍ରିମୋଙ୍କ ଗୋଟାଏ ଇଙ୍ଗିତରେ ଦିନେ ଦଳର ବଡ଼ବଡ଼ ମୁଣ୍ଡ ଗଡ଼ୁଥିଲା, ଆଜି ତାଙ୍କର ଅସହାୟ ସ୍ଥିତି ପଦାରେ ପଡ଼ିଛି। ବିଜୁ ଜନତା ଦଳର ଇତିହାସରେ ପ୍ରଥମଥର ନିଜର ନିଷ୍ପତ୍ତିକୁ ଠିକ୍ ବୋଲି ପ୍ରମାଣ କରିବାକୁ ବାଧ୍ୟ ହୋଇଛନ୍ତି ନବୀନ ପଟ୍ଟନାୟକ। ପ୍ରେସ ରିଲିଜ ଦେବାର 6 ଦିନ ପରେ ଗଣମାଧ୍ୟମ ସାମ୍ନାକୁ  ଆସିଛନ୍ତ ନବୀନ। ପାଟକୁରାବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ବିଜେଡିର ବରିଷ୍ଠ ନେତୃବୃନ୍ଦଙ୍କ ସମର୍ଥନ ନ ମିଳିବାରୁ ନବୀନ ନିଜେ ପଦାକୁ ବାହାରିଛନ୍ତି। ମିଡିଆକୁ ପ୍ରତିକ୍ରିୟା ଦେଇ ଅତନୁ ସବ୍ୟସଚୀ ନାୟକ ଓ ବିଜେଡି ମୁଖପାତ୍ର ଲେନୀନ୍ ମହାନ୍ତି ଜଣେଜଣେ ମିଛୁଆ ବୋଲି ପ୍ରମାଣିତ କରି ଦେଇଛନ୍ତି ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିବାସୀଙ୍କୁ ଭେଟୁ ନାହାନ୍ତି କିନ୍ତୁ ବିଧାୟକ ଅରବିନ୍ଦ ମହାପାତ୍ର ପାଟକୁରା ବାସୀଙ୍କ କଥା ବୁଝୁ ନଥିବା ମିଡ଼ିଆ ଆଗରେ କହିଛନ୍ତି।

ବିଧାନସଭା ଯାଉ ନଥିବା ନବୀନ ପଟ୍ଟନାୟକ ନିଜର ସାମନ୍ତ ବାଦୀ ଚିନ୍ତାଧାରାକୁ ମିଡ଼ିଆ ଆଗରେ ରଖିଛନ୍ତି। ପାଟକୁରା କଥା ବୁଝିବାକୁ ସେ ଜଣେ ମୁଖିଆକୁ ପଠେଇବେ ବୋଲି କହିଛନ୍ତି। 24 ବର୍ଷ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକଙ୍କର ଜଣେ ମୁଖିଆ ଉପରେ ଏତେ ଭରସା କାହିଁକି? ଅନ୍ୟପଟେ   ଜାନୁଆରୀ 15 ତାରିଖରେ ଅରବିନ୍ଦ ମହାପାତ୍ରଙ୍କ ବିଜେଡିରୁ ନିଲମ୍ବନ ପରେ  ଅତନୁ ସବସଚୀ ନାୟକ କହିଥିଲେ ଯେ ପାଟକୁରା ବିଧାୟକ ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତ । ଅତନୁଙ୍କ ସହ ସ୍ୱର ମିଳାଇଥିଲେ  ବିଜେଡି ମୁଖପାତ୍ର ଲେନୀନ ମହାନ୍ତି ,ପ୍ରମିଳା ମଲ୍ଲିକ, କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଓ ଅମରେଶ ପତ୍ରୀ। ବିଜେଡିର ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ହାରିବା ପଛରେ ଅରବିନ୍ଦଙ୍କର ହାତ ଥିଲା ବୋଲି କହିଥିଲେ ବିଜେଡି ନେତା। ଯୋଉ ଅଭିଯୋଗକୁ ବାଏଁବାଏଁ ଉଡ଼େଇ ଦେଇଛନ୍ତି ନବୀନ ପଟ୍ଟନାୟକ। ଅତନୁ ଓ ଲେଲିନଙ୍କୁ ମିଛୁଆ ପ୍ରମାଣିତ କରିବାକୁ ନବୀନଙ୍କ ବକ୍ତବ୍ୟ ହିଁ ଯଥେଷ୍ଟ।

ଅପର ପକ୍ଷରେ ନବୀନ ପ୍ରଥମ ଥର ପାଇଁ ନିଜର ଡିସିସନକୁ ନେଇ ବିଜୁ ଜନତା ଦଳ ଓ ଲୋକଙ୍କ ମଧ୍ୟରେ ନିନ୍ଦିତ ହୋଇଛନ୍ତି। ବିଜୟ ମହାପାତ୍ରଙ୍କ ଉପରେ ରାଗ ଶୁଝାଇବାକୁ ଯାଇ ପୁଅ ଅରବିନ୍ଦଙ୍କୁ ବିଜେଡିରୁ ନିଲମ୍ବିତ କରିଛନ୍ତି। ସେଥିପାଇଁ ପାଟକୁରା ନିର୍ବାଚନ ମଣ୍ଡଳୀରେ ପ୍ରାୟୋଜିତ ବୈଠକ କରୁଛନ୍ତି । ସେଠିକାର ଲୋକଙ୍କୁ ଭୁବନେଶ୍ୱରକୁ ଡକାଇ ନିଜ ନିଷ୍ପତ୍ତିକୁ ଠିକ୍ ବୋଲି ପ୍ରମାଣିତ କରିବାକୁ ଚାହୁଁଛନ୍ତି ନବୀନ। ଅପରପକ୍ଷରେ ଦଳରୁ ନିଲମ୍ବିତ ହୋଇଥିବା ଅନ୍ୟଜଣେ ବିଧାୟକ ସନାତନ ମହାକୁଡଙ୍କୁ ନେଇ ନବୀନ ପଟ୍ଟନାୟକ ପୁରା ଚୁପ୍ । କ୍ଷମତାରୁ ଗଲାପରେ ସତରେ କେତେ ଅସହାୟ ନବୀନ?