Category Politics

MP ନୁହେଁ, ରାଜ୍ୟପାଳ ହେବାକୁ ଜୁଏଲଙ୍କ ଇଚ୍ଛା

ଆଉ ନିର୍ବାଚନ ଲଢିବେନି ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇଯିବେ ଆଦିବାସୀ କଲ୍ୟାଣ ମନ୍ତ୍ରୀ। ଦୀର୍ଘ ବର୍ଷ ଧରି ଓଡ଼ିଶା ରାଜନୀତିରେ ପ୍ରଭାବ ବିସ୍ତାର କରିବା ସହ ଅଟଳ ବିହାରୀ ବାଜପେୟୀ ଏବଂ ନରେନ୍ଦ୍ର ମୋଦୀଙ୍କ ସରକାରରେ ମନ୍ତ୍ରୀପଦ ହାତେଇଥିବା ଜୁଏଲ ଆଉ ନିର୍ବାଚନ ଲଢିବାକୁ ଚାହୁଁନାହାନ୍ତି । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ରୋଜଗାର ମେଳା ଅବସରରେ ଗଣମାଧ୍ୟମକୁ ସେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ନୂଆ ନେତାଙ୍କୁ ନିଜ ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ଦେଇ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ଚାହୁଁଛନ୍ତି ଜୁଏଲ। ଯୁବପିଢିଙ୍କୁ ବାଟ ଛାଡ଼ିବାକୁ ଜୁଏଲ ପ୍ରସ୍ତୁତ ଥିବା କହିଛନ୍ତି ।

ସାଂସଦ ନୁହେଁ,ରାଜ୍ୟପାଳ ହେବେ
ଭାରତୀୟ ଜନତା ପାର୍ଟିର ପ୍ରଭାବଶାଳୀ ନେତା ହେଉଛନ୍ତି ଜୁଏଲ ଓରାମ। ବିଧାୟକ, ସାଂସଦ,ଷ୍ଟେଟ ପାର୍ଟି ପ୍ରେସିଡେଣ୍ଟ ହେବା ସହିତ BJP ST Morcha ମୋର୍ଚ୍ଚାର ଜାତୀୟ ସ୍ତରରେ ମଧ୍ୟ ସେ ଉପ ସଭାପତି ହୋଇଛନ୍ତି ।1989ରେ ବିଜେପିରେ ଯୋଗ ଦେଇଥିବା ଜୁଏଲ ଓରାମ ବଣାଇରୁ ବିଧାୟକ ଭାବେ ନିର୍ବାଚିତ ହେବା ସହିତ 1998,1999,2004,2014,2019,2024ରେ ସୁନ୍ଦରଗଡ଼ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭାବରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ମଧ୍ୟ ରହିଛି। ମାତ୍ର ସେ ପ୍ରତ୍ୟକ୍ଷ ନିର୍ବାଚନରୁ ଦୂରେଇ ଯାଇ ରାଜ୍ୟପାଳ ହବାକୁ ତାଙ୍କର ଇଚ୍ଛା ବୋଲି ପ୍ରକାଶ କରିଛନ୍ତି ।

ଓଡ଼ିଶା ବିଜେପିରେ ହ୍ୟାଟ୍ରିକ୍,ଜାତୀୟ ସ୍ତରରେ ପ୍ରମୁଖ ପ୍ରଭାବ
ଓଡ଼ିଶା ବିଜେପିରେ ସଭାପତି ଭାବରେ ହ୍ୟାଟ୍ରିକ ମାରିଥିବା ନେତାଙ୍କ ଭିତରେ ରହିଛି ଜୁଏଲ ଓରାମ ଏବଂ ମନମୋହନ ସାମଲଙ୍କ ନାଁ। ମନମୋହନ ସାମଲ 4 ଥର ପାଇଁ ମଙ୍ଗ ସମ୍ଭାଳିଥିଲା ବେଳେ ଜୁଏଲ ଓରାମ ତିନିଥର ବିଜେପିର ମଙ୍ଗ ଧରିଛନ୍ତି। ଜାତୀୟ ସ୍ତରରେ ମଧ୍ୟ ପାର୍ଟିର ଦାୟିତ୍ୱ ନେଇଛନ୍ତି ଜୁଏଲ। 1997-1999, 2004-2006 ଏବଂ 2009-2013 ଯାଏଁ ସେ ଓଡ଼ିଶା ବିଜେପିର ସଭାପତି ହୋଇଛନ୍ତି। ଦୀର୍ଘ 8 ବର୍ଷ ଧରି ଓଡ଼ିଶା ବିଜେପି ତାଙ୍କ ନେତୃତ୍ୱରେ ଚାଲିଥିଲା। 2006 ରୁ 2009 ଯାଏଁ ଜାତୀୟ ସ୍ତରରେ ଉପସଭାପତି ମଧ୍ୟ ହୋଇଛନ୍ତି । ଟ୍ରାଇବାଲ ମ୍ୟାପ୍ ଜରିଆରେ ଆଦିବାସୀମାନଙ୍କର ସ୍ଥିତି ଅନୁଧ୍ୟାନ ଦିଗରେ ତାଙ୍କର ପରାମର୍ଶ ମଧ୍ୟ ତାଙ୍କର ଦୂରଦୃଷ୍ଟି ପ୍ରମାଣ କରିଛି । ତେବେ ସୁନ୍ଦରଗଡ଼ରେ ପ୍ରମୁଖ ପ୍ରଭାବ ରଖିଥିବା ଜୁଏଲ ଓରାମ ଲୋକସଭା ବିଧାନସଭା ଛାଡ଼ି ରାଜ୍ୟପାଳ ହେବାକୁ ଇଛା ରଖିଥିଲା ବେଳେ ଯଦି ତାଙ୍କର ଏ ଇଚ୍ଛା ପୂରଣ ହୁଏ ତେବେ ସୁନ୍ଦରଗଡ଼ରେ କିଏ ହେବେ ବିଜେପିର ଚେହେରା ?

ମୋଦୀ-ଶାହଙ୍କ ଫେଭରାଇଟ ମନମୋହନ

ଅନୁମାନ ଏବଂ ଆକଳନର ଅନ୍ତ ଘଟିଛି। ପୁଣିଥରେ ରାଜ୍ୟ ବିଜେପି ସଭାପତି ହୋଇଛନ୍ତି ମନମୋହନ ସାମଲ। ନିଜ ରାଜନୈତିକ କ୍ୟାରିୟରରେ ଥରେ ମାତ୍ର ବିଧାୟକ ହୋଇଥିବା ମନମୋହନ ସାମଲଙ୍କ ସାଙ୍ଗଠନିକ କ୍ଷମତାକୁ ସାଲ୍ୟୁଟ ମାରିଛନ୍ତି କେନ୍ଦ୍ରୀୟ ବିଜେପି । ପ୍ରଥମ ଥର ପାଇଁ ବିଜେପି ସରକାରରେ ଥିବାବେଳେ ଦଳର ସଭାପତି ଭାବେ ଗୁରୁତ୍ୱପୂର୍ଣ୍ଣ ଆସନରେ ପୁଣି ମନମୋହନଙ୍କୁ ବସାଇଛନ୍ତି ହାଇକମାଣ୍ଡ । ହ୍ୟାଟ୍ରିକ୍ ମାରି ପୁଣିଥରେ ବିଜେପିର ମଙ୍ଗୁଆଳ ସାଜିଛନ୍ତି ମନମୋହନ ସାମଲ । ସଞ୍ଜୟ ଜଶୱାଲଙ୍କ ଉପସ୍ଥିତିରେ ମନମୋହନ ସାମଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି ତରଫରୁ ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ କରିଥିବାରୁ ବିନା ଦ୍ୱନ୍ଦରେ ରାଜ୍ୟ ସଭାପତି ଭାବେ ମନୋନୀତ ହେଇଛନ୍ତି । 8 ତାରିଖ 11ଟାରେ ଏ ନେଇ ବିଦ୍ଧିବଦ୍ଧ ଘୋଷଣା ହେବ ।
1999ରୁ 2004 ଯାଏଁ ପ୍ରଥମ ଥର ରାଜ୍ୟସଭାପତି ହୋଇଥିଲା ବେଳେ 24 ମାର୍ଚ୍ଚ 2023ରୁ ସାମଲ ଦ୍ୱିତୀୟ ଥର ପାଇଁ ସଭାପତି ହୋଇଥିଲେ । ପୁଣିଥରେ ସେ ମଙ୍ଗ ସମ୍ଭାଳିବା ସହ ସଭାପତି ହିସାବରେ ହ୍ୟାଟ୍ରିକ୍ ମାରିଛନ୍ତି ।

1980 ରେ ବିଜେପି ପ୍ରତିଷ୍ଠା ହେବା ପରଠାରୁ ଓଡ଼ିଶାରେ 9 ଜଣ ରାଜ୍ୟ ସଭାପତି ହୋଇଛନ୍ତି। ତେବେ 45 ବର୍ଷର ଇତିହାସରେ ସର୍ବାଧିକ ବର୍ଷ 1980ରୁ 1988 ଯାଏଁ ବିଶ୍ୱଭୁଷଣ ହରିଚନ୍ଦନ 8 ବର୍ଷ ସଭାପତି ହୋଇଥିଲେ। ତାଙ୍କ ପରେ ଜୁଏଲ ଓରାମ 1997,2004 ଓ 2009ରେ ତିନିଥର ପାଇଁ ସଭାପତି ହୋଇଛନ୍ତି । ତେବେ ଜୁଏଲଙ୍କ ପରି ମନମୋହନ ସାମଲ ମଧ୍ୟ ହ୍ୟାଟ୍ରିକ୍ ମାରିଛନ୍ତି। 1999 ଓ 2023 ପରେ 2025ରେ ବି ହାତେଇଛନ୍ତି ବିଜେପି ସଭାପତିର ଆସନ  ।
BJP ପାଇଁ ଶୁଭଙ୍କର ମନମୋହନ
               ତେବେ ମନମୋହନ ସାମଲ ହେଉଛନ୍ତି  ଏକମାତ୍ର ସଭାପତି ଯାହାଙ୍କ ସମୟରେ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଛି। 2000 ମସିହାରେ ବିଜେଡି ବିଜେପିର ମେଣ୍ଟ ସରକାର ହୋଇଥିଲା ବେଳେ ରାଜ୍ୟ ବିଜେପି ସଭାପତି ଥିଲେ ମନମୋହନ ସାମଲ। ସେହିଭଳି 2024ରେ ରାଜ୍ୟରେ  ବିଜେପି ଏକାକି ସରକାର ଗଠନ କରିଥିଲା ବେଳେ ଓଡ଼ିଶା ବିଜେପିର ସଭାପତି ଥିଲେ ମନମୋହନ ସାମଲ। 2000 ମସିହାରେ ମେଣ୍ଟ କରି ସରକାର କରିବା ଓ 2024ରେ ମେଣ୍ଟ ଆଲୋଚନାକୁ ପ୍ରତ୍ୟାଖାନ କରି ସରକାର କରିବା ପଛର ମୁଖ୍ୟ ବିନ୍ଧାଣି ହେଉଛନ୍ତି ମନମୋହନ ସାମଲ।  ତେଣୁ ମନମୋହନ ସାମଲଙ୍କୁ ସୁସଙ୍ଗଠକ ବା ଜଣେ ଭାଗ୍ୟବାନ ବ୍ୟକ୍ତି ହିସାବରେ ବିଚାର କରି କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ତୃତୀୟଥର ପାଇଁ ରାଜ୍ୟ ବିଜେପି ସଭାପତି କରିଛନ୍ତି ।

କେନ୍ଦ୍ରୀୟ ନେତୃତ୍ୱଙ୍କ ପସନ୍ଦ ମନମୋହନ ସାମଲ
2024 ନିର୍ବାଚନରେ ଚାନ୍ଦବାଲି ଆସନରୁ ବିଜୟୀ ହୋଇଥିଲେ ହୁଏତ ମନମୋହନ ସାମଲ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଥାଆନ୍ତେ । ଏପରିକି 2000 ମସିହାରେ ଧାମନଗର ଆସନରୁ ମାନସ ମଲିକଙ୍କଠାରୁ ହାରି ନଥିଲେ ବିଜେଡି-ବିଜେପି ମେଣ୍ଟ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇ ଥାଆନ୍ତେ । କିନ୍ତୁ ନାଁ ଚାନ୍ଦବାଲିରେ ନା ଧାମନଗରରେ ମତଦାତା ମନମୋହନ ସାମଲଙ୍କ ଉପରେ ଆସ୍ଥାପ୍ରକଟ କଲେ? ମାତ୍ର କେନ୍ଦ୍ରୀୟ ନେତୃତ୍ୱଙ୍କ ଆସ୍ଥା ମନମୋହନଙ୍କ ଉପରେ ରହିଥିଲା ଏବଂ ରହିଛି ମଧ୍ୟ…  

ନବୀନଙ୍କ ମୁମ୍ବାଇ ଗସ୍ତ, ଚିକିତ୍ସା ପାଇଁ ନା’ ଅନ୍ୟ କିଛି…

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇ ଯାଇଛନ୍ତି। ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହୋଇପାରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଅପରେସନ୍ନବୀନଙ୍କ ଘରୋଇ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଜୁନ୍ ୨୨ରେ ସର୍ଜରୀ ହୋଇପାରେଏଥିପାଇଁ ସୋସିଆଲ ମିଡିଆରେ ସୂଚନା ଦେଇ ଜଗନ୍ନାଥଙ୍କ ଆଶୀର୍ବାଦ କାମନା କରିଛନ୍ତି ନବୀନ

କିନ୍ତୁ ନବୀନଙ୍କ ମୁମ୍ବାଇ ଗସ୍ତ ପଛରେ ପଲିଟିକ୍ସ ଅଧିକ ଥିବାର ଲାଗୁଛି। ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ୱରର ରୋଡ୍ ସୋର ପ୍ରାୟ 5 ଘଣ୍ଟା ପୂର୍ବରୁ BJDର କର୍ମୀ-ନେତା, ଏୟାରପୋର୍ଟରେ ଏକାଠି ହେବା, ନବୀନଙ୍କ ପଲିଟିକାଲ୍ ଏଜେଣ୍ଡାକୁ ଉଜାଗର କରିଛି। ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ଜନତା ମୈଦାନ ଯାଏଁ ନରେନ୍ଦ୍ର ମୋଦୀଙ୍କ ରୋଡ୍ ସୋର ସିଡ୍ୟୁଲ୍ ଆଗୁଆ ସ୍ଥିର ହୋଇଛି। କିନ୍ତୁ ମୋଦୀଙ୍କ ପପୁଲାରିଟିକୁ କାଉଣ୍ଟର କରିବାକୁ BJD ସଭାପତିଙ୍କ ଅସୁସ୍ଥତାକୁ ଫୋକସ୍ କରିଛନ୍ତି ନବୀନଙ୍କ କୋଟରୀ। ସେଥିପାଇଁ ହଠାତ୍ ନବୀନ ନିବାସରୁ ଏୟାରପୋର୍ଟ ଯାଏଁ ମହାନାଟକର ଆୟୋଜନ କରାଗଲା। ଅସୁସ୍ଥ ନବୀନ ପଟ୍ଟନାୟକ ଯେପରି ଯୁଦ୍ଧ ଲଢ଼ିବାକୁ ଯାଉଛନ୍ତି, ସେଥିପାଇଁ ମେଲାଣି ପର୍ବର ଆୟୋଜନ କରାଗଲା।
ହୁଳହୁଳି-ବନ୍ଦାପନାର ମହାନାଟକ
ପ୍ଲାନିଂ ଅନୁସାରେ ଏୟାରପୋର୍ଟ ଅଭିମୁଖେ ନବୀନ ପଟ୍ଟନାୟକ ଯିବାବେଳେ BJD ମହିଳା କର୍ମୀମାନେ ତାଙ୍କୁ ବନ୍ଦାପନା କରିବା ସହ ହୁଳହୁଳି ପକାଇଲେ। ଦଳର ବରିଷ୍ଠ ନେତା ଏବଂ ଭୁବନେଶ୍ୱରର ଆଖପାଖ ଅଞ୍ଚଳରୁ କର୍ମୀମାନଙ୍କୁ ବୋହି ଆଣି ଏୟାରପୋର୍ଟରେ ରୁଣ୍ଡ କଲେ। ମୋଦିଙ୍କ ତୁଳନାରେ ନବୀନ ଅଧିକ ଲୋକପ୍ରିୟ ବୋଲି ଦେଖାଇବାର ପ୍ରଚେଷ୍ଠା ହେଲା BJDର ନେତା-କର୍ମୀ, ଆରୋଗ୍ୟ କାମନା କରି ନବୀନଙ୍କୁ ବିଦାୟ ଦେଲେ

ମୁମ୍ବାଇ ଚିକିତ୍ସାର ପ୍ରଚାର କଣ ପାଇଁ
କିନ୍ତୁ ନବୀନ ପଟ୍ଟନାୟକଙ୍କ କୋଟରୀ ଭୁଲିଗଲେ ଯେ ସାଧାରଣତଃ ଜଣେ ମେଡିକାଲକୁ ଯିବା ସମୟରେ ସମସ୍ତେ ଚିନ୍ତାରେ ଥାଆନ୍ତି। ହେଲେ ନବୀନଙ୍କ ସ୍ୱାସ୍ଥ୍ୟ ଉପଚାରକୁ ପ୍ରଚାର-ପ୍ରସାରର ଉଚିତ ମାଧ୍ୟମ ଭାବିଲେ BJDର ଶୀର୍ଷ ନେତୃତ୍ୱ କିନ୍ତୁ ସଚେତନ ଓଡ଼ିଆ ଜାଣିଛନ୍ତି ଯେ ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହୁଅନ୍ତି ନବୀନ କିମ୍ବା ହରିଆନା ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେବାର ଉଦାହରଣ ଅଛି। କିନ୍ତୁ କେବେବି ଗଣମାଧ୍ୟମ ବା ସୋସିଆଲ୍ ମିଡିଆରେ ନିଜର ଚିକିତ୍ସା ସଂପର୍କରେ ଜଣାଇ ନାହାଁନ୍ତି ନବୀନ। ପ୍ରଥମଥର ଚିକିତ୍ସା ପାଇଁ ମୁମ୍ବାଇ ଗଲେ, କିନ୍ତୁ ସେ ସଂପର୍କରେ ସାରା ଦୁନିଆକୁ ଜଣାଇବା ପଛରେ ନବୀନଙ୍କର କି କାରଣ ରହିଛି ?

ତେବେ BJDର ନିଷ୍ପତ୍ତି ନେଉଥିବା ନେତୃତ୍ୱ ଜାଣିବା ଉଚିତ ଯେ 2024 ନିର୍ବାଚନ ନବୀନଙ୍କ ଲୋକପ୍ରିୟତାର ସାର୍ଟିଫିକେଟ୍ ଦେଇଛି। ନବୀନ ପଟ୍ଟନାୟକ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତା ନୁହଁନ୍ତି କଣ୍ଟାବାଞ୍ଝି ଆସନରେ ଲକ୍ଷ୍ମଣ ବାଗଙ୍କ ଠାରୁ 16,344 ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି ନବୀନ ପଟ୍ଟନାୟକ ସେହିଭଳି ନିଜର ପାରମ୍ପରିକ ଆସନ ହିଞ୍ଜିଳରୁ ପ୍ରାୟ 60,000ରୁ ଅଧିକ ଭୋଟରେ ବିଜୟୀ ହେଉଥିବା ନବୀନ, ଗତ ନିର୍ବାଚନରେ ମାତ୍ର 4636 ଭୋଟରେ ଜିତିଛନ୍ତି।
ତେବେ ମୋଦୀଙ୍କୁ କାଉଣ୍ଟର କରିବା ନବୀନଙ୍କର ମୁମ୍ବାଇ ଗସ୍ତ ପ୍ରଥମ ଚାଲ୍ ନୁହେଁ । 5 ଅଗଷ୍ଟ 2021ରେ ଅଯୋଦ୍ଧାରେ ରାମ ମନ୍ଦିରର ଭୂମି ପୂଜନ ଚାଲିଥିବା ବେଳେ କରୋନା ମୁକାବିଲା ପାଇଁ ଓଡ଼ିଶାରେ ସାମୁହିକ ବନ୍ଦେ ଉତ୍କଳ ଜନନୀ ଗାନ କରାଇଥିଲେ ବିଜେଡି ସରକାରସେହିପରି ରାମ ମନ୍ଦିର ପ୍ରତିଷ୍ଠା ଆଗରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସହ ଗାଁ ଗାଁରୁ ଅର୍ପଣ ଚାଉଳ ସଂଗ୍ରହ କରିଥିଲେ ନବୀନ ଆଣ୍ଡ କମ୍ପାନୀ। ମୋଦୀଙ୍କୁ କାଉଣ୍ଟର କରିବାକୁ ଯାଇ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତାକୁ ଆୟୁଧ କରିବାର BJDର ପ୍ରୟାସକୁ ଓଡ଼ିଶାବାସୀ ବୁଝିପାରିବେ ନାହିଁ, ଏଭଳି ଭାବିବା ଠିକ୍ ନୁହେଁ।

କାହିଁକି ବାରମ୍ବାର ବଦଳୁଥିଲେ ଭାରତର ପ୍ରଧାନମନ୍ତ୍ରୀ? ବର୍ଷେ ଭିତରେ କ୍ଷମତାରେ ଥିଲେ ୪ ନେତା

ଭାରତୀୟ ରାଜନୀତି ଏବଂ ଅର୍ଥନୀତିରେ ନବେ ଦଶକ ଆଣିଥିଲା ପରିବର୍ତ୍ତନର ସମୟ। ଗୋଟାଏ ପଟେ  ଅର୍ଥନୈତିକ ଅସ୍ଥିରତା ଲାଗି ରହିଥିଲା ବେଳେ ଅନ୍ୟ ପଟେ ରାଜନୀତିର ପଶାପାଲିରେ ଗୋଟି ଚାଳନାକୁ ନେଇ ଚକିତ ହେଉଥିଲେ ଦେଶବାସୀ । ସମୟ ଏମିତି ଥିଲା ଯେ କ୍ଷମତାକୁ କେନ୍ଦ୍ରୀଭୁତ କରି ରଖିବା ସହଜ ହୋଇ ନଥିଲା। ଜଣଙ୍କ ପାଖରୁ ଅନ୍ୟ ଜଣଙ୍କ ପାଖକୁ ହସ୍ତାନ୍ତର ହେଉଥିଲା କ୍ଷମତା । ପ୍ରଧାନମନ୍ତ୍ରୀ ଭଳି ପ୍ରମୁଖ ଆସନକୁ ନେଇ ଲାଗି ରହିଥିଲା ଅସ୍ଥିରତା। ଦେଶରେ ଏମିତି ବି ହେଉଥିଲା ଯେ କାହାର ଚୌକି କେତେବେଳେ ଚାଲିଯାଉଥିଲା ତାକୁ ନେଇ କୌଣସି ଅନୁମାନ ବି ନଥିଲା । ସମୟ ଏମିତି ଥିଲା ଯେ ଯଦି କୌଣସି ସମର୍ଥକ ସମର୍ଥନ ପ୍ରତ୍ୟାହାର କରୁଥିଲେ ତ ପ୍ରଧାନମନ୍ତ୍ରୀଙ୍କ ଆସନ ଟଳମଳ ହେଉଥିଲା । 1990 ଦଶକରେ ଏମିତି ବି ହୋଇଥିଲା ଯେତେବେଳେ ଗୋଟାଏ ବର୍ଷରେ 4 ପ୍ରଧାନ ମନ୍ତ୍ରୀ ଦେଖିଥିଲା ଭାରତ । ଅଚାନକେ ହଟୁଥିଲେ ରେସରୁ ପ୍ରଧାନମନ୍ତ୍ରୀ । ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ ହେବା ତ ଦୂରର କଥା ଗୋଟାଏ ବର୍ଷ ପୁରଣ କରିବାକୁ ବି ସମର୍ଥ ହୋଇ ନଥିଲେ ନେତା ।

1996ରେ ଏ କାହାଣୀ ଆରମ୍ଭ ହୁଏ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କଠାରୁ । 1991 ଜୁନ୍ 21 ରେ ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ ପି.ଭି ନରସିଂହ ରାଓ। କଂଗ୍ରେସର ପ୍ରଚାର ଅପେକ୍ଷା ଦଳକୁ ଭଲ ରେଜଲ୍ଟ ଦେଇଥିଲା ରାଜୀବ ଗାନ୍ଧିଙ୍କ ମୃତ୍ୟୁ ପରର ସମ୍ବେଦନଶିଳତାସିମ୍ପାଥି ଭୋଟକୁ ଆଧାର କରି ଜିତିଥିଲେ ନରସିଂହ ରାଓ। ଶପଥ ଗ୍ରହଣଠାରୁ 4 ବର୍ଷ ଯାଏ ସୁରୁଖୁରୁରେ ଚାଲିଥିବା ଶାସନ ପରେ ଶେଷ ସମୟରେ ହିଁ ସୃଷ୍ଟି ହୋଇଥିଲା ଅସ୍ଥିରତା । 1995ରୁ ତାଙ୍କ କ୍ରେଡିଟ କମିବାରେ ଲାଗିଲା । ଦଳର ଅନେକ ନେତାଙ୍କୁ ନେଇ ଆସିଲା ଦୁର୍ନୀତିର ଅଭିଯୋଗଏପରିକି ତାଙ୍କ କାର୍ଯ୍ୟକାଳର ଶେଷ ଦିନକୁ  ଇୟର ଅଫ୍ ସ୍କାମ୍ ବି କୁହାଗଲାଦ ଗ୍ରେଟ ସୁଗାର ସ୍କାଣ୍ଡଲ ବି ତାଙ୍କୁ ତଳକୁ ଆଣିଥିଲା । 1996ରେ ତାଙ୍କ ନାଁ ସହ ଦାଉଦ ଇବ୍ରାହିମଙ୍କ ନାଁ ଯୋଡିହବା, ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ସୁରଜ ମଣ୍ଡଳଙ୍କୁ ଲାଞ୍ଚ ଦେବା ଘଟଣା  ଆଦି ତାଙ୍କ ଇମେଜ୍ ଡାଉନ୍ କଲା। କଂଗ୍ରେସ ପ୍ରତି ଲୋକଙ୍କ ବିଶ୍ୱାସ ତୁଟିବାକୁ ଲାଗିଲା । ଦଳରୁ ଅଲଗା ହୋଇ କିଛି ନେତା ଦଳ ବି ଗଠନ କଲେ।  ତା ମଧ୍ୟରୁ ଏନ୍.ଡି ତିୱାରୀ ଅଲ୍ ଇଣ୍ଡିଆ ଇନ୍ଦିରା କଂଗ୍ରେସ,ମାଧବରାଜ ସିଦ୍ଧିଆଙ୍କ ମଧ୍ୟପ୍ରଦେଶ ବିକାଶ କଂଗ୍ରେସ, G. K. Moopanar ଙ୍କ ତାମିଲ ମନିଲା କଂଗ୍ରେସ ଆଦି କଂଗ୍ରେସର ସ୍ଥିତି ଦୋହଲାଇ ଦେଲା। କାରଣ ସେତେବେଳେ ଏ ନେତାଙ୍କ ଦବଦବା କିଛି କମ୍ ନଥିଲା । 5 ବର୍ଷର କାର୍ଯ୍ୟକାଳ ପୁରଣ କରି 16 ମେ 1996ରେ ଆସନରୁ ହଟିଲେ ପି ଭି ନରସିଂହ ରାଓ। ଭି ପି ସିଂହ,ମୋରାରଜୀ ଦେଶାଇଙ୍କ ଭଳି ଅଣ ଗାନ୍ଧି ନେତା ପାଞ୍ଚ ବର୍ଷ ପାଇଁ କ୍ଷମତାରେ ରହିନଥିଲା ବେଳେ ଏ କ୍ଷେତ୍ରରେ ରେକର୍ଡ କରିଥିଲେ ପି ଭି ନରସିଂହ ରାଓ ।

ମାତ୍ର ଅପ୍ରେଲ 1996ରେ ହୋଇଥିବା ଲୋକସଭା ନିର୍ବାଚନରେ 161ଟି ଆସନ ଜିତି କଂଗ୍ରେସକୁ ପଛରେ ପକାଇ ଆଗରେ ରହିଲା ଭାରତୀୟ ଜନତା ପାର୍ଟି। 1996 ମେ 16ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ  କରିଥିଲେ ଅଟଳ ବିହାରୀ ବାଜପେୟୀ। ମାତ୍ର ରାଜନୈତିକ ଅସ୍ଥିରତା ପାଇଁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଯାଇ ଫେଲ ହେଲେ ଅଟଳ। 13 ଦିନରେ ଭାଙ୍ଗିଗଲା ସରକାର। ସରକାର ଭାଙ୍ଗିଲା ପରେ ଯଦିଓ କଂଗ୍ରେସ ଉପରେ ସମସ୍ତଙ୍କ ନଜର ଥିଲା । ସେଥର କିନ୍ତୁ କ୍ଷମତାକୁ ଆସିବାକୁ ଚାହୁଁନଥିଲା କଂଗ୍ରେସ।Asom Gana Parishad, cpi,cpm Janata Dal, Samajwadi Party, Tamil Maanila Congress, Telugu Desam Party ଆଦି ତେରଟି ଦଳ ମିଶି ଗଠବନ୍ଧନ କଲେ। ଯାହା ସେ ସମୟରେ ୟୁନାଇଟେଡ ଫ୍ରଣ୍ଟ ଅଫ୍ ଇଣ୍ଡିଆ ନାଁରେ ପରିଚିତ ଥିଲା । ତାଙ୍କର ସିଟ ସଂଖ୍ୟା ଥିଲା 192। ମାତ୍ର ସରକାର ପାଇଁ ଏହା ଯଥେଷ୍ଟ ନ ହେବାରୁ କଂଗ୍ରେସ ଏହାକୁ ସରକାର ଗଢିବାରେ ସାହାଯ୍ୟ କଲା । ଭିପିସିଂହ,ଜ୍ୟୋତିବାସୁ, ଚନ୍ଦ୍ରବାବୁ ନାଇଡୁ ଆଦିଙ୍କ ନାଁ ଚର୍ଚ୍ଚା ହେଉଥିଲା ବେଳେ  ଲାଲୁ ପ୍ରସାଦ ଯାଦବ ଏମିତି ଏକ ନାଁ ପ୍ରସ୍ତାବ ଦେଇଥିଲେ ଯେ ସେ କଣ୍ଣାଟକର ଚିଫ୍ ମିନିଷ୍ଟରରୁ ଆସି ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ । 1 ଜୁନ୍ 1996ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ଏଚ.ଡି ଦେବଗୌଡା। ମାତ୍ର ତାଙ୍କର ଏ ଖୁସି ବେଶୀ ଦିନ ରହି ନଥିଲା । ମାତ୍ର 10 ମାସରେ ହିଁ ଇସ୍ତଫା ଦେଇଥିଲେ ଦେବଗୌଡା । ଚୌଧୁରୀ ଚରଣ ସିଂହଙ୍କ ଦଶା ଭୋଗିଲେ ଦେବଗୌଡା । କଂଗ୍ରେସ ତାର ସମର୍ଥନ ପ୍ରତ୍ୟାହାର କରିବାରୁ ଆସନରୁ ହଟିଥିଲେ ଏହି ପ୍ରଧାନମନ୍ତ୍ରୀ। ପି ଭି ନରସିଂହ ରାଓଙ୍କ ବଦଳରେ ସିତାରାମ କେଶରୀଙ୍କୁ ଅଧ୍ୟକ୍ଷ କରି ଗେମ୍ ଷ୍ଟାର୍ଟ କରିଥିଲା କଂଗ୍ରେସ । ଗୋଟାଏ ବର୍ଷର କାର୍ଯ୍ୟକାଳ ନ ପୁରୁଣୁ କଂଗ୍ରେସର ଚାଲ ଆଗରେ ହାର ମାନିଥିଲେ ଦେବଗୌଡା । ଦେବଗୌଡାଙ୍କୁ 158 ମେମ୍ବର ସପୋର୍ଟ କରିଥିଲା ବେଳେ ତାଙ୍କ ବିରୁଦ୍ଧରେ ଭୋଟ ଦେଇଥିଲେ 292 ସାଂସଦ । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ। 21  ଏପ୍ରିଲ 1997ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ଇନ୍ଦର କୁମାର ଗୁଜୁରାଲ

ମାତ୍ର ଇନ୍ଦର କୁମାର ଗୁଜୁରାଲଙ୍କୁ ବି ଦେବଗୌଡାଙ୍କ ପରି ଆସନରୁ ହଟାଇଥିଲା କଂଗ୍ରେସ । 6 ମାସ ପରେ ସମର୍ଥନ ପ୍ରତ୍ୟାର କରି ପୁରୁଣା ଷ୍ଟାଇଲ ରିପିଟ୍ କରିଥିଲା କଂଗ୍ରେସ । 19 March 1998ରେ ପଦରୁ ବିଦା ହୋଇଥିଲେ ଗୁଜୁରାଲ । ଭାରତରେ ଗୋଟାଏ ବର୍ଷରେ ପ୍ରଧାନମନ୍ତ୍ରୀ ଆସନରେ ହୋଇଥିଲା ବାରମ୍ବାର ଅଦଳ ବଦଳ । ଏହିପରି ଭାବରେ 1996ରୁ 1997 ଭିତରେ ଭାରତ ଦେଖିଥିଲା 4 ଜଣ ପ୍ରଧାନମନ୍ତ୍ରୀ।

ଆସୁଛି SOP, ଶ୍ରୀମନ୍ଦିର ବାହାରେ ପୂଜା କରିବେନି ସେବାୟତ

ଦୀଘାରେ ତିଆରି ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଧିରେଧିରେ ଉଗ୍ର ରୂପ ନେବାରେ ଲାଗିଛି । ରାଜନୈତିକ ତୁମ୍ବି ତୋଫାନର ବେଗ ମଧ୍ୟ ବଢିବାରେ ଲାଗିଛି । ଗୋଟାଏ ପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶ୍ରୀକ୍ଷେତ୍ରକୁ ପୁରୀ ମନ୍ଦିର ଓ ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ କହି ଶ୍ରୀମନ୍ଦିରର ଗାରିମା କ୍ଷୁର୍ଣ୍ଣ କରିଥିଲା ବେଳେ ଅନ୍ୟପଟେ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ କହିଲେଣି ମମତା ବାନାର୍ଜୀ ହିନ୍ଦୁ ବିରୋଧି,ତାଙ୍କ ଭକ୍ତି କେତେ ମୁଁ ଜାଣିଛି । ରାମକୃଷ୍ଣ ଦାସ ମହାପାତ୍ରଙ୍କ କାର୍ଯ୍ୟଧାରାକୁ ଅନୁଧ୍ୟାନ କରି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେଣି ଶ୍ରୀମନ୍ଦିର ସେବାୟତ ବାହାରକୁ ଯାଇ ପୂଜା କରିବା ଠିକ୍ ନୁହେଁ, ଏନେଇ ମୁକ୍ତିମଣ୍ଡପ ସଭାରେ ଆଲୋଚନା କରି ଜାରି ହେବ ମାର୍ଗଦର୍ଶିକା ।
ମମତାଙ୍କ ପ୍ରଶ୍ନ-ଏତେ ରାଗ କାହିଁକି?
ଦୀଘାର ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ବଢୁଥିଲା ବେଳେ ନିଆଁରେ ଘିଅ ଢାଳିଛନ୍ତି ମମତା ବାନାର୍ଜୀ । ଚକ୍ରାନ୍ତ କରି ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ କ୍ଷତି ପହଞ୍ଚାଇବା ଓ ଶ୍ରୀମନ୍ଦିର ଆସିବାକୁ ବଙ୍ଗୀୟ ଭକ୍ତଙ୍କୁ ଅଟକାଇବା ଉଦ୍ଦେଶ୍ୟରେ ଜଗନ୍ନାଥ ମନ୍ଦିର ତିଆରି କରିବା ସହ ଚାରିଧାମ ମଧ୍ୟରେ ଥିବା ଶ୍ରୀମନ୍ଦିରକୁ ହାଇଜାକ କରିବାକୁ ନାଁ ଦେଇଛନ୍ତି ‘ଦୀଘା ଜଗନ୍ନାଥ ଧାମ’। ଦୀଘା ମନ୍ଦିରକୁ ନେଇ ଜଗନ୍ନାଥ ପ୍ରେମୀ ପ୍ରତିକ୍ରିୟାଶୀଳ ହେଉଥିଲା ବେଳେ ନିଜ ଉଗ୍ର ମାନସିକତାର ପରିଚୟ ଦେଇ ମମତା କହିଛନ୍ତି “ପୁରୀ ମନ୍ଦିରକୁ ଆମେ ଇଜ୍ଜତ ଦେଉ,ଜଗନ୍ନାଥ ଧାମକୁ ବି ଇଜ୍ଜତ ଦେଉ । କାଳୀ ମନ୍ଦିର,ଶିବ ମନ୍ଦିର ସବୁଠି ଅଛି ସବୁ ମନ୍ଦିର ସବୁ ଜାଗାରେ ଅଛି ବିଜେପି କଲାବେଳେ ତ ଆମେ ବିରୋଧ କରୁନୁ,ତ ଏତେ ରାଗ କାହିଁକି?’’
ମମତା ବାନାର୍ଜୀ ହିନ୍ଦୁ ବିରୋଧି-ସୁରେଶ ପୁଜାରୀ
ପଶ୍ଚିମବଙ୍ଗର ଦୀଘାକୁ ଜଗନ୍ନାଥ ଧାମ ଭାବେ ମମତା ବାନାର୍ଜୀ ସମ୍ବୋଧନ କଲା ପରେ କ୍ଷୋଭ ପ୍ରକାଶ କରିଛନ୍ତି ସୁରେଶ ବାନାର୍ଜୀ । ମମତା ଶ୍ରୀକ୍ଷେତ୍ରର ବିକଳ୍ପ ତିଆରି କରିବାକୁ ଚେଷ୍ଟା କରୁଥିବା ମନ୍ତବ୍ୟ ଦେଇଛନ୍ତି ସୁରେଶ । ମମତାଙ୍କ ମନ୍ତବ୍ୟକୁ ବିରୋଧ କରି ସୁରେଶ ପୁଜାରୀ କହିଛନ୍ତି
‘‘ମମତା ବାନାର୍ଜୀ କେତେ ଜଗନ୍ନାଥ ଭକ୍ତ ମୁଁ ଦେଖିଛି,
-ମୁଁ 6 ବର୍ଷ ପଶ୍ଚିମବଙ୍ଗର ପ୍ରଭାରୀ ଭାବରେ କାମ କରିଛି
-ସେ ଜଣେ ହିନ୍ଦୁ ବିରୋଧି ମୁଖ୍ୟମନ୍ତ୍ରୀ
-ସତ କହିବାର ସାହସ ତାଙ୍କର ନାହିଁ
-ଗଣତନ୍ତ୍ରକୁ  ମମତା ବାନାର୍ଜୀ ରକ୍ତାକ୍ତ କରୁଛନ୍ତି
-ପଶ୍ଚିମବଙ୍ଗରେ କେତେ ଯେ ସୁଭଦ୍ରା କ୍ଷତିଗ୍ରସ୍ତ ହେିଛନ୍ତି ତାର ହିସାବ ନାହିଁ,ମମତାଙ୍କୁ ଲୋକ କ୍ଷମା ଦେବେ ନାହିଁ ।’’

ବାହାରେ ପୁଜା କରିପାରିବେନି ଶ୍ରୀମନ୍ଦିର ସେବାୟତ-ପୃଥ୍ୱୀରାଜ ହରିଚନ୍ଦନ
ରାମକୃଷ୍ଣ ଦାସ ମହାପାତ୍ର ନବକଳେବର ସମୟର ବଳକା ଦାରୁରେ ପଶ୍ଚିମବଙ୍ଗରେ ବିଗ୍ରହ ନିର୍ମାଣ କଥା ମିଛ ବୋଲି ସ୍ପଷ୍ଟୋକ୍ତି ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପ୍ରେସମିଟରେ ପୃଥ୍ୱୀରଜ ହରିଚନ୍ଦନ ମନ୍ତବ୍ୟ ଦେଇଛନ୍ତି କି-
’’ଧାମ ଶବ୍ଦ କେବଳ ଚାରି ଧାମରେ ଲାଗି ପାରିବ,ଆଉ କୌଣସି ଜାଗାରେ ଲାଗି ପାରିବ ନାହିଁ ।
-ସେ ଦୃଷ୍ଟିରୁ ଆମେ ପଶ୍ଚିମବଙ୍ଗ ସରକାରଙ୍କୁ ଧାମ ଶବ୍ଦର ବ୍ୟବହାର ନ କରିବା ପାଇଁ କହିବୁ।
-ଦୀଘାରେ ଯୋଉ ବେଳାଭୂମି ଅଛି ତାକୁ ମହୋଦଧି କହିବା ବନ୍ଦ କରନ୍ତୁ
-ଏ ବାବଦରେ ଆମେ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବୁ ।
-ଯଦି ଏ କଥାକୁ ଅସ୍ୱୀକାର କରନ୍ତି ବା ଗ୍ରହଣ ନ କରନ୍ତି ତେବେ ଆମେ ଆଇନଗତ ଦିଗକୁ ବିଚାର ବିମର୍ଷ କରିବୁ
-ସେବକମାନେ ହେଉଛନ୍ତି ଜଗନ୍ନାଥଙ୍କ ସେବାୟତ,ସେମାନେ ଅନ୍ୟ ଜାଗାକୁ ଯିବାର ବିଧି ନାହିଁ । ଏ ବାବଦରେ ମୁକ୍ତିମଣ୍ଡପରେ ଆଲୋଚନା କରି ଏକ ମାର୍ଗଦର୍ଶିକା ଜାରୀ କରାଯିବ । ଶ୍ରୀମନ୍ଦିର ସେବାୟତ ମାନେ କୋଉଠିକୁ ଯାଇ ପାରିବେ କୋଉଠିକୁ ଯାଇ ପାରିବେ ନାହିଁ ସେ ଦିଗରେ ସ୍ପଷ୍ଟ କରାଯିବ ।
-ପୁରୀରୁ ଦାରୁ ଯାଇ ପଶ୍ଚିମବଙ୍ଗରେ ଦିଅଁ ନିର୍ମାଣ ହେବା କଥା ମିଛ ବୋଲି ସ୍ପଷ୍ଟ ହୋଇଛି। ରାମକୃଷ୍ଣ ଦାସ ମହାପାତ୍ର ଶ୍ରୀମନ୍ଦିର ପ୍ରଶାସନ ଆଗରେ ନିଜର ତଥ୍ୟ ଉପସ୍ଥାପନ କରିଛନ୍ତି। ବଳକା ଦାରୁରେ ଫଶ୍ଚିମବଙ୍ଗର ବିଗ୍ରହ ନିର୍ମାଣ ହୋଇ ନାହିଁ । ଭୁବନେଶ୍ୱରର ସୁଦର୍ଶନ ମହାରଣାଙ୍କ ଠାରୁ ସେ ବିଗ୍ରହ ନିର୍ମାଣ କରି ନେଇଛନ୍ତି । ମନ୍ଦିର  ପ୍ରଶାସନ ପାଖରୁ ଏ ନେଇ ତଦନ୍ତ ମଧ୍ୟ ହୋଇଥିଲା । ସୁଦର୍ଶନ ମହାରଣା ଏ କଥା ସ୍ୱିକାର କରିଛନ୍ତି । ଲିମ୍ବ କାଠରେ ସେ ପଶ୍ଚିମବଙ୍ଗ ମନ୍ଦିର ପାଇଁ ବିଗ୍ରହ ତିଆରି କରିଛନ୍ତି । ଏହା ଦାରୁର ଅଂଶ ବିଶେଷ ନୁହେଁ । ଧର୍ମୀୟ ଭାବନାକୁ କୁଠାରଘାତ କରିବା ନେଇ ଦେଇଥିବା ମନ୍ତବ୍ୟ ବିଷୟରେ ତାଙ୍କୁ ତଥ୍ୟ ମଗାଯାଇଛି, ଉତ୍ତରରେ ସନ୍ତୁଷ୍ଟ ନ ହେଲେ ଦଣ୍ଡ ବିଧାନର ବ୍ୟବସ୍ଥା କରାଯିବ ।
– ଦାରୁକାଠ ବାବଦରେ ମହାରଣା ସେବକଙ୍କ ସହ ଆଲୋଚନାରୁ ଯାହା ଜଣା ପଡ଼ିଛି ବଳକା କାଠ ଯୋଉ ଥାଏ ସେଥିରେ ଅଢେଇ ଫୁଟର ମୂର୍ତ୍ତି ନିର୍ମାଣ କରିବା ସମ୍ଭବ ନୁହେଁ । ସତ୍ତ୍ୱଲିପି ଅନୁସାରେ ମହାପ୍ରଭୁଙ୍କ ବଳକା କାଠ ଦାରୁଘରେ ରହେ । 1996 ରେ ସରକାରଙ୍କ ଗୋଟାଏ ଭୁଲ୍ ନିଷ୍ପତ୍ତି କ୍ରମେ ସେଥିରୁ କିଛି କାଠ ଦଇତାପତି ନିଯୋଗରେ ରଖାଯାଇଥିଲା । ଏବେ ସବୁ କାଠର ଗଣନା କରାଯାଇ କାଠକୁ ଆଣି ଦାରୁଘରେ ରଖାଯିବ । କୌଣସି କାଠ ଦାରୁଘର ବାହାରେ ରହିବ ନାହିଁ । ଛତିଶା ନିଯୋଗ ସହ ଆଲୋଚନା ହେଇଛି  । 
– ଶ୍ରୀମନ୍ଦିରକୁ ନେଇ କୌଣସି ସେବାୟତ ବେପରୁଆ ମନ୍ତବ୍ୟ ଦେଇ ପାରିବେ ନାହିଁ ।