Posts tagged VoterID

ପଶ୍ଚିମବଙ୍ଗ ଭୋଟ ସରିଲେ, ଓଡ଼ିଶାରେ ହେବ SIR 

  • ଓଡ଼ିଶାରେ ସ୍ଥଗିତ ରହିଲା ସ୍ୱତନ୍ତ୍ର ଭୋଟର ପରିଚୟ ପତ୍ର ଯାଞ୍ଚ ବା Special Intensive Revision (SIR) ପ୍ରକ୍ରିୟା। ଏପ୍ରିଲ ପହିଲାରୁ ଏହି ଅଭିଯାନ ଆରମ୍ଭ ହେବାର ଥିଲା ମାତ୍ର ଅନ୍ୟ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ ଚାଲିଥିବାରୁ ଏହାକୁ ସ୍ଥଗିତ ରଖାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ସନ୍ଥଗୋପାଳମ୍‌ଙ୍କ ସୂଚନା ଦେଇଛନ୍ତି ।
    ସ୍ଥଗିତ ରହିବାର ପ୍ରକୃତ କାରଣ
    ଯଦିଓ ଓଡ଼ିଶାରେ ବର୍ତ୍ତମାନ କୌଣସି ନିର୍ବାଚନ ନାହିଁ, ତଥାପି କେନ୍ଦ୍ରୀୟ ନିର୍ବାଚନ କମିଶନ (ECI) ସମଗ୍ର ଦେଶର ନିର୍ବାଚନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରନ୍ତି।
  • କିନ୍ତୁ ଆସନ୍ତା ମେ୪ ତାରିଖରେ ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡ଼ୁ ଓ ପୁଦୁଚେରୀର ଭୋଟ ଗଣତି ଶେଷ ହେବା ପରେ ଓଡ଼ିଶାରେ
  • SIR ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ରହିଛି।
    ଭାରତୀୟ ନିର୍ବାଚନ କମିଶନଙ୍କ ଅଧିକାଂଶ ବରିଷ୍ଠ ଅଧିକାରୀ ଓ ବୈଷୟିକ ସମ୍ବଳ ବର୍ତ୍ତମାନ ସେହି ରାଜ୍ୟ ଗୁଡ଼ିକରେ ବ୍ୟସ୍ତ ଅଛନ୍ତି।
  • SIR କଣ?
    ଏହା ନିର୍ବାଚନ କମିଶନଙ୍କ ଦ୍ୱାରା ପରିଚାଳିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା, ଯେଉଁଥିରେ
  • ନୂତନ ପଞ୍ଜିକରଣ: ୧୮ ବର୍ଷ ହୋଇଥିବା ଯୁବବର୍ଗଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଯାଏ।
  • ସଂଶୋଧନ: ନାମ, ଠିକଣା କିମ୍ବା ବୟସରେ ଥିବା ଭୁଲକୁ ସଂଶୋଧନ କରାଯାଏ।
  • ବାଦ୍ ଦେବା: ମୃତ ବ୍ୟକ୍ତି କିମ୍ବା ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ଭୋଟରଙ୍କ ନାମ ତାଲିକାରୁ କଟାଯାଏ।
  • ଘରକୁ ଘର ବୁଲି ଯାଞ୍ଚ: ବୁଥ୍ ସ୍ତରୀୟ ଅଧିକାରୀ (BLO) ମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରନ୍ତି।