Posts tagged Vice President Election

ବିଜେପିକୁ ପରୋକ୍ଷରେ ସମର୍ଥନ ଦେଲା ବିଜୁ ଜନତା ଦଳ

  • ସେପ୍ଟେମ୍ବର 9 ତାରିଖରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବନି ବିଜେଡି
  • ନବୀନ ପଟ୍ଟନାୟକଙ୍କର ଏହି ନିଷ୍ପତ୍ତି, ଇଣ୍ଡି ମେଣ୍ଟକୁ ଦେଇଛି ଶକ୍ତ ଧକ୍କା
  • ବିଜୁ ଜନତା ଦଳର 7 ଜଣ ରାଜ୍ୟସଭା ସାଂସଦମାନେ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ଦୂରେଇ ରହିବେ
  • ଫଳରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ସି.ପି. ରାଧାକ୍ରୀଷ୍ଣନ୍ ଜିତିବା ସହଜ ହୋଇଗଲା
  • କାରଣ ଲୋକସଭାରେ ଜିରୋ ଥିବା ବିଜୁ ଜନତା ଦଳର, ରାଜ୍ୟସଭା ସାଂସଦଙ୍କ ସମର୍ଥନର ଆଶା ରଖିଥିଲେ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବି.ସୁଦର୍ଶନ ରେଡ୍ଡୀ
  • ହେଲେ ସବୁ ପାଣିଚିଆ କରିଦେଲେ ନବୀନ ପଟ୍ଟନାୟକ
  • ଭୟରେ ହେଉ, ଅବା ସମଦୂରତା, ଯାହାବି ହେଉ ବିଜେପିକୁ ନବୀନଙ୍କର ମିଳିଛି ପରୋକ୍ଷରେ ସମର୍ଥନ

 ଅନ୍ୟପଟେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ ଦେବାର କ୍ଷମତା ନଥିବା ଓଡ଼ିଶାର ସବୁ ବଡ଼ ନେତା ଏବେ ଦିଲ୍ଲୀରେ,

  • ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମସ୍ତେ ଦିଲ୍ଲୀରେ,
  • ସମସ୍ତଙ୍କର ଗୋଟାଏ ପ୍ରଶ୍ନ ଥିଲା, କାହାକୁ ସପୋର୍ଟ କରିବ ବିଜୁ ଜନତା ଦଳ
  • ପୂର୍ବରୁ କ୍ଷମତାରେ ଥିଲାବେଳେ ନବୀନ ପଟ୍ଟନାୟକ ପ୍ରାୟ ସବୁ ପ୍ରସଙ୍ଗରେ ନରେନ୍ଦ୍ର ମୋଦୀଙ୍କ ନିଷ୍ପତ୍ତିକୁ ସମର୍ଥନ କରିଆସିଛନ୍ତି
  • ରାଷ୍ଟ୍ରପତି ଭୋଟରେ ମଧ୍ୟ ବିଜୁ ଜନତାଦଳ NDA ପ୍ରାର୍ଥୀ ଶ୍ରୀମତୀ ଦ୍ରୋପଦୀ ମୁର୍ମୁଙ୍କୁ ସମର୍ଥନ କରିଛି
  • ଏବେ ରାଜ୍ୟରେ ବିଜେପି ସରକାର
  • ତେଣୁ ଏଥର ଉପରାଷ୍ଟ୍ରପତି ଭୋଟକୁ ନେଇ ବିଜେଡିର ଆଭିମୁଖ୍ୟକୁ ନେଇ ଅନୁମାନ କରି ହେଉନଥିଲା
  • ଯଦିଓ ୱାକଫ୍ ସଂଶୋଧନ ବିଲକୁ ନେଇ ବିଜେଡିର 5 ସାଂସଦ NDA ସହ ରହିଥିଲେ,
  • ଏଥର କିନ୍ତୁ ଭୋଟ ଦାନରୁ ସଂପୂର୍ଣ୍ଣ ଦୂରେଇ ରହିବ ବିଜେଡି

ସଂଖ୍ୟା ଗଣିତକୁ ଦେଖିଲେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ସି.ପି. ରାଧାକ୍ରୀଷ୍ଣନ୍ ଜିତିବାରେ ବଧା ନାହିଁ। ବିଜେଡି ସମର୍ଥନ ନକଲେ ମଧ୍ୟ ହାରିବାର ପ୍ରଶ୍ନ ଉଠୁନି।

  • ଜିତିବା ପାଇଁ ବିଜେଡିର ସମର୍ଥନ ଯଦିଓ ସେତେଟା ଗୁରୁତ୍ୱ ରଖୁନଥିଲା, ତଥାପି NDA ବିଜେଡିର ସମର୍ଥନ ଲୋଡିଥିଲା
  • ୱାକଫ୍‌ ସଂଶୋଧନ ବିଲ୍‌ ଭୋଟିଂରେ NDAକୁ ସମର୍ଥନ ଦେଇ ବିଜେଡି ସମାଲୋଚିତ ହୋଇଛି
  • ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ NDA ସି.ପି. ରାଧାକ୍ରୀଷ୍ଣନ୍ ବଦଳରେ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବି.ସୁଦର୍ଶନ ରେଡ୍ଡୀଙ୍କୁ ସମର୍ଥନ ଦେବାକୁ ବିଜୁ ଜନତା ଦଳର ସମର୍ଥକମାନେ ଚାହୁଁଥିଲେ ।
    ବିଜେଡି ଯଦି ଉପରାଷ୍ଟ୍ରପତି ଭୋଟରେ NDA ପ୍ରାର୍ଥୀଙ୍କୁ ସମର୍ଥନ କରିଥାନ୍ତା, ତାହେଲେ ବିଜେଡି-ବିଜେପିର ଭିତିରି ବୁଝାମଣା ପଦାରେ ପଡ଼ିଥାନ୍ତା
    ଅନ୍ୟପଟେ ଓଡ଼ିଶାରେ ବିଜେପି ସରକାର ଆସିବା ପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ନେତାଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିପାରୁନି । ସେଣ୍ଟ୍ରାଲ ବିଜେପିର ନବୀନଙ୍କ ଭଲ ସେଟିଂ ପାଇଁ ବିଜେଡି ସରକାର ବିରୋଧରେ ବହୁ ଆରୋପ ଲଗା ଯାଇଥିଲେ ମଧ୍ୟ ସେ ଦିଗରେ ବିଜେପି ସରକାର ଚୁପ୍ ବସିଛନ୍ତି । ତେଣୁ ଏ ଦୃଷ୍ଟିରୁ ବିଚାର କଲେ NDA ପ୍ରାର୍ଥଙ୍କୁ ପରୋକ୍ଷ ସପୋର୍ଟ ଦେବା, ନବୀନ ପଟ୍ଟନାୟକଙ୍କର ଥିଲା ଶ୍ରେଷ୍ଠ ବିକଳ୍ପ।

 

ଉପରାଷ୍ଟ୍ରପତିଙ୍କୁ କିଏ ଦିଅନ୍ତି ଭୋଟ୍

ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ ଇସ୍ତଫା ଦେଲା ନୂଆ ଉପରାଷ୍ଟ୍ରପତି ଚୟନ ପ୍ରକ୍ରିୟା ପାଇଁ ପ୍ରକ୍ରିୟା  ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର ଦେଶକୁ ମିଳିବେ ନୂଆ ଉପରାଷ୍ଟ୍ରପତି। କମ୍ ଦିନ ଭିତରେ  ନିର୍ବାଚନ ତାରିଖ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନଖଡ଼ ଇସ୍ତଫା ଦେଇଥିବା ବେଳେ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ଏବଂ ଏହାର ନିର୍ବାଚନ ପ୍ରକ୍ରିୟା କେମିତି ହେବ ସେନେଇ ଚର୍ଚ୍ଚା। ଯଦିଓ ବର୍ତ୍ତମାନ ସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ ନାମ ସାମ୍ନାକୁ ଆସିନାହିଁ ତଥାପି ଅନେକ ନେତାଙ୍କ ନାଁ ଚର୍ଚ୍ଚାକୁ ଆସିଛି।

ଉପରାଷ୍ଟ୍ରପତି ନିର୍ବାଚନ: କିଏ ଦିଅନ୍ତି ଭୋଟ୍ ?
ଉପରାଷ୍ଟ୍ରପତିଙ୍କ ନିର୍ବାଚନରେ ସାଧାରଣ ଜନତା ଭାଗ ନିଅନ୍ତି ନାହିଁ । ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ହିଁ ଏ ଭୋଟର ଅଂଶଗ୍ରହଣ କରନ୍ତି। 
ଲୋକସଭାର ୫୪୩ ଜଣ ସାଂସଦ ଏବଂ ରାଜ୍ୟସଭାର ୨୫୦ ଜଣ ସାଂସଦଙ୍କୁ ମିଶାଇ ମୋଟ୍ ୭୯୩ ଜଣ ସଦସ୍ୟ ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇଥାଆନ୍ତି। ଏ ଭୋଟ ହିଁ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରେ। ଉପରାଷ୍ଟ୍ରପତିଙ୍କ ନିର୍ବାଚନ ଆନୁପାତିକ ପ୍ରତିନିଧିତ୍ୱ ପଦ୍ଧତି ଅନୁସାରେ ହୋଇଥାଏ। ଏଥିରେ ଭୋଟିଂ ଏକ ବିଶେଷ ପ୍ରଣାଳୀରେ ହୁଏ, ଯାହାକୁ ଏକକ ସଂକ୍ରମଣୀୟ ଭୋଟ୍ ପ୍ରଣାଳୀ କୁହାଯାଏ। ଭୋଟିଂ ସମୟରେ ଭୋଟରଙ୍କୁ ଗୋଟିଏ ହିଁ ଭୋଟ୍ ଦେବାକୁ ପଡ଼େ, କିନ୍ତୁ ତାଙ୍କୁ ନିଜ ପସନ୍ଦ ଆଧାରରେ ପ୍ରାର୍ଥୀମାନଙ୍କ ପାଇଁ ପ୍ରାଥମିକତା ସ୍ଥିର କରିବାକୁ ହୋଇଥାଏ । ବାଲାଟ୍ ପେପରରେ ଭୋଟରଙ୍କୁ ନିଜର ପ୍ରଥମ ପସନ୍ଦକୁ ୧, ଦ୍ୱିତୀୟ ପସନ୍ଦକୁ ୨ ଏବଂ ସେହି କ୍ରମରେ ପ୍ରାଥମିକତା ସ୍ଥିର କରିବାକୁ ପଡ଼େ। 

ଉପରାଷ୍ଟ୍ରପତି ହେବା ପାଇଁ ଯୋଗ୍ୟତା କ?
ଉପରାଷ୍ଟ୍ରପତି ନିର୍ବାଚନ ଲଢିବା ପାଇଁ ପ୍ରଥମ ଯୋଗ୍ୟତା ହେଉଛି ଭାରତର ନାଗରିକତ୍ୱ । ତାଙ୍କ ବୟସ ୩୫ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ ଏବଂ ସେ ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ ହେବାର ସମସ୍ତ ଯୋଗ୍ୟତା ପୂରଣ କରୁଥିବା ଆବଶ୍ୟକ ।  ଉପରାଷ୍ଟ୍ରପତି ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କୁ ୧୫ ହଜାର ଟଙ୍କା ଜମା କରିବାକୁ ମଧ୍ୟ ପଡ଼ିଥାଏ । ନିର୍ବାଚନରେ ହାରିଗଲେ କିମ୍ବା ମୋଟ ଭୋଟର ୧/୬ ଭାଗ ଭୋଟ୍ ନ ପାଇଲେ ଏହି ରାଶି ଫେରସ୍ତ ହୋଇଯାଏ ।