Posts tagged UPIRecord

ବଡ଼ ସହର ନୁହେଁ, ଗାଁରେ ବଢୁଛି UPI କାରବାର

UPI କାରବାରକୁ ନେଇ ଅନେକଙ୍କର ଭୁଲ୍ ଧାରଣା ଅଛି । ଅନେକ ଜଣ ଏକଥା ଭାବନ୍ତି କି  UPIର ବୃଦ୍ଧି ପାଉଥିବା କାରବାର କେବଳ ବଡ଼ ସହରର ଗ୍ରାହକ ମାନଙ୍କ ଦ୍ୱାରା କରାଯାଉଥିବା ବଡ଼ ପେମେଣ୍ଟ ଯୋଗୁଁ ହେଉଛି କିନ୍ତୁ ଅସଲରେ ତାହା ନୁହେଁ । ପ୍ରକୃତରେ ଏହି ଅଭିବୃଦ୍ଧିର ସବୁଠାରୁ ବଡ଼ କାରଣ ହେଉଛନ୍ତି ଛୋଟ ସହର ଏବଂ UPI ସହ ଯୋଡ଼ି ହେଉଥିବା ନୂଆ ବ୍ୟବହାରକାରୀ,ଯେଉଁମାନେ କମ ଟଙ୍କାର କାରବାର ତ କରନ୍ତି କିନ୍ତୁ ଅଧିକ ଥର କରୁଛନ୍ତି ଏପରି ଅନେକ ଦୈନନ୍ଦିନ ଖର୍ଚ୍ଚ, ଯାହା ପୂର୍ବରୁ ନଗଦ ଆକାରରେ ହେଉଥିଲା, ତାହା ଏବେ UPI ମାଧ୍ୟମରେ କରାଯାଉଛିଜୁଲାଇକୁ ଭାରତରେ ଡିଜିଟାଲ୍ ପେମେଣ୍ଟ ପାଇଁ ସବୁଠାରୁ ଦୁର୍ବଳ ମାସ ଭାବେ ଗ୍ରହଣ କରାଯାଉଥିବା ସତ୍ତ୍ୱେ UPI ଏକ ନୂଆ ରେକର୍ଡ ସୃଷ୍ଟି କରିଛି

ଜୁଲାଇରେ UPIର ମହାରେକର୍ଡ
ଜୁଲାଇରେ UPI ମାଧ୍ୟମରେ ୨୩.୬୬ ବିଲିୟନ୍ କାରବାର କରାଯାଇଛି। ଯାହାର ମୂଲ୍ୟ ୨୯.୮୮ ଲକ୍ଷ କୋଟି ଟଙ୍କା । ଜୁନ୍ ମାସର ୨୨.୭୨ ବିଲିୟନ୍ କାରବାର ତୁଳନାରେ ଜୁଲାଇରେ ୪% ମାସିକ ଅଭିବୃଦ୍ଧି ରେକର୍ଡ ହୋଇଛି। କାରବାରର ମୋଟ ମୂଲ୍ୟରେ ୩.୩% ମାସିକ ବୃଦ୍ଧି ହୋଇଛି। ଏଥି ସହିତ କ୍ରମାଗତ ଭାବେ UPIର ଗତି ମଜଭୁତ ରହିଛି ।2025 ଅକ୍ଟୋବର ମାସରୁ ପ୍ରତି ମାସରେ UPI କାରବାର ୨୦ ବିଲିୟନ୍‌ରୁ ଅଧିକ ରହିଆସିଛି।  ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ବ୍ୟବସାୟୀ ମାନଙ୍କ ଦ୍ୱାରା UPI ବ୍ୟାପକ ଭାବରେ ବ୍ୟବହାର ହେଉଛି । କିଣାବିକାରେ ଅଧିକାଂଶ ଲୋକ ଅନଲାଇନ୍ ପେମେଣ୍ଟ କରୁଛନ୍ତି । ସ୍ମାର୍ଟଫୋନ୍‌ର ସୁବିଧା ଦ୍ୱାରା ଅଧିକରୁ ଅଧିକ ଲୋକ ଡିଜିଟାଲ୍ ପେମେଣ୍ଟ ସହ ଯୋଡ଼ି ହେଉଛନ୍ତି। ଗ୍ରାହକ ମାନଙ୍କ ମଧ୍ୟରେ ଡିଜିଟାଲ୍ ପେମେଣ୍ଟ ପ୍ରତି ବୃଦ୍ଧି ପାଉଥିବା ବିଶ୍ୱାସ ଏବଂ ବ୍ୟବହାର UPI ପେମେଣ୍ଟକୁ ଅଧିକ ମଜଭୁତ କରିଛି ।  ଯାହା ଫଳରେ ନଗଦ ଟଙ୍କା ବଦଳରେ UPIର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି।
UPIର ସଫଳତା ଏବେ କେବଳ ମହାନଗର ଗୁଡ଼ିକରେ ସୀମିତ ହୋଇ ରହିନାହିଁ । ଭାରତର ଛୋଟ ସହର, ଗାଁ-ଗଣ୍ଡା ଏବଂ ନୂଆ ଡିଜିଟାଲ୍ ଗ୍ରାହକ ଏହାର ସବୁଠାରୁ ବଡ଼ ଶକ୍ତି ପାଲଟିଛନ୍ତି। ଛୋଟ ଛୋଟ କିନ୍ତୁ ବାରମ୍ବାର ହେଉଥିବା କାରବାର ହିଁ ଆଜି UPIର ରେକର୍ଡ ଅଭିବୃଦ୍ଧିକୁ ନୂଆ ହାଇଟକୁ ନେଇଯାଉଛି। UPI ର ପେମେଣ୍ଟ ଏତେ ବଢିଛି ଯେ ATM ବନ୍ଦ ହେବାରେ ଲାଗିଛି । ଭାରତରେ ପାଖାପାଖି ୨୪୦୦ ATM ବନ୍ଦ ହୋଇଥିଲା ବେଳେ ଓଡ଼ିଶାରୁ ବର୍ଷେ ମଧ୍ୟରେ ୭୧୬ଟି ଏଟିଏମ୍ ବନ୍ଦ ହୋଇଛି ।