Posts tagged State Emblem

AI ଭରସାରେ ଉଚ୍ଚଶିକ୍ଷା ବିଭାଗ

ଉଚ୍ଚଶିକ୍ଷା ଭଳି ପ୍ରମୁଖ ବିଭାଗ ଓଡ଼ିଶାର ଅସ୍ମିତାକୁ ନେଇ ବିବାଦରେ। ଓଡ଼ିଶାର ପ୍ରତୀକ ଭାବେ ବ୍ୟବହୃତ ହେଉଥିବା ଅଶୋକ ସ୍ତମ୍ଭ, କୋଣାର୍କ ମନ୍ଦିରର ଘୋଡ଼ାର ପ୍ରତିକୃତିକୁ ବିକୃତ କରିଛି ଉଚ୍ଚଶିକ୍ଷା ବିଭାଗ । ଓଡ଼ିଶାର ପ୍ରତୀକକୁ ବିକୃତ କରି ଉଚ୍ଚଶିକ୍ଷା ବିଭାଗ ଲୋଗୋ ଭାବେ ବ୍ୟବହାର କରିଛି । ଯାହାକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ସୃଷ୍ଟି ହେଉଛି ।
ନିର୍ବାଚନ ପରେ କୁଆଡ଼େ ଗଲା ଓଡ଼ିଆ ଅସ୍ମିତା?
ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଥିଲା ବିଜେପି, ମାତ୍ର ସରକାର କଲା ପରେ ବଦଳୁଛି ଆଭିମୁଖ୍ୟ । ଦିନକୁ ଦିନ ବିଭିନ୍ନ କ୍ଷେତ୍ରରେ ଓଡ଼ିଆ ଅସ୍ମିତାକୁ ବାଜିରେ ଲଗାଉଛନ୍ତି ସରକାର । ରାଜ୍ୟର ପ୍ରମୁଖ ଦାୟିତ୍ୱରେ ଅଣଓଡ଼ିଆଙ୍କୁ ପ୍ରାଥମିକତା ଦେଉଥିଲା ବେଳେ ଓଡ଼ିଆଙ୍କୁ ଅବହେଳା କରାଯାଉଛି । ବିଜୁ ଜନତା ଦଳର ସରକାର ସମୟରେ ପାଣ୍ଡିଆନଙ୍କୁ ଭିତ୍ତି କରି ଓଡ଼ିଶାରେ ଅଣଓଡ଼ିଆ ରାଜ୍ ଚାଳୁଥଇବା କହୁଥିବା ବିଜେପି ସରକାର ସମୟରେ ମୁଖ୍ୟଶାସନ ସଚିବଙ୍କଠୁ ଆରମ୍ଭ କରି ପୋଲିସ ମହାନିର୍ଦ୍ଦେଶକ ପର୍ଯ୍ୟନ୍ତ ପ୍ରମୁଖ ପଦ ଅଣଓଡ଼ିଆଙ୍କ ହାତକୁ ଟେକି ଦେଇଛନ୍ତି।

AI ଭରସାରେ ଉଚ୍ଚଶିକ୍ଷା ବିଭାଗ, ହାଇକୋର୍ଟଙ୍କ ଅବମାନନା
ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ ସୋସିଆଲ ମିଡିଆ ପୋଷ୍ଟର ପ୍ରକାଶ କରାଯାଇଥିଲା। ସେହି ପୋଷ୍ଟରରେ ବ୍ୟବହୃତ ରାଜ୍ୟ ପ୍ରତୀକ (State Emblem) ସରକାରୀ ଚିହ୍ନଟି ମୂଳ ଡିଜାଇନ ସହ ସମ୍ପୂର୍ଣ୍ଣ ମେଳ ଖାଉନଥିଲା।  ଜଣେ ୟୁଟ୍ୟୁବର ଏହି ପୋଷ୍ଟରକୁ ନେଇ ସମାଲୋଚନା କରିଥିଲେ। ସେ ଦର୍ଶାଇଥିଲେ ଯେ ସରକାରୀ ପ୍ରତୀକର ଆକୃତି, ଅନୁପାତ ଓ କିଛି ଉପାଦାନ ବିକୃତ ହୋଇଯାଇଛି, ଯାହା AI-ଜେନେରେଟେଡ୍ ଛବିରେ ସାଧାରଣତଃ ଦେଖାଯାଏ। ଏହାପରେ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ଆରମ୍ଭ ହୋଇଥିଲା।  ସରକାରୀ ପ୍ରତୀକ ଏକ ଗୁରୁତ୍ୱପୂର୍ଣ୍ଣ ରାଜକୀୟ ଚିହ୍ନ। ଏହାର ଭୁଲ କିମ୍ବା ବିକୃତ ବ୍ୟବହାର ଅନୁଚିତ। ସରକାରୀ ବିଭାଗଗୁଡ଼ିକ AI ବ୍ୟବହାର କଲେ ମଧ୍ୟ ଯାଞ୍ଚ ବିନା ପ୍ରକାଶ କରିବା ଉଚିତ ନୁହେଁ ବୋଲି ସମାଲୋଚକମାନେ କହିଛନ୍ତି।କିଛି ମାସ ପୂର୍ବରୁ Orissa High Court ରାଜ୍ୟ ଓ ଜାତୀୟ ପ୍ରତୀକର ଭୁଲ ବ୍ୟବହାର ନ କରିବାପାଇଁ ସରକାରଙ୍କୁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉଚ୍ଚଶିକ୍ଷା ବିଭାଗ ଅନ୍ୟ ଉପରେ ନଜର ରଖିବା ତ ଦୂରର କଥା ବରଂ ନିଜେ ସେଇ ଦୋଷରେ ଦୋଷୀ ।