Posts tagged ShreeMandir

ପୂରଣ ହେଉନି ପୃଥ୍ୱୀରାଜଙ୍କ ପ୍ରତିଶ୍ରୁତି, କେବେ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ପୂର୍ବ ସରକାରରେ ଶ୍ରୀଜଗନ୍ନାଥଙ୍କୁ ନେଇ ଅନେକ ପ୍ରହସନ ହେଇଥିଲା ବେଳେ ବିଜେପି ସରକାରରେ ବି କିଛି କମ୍ ପ୍ରହସନ ହେଇନି । ରଥଯାତ୍ରାରେ ବଳଭଦ୍ରଙ୍କ ବିଗ୍ରହ ଖସି ପଡ଼ିବା ସହ ଚଳିତ ବର୍ଷ ରଥଯାତ୍ରାରେ ଦଳଚକଟାରେ ଭକ୍ତଙ୍କ ମୃତ୍ୟୁର କଳଙ୍କ ଲାଗିଛି । ଯଦିଓ ସରକାରକୁ ଆସିବା ପରେ ପ୍ରାଥମିକତା ଦେଇ ଚାରିଦ୍ୱାର ଖୋଲିବାର କାମ ବିଜେପି ସରକାର କରିଛି କିନ୍ତୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ହୋଇପାରୁନି । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ପାଇଁ ପ୍ରାୟ ବର୍ଷେ ହେଲା ଯୋଜନା ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ନା କାମ ସରୁଛି, ନା ଶ୍ରଦ୍ଧାଳୁ ଧାଡ଼ିରେ ଯାଇ ଶୃଙ୍ଖଳାର ସହ ମହାପ୍ରଭୁଙ୍କ ଦର୍ଶନ କରିପାରୁଛନ୍ତି । ଦର୍ଶନ କରିବାକୁ ଶ୍ରଦ୍ଧାଳୁ ବିଭିନ୍ନ ପ୍ରକାରର ଅସୁବିଧାର ସାମ୍ନା କରୁଛନ୍ତି।

ଆଗକୁ କାର୍ତ୍ତିକ ମାସ ଆସୁଛି, ଏ ମାସରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ନାହିଁ ନଥିବା ଗହଳି ହେବ । ତେବେ ଏ ସମସ୍ୟାର ସମାଧାନ ପାଇଁ  କେବେ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ ସେନେଇ ପ୍ରଶ୍ନ ଉଠୁଛି। କାର୍ତ୍ତିକ ମାସରେ  ଲକ୍ଷାଧିକ ଭକ୍ତ ପୁରୀ ଆସିବେ। ବାହାରେ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା ଥିବା ବେଳେ ଭିତର ଦର୍ଶନ ହୋଇପାରିଲା ନାହିଁ । ଜାନୁଆରିରୁ ପୁରୀରେ ଭିତର ଦର୍ଶନ ଲାଗି ଧାଡ଼ି ବ୍ୟବସ୍ଥା ଲାଗୁ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ । 7 ମାସ ବିତିଯାଇଥିଲେ ବି ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ହେଇପାରିଲାନି । ଜାନୁଆରି ସରି ସେପ୍ଟେମ୍ବର ହେବାକୁ ବସିଲାଣି, ତଥାପି ଧାଡ଼ି ବ୍ୟବସ୍ଥା ହୋଇପାରିଲାନି । ୧୬ ପିଲାର ବିଶିଷ୍ଟ ଅଞ୍ଚଳରେ ୬ ଥାକିଆ ଦର୍ଶନ ବ୍ୟବସ୍ଥା ଆପଣାଇବାକୁ କୁହାଯାଉଥିଲା। ଭିତର ଦର୍ଶନ ସମୟରେ ସାତ ପାହାଚ ଦ୍ଵାରରେ ପ୍ରବେଶ କରି ଭକ୍ତ ଘଣ୍ଟି ଦ୍ଵାର ଓ ଗାରଦ ଦ୍ଵାରରେ ବାହାରି ପାରିବେ।  ଘଣ୍ଟି ଦ୍ଵାରରେ ମହିଳା ଓ ବରିଷ୍ଠ ନାଗରିକ, ଗାରଦ ଦ୍ଵାରରେ ପୁରୁଷଙ୍କ ପାଇଁ ପ୍ରସ୍ଥାନ ରହିବ। କିନ୍ତୁ ଏଯାଏଁ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଯଦିଓ ସେପ୍ଟେମ୍ବର 15 ସୁଦ୍ଧା ଧାଡ଼ି ଦର୍ଶନର ବ୍ୟବସ୍ଥା ହେବା କଥା କୁହାଯାଉଛି ।ତଥାପି ପୁର୍ବ ପ୍ରତିଶ୍ରୁତି ରଖି ପାରି ନଥିବାରୁ ଏ କଥା ମଧ୍ୟ ଭରସାଯୋଗ୍ୟ ନୁହେଁ । ଭିତର ଦର୍ଶନରେ ସମସ୍ୟା ଯୋଗୁଁ ଭକ୍ତଙ୍କ ଅସନ୍ତୋଷ ବଢିବାରେ ଲାଗିଛି। ତେବେ କେବେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନର ବ୍ୟବସ୍ଥା ଲାଗୁ ହେଉଛି ଏବଂ ଦେଇଥିବା କଥାକୁ ସରକାର କେବେ ପୂରଣ କରୁଛନ୍ତି ତାକୁ ହିଁ ଅପେକ୍ଷା  ।

 

ଚମକିବ ଶ୍ରୀମନ୍ଦିର ରତ୍ନଭଣ୍ଡାର,ଜଷ୍ଟିସ ରଥଙ୍କ ୱାରେଣ୍ଟି-୧୦୦ ବର୍ଷ

  • ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପ୍ରସଙ୍ଗକୁ ନେଇ ମତ ରଖିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ
  • ମାସେ ଭିତରେ ମରାମତି କାମ ସରିବା ନେଇ ସେ ପ୍ରତିକ୍ରିୟା ଦେଇଛନ୍ତି ।
  • ମରାମତି କାମ କ୍ଷୀପ୍ର ଗତିରେ ଚାଲିଥିବା ସେ ପ୍ରକାଶ କରିଛନ୍ତି ।
  • ଭିତର ପାଚେରୀ ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି ଓ ମରାମତିକୁ ଯତ୍ନ ସହକାରେ କରାଯାଉଥିବା ସେ କହିଛନ୍ତି
  • ୭୫ରୁ ୧୦୦ ବର୍ଷ ସୁରକ୍ଷିତ ରଖିବା ପାଇଁ କାର୍ଯ୍ୟ କରାଯାଉଛି ବୋଲି ପ୍ରକାଶ କରିବା ସହ ଉଚିତ ଓ ଉନ୍ନତମାନର ମ୍ୟାଟେରିଆଲ୍ ବ୍ୟବହାର ନେଇ ମଧ୍ୟ ସୂଚନା ଦେଇଛନ୍ତି ।

              ସୁରକ୍ଷିତ ହେବ ଅବହେଳିତ ରତ୍ନଭଣ୍ଡାର

  • ପୂର୍ବ ସରକାରରେ ରତ୍ନଭଣ୍ଡାରର ଚାବି ହଜିବା ପ୍ରସଙ୍ଗଠାରୁ ନେଇ ରତ୍ନଭଣ୍ଡାରର ସୁରକ୍ଷା ଓ ଦୁରାବସ୍ଥା ଭକ୍ତମହଲକୁ ଅସନ୍ତୋଷ କରିଥିଲା ।
  • ଚାରିଦ୍ୱାର ନ ଖୋଲିବା,ରତ୍ନଭଣ୍ଡାରର ରତ୍ନ ସୁରକ୍ଷିତ ନ ରଖିବା ନେଇ ବିଜେଡିକୁ ଟ୍ରୋଲ୍ କରିଥିଲା ବିଜେପି ।
  • ୨୦୧୮ ମସିହାରୁ ଭିତର ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ରହିଥିବା ଜାଣି ମଧ୍ୟ ମରାମତି କରିବା ଦିଗରେ ଶ୍ରୀମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବା ବେଳେ ASI ତରଫରୁ ଅଗଷ୍ଟ ୨୦୨୨ରେ ରତ୍ନଭଣ୍ଡାର ମରାମତି କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଥିଲା।
  • ମାତ୍ର ପୂର୍ବ ସରକାରରେ କୌଣସି ବୈଠକରେ ରତ୍ନଭଣ୍ଡାର ମରାମତି କିମ୍ବା ଖୋଲିବା ଦିଗରେ ଆଲୋଚନା ହୋଇନଥିଲା
  • ଏପରିକି ରତ୍ନଭଣ୍ଡାର ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ହାଇକୋର୍ଟକୁ ବାରମ୍ବାର ଭୂଆଁ ବୁଲାଇଥିବା ବେଳେ ନିର୍ଦ୍ଧାରିତ ତାରିଖରେ ସତ୍ୟପାଠ ଦାଖଲ ହୋଇ ପାରି ନଥିଲା
  • ବିଜେପି କ୍ଷମତାକୁ ଆସିବା ପରେ ରତ୍ନଭଣ୍ଡାର ଖୋଲିବା ନେଇ ତତ୍ପରତା ପ୍ରକାଶ କରିଥିଲା।
  • 14 ଜୁଲାଇ 2024 ରେ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ନେତୃତ୍ୱରେ ୧୧ଜଣିଆ ହାଇଲେବଲ କମିଟି ଭିତର ରତ୍ନ ଭଣ୍ଡାରକୁ ଖୋଲିଥିଲେ
  • ପ୍ରାୟ ୫ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ବାହାର ଭିତର ରତ୍ନ ଭଣ୍ଡାର ଖୋଲି ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଟେକନିକାଲ୍ ଟିମ୍ ଏସବୁ ଅନୁଧ୍ୟାନ କରିଥିଲେ ।
  • ଓଡ୍ରାଫ୍ ଟିମ୍ , ଅଗ୍ନିଶମ ଏବଂ ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ବି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଲାଇଟ୍, କଟର, ଜେନେରେଟର୍, ଫାୟାର୍ ମାସ୍କ, ମେଟାଲ୍ ଡିଟେକ୍ଟର ବ୍ୟବହାର କରଯାଇ ଜୁଲାଇ 14ରେ ବାହାର ରତ୍ନଭଣ୍ଡାର ଖୋଲି ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଗୁଡ଼ିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରି ଭିତର ରତ୍ନଭଣ୍ଡାର ଖୋଲି ସ୍ଥିତି ଠିକ୍ ନଥିବା ଅନୁଧ୍ୟାନ କରିଥିଲେ ।
  • ଭିତର ଭଣ୍ଡାରକୁ ଆଲୋକିକରଣ କରାଯିବା ସହ ପୁରା ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଥିଲା । ASI ଦ୍ୱାରା ଲେଜର ସ୍କାନିଂ ପରେ ରତ୍ନଭଣ୍ଡାର ଅବସ୍ତା ଭଲ ନଥିବା ସ୍ପଷ୍ଟ ହୋଇଥିଲା । ଜୁଲାଇ 16 ରୁ ମରାମତି କାମ ଆରମ୍ଭ ହୋଇ ଯାଇଥିଲା ।
  • ଭିତର ରତ୍ନଭଣ୍ଡାର ମରାମତି କାମ ଖୁବ୍ ଜୋରରେ ଚାଲିଥିବା ବେଳେ ଚଳିତ ମାସ ଶେଷସୁଦ୍ଧା ମରାମତି ସରିବା ନେଇ ଜଷ୍ଟିଷ ରଥ ପ୍ରତିକ୍ରିୟା ଦେଇଛନ୍ତି ।
  • ରତ୍ନଭଣ୍ଡାରର ସ୍ଥାୟୀତ୍ୱକୁ ଆଖିରେ ରଖି ମଜବୁତ୍ କାମ ହେଉଥିବା ଜଷ୍ଟିସ ରଥ କହିଛନ୍ତି ।