Posts tagged Shehbaz Sharif

ପାକିସ୍ତାନର ଭରସା, ଚୀନର ଡୁପ୍ଲିକେଟ ଅସ୍ତ୍ର

ଠକିଗଲା ପାକିସ୍ତାନ। ଚୀନ୍ ସହ ବନ୍ଧୁତା କରି ଯୁଦ୍ଧ କ୍ଷେତ୍ରରେ ଧୋକା ଖାଇଛି ପାକିସ୍ତାନ । ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଲଢେଇ ମଧ୍ୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପାକିସ୍ତାନ ଭାରତକୁ ସାମ୍ନା କରିବାକୁ ପ୍ରୟୋଗ କରୁଥିବା ଅସ୍ତ୍ରଶସ୍ତ୍ର ଧ୍ୱଂସ ହେବାକୁ ଖୁବ୍ କମ୍ ସମୟ ଲାଗୁଛି।  ପାକିସ୍ତାନକୁ ତା ମିତ୍ର ଚାଇନା ଦ୍ୱାରା ଯୋଗାଣ କରାଯାଇଥିବା ଅତ୍ୟାଧୁନିକ ଡ୍ରୋନ ଏବଂ ଅସ୍ତ୍ରଶସ୍ତ୍ର ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ମାତ୍ର କିଛି ମିନିଟରେ ଧ୍ୱଂସ କରାଯାଇଛି। ଏହି ଘଟଣା ପାକିସ୍ତାନର ସାମରିକ କ୍ଷମତା ଏବଂ ଚାଇନାର ପ୍ରଯୁକ୍ତିବିଦ୍ୟା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମେ ୮ ଓ ୯ ତାରିଖର ମଧ୍ୟରାତ୍ରୀରେ ପାକିସ୍ତାନ ଚାଇନା ନିର୍ମିତ ଡ୍ରୋନ ଏବଂ ମିସାଇଲ ବ୍ୟବହାର କରି ଜମ୍ମୁ, ପଠାନକୋଟ, ଚଣ୍ଡୀଗଡ଼ ସମେତ ଭାରତର ଉତ୍ତର ଓ ପଶ୍ଚିମାଞ୍ଚଳର ଅନେକ ସାମରିକ ଅଡ୍ଡା ଉପରେ ଆକ୍ରମଣର ଚେଷ୍ଟା କରିଥିଲା। କିନ୍ତୁ ଭାରତର ଅତ୍ୟାଧୁନିକ S-400 ଏୟାର ଡିଫେନ୍ସ ସିଷ୍ଟମ ଏବଂ DRDO ଦ୍ୱାରା ବିକଶିତ ଆଣ୍ଟି-ଡ୍ରୋନ ଟେକ୍ନୋଲୋଜି ଏହି ସମସ୍ତ ଡ୍ରୋନ ଏବଂ ମିସାଇଲକୁ ଆକାଶରେ ହିଁ ଧ୍ୱଂସ କରି ଦେଇଛି।

ଚାଇନା ଦ୍ୱାରା ଯୋଗାଣ କରାଯାଇଥିବା ଏହି ଡ୍ରୋନଗୁଡ଼ିକ ଅତ୍ୟନ୍ତ ଉନ୍ନତ ଏବଂ ଉଚ୍ଚ ଶକ୍ତିସମ୍ପନ୍ନ ଥିଲା ବୋଲି ଦାବି କରାଯାଉଥିଲେ ବି ଅସଲରେ ଏସବୁ ଡୁପ୍ଲିକେଟ। ଭାରତର ରାଡାର ସିଷ୍ଟମ ଏବଂ ଇନଟରସେପ୍ଟର ମିସାଇଲ ଏହାକୁ ସହଜରେ ଚିହ୍ନଟ କରି ନଷ୍ଟ କରିଦେଇଛି। ଏହି ଘଟଣା ପାକିସ୍ତାନକୁ ଚାଇନାର ପ୍ରଯୁକ୍ତିବିଦ୍ୟା ଉପରେ ଅତ୍ୟଧିକ ନିର୍ଭରଶୀଳତାର ଏକ ବଡ଼ ଝଟକା ଦେଇଛି।ଏହି ଘଟଣା ଚାଇନା-ପାକିସ୍ତାନ ବନ୍ଧୁତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ଚାଇନାର ଟେକ୍ନୋଲୋଜି ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଆଗରେ ଫେଲ୍ ମାରିବା ପାକିସ୍ତାନକୁ ଏକ ବଡ଼ ଧୋକା ବୋଲି କୁହାଯାଉଛି ।