Posts tagged Seva Teerth

ପ୍ରଧାନମନ୍ତ୍ରୀଙ୍କ ନୂଆ ଅଫିସ

ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ବଦଳିବାକୁ ଯାଉଛି ପ୍ରଧାନମନ୍ତ୍ରୀଙ୍କ ଅଫିସ୍ ଠିକଣା। ପୁରୁଣା ଅଫିସ ବଦଳରେ ନୂଆ ଅଫିସରେ କାମ ଚାଲିବ। ପ୍ରଧାନମନ୍ତ୍ରୀଙ୍କ ଏହି ନୂଆ କାର୍ଯ୍ୟାଳୟ ସେବା ତୀର୍ଥ ଭାବେ ପରିଚିତ ହେବ। ଯାହାକି ରାଷ୍ଟ୍ରପତି ଭବନ ନିକଟରେ ନିର୍ମାଣ କରାଯାଇଛି। ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟରେ ପ୍ରଧାନମନ୍ତ୍ରୀଙ୍କ ଏହି ନୂଆ କାର୍ଯ୍ୟାଳୟ କାମ ଶେଷ ହୋଇଛି।ପ୍ରଧାନମନ୍ତ୍ରୀଙ୍କ ଏହି ନୂଆ କାର୍ଯ୍ୟାଳୟରେ କ୍ୟାବିନେଟ୍ ସଚିବାଳୟ ସହିତ ନ୍ୟାସନାଲ ସିକ୍ୟୁରିଟି କାଉନସିଲ୍ ସେକ୍ରେଟେରିଏଟ୍ ମଧ୍ୟ ରହି । ଏହାସହ ଏଥିରେ ଅନ୍ୟ କିଛି ମନ୍ତ୍ରାଳୟ ମଧ୍ୟ କାମ କରିବ ବୋଲି ଜଣାପଡ଼ିଛି।ଯାହା ତିଆରି କରିବାକୁ ଖର୍ଚ୍ଚ ହୋଇଛି ୧୧୮୯ କୋଟି

୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପରଠାରୁ ଭାରତର କ୍ଷମତାର କେନ୍ଦ୍ର ଭାବେ ପରିଚିତ ସାଉଥ୍ ବ୍ଲକ୍‌ରେ ପ୍ରଧାନମନ୍ତ୍ରୀଙ୍କ ଅଫିସ ଥିଲା। ଏ ଅଫିସ୍ ବର୍ତ୍ତମାନ ସେବା ତୀର୍ଥରେ ପରିଣତ ହେବାକୁ ଯାଉଛି। ଲାର୍ସନ୍ ଆଣ୍ଡ୍ ଟୁବ୍ରୋ ଦ୍ୱାରା ନିର୍ମିତ ସମ୍ପୂର୍ଣ୍ଣ “ସେବା ତୀର୍ଥ” କମ୍ପ୍ଲେକ୍ସ ପାଇଁ ପ୍ରାୟ ୧,୧୮୯ କୋଟି ଖର୍ଚ୍ଚ ହୋଇଛି। ଏହାସହ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏକଜିକ୍ୟୁଟିଭ୍ ଏନକ୍ଲେଭ୍ ୧ ପାଖରେ ଏକଜିକ୍ୟୁଟିଭ୍ ଏନକ୍ଲେଭ୍ ୨ର ମଧ୍ୟ ନିର୍ମାଣ କରାଯାଉଛି। ଯେଉଁଠି ପ୍ରଧାନମନ୍ତ୍ରୀଙ୍କ ନୂଆ ସରକାରୀ ବାସଭବନ ରହିବ। ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଲୋକ କଲ୍ୟାଣ ମାର୍ଗରେ ରହିଛି। ଯାହା ପରିବର୍ତ୍ତନ ହେବ। ଦୀର୍ଘବର୍ଷ ପରେ ଅଫିସର ଠିକଣା ବଦଳାଇବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।