Posts tagged Sala Budhara Badla

ଭଲ ଫିଲ୍ମକୁ ଓଡ଼ିଶାରେ ଆୱାର୍ଡ ନାହିଁ

ଓଡ଼ିଶାର ଫିଲ୍ମ ଇଣ୍ଡଷ୍ଟ୍ରି ପୁଣି ଥରେ ତା ଟ୍ରାକକୁ ଫେରିଛି । କପି ପେଷ୍ଟ ଷ୍ଟୋରୀର କଳଙ୍କ ହଟେଇ ପୁଣିଥରେ ଆମ ଓଡ଼ିଆ ଘରର କାହାଣୀ ଦର୍ଶକଙ୍କୁ ହଲ୍ ମୁହାଁ କରୋଉଛି । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି, ଯେଉଁ ଫିଲ୍ମ ଜାତୀୟ ସ୍ତରରେ ଆୱାର୍ଡ ଜିତୁଛି ରାଜ୍ୟ ସ୍ତରରେ ସେ ଫିଲ୍ମ ପୁରସ୍କାରରୁ କାଟ ଖାଉଛି । ଯଦିଓ ପୁରସ୍କାର କଳାକାରର ମାନଦଣ୍ଡ ନୁହେଁ ତଥାପି ପ୍ରୋତ୍ସାହନ ପାଇଁ ଜାତୀୟ ସ୍ତରରେ ଯେଉଁମାନେ ଲୋକପ୍ରିୟତା ସାଉଁଟୁଛନ୍ତି ରାଜ୍ୟ ସ୍ତରରେ ସେମାନେ ଅଲୋଡ଼ା , ଅଖୋଜା । ଜାତୀୟ ସ୍ତରରେ ଓଡ଼ିଆ ସିନେମା ପ୍ରଶଂସା ଓ ପୁରସ୍କାର ଜିତୁଛି କିନ୍ତୁ ରାଜ୍ୟ ସ୍ତରରେ ସେଇ ସିନେମା କାହିଁକି ଅବହେଳିତ? ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରକୁ ନେଇ  ବର୍ତ୍ତମାନ ବଡ଼ ପ୍ରଶ୍ନ ଜୁରିଙ୍କ ଚୟନ ପ୍ରକ୍ରିୟା ଏବେ ସନ୍ଦେହରେ ।

2023 ମସିହାରେ ପୁଷ୍କରା ଫିଲ୍ମ ନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଆୱାର୍ଡ ପାଇଲା କିନ୍ତୁ ରାଜ୍ୟ ସ୍ତରରେ ସେ ସିନେମା ସେତିକି ସଫଳତା ପାଇପାରିଲା ନାହିଁ ।  ଠିକ୍ ସେମିତି ଯଦି ପ୍ରତିକ୍ଷା କଥା ବିଚାରକୁ ନେବେ ଯାହା ଜାତୀୟ ସ୍ତରରେ ପୁରସ୍କୃତ । ଏମିତି କି ଏ ଫିଲ୍ମକୁ ନେଇ ଅନୁପମ ଖେର ଚର୍ଚ୍ଚା ଆଲୋଚନା କଲେ ଏବଂ ହିନ୍ଦୀରେ ଏ ଫିଲ୍ମ ପାଇଁ ପ୍ରସଙ୍ଗ ଆସିଲା କିନ୍ତୁ ରାଜ୍ୟ ସ୍ତରରେ ଏ ସିନେମାକୁ ସେତିକି ସ୍ୱୀକୃତୀ ମିଳିଲା କି? ଖାଲି ଏତିକି ନୁହେଁ  ୧୯୮୫ରେ ଜାତୀୟ ପୁରସ୍କାର ପ୍ରାପ୍ତ ‘ହାକିମ ବାବୁ’ ୨୦୧୪ର ସବ୍ୟସାଚୀ ମହାପାତ୍ରଙ୍କ ‘ଆଦିମ ବିଚାର’, ‘ଶଲା ବୁଢ଼ାର ବଦଲା’ ହେଉ କି ‘ପାହାଡ଼ର ଲୁହ’ କାଲିର ଅତୀତ ଏମିତି ଅନେକ ଫିଲ୍ମ ଅଛି ଯେଉଁଠି ଜାତୀୟ ସ୍ତରରେ ବୱାର୍ଡ ମିଳିଥିଲେ ବି ରାଜ୍ୟ ସ୍ତରରେ ସେତିକି ସମ୍ମାନ ସ୍ୱୀକୃତି ମିଳି ପାରୁନାହିଁ ।

ହକି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାର କଳାକାରଙ୍କୁ ଗୁରୁତ୍ୱ ଦେଇ ଓଡ଼ିଶାର କଳାକାରଙ୍କୁ ଅଣଦେଖା କଲେ, ଏବେକାର ସରକାର ମଧ୍ୟ ବିଭିନ୍ନ ପ୍ରକାରର ମେଳା ମହୋତ୍ସବରେ ବାହାରର ଷ୍ଟାର ମାନଙ୍କୁ ମାତ୍ରାଧିକ ଗୁରୁତ୍ୱ ଦେଉଛନ୍ତି । ଯାହା ଓଡ଼ିଶାର କଳାକାରଙ୍କ ପାଇଁ ଶୁଭଙ୍କର ନୁହେଁ । ସେମିତି ଯଦି ଆମେ ସିନେମା କଥା ବିଚାର କରିବା ତେବେ ଜାତୀୟ ସ୍ତରରେ ସୁନାମ ସାଉଁଟୁଥିବା ଓଡ଼ିଆ ସିନେମା, କିନ୍ତୁ ରାଜ୍ୟରେ କାଟ୍ ଖାଉଛି। ଯେଉଁ ସିନେମା ଦେଶରେ ପ୍ରଶଂସା ସାଉଁଟୁଛି ରାଜ୍ୟରେ ଚୟନ ପ୍ରକ୍ରିୟାରୁ କେମିତି କଟୁଛି ?ଜୁରିଙ୍କ ବିଜ୍ଞତା ଓ ଚୟନକୁ ନେଇ ପ୍ରଶ୍ନ ଉଠୁଛି । ପ୍ରିୟାପ୍ରୀତି ତୋଷଣରେ ଯୋଗ୍ୟ ବଳିପଡ଼ୁଛନ୍ତିପୁରସ୍କାର ଚୟନ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ ସହ କାଠଗଡ଼ାରେ ଛିଡ଼ା କରାଉଛି। ତେବେ ପ୍ରଶ୍ନ ଉଠୁଛି ମାପଦଣ୍ଡ କ? ଜୁରି ଚୟନ ଓ ସିନେମା ପୁରସ୍କାର ଲାଗି ମାପଦଣ୍ଡ ସ୍ଥିର ହେବା ଆବଶ୍ୟକ। ଏଥିପାଇଁ ଆୟୋଜକ କମିଟି ହୁଅନ୍ତୁ କି ପୁରସ୍କାର ପ୍ରଦାନ କରୁଥିବା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ( ଓ ଏଫ୍‌ଡିସି) ହେଉ କିମ୍ବା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ପ୍ରଥମେ ନିର୍ଦ୍ଦେଶାବଳୀ ସହ ମାପଦଣ୍ଡ ଧର୍ଯ୍ୟ କରନ୍ତୁ । ନହେଲେ ସମସ୍ତେ ବିବାଦ ଘେରରେ ରହିବା ଧାର୍ଯ୍ୟ ।