Posts tagged Saiyaara

କପି ମୁଭି କି ସୈୟାରା !

ବକ୍ସ ଅଫିସରେ ରେକର୍ଡ କରିଛି ସୈୟାରା ମୁଭି । ନିର୍ଦ୍ଦେଶକ ମୋହିତ ସୁରୀଙ୍କ ନୂଆ ଚଳଚ୍ଚିତ୍ର ସୈୟାରା’, ଜୁଲାଇ ୧୮ରେ ରିଲିଜ ହୋଇଛି ଅହାନ ପାଣ୍ଡେଅନୀତ ପଡ୍ଡା ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି  ଯଦିଓ ଏହି ମ୍ୟୁଜିକାଲ ରୋମାଣ୍ଟିକ ମୁଭି ବକ୍ସ ଅଫିସରେ ଦମଦାର ଆରମ୍ଭକରିଛି, କିଛି ଦର୍ଶକ କିନ୍ତୁ ଏହାକୁ କପି ମୁଭି ବୋଲି କହୁଛନ୍ତି । 21 ବର୍ଷ ପୂର୍ବରୁ  ୨୦୦୪ରେ ମୁକ୍ତିଲାଭ କରିଥିବା ଦକ୍ଷିଣ କୋରିଆନ ଚଳଚ୍ଚିତ୍ର ଏ ମୋମେଣ୍ଟ ଟୁ ରିମେମ୍ବର ଷ୍ଟୋରୀ ସହ ଏ ଫିଲ୍ମର କାହାଣୀ ମିଶୁଥିବା ଚର୍ଚ୍ଚା ହେଉଛି ।ସୈୟାରାର କାହାଣୀ କୋରିଆନ ଫିଲ୍ମ ସହ ସାମଞ୍ଜସ୍ୟ ଥିବା ଦର୍ଶକମାନେ ଦାବି କରୁଛନ୍ତିଏହି ଚଳଚ୍ଚିତ୍ରରେ କ୍ରିଶ କପୁର ଭୂମିକାରେ ଅଭିନୟ କରୁଥିବା  (ଅହାନ ପାଣ୍ଡେ) ଜଣେ ଉଗ୍ର ସ୍ୱଭାବର ସଙ୍ଗୀତଜ୍ଞ ଏବଂ ବାଣୀ ଭୂମିକାରେ ଅଭିନୟ କରୁଥିବା (ଅନୀତ ପଡ୍ଡା) ଜଣେ ସଂରକ୍ଷିତ ପତ୍ରକାର ଭାବେ ନଜର ଆସିଛନ୍ତିଉଭୟଙ୍କ ମଧ୍ୟରେ ପ୍ରେମ ହେବା ପରେ ବାଣୀଙ୍କୁ ପ୍ରାରମ୍ଭିକ ଆଲଜେଇମର୍ସ ରୋଗ ଜଣାପଡିବା ହେବା ସହ ସେମାନଙ୍କ ସମ୍ପର୍କ ଏକ ଭାବପ୍ରବଣ ମୋଡ଼ ନେଇଛି।

 ‘ଏ ମୋମେଣ୍ଟ ଟୁ ରିମେମ୍ବର’, ଯାହା ଜନ ଏଚ. ଲୀଙ୍କ ନିର୍ଦ୍ଦେଶନାରେ ନିର୍ମିତ, ସୁ-ଜିନ (ସନ ୟେ-ଜିନ) ଓ ଚୁଲ-ସୁ (ଜଙ୍ଗ ୱୁ-ସଙ୍ଗ)ଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ସେଥିରେ ମଧ୍ୟ ଏହିପରି କାହାଣୀ ରହିଛି । ଯେଉଁଥିରେ ସୁ-ଜିନଙ୍କୁ ଆଲଜେଇମର୍ସ ରୋଗ ଜଣାପଡିବା ପରେ ସେମାନଙ୍କ ସମ୍ପର୍କରେ ଜଟିଳତା ଆସିଥାଏ। ଏହି ଫିଲ୍ମ ପ୍ରେମ ଓ ସ୍ମୃତିର ସମ୍ବେଦନଶୀଳ ଚିତ୍ରଣ ପାଇଁ ବିଶ୍ୱବ୍ୟାପୀ ପ୍ରଶଂସିତ ହୋଇଛି। ସୋସିଆଲ ମିଡିଆରେ ଜଣେ ୟୁଜର୍ସ ଲେଖିଛନ୍ତି, “ସୈୟାରା ଏକ କୋରିଆନ ଫିଲ୍ମର ନକଲ।ମୋହିତ ସୁରୀ ଖୁବ କମ ମୌଳିକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି।ତେବେ, ‘ସୈୟାରାର ନିର୍ମାତାମାନେ ଏହି ତୁଳନା କିମ୍ବା ଫିଲ୍ମଟିଏ ମୋମେଣ୍ଟ ଟୁ ରିମେମ୍ବରର ଏକ ଆଡାପ୍ଟେସନ କି ନାହିଁ ସେ ନେଇ କୌଣସି ଆନୁଷ୍ଠାନିକ ବିବୃତି ଦେଇନାହାନ୍ତି।

ବିବାଦ ସତ୍ତ୍ୱେ, ‘ସୈୟାରାତାର ଅଭିନୟ ଓ ସଙ୍ଗୀତ ପାଇଁ ପ୍ରଶଂସା ସାଉଁଟିଛି। ଫିଲ୍ମର ସଙ୍ଗୀତ ମିଥୁନ, ସଚେତ-ପରମ୍ପରା, ଋଷଭ କାନ୍ତ, ବିଶାଲ ମିଶ୍ର, ତନିଷ୍କ ବାଗଚୀ, ଫହିମ ଅବଦୁଲ୍ଲା ଓ ଅରସ୍ଲାନ ନିଜାମୀଙ୍କ ଦ୍ୱାରା ପ୍ରସ୍ତୁତ। ଏହି ଚଳଚ୍ଚିତ୍ରଟି ଯଶରାଜ ଫିଲ୍ମସର ସିଇଓ ଅକ୍ଷୟ ଓ୍ଵିଧାନୀଙ୍କ ଦ୍ୱାରା ପ୍ରଯୋଜିତ ଏବଂ ସଙ୍କଳ୍ପ ସଦାନାଙ୍କ ଦ୍ୱାରା ଲିଖିତ ଓ ରୋହନ ଶଙ୍କରଙ୍କ ସଂଳାପ ରହିଛି । ଏହି ତୁଳନା ଏବଂ ବିବାଦ ସତ୍ତ୍ୱେ, ‘ସୈୟାରାଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇ ରହିଛି।