Posts tagged Rohit Sharma

ରୋହିତଙ୍କ ନୂଆ ଇନିଂସ୍! କ୍ରିକେଟ୍ ପରେ ଟେଲି ପରଦାରେ ହିଟମ୍ୟାନ୍

କ୍ରିକେଟକୁ ବାଏ ବାଏ କହିବେ କି ରୋହିତ ଶର୍ମା? ଟେଲି ପରଦାରେ ହିଟମ୍ୟାନଙ୍କ ନୂଆ ଅବତାର, IPLକୁ ନେଇ ବଢୁଛି ସସପେନ୍ସ । କ୍ରିକେଟ୍ ପଡ଼ିଆରେ ନିଜ ନାଁରେ ‘ହିଟମ୍ୟାନ୍’ ଟ୍ୟାଗ୍ ଯୋଡ଼ିଥିବା ରୋହିତ ଏବେ ଏକଦମ୍ ନୂଆ ଅବତାରରେ ଆସୁଛନ୍ତି।  ଚଉକା-ଛକାରେ ଦର୍ଶକଙ୍କ ମନ ଜିତୁଥିବା ହିଟମ୍ୟାନ୍ ରୋହିତ ଶର୍ମା ଏବେ ଟେଲି ପରଦାରେ ଦେଖାଇବେ ନୂଆ ଜଲୱା। କିନ୍ତୁ ଏହା କ’ଣ ରୋହିତଙ୍କ କ୍ରିକେଟ୍ କ୍ୟାରିୟରର ଶେଷ ଆଡ଼କୁ ଇସାରା? ନା କ୍ରିକେଟ୍ ସହିତ ଟିଭିରେ ମଧ୍ୟ ଚାଲିବ ହିଟମ୍ୟାନଙ୍କ ଦ୍ୱିତୀୟ ଇନିଂସ୍? କ୍ରିକେଟ୍‌  ଛାଡ଼ିବେ କି ରୋହିତ? ନା ଜାରି ରଖିବେ କ୍ରିକେଟ୍ କ୍ୟାରିୟର? ଏଭଳି ଅନେକ ପ୍ରଶ୍ନ ମଧ୍ୟରେ ହିଟମ୍ୟାନଙ୍କ ନୂଆ ଅବତାରକୁ ନେଇ ବଢିଛି ଚର୍ଚ୍ଚା। ରୋହିତ ଶର୍ମା ଖୁବଶୀଘ୍ର ଟେଲିଭିଜନ ଏଣ୍ଟରଟେନମେଣ୍ଟ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ‘ଫ୍ୟାମିଲି ଫୁଲ୍ ହାଉସ୍ ୱିଥ୍ ରୋହିତ ଶର୍ମା’ ରିଆଲିଟି ଶୋ’ରେ ହୋଷ୍ଟ ଭାବେ ନଜର ଆସିବେ ହିଟମ୍ୟାନ୍। ସେପ୍ଟେମ୍ବର ୧୯ରୁ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ସହ ସୋନି ଲାଇଭ୍‌ରେ ଏହି ଶୋ’ ଟେଲିକାଷ୍ଟ ହେବ।

ଶୋ’ର ପ୍ରୋମୋ ସାମ୍ନାକୁ ଆସିବା ପରେ ରୋହିତଙ୍କ ନୂଆ ଅନ୍ଦାଜକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢିଛି। ‘ଗାର୍ଡେନ୍ ସେ ରିପୋର୍ଟିଂ ଲାଇଭ୍, ଜର୍ସି ନମ୍ବର ୪୫’ କହି ରୋହିତ ଶୋ’ର ଆରମ୍ଭ କରୁଥିବା ଦେଖିବାକୁ ମିଳିଛି। ସିନିୟର ଆକ୍ଟର ରାକେଶ ବେଦୀଙ୍କ ସହ ତାଙ୍କ  ଫନୀ ଡାଇଲଗ ଦର୍ଶକଙ୍କ ପାଖରେ ତାଙ୍କର ପବ୍ଲିସିଟି ବଢ଼ାଉଛି । ଜଣେ କ୍ରିକେଟରଙ୍କୁ ଅଲଗା ଅନ୍ଦାଜରେ ଦେଖି ବେଶ୍ ଏଞ୍ଜୟ କରୁଛନ୍ତି ଫ୍ୟାନ୍ସ । ତେବେ ଟେଲି ପରଦାରେ ରୋହିତଙ୍କ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ମଧ୍ୟରେ ତାଙ୍କ କ୍ରିକେଟ୍ କ୍ୟାରିୟରକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ବିଶେଷକରି IPL ଖେଳିବେ କି ନାହିଁ  ଏହାକୁ ନେଇ ଫ୍ୟାନ୍‌ମାନଙ୍କ ମଧ୍ୟରେ ବଢ଼ୁଛି ସସପେନ୍ସ । ରୋହିତଙ୍କ ରିଟାୟାର୍ଡମେଣ୍ଟ ଚର୍ଚ୍ଚାକୁ ବିସିସିଆଇ ପକ୍ଷରୁ ଖଣ୍ଡନ କରାଯାଇଛି। ବୋର୍ଡ  ସେକ୍ରେଟାରୀ ଦେବଜୀତ ସାଇକିଆ କହିଛନ୍ତି ଯେ ରୋହିତଙ୍କ  ରିଟାୟାର୍ହକୁ ନେଇ ଆସୁଥିବା ଖବର ଭିତ୍ତିହୀନ। ସେ ଏବେ ବି ଦଳର ଜଣେ ପ୍ରମୁଖ ଓ ବରିଷ୍ଠ ବ୍ୟାଟର ଏବଂ ତାଙ୍କ ଉପରେ ବୋର୍ଡର ଭରସା ରହିଛି। ଏହା ସହ ଆଗାମୀ ୱେଷ୍ଟଇଣ୍ଡିଜ୍ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ରୋହିତ ଭାରତୀୟ ଦଳ ପକ୍ଷରୁ ଖେଳିବେ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି। କ୍ରିକେଟ୍ ପଡ଼ିଆରୁ ଏବେ ଟେଲି ପରଦାକୁ ରୋହିତଙ୍କ ନୂଆ ଇନିଂସ୍ ଆରମ୍ଭ ହେବାକୁ ଯାଉଛି। ପଡ଼ିଆରେ ବ୍ୟାଟ୍‌ରେ ଧମାକା କରିଥିବା ହିଟମ୍ୟାନ୍ ଟିଭି ପରଦାରେ କେତେ ଧମାଲ୍ କରିବେ, ତାହା ଦେଖିବାକୁ ଏବେ ଦର୍ଶକଙ୍କ ଅପେକ୍ଷା। ତେବେ ଟେଲି ପରଦାରେ ହିଟମ୍ୟାନଙ୍କ ଧମାକା କେତେ ହିଟ୍ ହେବ? ଏହା ଉପରେ ଏବେ ସମସ୍ତଙ୍କ ନଜର।

ରୋହିତଙ୍କୁ ନେଇ ଚିନ୍ତାରେ ସିଲେକ୍ସନ୍ ବୋର୍ଡ, ବିଶ୍ୱକପରୁ ବାଦ୍‌ ସମ୍ଭାବନା

ରୋହିତ ଶର୍ମାଙ୍କୁ ନେଇ ଚିନ୍ତାରେ BCCI । 2027 ୱାର୍ଲ୍ଡ କପରେ ନଜର ଆସି ନ ପାରନ୍ତି ରୋହିତ ଶର୍ମା । ରୋହିତଙ୍କ ଫିଟନେସ୍‌କୁ ନେଇ ପ୍ରଶ୍ନବାଚୀ । ଏମିତିରେ ବି ଚଳିତ IPL ସିଜନରେ RCB ବିପକ୍ଷ ମ୍ୟାଚ୍‌ରେ ରୋହିତ ଆହତ ହୋଇଥିଲେ ଏବଂ କିଛି ମ୍ୟାଚ୍ ଖେଳି ପାରି ନଥିଲେ । ଏବେ ସେ ଜଣେ ‘ଇମ୍ପାକ୍ଟ ପ୍ଲେୟାର‘ ଭାବରେ ଖେଳୁଛନ୍ତି, ଯାହା ତାଙ୍କ ଫିଟନେସକୁ ନେଇ ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି।  ସିଲେକ୍ସନ୍ ବୋର୍ଡ ଆଗାମୀ ୱାର୍ଲ୍ଡ କପ୍‌ ପୂର୍ବରୁ  ରୋହିତ ଶର୍ମା ଫିଟ୍ ରହିବେ କି ନାହିଁ ସେ ନେଇ ଚିନ୍ତାରେ । ୱାର୍ଲ୍ଡକପ୍  ଖେଳିବାକୁ ହେଲେ ତାଙ୍କୁ ୫୦ ଓଭର ଫିଲ୍ଡିଂ କରିବାକୁ ହିଁ ପଡ଼ିବ, କାରଣ IPL ଭଳି ଏଠାରେ କୌଣସି ‘ଇମ୍ପାକ୍ଟ ପ୍ଲେୟାର‘ର ନିୟମ ନାହିଁ। ରୋହିତଙ୍କ ସ୍ଥିତି ପରମିଟ କରିବ କି ନାହିଁ ସେ ନେଇ ପ୍ରଶ୍ନବାଚୀ ।

ବିଶ୍ୱକପ ପୂର୍ବରୁ ଯଦି ରୋହିତ ସମ୍ପୂର୍ଣ୍ଣ ଭାବେ ଫିଟ୍ ନ ହୁଅନ୍ତି, ତେବେ ତାଙ୍କ ବଦଳରେ ୟଶସ୍ୱୀ ଜୟସ୍ୱାଲଙ୍କୁ ସୁଯୋଗ ମିଳିପାରେ । ଆଫଗାନିସ୍ତାନ ବିପକ୍ଷ ସିରିଜ୍‌ରେ ଇଶାନ କିଷନଙ୍କୁ ଏହି କାରଣରୁ ଚୟନ କରାଯାଇଛି, ଯେପରି ସେ ଓପନିଂ ବ୍ୟାଟ୍ସମ୍ୟାନ୍‌ ଭୂମିକା ତୁଲାଇ ପାରିବେ । ଯଦି ବିଶ୍ୱକପ୍‌ରେ ରୋହିତଙ୍କ ଖେଳିବା ନେଇ ଆଶଙ୍କା ଦେଖାଦିଏ, ତେବେ ଜୟସ୍ୱାଲ ତାଙ୍କ ସ୍ଥାନରେ ଇନିଂସ ଆରମ୍ଭ କରିପାରନ୍ତି । ଏଥିପାଇଁ ଚୟନକର୍ତ୍ତାମାନେ ତାଙ୍କୁ ଜଣେ ବ୍ୟାକଅପ୍ ଓପନର୍ ଭାବରେ ପ୍ରସ୍ତୁତ କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି।
ରୋହିତଙ୍କ ଉପରେ ଖୁସି ନାହାନ୍ତି ସିଲେକ୍ଟର
ଏମିତିରେ ବି ରୋହିତଙ୍କ ଉପରେ ଟିମ୍ ମ୍ୟାନେଜମେଣ୍ଟ ଖୁସି ନାହିଁ । ରୋହିତ ୨୦୨୩ ବିଶ୍ୱକପ୍‌ରେ ଆକ୍ରମଣାତ୍ମକ ଶୈଳୀରେ ଇନିଂସ ଆରମ୍ଭ କରୁଥିଲେ । ସେ ପ୍ରଥମ ବଲ୍‌ରୁ ହିଁ ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରୁଥିଲେ । କିନ୍ତୁ, ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଯେତେବେଳେ ସେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟାଟିଂ କଲେ, ସେତେବେଳେ ତାଙ୍କ ବ୍ୟାଟିଂରେ ସେ ମନୋଭାବ ଦେଖିବାକୁ ମିଳିନଥିଲା। ଯାହାକୁ ନେଇ ମ୍ୟାନେଜମେଣ୍ଟ ଅସନ୍ତୁଷ୍ଟ । ସିଲେକ୍ସନ୍ ବୋର୍ଡ ମେମ୍ବରଙ୍କ ବିଶ୍ୱାସ ଜିତିବାକୁ ହେଲେ ହିଟ୍‌ମ୍ୟାନଙ୍କୁ ପୁଣି ଥରେ ତାଙ୍କର ସେହି ପୁରୁଣା ଫର୍ମକୁ ଫେରିବାକୁ ପଡ଼ିବ । ନଚେତ୍ ବାଦ୍ ପଡ଼ିବାର ଆଶଙ୍କା ଅଧିକ ।

ରୋହିତଙ୍କ ପରେ କିଏ ?

ଭାରତୀୟ ଟେଷ୍ଟ କ୍ରିକେଟ ଟିମରୁ କ୍ୟାପ୍ଟେନସିପ ଛାଡ଼ିଛନ୍ତି ରୋହିତ ଶର୍ମା। ଅଧିନାୟକ ପଦବୀରୁ ରୋହିତ ଶର୍ମାଙ୍କ ଅବସର ଘୋଷଣା ପରେ ଏହି ସ୍ଥାନ କିଏ ପୂରଣ  କରିବ ତାକୁ ନେଇ ଚର୍ଚ୍ଚା। କାହା ମୁଣ୍ଡରେ ହାତୀ ସୁନାକଳସ ଢାଳିବ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। ରୋହିତଙ୍କ ସ୍ଥାନ ପୂରଣ କରିବା ନେଇ ଅନେକ କ୍ରିକେଟର ଆଶାୟୀ। ରୋହିତଙ୍କ ପରେ ଯଶପ୍ରୀତ ବୁମରା କ୍ୟାପ୍ଟେନ୍ ହେବା ନେଇ ଆଲୋଚନା ହେଉଥିଲା। ତେବେ ସେ ଆହତ ହେଇଥିବା କାରଣରୁ ତାଙ୍କର ଚାନ୍ସ କମ୍ ବୋଲି ଆକଳନ କରାଯାଉଛି ।
 ଆଉ ଏମିତିରେ ବି ବୋଲର ମାନଙ୍କୁ କ୍ୟାପ୍ଟେନ୍ କରିବାର ପରମ୍ପରା ଭାରତରେ ନାହିଁ। ଅନ୍ୟ ପକ୍ଷରେ ଯୁବ ଖେଳାଳିଙ୍କୁ କ୍ୟାପ୍ଟେନ୍ କରିବା ଉପରେ BCCI ଗୁରୁତ୍ୱ ଦେଉଛି। ପ୍ରତିଭାବାନ ବ୍ୟାଟର ଶୁବମନ ଗିଲ୍‌ କିମ୍ବା ରିଷଭ ପନ୍ତଙ୍କ ମଧ୍ୟରୁ ଜଣଙ୍କୁ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ବିଦେଶ ମାଟିରେ ଭଲ ପ୍ରଦର୍ଶନ କରିପାରୁଥିବା ବିସ୍ଫୋରକ କିପର-ବ୍ୟାଟର ରିଷଭ ପନ୍ତଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିପାରେ। ୪୨ରୁ ଅଧିକ ଆଭରେଜ୍‌ ରଖିଥିବା ପନ୍ତ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାରେ ଶତକ ହାସଲ କରିପାରିଛନ୍ତି। ତାଙ୍କର ୭ଟି ସ୍କୋର ୯୦ରୁ ୯୯ ମଧ୍ୟରେ ରହିଛି। ଏଥିଯୋଗୁ ପନ୍ତଙ୍କୁ ଏହି ଫର୍ମାଟରେ ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ବିବେଚନା କରାଯାଉଛି।

ବିରାଟ କୋହଲି ନିକଟ ଭବିଷ୍ୟତରେ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଥିବାରୁ ସିଲେକ୍ସନ୍ କମିଟି ତାଙ୍କୁ ଇଂଲଣ୍ଡ ଟୁର୍‌ ପାଇଁ କ୍ୟାପ୍ଟେନ୍ କରି ନ ପାରେ। ତେବେ ଏ ସମସ୍ୟା ଭିତରେ ଯାହାଙ୍କ ନାଁ କୁ ନେଇ ସବୁଠୁ ବେଶି ଚର୍ଚ୍ଚା ହେଉଛି ସେ ହେଉଛନ୍ତି ଶୁଭମନ୍ ଗିଲ୍। ରୋହିତଙ୍କ ପରେ ଶୁଭମନ୍ ଗିଲ୍ ହିଁ ଉପଯୁକ୍ତ କ୍ରିକେଟର ବୋଲି ତାଙ୍କ ଉପରେ ବେଶୀ ଆସ୍ଥା ରଖାଯାଉଥିବା କୁହାଯାଉଛି । ରୋହିତଙ୍କ ଟେଷ୍ଟ କ୍ୟାରିୟରରେ ୧୨ ଶତକ ଏବଂ ୧୮ ଅର୍ଦ୍ଧଶତକ ସାମିଲ ରହିଛି । ସେ ୬୭ ଟେଷ୍ଟରେ ୪୦.୫୭ ହାରରେ ୪୩୦୧ ରନ କରିଛନ୍ତି ।
                  ଅନ୍ୟ ପକ୍ଷରେ ଶୁବମନ ଗିଲ ଟେଷ୍ଟରେ ୧୮୯୩ ରନ କରିଛନ୍ତି। ୩୨ଟି ଟେଷ୍ଟ ଖେଳି ୫ ଶତକ ଓ ୭ ଅର୍ଦ୍ଧଶତକ ସହିତ ୩୫ ଆଭରେଜରେ ରନ ସ୍କୋର କରିଛନ୍ତି। ଭାରତୀୟ କ୍ରିକେଟର ପ୍ରିନ୍ସ ଭାବେ ପ୍ରସିଦ୍ଧି ହାସଲ କରିଥିବା ଗିଲ ବର୍ତ୍ତମାନ IPL ଫ୍ରାଞ୍ଚାଇଜ ଗୁଜରାଟ ଟାଇଟନ୍ସର କ୍ୟାପ୍ଟେନସିପ କରୁଛନ୍ତି। ଗିଲଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ଭାବେ ବିବେଚନା କରାଯାଉଥିବା ବେଳେ ତାଙ୍କୁ କ୍ୟାପ୍ଟେନ ଦାୟିତ୍ୱ ମିଳିବାର ସମ୍ଭାବନାକୁ ଆଡ଼େଇ ଦିଆ ଯାଇ ନପାରେ ।

ରୋହିତଙ୍କ ଅବସର ପଛରେ କିଏ?

ଆଉ ଧଳା ଡ୍ରେସରେ ନଜର ଆସିବେନି ସଫଳ କ୍ୟାପ୍ଟେନ୍ । ଅଧିନାୟକ ଭାବେ ଟେଷ୍ଟ ଫର୍ମାଟରୁ ବିଦାୟ ନେଇଛନ୍ତି ହିଟ୍‌ମ୍ୟାନ୍ ରୋହିତ ଶର୍ମା । ୩୮ ବର୍ଷ ବୟସରେ କରିଛନ୍ତି ଟେଷ୍ଟକୁ ଅଲବିଦା । ରୋହିତଙ୍କ ଫ୍ୟାନ୍ସ ଏ ନିଷ୍ପତ୍ତିକୁ ନେଇ ବେଶ୍ ଖୁସି ନାହାନ୍ତି । ତେବେ ବହୁତ ଭଲ ରେକର୍ଡ ଥାଇ ରୋହିତ ଶର୍ମା କାହିଁକି କ୍ୟାପ୍ଟେନସିପ୍ ଛାଡ଼ିଲେ ତାକୁ ନେଇ ଚର୍ଚ୍ଚା । 
                             ଟେଷ୍ଟରେ ରୋହିତ ଶର୍ମା ଟ୍ରାକ୍ ରେକର୍ଡ ଯଦିଓ ବେଶ୍‌ ଭଲ ରହିଥିଲା । କିନ୍ତୁ କିଛି ଦିନ ହେଲା ଫର୍ମକୁ ନେଇ ସେ ସଂଘର୍ଷ କରୁଥିଲେ । ଟେଷ୍ଟରେ ଖରାପ ପ୍ରଦର୍ଶନ କାରଣରୁ ତାଙ୍କୁ BCCI କାଳେ ଟେଷ୍ଟ ଫର୍ମାଟରେ ନେବାକୁ ମନା କରିଦେଇଥିବା ଶୁଣିବାକୁ ମିଳୁଛି । ସେହି କାରଣରୁ ହୁଏତ ହଠାତ୍ ଟେଷ୍ଟରୁ ଅବସର ନେଇଥାଇପାରନ୍ତି ରୋହିତ ।

ଟେଷ୍ଟ ରେକର୍ଡ
ଭାରତ ପାଇଁ ମୋଟ ୬୭ଟି ଟେଷ୍ଟ ଖେଳିଥିବା ରୋହିତ ଶର୍ମା ୪୦.୫୭ ହାରରେ ମୋଟ ୪୩୦୧ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ୧୨ଟି ଶତକ ଏବଂ ୧୮ଟି ଅର୍ଦ୍ଧଶତକ ରହିଛି । ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୨୧୨ ରନ୍ । ଏହା ଛଡା ଗୋଟିଏ ଓ୍ୱିକେଟ ବି ନେଇଛନ୍ତି । ରୋହିତ ମୋଟ ୧୫୯ଟି T-20 ମ୍ୟାଚ୍‌ ଖେଳିଛନ୍ତି । ଯେଉଁଥିରେ ମୋଟ ୪୨୩୧ ରନ୍ କରିଛନ୍ତି । ଆଉ ଏହି ରନ୍ ମଧ୍ୟରେ ୫ଟି ଶତକ ଏବଂ ୩୨ଟି ଅର୍ଦ୍ଧଶତକ ରହିଛି । ଟି୨୦ରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୨୧ ରନ୍ । ଓ୍ୱାନଡେରେ ହିଟମ୍ୟାନ୍‌ଙ୍କ ସର୍ବାଧିକ ସ୍କୋର ହେଉଛି ୨୬୪ ରନ୍ । ଯାହାକି ଏବେ ବି କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହୋଇ ରହିଛି ।