Posts tagged Rajyasabha

ସଞ୍ଜୟଙ୍କୁ ସାଂସଦଙ୍କ ପ୍ରଶ୍ନ: ଆମକୁ ନପଚାରି ଦିଲ୍ଲୀ କାହିଁକି ଆସିଲ ?

ସଞ୍ଜୟ ଦାସବର୍ମାଙ୍କୁ BJDର ରାଜ୍ୟସଭା ସାଂସଦ ପଚାରିଲେ, ଆମକୁ ନଜଣାଇ କାହିଁକି ଆସିଲ ଦିଲ୍ଲୀ? ଆମକୁ ନପଚାରି ନିର୍ବାଚନ କମିଶନଙ୍କୁ କାହିଁକି ଭେଟିଲ? ନିର୍ବାଚନ କମିଶନଙ୍କ ଭେଟିବା ପାଇଁ ପ୍ରସ୍ତୁତ ଲିଷ୍ଟରୁ ଆମ ନାଁ କାହିଁକି ବାଦ୍ ଦିଆଗଲା? କେଉଁ ଅଧିକାରରେ ଏପରି ଉଦ୍ୟମ କରିଛନ୍ତି ବୋଲି ସଞ୍ଜୟଙ୍କୁ ପଚାରିଲେ BJD ସାଂସଦ ସଞ୍ଜୟ ଦାସବର୍ମା ହେଉଛନ୍ତି ସେହି ନେତା, ଯାହାଙ୍କ ପାଇଁ ପୁରୀ ଜିଲ୍ଲା BJDରେ ଅନେକ ଗୋଷ୍ଠୀ ଲଗାତର ପରାଜିତ ହୋଇ ମଧ୍ୟ ଦଳରେ ଜାହିର କରୁଛନ୍ତି ନିଜର ସ୍ଥିତି । କେବଳ ସଞ୍ଜୟ ଦାସବର୍ମା ନୁହଁନ୍ତି ପୂର୍ବତନ ସାଂସଦ ଅମର ପଟ୍ଟନାୟକଙ୍କୁ ମଧ୍ୟ ଘେରିଛନ୍ତି BJDର 6 ସାଂସଦ ।

ତେବେ ବିବାଦର ମୂଳବିନ୍ଦୁ ହେଲା-2024 ସାଧାରଣ ନିର୍ବାଚନରେ ମତଦାନରେ ଅନିୟମିତତାର ଅଭିଯୋଗକୁ ନେଇ ଏହି ପ୍ରସଙ୍ଗରେ ପୂର୍ବରୁ BJDର ପ୍ରତିନିଧି ଦଳ 23 ଡିସେମ୍ବର 2024 ଏବଂ 11 ମାର୍ଚ୍ଚ 2025ରେ 2 ଥର ନିର୍ବାଚନ କମିଶନଙ୍କୁ ଭେଟିଥିଲେ। ଉଭୟ ଥର ସାକ୍ଷାତ ପାଇଁ BJDର ସାଂସଦ ମାନେ ନିର୍ବାଚନ କମିଶନଙ୍କ ସହ ସାକ୍ଷାତ ସମୟ ସ୍ଥିର କରିବା ସହ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। କିନ୍ତୁ 19 ଅଗଷ୍ଟ 2025(ଗତକାଲି)ରେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିବା ସମୟରେ ସାଂସଦ ମାନଙ୍କୁ ପଚରା ଗଲା ନାହିଁ। ସଂସଦର ମୌସୁମୀ ଅଧିବେଶନ ଚାଲିଛି, ସମସ୍ତ ସାଂସଦ ଦିଲ୍ଲୀରେ ଉପସ୍ଥିତ ଅଛନ୍ତି, କିନ୍ତୁ ସୁଲତା ଦେଓଙ୍କ ବ୍ୟତୀତ ଅନ୍ୟ କାହାରିଙ୍କୁ ଅବଗତ କରାଯାଇ ନଥିଲା।
ଦେବୀ ମିଶ୍ର ହଟହଟା
ଏହାକୁ ନେଇ ବିଜୁ ଜନତା ଦଳରେ ଘମାସନ। ନିର୍ବାଚନ କମିଶନଙ୍କୁ ସାକ୍ଷାତ ପାଇଁ ପ୍ରଦାନ ହୋଇଥିବା ତାଲିକାରେ ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ଅମର ପଟ୍ଟନାୟକ, ଭୃଗୁ ବକ୍ସିପାତ୍ର ଏବଂ ସାଂସଦ ସୁଲତା ଦେଓଙ୍କ ନାମ ଥିଲା। ତେବେ ଦିଲ୍ଲୀରେ ଉପସ୍ଥିତ ଥାଇ ସୁଦ୍ଧା ଅନ୍ୟ ସାଂସଦଙ୍କୁ କାହିଁକି ଡକା ଯାଉନାହିଁ ବୋଲି ଦଳୀୟ ସାଂସଦ ମାନେ କହିବା ପରେ ଦେବୀ ମିଶ୍ର ଫୋନ କରି ଆସିବାକୁ ସେମାନଙ୍କୁ ଅନୁରୋଧ କରିଥିଲେ। ଆମ ନାମ ପ୍ରଥମରୁ କାହିଁକି ନାହିଁ ବୋଲି କେତେ ଜଣ ସାଂସଦ ପଚାରିବାରୁ ଦେବୀ ମିଶ୍ର ଉତ୍ତର ଦେଇପାରି ନଥିଲେ। ଫଳରେ ନିର୍ବାଚନ କମିଶନଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ ଏବଂ ସାମ୍ବାଦିକ ସମ୍ମିଳନୀକୁ ସାଂସଦ ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ, ଶୁଭାଶିଷ ଖୁଣ୍ଟିଆ, ନିରଞ୍ଜନ ବିଶି, ମୁଜିବୁଲ୍ଲା ଖାନ ଓ ଦେବାଶିଷ ସାମନ୍ତରାୟ ବର୍ଜନ କଲେ।

 ସାଂସଦମାନେ ଗଲେ କୁଆଡେ?
ଅନ୍ୟପଟେ ସାକ୍ଷାତ ବେଳେ ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର BJD ପ୍ରତିନିଧି ଦଳଙ୍କୁ ପଚାରିଲେ, ଦଳର ଅନ୍ୟ ସାଂସଦ କୁଆଡ଼େ ଗଲେ? ଏହାପରେ କନ୍‌ଷ୍ଟିଚ୍ୟୁସନ୍ କ୍ଲବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ 6 ସାଂସଦ ଅନୁପସ୍ଥିତ ରହିଲେ। ଶୁଣିବାକୁ ମିଳୁଛି ସଞ୍ଜୟ ଦାସବର୍ମା ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ BJD ସାଂସଦଙ୍କୁ ନିର୍ବାଚନ କମିଶନଙ୍କ ସହ ସାକ୍ଷାତ ଏବଂ ସାମ୍ବାଦିକ ସମ୍ମିଳନୀରୁ ଦୂରେଇ ରଖିବା ପାଇଁ ପରାମର୍ଶ ଦେଇଥିଲେ।
ଏ ଷ୍ଟୋରୀକୁ ଲେଖିଛନ୍ତି-ବିଜୟ କେତନ ବରାଳ

ଉପରାଷ୍ଟ୍ରପତିଙ୍କୁ କିଏ ଦିଅନ୍ତି ଭୋଟ୍

ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ ଇସ୍ତଫା ଦେଲା ନୂଆ ଉପରାଷ୍ଟ୍ରପତି ଚୟନ ପ୍ରକ୍ରିୟା ପାଇଁ ପ୍ରକ୍ରିୟା  ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର ଦେଶକୁ ମିଳିବେ ନୂଆ ଉପରାଷ୍ଟ୍ରପତି। କମ୍ ଦିନ ଭିତରେ  ନିର୍ବାଚନ ତାରିଖ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନଖଡ଼ ଇସ୍ତଫା ଦେଇଥିବା ବେଳେ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ଏବଂ ଏହାର ନିର୍ବାଚନ ପ୍ରକ୍ରିୟା କେମିତି ହେବ ସେନେଇ ଚର୍ଚ୍ଚା। ଯଦିଓ ବର୍ତ୍ତମାନ ସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ ନାମ ସାମ୍ନାକୁ ଆସିନାହିଁ ତଥାପି ଅନେକ ନେତାଙ୍କ ନାଁ ଚର୍ଚ୍ଚାକୁ ଆସିଛି।

ଉପରାଷ୍ଟ୍ରପତି ନିର୍ବାଚନ: କିଏ ଦିଅନ୍ତି ଭୋଟ୍ ?
ଉପରାଷ୍ଟ୍ରପତିଙ୍କ ନିର୍ବାଚନରେ ସାଧାରଣ ଜନତା ଭାଗ ନିଅନ୍ତି ନାହିଁ । ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ହିଁ ଏ ଭୋଟର ଅଂଶଗ୍ରହଣ କରନ୍ତି। 
ଲୋକସଭାର ୫୪୩ ଜଣ ସାଂସଦ ଏବଂ ରାଜ୍ୟସଭାର ୨୫୦ ଜଣ ସାଂସଦଙ୍କୁ ମିଶାଇ ମୋଟ୍ ୭୯୩ ଜଣ ସଦସ୍ୟ ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇଥାଆନ୍ତି। ଏ ଭୋଟ ହିଁ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରେ। ଉପରାଷ୍ଟ୍ରପତିଙ୍କ ନିର୍ବାଚନ ଆନୁପାତିକ ପ୍ରତିନିଧିତ୍ୱ ପଦ୍ଧତି ଅନୁସାରେ ହୋଇଥାଏ। ଏଥିରେ ଭୋଟିଂ ଏକ ବିଶେଷ ପ୍ରଣାଳୀରେ ହୁଏ, ଯାହାକୁ ଏକକ ସଂକ୍ରମଣୀୟ ଭୋଟ୍ ପ୍ରଣାଳୀ କୁହାଯାଏ। ଭୋଟିଂ ସମୟରେ ଭୋଟରଙ୍କୁ ଗୋଟିଏ ହିଁ ଭୋଟ୍ ଦେବାକୁ ପଡ଼େ, କିନ୍ତୁ ତାଙ୍କୁ ନିଜ ପସନ୍ଦ ଆଧାରରେ ପ୍ରାର୍ଥୀମାନଙ୍କ ପାଇଁ ପ୍ରାଥମିକତା ସ୍ଥିର କରିବାକୁ ହୋଇଥାଏ । ବାଲାଟ୍ ପେପରରେ ଭୋଟରଙ୍କୁ ନିଜର ପ୍ରଥମ ପସନ୍ଦକୁ ୧, ଦ୍ୱିତୀୟ ପସନ୍ଦକୁ ୨ ଏବଂ ସେହି କ୍ରମରେ ପ୍ରାଥମିକତା ସ୍ଥିର କରିବାକୁ ପଡ଼େ। 

ଉପରାଷ୍ଟ୍ରପତି ହେବା ପାଇଁ ଯୋଗ୍ୟତା କ?
ଉପରାଷ୍ଟ୍ରପତି ନିର୍ବାଚନ ଲଢିବା ପାଇଁ ପ୍ରଥମ ଯୋଗ୍ୟତା ହେଉଛି ଭାରତର ନାଗରିକତ୍ୱ । ତାଙ୍କ ବୟସ ୩୫ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ ଏବଂ ସେ ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ ହେବାର ସମସ୍ତ ଯୋଗ୍ୟତା ପୂରଣ କରୁଥିବା ଆବଶ୍ୟକ ।  ଉପରାଷ୍ଟ୍ରପତି ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କୁ ୧୫ ହଜାର ଟଙ୍କା ଜମା କରିବାକୁ ମଧ୍ୟ ପଡ଼ିଥାଏ । ନିର୍ବାଚନରେ ହାରିଗଲେ କିମ୍ବା ମୋଟ ଭୋଟର ୧/୬ ଭାଗ ଭୋଟ୍ ନ ପାଇଲେ ଏହି ରାଶି ଫେରସ୍ତ ହୋଇଯାଏ ।

ଭିଲେନ ଚୁପ୍ ସୈତାନଙ୍କ କବଳରେ BJD

ୱାକଫ୍ ସଂଶୋଧନ ବିଲକୁ ରାଜ୍ୟସଭାରେ ସମର୍ଥନ ଓ ବିରୋଧକୁ ନେଇ BJDରେ ଘମାସନ

  • ବିଲ୍ ସପକ୍ଷରେ ସାଂସଦ ସସ୍ମିତ ପାତ୍ର କାହିଁକି ଭୋଟ ଦେଲେ?, ସେ ପ୍ରସଙ୍ଗରେ ସାଂସଦ ମାନଙ୍କ ଅପେକ୍ଷା କାଠଗଡ଼ାକୁ ଟାଣି ହୋଇ ଆସିଛନ୍ତି BJD ସଭାପତି ନବୀନ ପଟ୍ଟନାୟକ ।
  • ଖ୍ରୀଷ୍ଟିଆନ ସଂପ୍ରଦାୟର ସସ୍ମିତ ପାତ୍ର, ୱାକଫ୍ ସଂଶୋଧନ ବିଲ୍ ସପକ୍ଷରେ ଭୋଟ ଦେଇଥିବା ବେଳେ ମୁସଲମାନ ସଂପ୍ରଦାୟର ମୁନ୍ନା ଖାଁ, ୱାକଫ୍ ବିଲ୍ ବିରୁଦ୍ଧରେ ଭୋଟ ଦେଲେ।

ସସ୍ମିତ ପାତ୍ର କାହିଁକି ବିଲକୁ ସମର୍ଥନ କଲେ ଏବଂ କାହା ନିର୍ଦ୍ଦେଶରେ ଭୋଟ ଦେଲେ ବୋଲି BJDର ବରିଷ୍ଠ ନେତାମାନେ ନବୀନ ପଟ୍ଟନାୟକଙ୍କ ଠାରୁ ଜାଣିବାକୁ ଚାହିଁଥିଲେ?

ପ୍ରଭାତ ତ୍ରିପାଠୀଙ୍କ ବୟାନ୍, ପାଣ୍ଡିଆନ ଭିଲେନ୍
-ସୌମ୍ୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା,ନବୀନ ଚୁପ୍ ସୈତାନ୍
-ୱାକଫ୍ ବିଲକୁ ନେଇ ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା ପରେ ବଢୁଛି ଅଡ଼ୁଆ
-ଗଣେଶ୍ୱର ବେହେରା, ପ୍ରତାପ ଜେନା, ପ୍ରଫୁଲ୍ଲ ସାମଲଙ୍କ ପରେ ଅସନ୍ତୋଷ ଝାଡ଼ିଲେ ପ୍ରଭାତ ତ୍ରିପାଠୀ
ସସ୍ମିତ ପାତ୍ରଙ୍କର ଏତେ ସାହସ ନାହିଁ,ପାଣ୍ଡିଆନ ହିଁ ଖଳନାୟକ
ପାଣ୍ଡିଆନଙ୍କ ପାଇଁ ନିର୍ବାଚନ ଫଳ ଭୋଗିଲୁ
କିଛି ତୋଷାମଦକାରୀ ପାଣ୍ଡିଆନଙ୍କୁ ଶ୍ରେୟ ଦେଇ ନବୀନଙ୍କୁ କମ କରୁଛନ୍ତି
#ଦଳ_ବୁଡ଼ିବାରେ_ପାଣ୍ଡିଆନ_ମୁଖ୍ୟକାରଣ

ନବୀନଙ୍କୁ ଚୁପ୍ ସୈତାନ୍ କହି ଟାର୍ଗେଟ କରିଛନ୍ତି ସୌମ୍ୟ
-“ନବୀନବାବୁ ବେଶୀ କଥା କହନ୍ତି ନାହିଁ। ତେବେ ଯେତେବେଳେ ତାଙ୍କୁ ରାଜନୈତିକ ସହକର୍ମୀମାନେ ଧୋକା ଦିଅନ୍ତି, ସେ କ୍ଷୁବ୍ଧ ହୋଇ ଯେଉଁ ଭାଷା ବ୍ୟବହାର କରନ୍ତି ତା’ ହେଲା “ବେଇମାନ୍”।
-‘Waqf Bills’ ପ୍ରସଙ୍ଗରେ, ବିଜେପିକୁ ସମର୍ଥନ ଦେବା ନ ଦେବା ନେଇ ତାଙ୍କ ଦଳର ନେତାମାନଙ୍କର ଆଚରଣ ଓ ଉଚ୍ଚାରଣରୁ ଆମେ କ’ଣ ବୁଝିବା ? ନବୀନବାବୁଙ୍କୁ ଆମେ କେଉଁ ଭାଷାରେ ବର୍ଣ୍ଣନା କରିବା ?
-ମୋତେ ଲାଗେ, “ଚୁପ୍ ସୈତାନ୍” ଛଡ଼ା ଆଉ ଭଲ ଶବ୍ଦ ମିଳିବ ନାହିଁ।“