Posts tagged RajendraDholakia

ନୂଆପଡ଼ା ପଲିଟିକ୍ସ, ୨୪ ଘଣ୍ଟାରେ ୩ ଥର ଦଳ ପରିବର୍ତ୍ତନ

ଦୁଇ ଦିନରେ 3 ଥର ପାର୍ଟି ଚେଞ୍ଜ । ସକାଳେ କଂଗ୍ରେସ, ସନ୍ଧ୍ୟାରେ ବିଜେଡି ଛାଡ଼ି ପରଦିନ ପଦ୍ମଧରି ଚର୍ଚ୍ଚାରେ । ନୂଆପଡ଼ା ରାଜନୀତିରେ ଦିନକୁଦିନ ଘଟଣା ନୂଆ ମୋଡ଼ ନେଉଛି । କେତେବେଳେ ବିଜେଡି ଭାବିଥିବା ପ୍ରାର୍ଥୀଙ୍କୁ ବିଜେପି ନେଇଯାଉଛି ତ ପୁଣି କେତେବେଳେ ଜିଲ୍ଲା ବାହାରକୁ ଯାଇ ଜଣେ ହାରୁ ନେତ୍ରୀଙ୍କୁ ପ୍ରାର୍ଥୀ ଦେଇଛି ବିଜେଡି । ତେବେ ୟାରି ଭିତରେ ନୂଆପଡ଼ାର ଚର୍ଚ୍ଚାକୁ ଅଧିକ ସରଗରମ କରିଛନ୍ତି ଜଣେ ନିଆରା ବ୍ୟକ୍ତି । 2 ଦିନରେ କରିଛନ୍ତି ତିନିଥର ପାର୍ଟି ଚେଞ୍ଜ । ବିଜେଡି, କଂଗ୍ରେସ ଏବଂ ବିଜେପିରେ ମିଶିବାକୁ ତାଙ୍କୁ ବେଶୀ ସମୟ ଲାଗିନି । ଅକ୍ଟୋବର 9 ତାରିଖ ସକାଳେ କଂଗ୍ରେସର ହାତ ଧରି ସନ୍ଧ୍ୟାକୁ ଶଙ୍ଖ ଫୁଙ୍କିଥିବା ଏହି ବ୍ୟକ୍ତିଜଣଙ୍କ ରାତି ପାହିଲା ମାତ୍ରେ ବିଜେପିରେ ଯୋଗ ଦେଇ ଚର୍ଚ୍ଚାରେ ଅଛନ୍ତି । ତେବେ ଏ  ବ୍ୟକ୍ତି ଜଣଙ୍କ କୌଣସି ସାଧାରଣ ଲୋକ ନହନ୍ତି ବରଂ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପର୍ସନାଲ ଆସିଷ୍ଟାଣ୍ଡ ରାମଲାଲ ହଂସ । ନୂଆପଡ଼ାର ରାମଲାଲଙ୍କ ଦିନକୁ ଦିନ ନୂଆ ଇନିଂସ ପଲିଟିକାଲ କ୍ରିକେଟ ଗ୍ରାଉଣ୍ଡରେ ଚର୍ଚ୍ଚାର କାରଣ । ଦୁଇଦିନରେ ତିନିଟା ପାର୍ଟି ଚେଞ୍ଜ କରିଛନ୍ତି ରାମଲାଲ ।

ରାଜୁଙ୍କ ରାଇଟ ହ୍ୟାଣ୍ଡ- ରାମଲାଲ
ନୂଆପଡ଼ାର ରାମଲାଲ ହଂସ ହେଉଛନ୍ତି ଉତ୍କଳ ଯାଦବ ସମାଜର ରାଜ୍ୟ ସାଧାରଣ ସମ୍ପାଦକ । ଏଥିସହିତ ରାଜୁ ଢୋଲକିଆଙ୍କ ଖାସ୍ ଲୋକ ହିସାବରେ ତାଙ୍କର ସ୍ୱତନ୍ତ୍ର ଭୋଟ ବ୍ୟାଙ୍କ ରହିଛି । ରାଜୁ ଢୋଲକିଆଙ୍କ ରିପ୍ରେଜେଣ୍ଟେଟିଭ୍ ଭାବେ ସେ ତାଙ୍କର ଅନୁପସ୍ଥିତିରେ ବିଭିନ୍ନ ପ୍ରୋଗ୍ରାମ , ଫଙ୍କସନ୍ ଆଟେଣ୍ଡ କରନ୍ତି ରାମଲାଲ । ରାଜୁ ଢୋଲକିଆଙ୍କ ଅନୁପସ୍ଥିତିରେ ଲୋକ ରାମଲାଲଙ୍କ ସହ ଯୋଗାଯୋଗ କରି କାମ କରାଇ ନିଅନ୍ତି । ରାଜୁଙ୍କ ରାଇଟ୍ ହ୍ୟାଣ୍ଡ କୁହାଯାଉଥିବା ରାମଲାଲ ଅନେକ ଲୋକଙ୍କ ସହ ସମ୍ପର୍କରେ ମଧ୍ୟ ଅଛନ୍ତି । ସେ ଦୃଷ୍ଟିରୁ ରାମଲାଲଙ୍କ ଯୋଗଦାନ ପାର୍ଟିକୁ ଭଲ ପ୍ରଫିଟ ଦେବ ବୋଲି ଅନୁମାନ କରାଯାଉଛି । ମାତ୍ର ରାମଲାଲ ଯେଉଁଭଳି ଭାବରେ , ପଲିଟିକାଲ ପାର୍ଟିକୁ ଚକମା ଦେଇ ଗୋଟାଏ ପରେ ଗୋଟାଏ ପାର୍ଟି ଚେଞ୍ଜ କରିଛନ୍ତି ଭୋଟ ସମୟରେ ସେ କାହା ପାଖରେ ରହିବେ ତାର ଅନୁମାନ କରାଯାଇପାରୁନାହିଁ ।

ତେବେ ଢୋଲକିଆ ପରିବାର ସହ ବ୍ୟକ୍ତିଗତ ସମ୍ପର୍କ ଥିବା ରାମଲାଳଲଙ୍କ ପାର୍ଟି ଚେଞ୍ଜ ପ୍ଲାନ୍ ଆଉ ବିଜେଡି କଂଗ୍ରେସର ପଲିଟିକାଲ ଏଜେଣ୍ଡା ଜାଣିବା ପାଇଁ ନଥିଲା ତ? ହୁଏତ ରାମଲାଲଙ୍କ ଏ ମାଷ୍ଟର ପ୍ଲାନ୍ ବିଜେପିକୁ ପ୍ରଫିଟ୍ ଦେବାକୁ ହୋଇଥାଇପାରେ । ବିଜେଡି କଂଗ୍ରେସ ଛାଡ଼ି ବିଜେପିରେ ଜଏନ୍ କରିଥିବା ରାମଲାଲଙ୍କ ଏ ଟ୍ରିକ୍ ବିଜେପିକୁ କେତେ ଫାଇଦା ଦେଉଛି ତାହା ଦେଖିବା ବାକି ।