Posts tagged Pritiranjan Gharai

BJDର ଲୋକସେବା ଭବନ ଘେରାଉ, ବବି-ଡ଼ାନୀଙ୍କୁ ପୋଲିସର ଗୁଳିମାଡ଼

ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଆକ୍ସନ ମୋଡରେ ବିଜେଡ଼ି। ନ୍ୟାୟ ଦାବିରେ ଲୋକସେବା ଭବନ ଘେରାଉ କରୁଥିବା ବେଳେ ବିଜେଡ଼ି କର୍ମୀଙ୍କ ଉପରେ ପାଣିମାଡ଼ ସହ ନେତାଙ୍କୁ ଗୁଳିମାଡ଼ କରିଛି ପୋଲିସ। ଅନେକ ବରିଷ୍ଠ ନେତାଙ୍କୁ ପୋଲିସ ଉଠାଇନେବା ସହ ବିଜେଡି ନେତାଙ୍କୁ ରବର ବୁଲେଟ ଫାୟାରିଂ କରିଛି । ପୋଲିସର ଲୁହବୁହା ଗ୍ୟାସ ମାଡ଼ରେ ଅନେକ ବରିଷ୍ଠ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଥିଲା ବେଳେ ବିଜେଡିର ପୂର୍ବତନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) , ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ (ଡାନୀ) ଗୁଳିମାଡ଼ରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ପ୍ରଣବ ପ୍ରକାଶ ଦାସ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଉତ୍କଳ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ଛାତିରେ ରବର ବୁଲେଟ ବାଜିଛି ।

ପୋଲିସ ଟାର୍ଗେଟରେ ବିଜେଡି ନେତା
ବିଜେଡ଼ି ନେତାଙ୍କୁ ଟାର୍ଗେଟ କରି ପୋଲିସ ରବର ବୁଲେଟ ଫାୟାରିଂ କରିଥିବା ଅଭିଯୋଗ ହେଉଛି । ବାଲେଶ୍ୱରରେ ଏ ଫ୍ ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ମାମଲାରେ ନ୍ୟାୟ ଦାବୀ ନେଇ ବିଜେଡି ଲୋକସେବା ଭବନ ଘେରାଉ କରିଥିଲା ବେଳେ ପୋଲିସ ବର୍ବରତାର ସୀମା ଟପିଛି । ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ ଆଦିଙ୍କୁ ଉଠାଇ ନେଇଥିଲା ବେଳେ ଅନେକଙ୍କୁ ଗୁଳି ମାଡ଼ ବି କରିଛି। ବିରୋଧୀ ଦଳ ପ୍ରତି ସରକାରଙ୍କ ଆଭିମୁଖ୍ୟକୁ ବିଜେଡି ତରଫରୁ ଘୋର ବିରୋଧ କରାଯାଉଛି।