Posts tagged Pranab Prakash Das

BJDରେ ଶୀତଳ ଯୁଦ୍ଧ, ବଦଲା ନେଉଛନ୍ତି ବବି

ୱାକଫ୍ ସଂଶୋଧନ ବିଲକୁ ନେଇ ବିଜୁ ଜନତା ଦଳରେ ଦେଖା ଦେଇଥିବା ବିବାଦ, ଏବେ ଭିନ୍ନ ମୋଡ଼ ନେଲାଣି

  • ସୁଯୋଗ ଅପେକ୍ଷାରେ ଥିବା ବବି ଦାସ, ଭୈରବ ପାଣ୍ଡିଆନଙ୍କୁ କାଉଣ୍ଟର ଆଟାକ୍ କରୁଥିବାର ସୂଚନା ମିଳୁଛି
  • 2024 ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ଲଢାଇ ବବିଙ୍କ ପଲିଟିକାଲ୍ କ୍ୟାରିୟର ଖତମ୍ କରିବାର ଯୋଜନା ପାଣ୍ଡିଆନ କରିଥିଲେ ବୋଲି ବବି ଦାସଙ୍କ କ୍ୟାମ୍ପ୍ ନିର୍ବାଚନ ଫଳାଫଳ ପରେ ଜାଣି ସାରିଥିଲେ
  • କିନ୍ତୁ ଅପେକ୍ଷା କରିଥିଲେ ସୁଯୋଗକୁ.
    ୱାକଫ୍ ସଂଶୋଧନ ବିଲରେ BJD ରାଜ୍ୟସଭା ସାଂସଦଙ୍କ ଭୋଟିଂ ଦେବାର ଶୈଳୀ, ବବିଙ୍କ ପାଇଁ ଆଣିଲା ସୁବର୍ଣ୍ଣ ସୁଯୋଗ
  • ପାଣ୍ଡିଆନଙ୍କ ଇଙ୍ଗିତରେ BJDର 5 ସାଂସଦ ବିଲ୍ ସପକ୍ଷରେ ଭୋଟ ଦେଇଥିଲେ।କିନ୍ତୁ ମୁନ୍ନା ଖାଁଙ୍କ ପରି ସାଂସଦ, ବିଲ୍ ବିରୁଦ୍ଧରେ ଭୋଟ୍ ଦେଇଥିଲା ବେଳେ ଦେବାଶିଷ ସାମନ୍ତରାୟ ଭୋଟ ଦାନରୁ ନିବୃତ ରହିଲେ
    ଏହି ଗୋଳିଆ ପରିସ୍ଥିତି, ବବି ଦାସଙ୍କ ପାଇଁ ଆଣିଛି ସୁବର୍ଣ୍ଣ ସୁଯୋଗ..
    ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଫ୍ରଣ୍ଟରେ ରଖି ପାଣ୍ଡିଆନଙ୍କୁ କରାଗଲା ଟାର୍ଗେଟ,
  • ଭୈରବ ମଧ୍ୟ ସଙ୍ଗେ ସଙ୍ଗେ ନିଜ 4 ସାଂସଦ ସମର୍ଥକଙ୍କୁ ଆଗକୁ ଆଣିଲେ,
  • ରାଜ୍ୟସଭା ସାଂସଦ ଶୁଭାଷିଷ ଖୁଣ୍ଟିଆ, ସୁଲତା ଦେଓ, ମାନସ ମଙ୍ଗରାଜ ଏବଂ ନିରଞ୍ଜନ ବିଶି ମିଳିମିଶି ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କଲେ

ପାଣ୍ଡିଆନଙ୍କ ଏହି ଓପନ୍ ଚ୍ୟାଲେଞ୍ଜକୁ କାଉଣ୍ଟର କରିବାକୁ ବବି ଦାସ ପୁଣି ଖେଳିଲେ ଆଉ ଏକ ମାଷ୍ଟର ଷ୍ଟ୍ରୋକ୍,

  • ବିଜୁ ଜନତା ଦଳର ପୁରୁଖା ନେତାଙ୍କ ପୁଅମାନେ ଆଗେଇ ଆସିଲେ, ଦେବାଶିଷଙ୍କ ସମର୍ଥନରେ,
  • ପ୍ରଭାତ ତ୍ରିପାଠୀ, ଦାମୋଦର ରାଉତ, ନଳିନୀ ମହାନ୍ତି, ପ୍ରଦୀପ ମହାରଥୀ, କଳ୍ପତରୁ ଦାସ, କାଳିନ୍ଦି ବେହେରାବିଜୟଶ୍ରୀ ରାଉତରାୟଙ୍କ ପରି ଭେଟେରାନଙ୍କ ପୁଅମାନେ ଦେବାଶିଷ ସାମନ୍ତରାୟଙ୍କୁ ସପୋର୍ଟ କଲେ,
  • ପାଣ୍ଡିଆନ୍ ଯେପରି ନବୀନ ନିବାସରେ ଲୁଚି ରହିଛନ୍ତି ବବି ଦାସ ମଧ୍ୟ ଦେବାଶିଷ ସାମନ୍ତରାୟଙ୍କ ଆଢୁଆଳରେ ବସି ଗୋଟି ଚଳାଉଛନ୍ତି।

ଶୁଣିବାକୁ ମିଳୁଛି, ପାଣ୍ଡିଆନଙ୍କୁ ହଟାଇବା ପାଇଁ BJDର ପ୍ରତିଷ୍ଠାତା ସଭ୍ୟ ବିଜୟ ମହାପାତ୍ରଙ୍କ ଶରଣରେ ପଶିଛନ୍ତି ବବି ଦାସBJDକୁ ବଞ୍ଚାଇବା ପାଇଁ ବିଜୟ ମହାପାତ୍ର ଦାୟିତ୍ୱ ନିଅନ୍ତୁ ବୋଲି ବବି ଦାସଙ୍କ କ୍ୟାମ୍ପ୍ ଉଦ୍ୟମ ଚଳାଇଛନ୍ତି

  • ବିଜୟ ମହାପାତ୍ର ଯଦିଓ ନିଜର ଭୂମିକାକୁ ନେଇ କଛି କ୍ଲିୟର୍ କରୁନାହାନ୍ତି, କିନ୍ତୁ ବିଜୟଙ୍କର ବ୍ଲୁ-ଆଏଡ୍ ବୟ ପ୍ରଭାତ ତ୍ରିପାଠୀ, ପାଣ୍ଡିଆନଙ୍କୁ ଭିଲେନ୍ ବୋଲି ସମ୍ବୋଧନ କରୁଛନ୍ତି ।
  • ବବି ଦାସ ଜାଣିଛନ୍ତି BJD ବଞ୍ଚାଇବା ପାଇଁ ପ୍ରୟାସ ଜରିଆରେ ବିଜୟ ମହାପାତ୍ରଙ୍କୁ ଦଳକୁ ଆଣିଲେ ପାଣ୍ଡିଆନ ନିଶ୍ଚିତ ବିଦା ହେବେ

ତେବେ  ବବିଙ୍କ ଏ ରଣନୀତି ସଫଳ ହେବ କି ନାହିଁ ତାହା ଆଉ ଖୁବ୍ କମ ଦିନରେ ସ୍ପଷ୍ଟ ହେବକିନ୍ତୁ ପାଣ୍ଡିଆନଙ୍କ ପାଇଁ BJD ହରିଲା, ଏହି ବାର୍ତ୍ତା ଦଳୀୟ କର୍ମୀଙ୍କ ପାଖକୁ ଆଗରୁ ଯାଇଥିଲା। ଏବେ ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ଧାରଣା ଜନ୍ମଲାଣି ଯେ ଦିଲ୍ଲୀ BJP ନିକଟରେ BJDକୁ ସମର୍ପି ଦେଇଛନ୍ତି ଭୈରବ ପାଣ୍ଡିଆନ !