Posts tagged Pradeep Jena

ହଜିଗଲା ଓଡ଼ିଆ ଅସ୍ମିତା, ଢେଙ୍କାନାଳ IAS/IPSଙ୍କୁ ଅଣଦେଖା

ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ପ୍ରଥମ IAS ଅଫିସର ପ୍ୟାରୀମୋହନ ମହାପାତ୍ର । 1963 ମସିହାରେ ସିଭିଲ୍ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ଚାକିରୀରୁ ଅବସର ନେବା ପରେ 2000ରୁ 2012 ମସିହା ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ସରକାରରେ ଦ୍ୱିତୀୟ କ୍ଷମତା କେନ୍ଦ୍ର ଥିଲେ ପ୍ୟାରୀବାବୁ । କିନ୍ତୁ, ମୋହନ ମାଝୀଙ୍କ ସରକାରରେ ଢେଙ୍କାନାଳ ଜିଲ୍ଲାର ଅଫିସର ମାନଙ୍କୁ ଅବହେଳା କରାଯାଉଛି।

ଚିଫ୍ ସେକ୍ରେଟାରୀ ହୋଇପାରିଲେନି ସତ୍ୟବ୍ରତ ସାହୁ
ବିଜେପି ସରକାରରେ ଅଣଓଡ଼ିଆ  ଅଫିସର ଏବଂ କର୍ପୋରେଟ୍ ଲବି ଭିତରେ ଓଡ଼ିଆ ଅସ୍ମିତା ନିଜର  ଅସ୍ତିତ୍ୱ ହରାଇ ସାରିଲାଣି ।  ମୋହନ ମାଝୀ ସରକାରଙ୍କ ଅଣଓଡ଼ିଆ ପ୍ରୀତିରେ ଢେଙ୍କାନାଳ ଜିଲ୍ଲାର ସ୍ୱାଭିମାନକୁ ଜଳାଞ୍ଜଳି ଦିଆଯାଉଛି । 1991 ବ୍ୟାଚର ଆଇଏସ୍ ଅଫିସର ସତ୍ୟବ୍ରତ ସାହୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ହୋଇ ପାରି ଥାଆନ୍ତେ । କିନ୍ତୁ ତାଙ୍କୁ ବୋର୍ଡ ଅଫ୍ ରେଭେନ୍ୟୁକୁ ଠେଲି ଦିଆଗଲା । ଆଉ ସେହି ବ୍ୟାଚର ଅଣଓଡ଼ିଆ IAS ଅଫିସର ଅନୁ ଗର୍ଗଙ୍କୁ ମୁଖ୍ୟ ଶାସନ ସଚିବ କରି ଦିଆଗଲା । ଢେଙ୍କାନାଳ ଟାଉନର ହାଟରୋଡର ମୂଳନିବାସୀ ସତ୍ୟବ୍ରତ ସାହୁ କଣ ଚିଫ୍ ସେକ୍ରେଟାରୀ ହେବାକୁ ଅଯୋଗ୍ୟ ଥିଲେ?
OERCରୁ ପ୍ରଦୀପ ଜେନାଙ୍କ ଇସ୍ତଫା!
ଢେଙ୍କାନାଳ ଜିଲ୍ଲା ଭୁବନର ପ୍ରଦୀପ ଜେନାଙ୍କ କ୍ଷେତ୍ରରେ ବି ସମାନ ଅବସ୍ଥା ।
OERCର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିବା ପୂର୍ବତନ ଚିଫ୍ ସେକ୍ରେଟାରୀ ପ୍ରଦୀପ ଜେନା 25 ମେ’ରେ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଲେ । କିନ୍ତୁ ବାସ୍ତବ କଥା ହେଉଛି ଅଣଓଡ଼ିଆ ଶକ୍ତି ସଚିବ, ଶକ୍ତିମନ୍ତ୍ରୀ ଏବଂ ଟାଟା ପାୱାରର ଲବିରେ ଅଣନିଶ୍ୱାସୀ ହୋଇ ପଡ଼ିଥିଲେ ପ୍ରଦୀପ ଜେନା । ବିଦ୍ୟୁତ୍ ଦର ବୃଦ୍ଧିକୁ ବିରୋଧ ଏବଂ ଲୋକମାନଙ୍କ ଘରେ ଅଯଥାରେ ସ୍ମାର୍ଟ ମିଟର ବସାଇବାକୁ ପସନ୍ଦ କରୁ ନଥିଲେ । ଫଳରେ ସମ୍ପୂର୍ଣ୍ଣ ସୁସ୍ଥ ଥାଇ ମଧ୍ୟ ନିଜର ସ୍ୱାଭିମାନକୁ ବଞ୍ଚାଇବା ପାଇଁ ମନ୍ତ୍ରୀ ଅଫିସର ଏବଂ କର୍ପୋରେଟ୍ ଲବିକୁ ଗୁଡବାଏ କହିଲେ। ଆଉ ଏହି ଅଣଓଡ଼ିଆ ରାଜର ପରବର୍ତ୍ତୀ ଟାର୍ଗେଟରେ ଢେଙ୍କାନାଳ ଟାଉନର ଭାଗିରଥୀବିହାରର ମୂଳନିବାସୀ ସୁଧାଂଶୁ ଷଡ଼ଙ୍ଗୀ

DGP ହେବେ ତ ସୁଧାଂଶୁ ଷଡ଼ଙ୍ଗୀ?

1990 ବ୍ୟାଚର ଆଇପିଏସ ଅଫିସର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପୂର୍ବରୁ DGP କରାଯାଇ ପାରି ଥାଆନ୍ତା । କିନ୍ତୁ  ସୁଧାଂଶୁ ଷଡ଼ଙ୍ଗୀଙ୍କ ବଦଳରେ ତାଙ୍କରି ବ୍ୟାଚର ୱାଇ.ବି ଖୁରାନୀଆଙ୍କୁ ଡିଜିପି କରାଗଲା । ଏବେ ଖୁରାନୀଆଙ୍କ ପରେ ସୁଧାଂଶୁ ଷଡ଼ଙ୍ଗୀ ସବୁଠୁ ସିନିୟର ମୋଷ୍ଟ IPS ଅଫିସର । ଅଗଷ୍ଟ ମାସରେ  ଖରାନୀଆଙ୍କର ରିଟାୟାରମେଣ୍ଟ ପରେ ସୁଧାଂଶୁ ଷଡ଼ଙ୍ଗୀ DGP ହେବା କଥା । କିନ୍ତୁ ସୁଧାଂଶୁ ଷଡ଼ଙ୍ଗୀଙ୍କୁ DGP କରାଇ ଦେବାକୁ ଚାହୁଁ ନାହାନ୍ତି ଭିଆରଏସ ନେଇଥିବା ଜଣେ ଅଣଡ଼ିଆ ପାୱାରଫୁଲ IAS ଅଫିସର । ଏବେ ଦିଲ୍ଲୀ ରାଜନୀତିରେ ଖୁବ୍ ପାୱାରଫୁଲ ଥିବା ସେହି IAS ଅଫିସର ସୁଧାଂଶୁ ଷଡ଼ଙ୍ଗଙ୍କ ସ୍ଥାନରେ ଅଣ ଓଡ଼ିଆ IPS ଅଫିସର ବିନୟତୋଷ ମିଶ୍ର କିମ୍ବା ଆର. ପି କୋଚ୍ଚେଙ୍କୁ DGP କରିବା ପାଇଁ ପୂରା ଦମରେ ଲାଗିଛନ୍ତି । ତାହେଲେ  ବିଜେପି ସରକାର ଯେମିତି ପ୍ରଥମେ ଡ଼ିଆ ଅସ୍ମିତାକୁ ବନ୍ଧା ପକାଇଲେ ଏବେ କଣ ଢେଙ୍କାନାଳର ସ୍ୱାଭିମାନକୁ ଦଳି ଚକଟି ଦେବେ? ଓଡ଼ିଆ ଅସ୍ମିତା କ’ଣ ଢେଙ୍କାନାଳ ବିରୋଧୀ? 
ଏ ଷ୍ଟୋରୀ ଲେଖିଛନ୍ତି- ବିଜୟ କେତନ ବରାଳ