- ଓଡ଼ିଶା ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ
- ଓଡ଼ିଶାର ଲୋକାୟୁକ୍ତ କେବେ ହେବେ ସଚଳ
- ଓଡ଼ିଶାରେ BJP ସରକାର ଗଠନ ହେବା ପରେ ଲୋକାୟୁକ୍ତରେ ଅଚଳାବସ୍ଥା
- 2024 ଅଗଷ୍ଟରୁ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ପଦ ପଡ଼ିଛି ଖାଲି
- ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ ନିମନ୍ତେ ହାଇକୋର୍ଟଙ୍କ ନୋଟିସ୍
- 2 ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ
- ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ଯୁକ୍ତି ରଖା ଯାଇଥିଲା କି, ଲୋକାୟୁକ୍ତରେ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ହେବାକୁ ଯାଉଛି।
- କିନ୍ତୁ ସରକାରୀ ନିଷ୍ପତ୍ତି କେବେ ଓ କଣ ହେବ ଏବଂ ସେ ବାବଦରେ କି ପଦକ୍ଷେପ ନିଆଯାଉଛି,
ସବୁର ବିସ୍ତୃତ ବିବରଣୀ, ସତ୍ୟପାଠ ଜରିଆରେ ଦାଖଲ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। - ଆବେଦନକାରୀ ତଥା ପ୍ରତିପକ୍ଷ ଯଦି ଚାହିଁବେ, ତେବେ ମାମଲା ସଂକ୍ରାନ୍ତରେ ପ୍ରତି ଜବାବ ଦାଖଲ କରି ପାରିବେ
- 3 ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣୀ
- ଲୋକାୟୁକ୍ତଙ୍କୁ ସଚଳ କରିବା ସହ ଅଧ୍ୟକ୍ଷ ଏବଂ ସଦସ୍ୟ ନିଯୁକ୍ତ କରିବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ଆଇନଜୀବୀ ପ୍ରବୀର ଦାସ
- ମୁଖ୍ୟ ବିଚାରପତି ଜଷ୍ଟିସ ହରିଷ ଟଣ୍ଡନ ଏବଂ ବିଚାରପତି ଜଷ୍ଟିସ୍ ଏମ୍.ଏସ୍. ରାମଚନ୍ଦ୍ର ରାଓ ମାମଲାର କରୁଛନ୍ତି ଶୁଣାଣୀ

- ଲୋକାୟୁକ୍ତର ଶେଷ ସଦସ୍ୟ ଭାବେ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅବସର ପରେ ଓଡ଼ିଶା ଲୋକାୟୁକ୍ତ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଛି ।
- ପୂର୍ବରୁ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଥିବା ଜଷ୍ଟିସ ଅଜିତ୍ ସିଂହ 2024 ମାର୍ଚ୍ଚରେ ଅବସର ନେଇଛନ୍ତି
- ଗୌହାଟି ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଅଜିତ ସିଂହ 2019ରେ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ ।
- ସେ ତାଙ୍କର 5 ବର୍ଷିଆ କାର୍ଯ୍ୟକାଳ ଶେଷ କରି 2024 ମାର୍ଚ୍ଚରେ ଅବସର ଗ୍ରହଣ କରିଛନ୍ତି ।
- ସେହିଭଳି ଲୋକାୟୁକ୍ତରେ ଜୁଡ଼ିସିଆଲ ମେମ୍ବର ହିସାବରେ ନିଯୁକ୍ତ ପାଇଥିବା ଜଷ୍ଟିସ୍ ବି.କେ ନାୟକଙ୍କର କାର୍ଯ୍ୟକାଳ 2024 ମାର୍ଚ୍ଚରେ ଶେଷ ହୋଇଯାଇଛି ।
- ଲୋକାୟୁକ୍ତର ଅନ୍ୟ ଜଣେ ସଦସ୍ୟ ଦେବବ୍ରତ ସ୍ୱାଇଁଙ୍କ କାର୍ଯ୍ୟକାଳ ଏପ୍ରିଲ 2024ରେ ଶେଷ ହୋଇଯାଇଛି ।
- ଓଡ଼ିଶା ଲୋକାୟୁକ୍ତ ଆଇନ୍ 2014 ଅନୁସାରେ ଲୋକାୟୁକ୍ତର ଅଧ୍ୟକ୍ଷଙ୍କ ସହ 5 ଜଣ ସଦସ୍ୟ ରହିବା କଥା ।
- ଯାହା ମଧ୍ୟରୁ 2 ଜଣ ଜୁଡ଼ିସିଆଲ ମେମ୍ବର ହୋଇ ଥାଆନ୍ତି ।
- ବର୍ତ୍ତମାନ ନା ଅଧ୍ୟକ୍ଷ ଅଛନ୍ତି ନା କୌଣସି ସଦସ୍ୟ ନିଯୁକ୍ତି ପାଇଛନ୍ତି
ଏ ଷ୍ଟୋରୀକୁ ଲେଖିଛନ୍ତି- ବିଜୟ କେତନ ବରାଳ